QUOTES ON #ଅମୃତାଆଳାପ

#ଅମୃତାଆଳାପ quotes

Trending | Latest
7 SEP 2020 AT 11:42

କେଉଁ ଭବିତବ୍ୟରେ
ଆଞ୍ଜୁଳାଏ ଖୁସି ପାଇବି ବୋଲି
ଆଜି ମହଣ ମହଣ ଦୁଃଖ ପିଇବାକୁ ପଡ଼ିବ,
ଏ ଯଥାର୍ଥ ତ ନୁହେଁ।



-


6 OCT 2019 AT 0:00

ସର୍ବେ କହୁଛନ୍ତି ତୁମେ ଅଛ କାଳେ, ଏ ମାଟି ମୂର୍ତ୍ତିର ଆଭା ଆଢୁଆଳେ!
ଯେଉଁଠି ମଣିଷ ତୁମକୁ ଯେ ଗଢେ, ପ୍ରତିଯୋଗିତାରେ ସଂଖ୍ଯା ଖାଲି ବଢ଼େ।
ଭସାଣି ତୁମକୁ ଦିଏ ସେ ଉନ୍ମାଦେ, ଉପଭୋଗ କରି ନୃତ୍ୟ ତାଳ ନାଦେ।
ତୁମ ଦର୍ଶନରେ ପାପ ନାଶ ବୋଲି, ଦେଖଣା ଭକ୍ତିରେ ଭୋଗ ଦିଏ ଢାଳି।
ପିତା ମାତା ପଛେ ସଢନ୍ତୁ ଦୁଃଖରେ, ଲମ୍ବାଏ ଧାଡ଼ି ସେ ତୁମ ସମୀପରେ।
ତୁମେ କଣ ସତେ ଅଛ ମାଆ ଏଠି? ମୋ ପରି ବି ତୁମ ହାତ ଗୋଡ଼ ବାନ୍ଧି!
ଘଣ୍ଟ ହୁଳହୁଳି ଶବଦ ଭିତରେ, ଶୁଭୁନି କି ମୋର ଚିତ୍କାର ଆକୁଳେ।
ଅଟେ ମୁହିଁ ପରା ତୁମରି ସନ୍ତାନ, ମୋ ରକ୍ତ କେମିତି କରିବ ଭକ୍ଷଣ?
ନିଜ ପାଇଁ ଦେଖ ତୁମ ନାମ ନେଇ, ମହା-ପୂଜା ବୋଲି କରନ୍ତି ବଡ଼େଇ!
ଯଦି ଅଛ ତମେ ଏଇ ଚତୁଃପାର୍ଶ୍ୱେ, ଶୁଣି ନିଅ ଯେତେ ଅପବାଦ ବିଶ୍ଵେ।
ଆସ ଥରେ ମାଆ ମୂର୍ତ୍ତିରୁ ବାହରି, ମୋ ପ୍ରାଣ ଜୀବନ ଦିଅ ରକ୍ଷା କରି।
ଏ ଯୁଗେ ଦେଖ ମା, କେତେ ଯେ ମହିଷା, ଭଦ୍ର ମୁଖା ପିନ୍ଧି କାମୁକତା ନିଶା।
ପ୍ରକୃତି ରାଣୀର ଶ୍ରୀହୀନ ଅବସ୍ଥା, ଆଶଙ୍କା ସଂକୁଳ ଜୈବ ବିବିଧତା।
ଅସହ୍ଯ ଅନ୍ୟାୟ ସୀମା ଟପିଲାଣି, କ୍ଷମତା ଅର୍ଥ ଯେ ସର୍ବସ୍ୱ ହେଲାଣି।
ଅବତୀର୍ଣ୍ଣ ହୁଅ ଶକ୍ତି ର ସ୍ଵରୂପା, ମାନବ ଜାତି କୁ ଦେଖାଅ ସୁଦିଶା।
ଅବା ଧ୍ବଂସ କର କଳିର କାଳିମା, ଦୃଶ୍ୟମାନ ହେଉ ନବୀନ ଲାଳିମା।

-


27 MAY 2019 AT 13:44

ହଳଦୀ ରଙ୍ଗର ଓଢ଼ଣା' ଟାଣି' ଲୁଚାଏ ମୁହଁ'
ଭୁରୁଭୁରୁ ବାସ ଚହଟେ' ନେଇ' ତା ପରିଚୟ'।
କେତକୀ ନାମରେ ସେ ଫୁଲ' ରୂପେ' ଲାବଣ୍ୟବତୀ'
ଅପୂଜ୍ୟ ବୋଲିକା ଦୁଃଖରେ' ବିତେ' ଦିବସ-ରାତି'।
ଦେବତା ମସ୍ତକ, ଚରଣେ' ନାହିଁ' ତା ପାଇଁ ସ୍ଥାନ'
ଅନୁତାପେ କାନ୍ଦେ ବିରସେ' ଭାବି' ପୁରୁଣା ଦିନ'।
ବିଶ୍ଵ ସୃଷ୍ଟି ଆଦ୍ୟ କାଳରେ' ଲାଗି' ଗଲା ତର୍ଜମା'
ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ' ବେଶି' କାହା ବଡ଼ିମା'?
ଜ୍ୟୋତିର୍ଲିଙ୍ଗ ଆବିର୍ଭାବରେ' ଦୁହେଁ' ହୋଇ ଚକିତ'
ଭାଳିଲେ ସେ ଶ୍ରେଷ୍ଠ, ପାଇବ' ଯିଏ' ୟା ଆଦିଅନ୍ତ'।
ସରଗ ଭ୍ରମିଲେ ବ୍ରହ୍ମା ଯେ' ଧାରି' ରୂପ ମରାଳ'
ଧାରଣି ଶୂକର ରୂପକୁ' ବିଷ୍ଣୁ' ଗଲେ ପାତାଳ'।
ନପାଇ ଉତ୍ତର ବ୍ରହ୍ମା ଯେ' ପାଶେ' ଦେଖି କେତକୀ'
ରାଜି କଲେ ତାଙ୍କ ସପକ୍ଷେ ' ମିଛେ' ଦେବା କୁ ସାକ୍ଷୀ'।
ଜ୍ୟୋତିର୍ଲିଙ୍ଗ ଶୀର୍ଷ ସ୍ଥାନରୁ' ତାକୁ' ଆଣିଲେ ବୋଲି'
ବ୍ରହ୍ମା ବୋଲାଇଲେ ଶ୍ରେଷ୍ଠ ଯେ' ନିଜେ' ଅନ୍ୟାୟେ ଚଳି'।
ବାହାରିଲେ ଜ୍ୟୋତିର୍ଲିଙ୍ଗରୁ' ପ୍ରଭୁ' ଶ୍ରୀ ମହାଦେବ'
କେତକୀର ମିଥ୍ୟା ବଚନେ' କ୍ରୋଧେ' ସେ ହେଲେ କ୍ଷୁବ୍ଧ'।
ଅଭିଶାପ ପାଇ କେତକୀ' ହେଲା' ଦେବ ଅସ୍ପୃଶ୍ୟେ'
ଲୁହ ଢଳ ଢଳ ନୟନେ' କ୍ଷମା' ମାଗିଲା ଶେଷେ'।
ଶୁଣି ବିଚାରୀ ର ଗୁହାରି' ଦେଲେ' ଆଶିଷ ପୁଣ'
ଜାଗରେ ଏ ଫୁଲେ, ପୂଜିଲେ' ହୁଏ' ଇଚ୍ଛାପୂରଣ'।
ଆହୁରି ତା' ଉପାଦେୟତା' କୀଟ' ବିନାଶ କାରୀ'
କୃମି,ଅପସ୍ମାର,ଅଜୀର୍ଣ୍ଣ' ରୋଗୁ' ଦିଏ ଉଦ୍ଧାରି'।
ଏହି ରୂପେ ଅଟେ କେତକୀ' ସୁଖ' ଦୁଃଖ କାହାଣୀ'
ସୃଷ୍ଟିର ଗହନ କଥା ଏ' ରଖି' ଥାଅ ଟି ଜାଣି'।

-


11 NOV 2019 AT 14:00

'ଅନ୍ୱେଷା'

-


3 OCT 2018 AT 0:42

"ପିତା ସ୍ଵର୍ଗଃ ପିତା ଧର୍ମଃ ପିତାହି ପରମଂ ତପୋ,
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତି ସର୍ବା ଦେବତାଃ"
ମହାଭାରତର ଶାନ୍ତିପର୍ବେ ବର୍ଣ୍ଣା ଯୁଧିଷ୍ଠିର ମୁଖ ଭାଷେ;
ସୀମିତ ନୁହଁଇ ଏଶ୍ଳୋକ କେବଳ ଯକ୍ଷଙ୍କ ଉତ୍ତର ଯଶେ ।
ବାସ୍ତବରେ ପିତା ସ୍ୱର୍ଗଠୁ ବି ଉଚ୍ଚ ଗଭୀର ସେ ସିନ୍ଧୁ ଠାରୁ;
ତ୍ୟାଗ ସମଷ୍ଟିର ତୁଳନା,ମୂର୍ଖାମି ମଧୁ ଝରେ ବ୍ୟକ୍ତିତ୍ଵରୁ ।

ତୁମପାଇଁ ବାପା,ଏ ପତ୍ର ଖୋଦିତ ଲେଖକ ସାଜିଛି ମୁହିଁ;
ମାନନୀୟ ପିତା,ପ୍ରଣାମ ଜଣାଏ ତୁମ ଆଶୀର୍ବାଦ ଗ୍ରାହୀ ।
ମୋ ଅବସ୍ଥିତିର କେଉଁ ସଂଜ୍ଞା ଦେବି ଲେଖେ, ତୁମ ହୃଦ କୋଣୁ;
ତୁମ ପ୍ରେରଣାରୁ,ଆଦେଶ ଛାଞ୍ଚରୁ ଗଢ଼ାମୋ ଶରୀର ରେଣୁ ।
ହୃଦୟ ତୁମର ଏତେଯେ ବିଶାଳ କଷ୍ଟ ପର୍ବତ ଦେଲା ଲୁଚାଇ;
ଉଦାରତା ତୁମ ମହନୀୟ ହେଲା ଜନସେବାର ସଂକଳ୍ପ ନେଇ।
ମନେଅଛି ଆମ ଆବଶ୍ୟକତାକୁ ଭରୁଥିଲ ଅବିଳମ୍ବେ;
ନିଜ କଥା ଭୁଲି ବାଣ୍ଟୁଥିଲ ଖୁସି ନିଃସ୍ଵାର୍ଥର ପ୍ରତିବିମ୍ବେ ।
ଭୟ ହେଉପଛେ,ଯେତେ ବିକଟାଳ ଅପସରେ ତୁମ କୋଳେ;
ମାର୍ଜିତ ହୋଇଛି ତ୍ରୁଟିବିବରଣୀ ତୁମ ନାଲି ଆଖି ତଳେ ।
ତୁମଠୁ ଶିଖିଛି ମୁକାବିଲା ମନ୍ତ୍ର ଜୀବନ ସଂଗ୍ରାମ,ଯୁଦ୍ଧେ;
ହାରିଗଲେ,ପୁଣି ଅଦମ୍ୟ ଉତ୍ସାହେ ଲଢିବି ବିଜୟ ସାଧ୍ୟେ ।
ତୁମରି ଅସ୍ତିତ୍ବ ଆଜିବି ଦର୍ଶାଏ ଭଲ,ମନ୍ଦର ବିଚାର ଧାରା;
ସତ୍ୟ,ସାଧୁତାରେ ଚାଲୁଥିବି ପଥ ତୁମଠାରୁ ଜ୍ଞାତ ପରା ।
ମୋ ଶବ୍ଦସମ୍ଭାର ତୁମଠାରେ ଶେଷ ମସ୍ତକମୋ ଯାଏ ନଇଁ;
ଏତିକିରେ ରହେ ତୁମରି ସନ୍ତାନ ତୁମ ସ୍ମୃତି ଫର୍ଦ୍ଦ ଗାଇ ।।

-


11 OCT 2018 AT 20:59

ସେ ଯେ ସମ୍ପର୍କର ଏକ ଭଙ୍ଗା ବାଲିବନ୍ଧ;
ଅତୀତ ବେଳାଭୂମିରେ ବିଚ୍ଛୁରିତ କେଇ କାଗଜଫର୍ଦ୍ଦ:
ସମୟର କରାଳ ଢେଉରେ ଅଧାଅଧା ଧୋଇଯାଇଛି ସେ ସୈ।ଧ:
ଖାଲି ଅସ୍ପଷ୍ଟ ପଦଚିହ୍ନେ,ସେ ଏବେ ଦୃଷ୍ଟିଲବ୍ଧ।----୧
ଦୁଇ ଚପଳ ଶିଶୁଙ୍କ କୋମଳ ସ୍ପର୍ଶିରେ;
ଗଢା ସେହି ବାଲିଘର,ମୁଠାମୁଠା ବାଲୁକା ରାଶିରେ:
ଅସରା ସ୍ଵପ୍ନର ଆଶାମହଲଟେ ଭରିଥିଲା ଦୁହିଁଙ୍କ ଆଖିରେ:
ବନ୍ଧା ଥିଲା ଦୁଇପ୍ରାଣ ଭାତୃତ୍ବର ସ୍ନେହ ରଶିରେ।----୨
ଦୁହେଁ ବେଶେ ଭିନ୍ନ,ହେଲେ ଗୋଟିଏ ହୃଦୟ;
ଜଣେ ଗୀତା ଧର୍ମ ଶ୍ଳୋକ,ଜଣେ କୋରାନ୍ ଅଧ୍ୟାୟ:
ଜଣେ କପାଳେ ଚନ୍ଦନଟୀକା,ଜଣେ ଥିଲା ମସ୍ତକେ ତାକ୍ଵିୟ:
ମନ୍ଦିରମସ୍ଜିଦେ ମନାଶନ୍ତି ଦୁହେଁ ଅନ୍ୟ ସୁଖପରିଚୟ।----୩
ହଁ,ସେ ହିନ୍ଦୁ-ଇସଲାମ୍ ର ବିଗତ କାହାଣୀ;
ଅଖଣ୍ଡ ଭାରତର ସ୍ଵର୍ଣ୍ଣସିକ୍ତ ପରିଚ୍ଛେଦ ବାଣୀ:
ଆଜି,କେଉଁ ପ୍ରତିବେଶୀ ଆତ୍ମାର ଚକ୍ରାନ୍ତରେ ଅଭିଶପ୍ତା ସେ ରମଣୀ:
ଶରୀର ତା' ଭୀତତ୍ରସ୍ତ,ଶୁଣି ବିଭୀଷିକା ଧ୍ଵନି।----୪
ସେ କ୍ରୁର ଆତ୍ମା ଏତେ ହୃଦବିଦାରକ;
ନିଷ୍ପାପ ଅନ୍ତରେ ବୁଣିଦେଲା ଅବିଶ୍ବାସର ବୀଜକ:
ବଢ଼ି ସେ ପାଦପ,ଦେଲା ସାଂପ୍ରଦାୟିକତା ର ଜର୍ଜରିତ ଭୋକ:
ଘୃଣାର ଅଗ୍ନିରେ ଜାଳିଦେଲା ପ୍ରେମରକୋଣାର୍କ।----୫
ଭଗ୍ନ ଆଜି ସେ ବନ୍ଧ,ସେ ପୃଷ୍ଠା ରକ୍ତ ଭିଜା;
ଅନ୍ୟ କ୍ଷତି ଦେଖି କରେ,ନିଜେ ଉତ୍ସବର ସଜ୍ଜା:
ଅହରହ ଚାଲୁଅଛି ପରସ୍ପର ସହ ଯୁଦ୍ଧ ଆତଙ୍କର ଛକାପଞ୍ଝା:
ବୁଜି ତ ଗଲାଣି ପୂର୍ବର ସେ ସ୍ନେହର ଦରଜା।----୬
କେତେଦିନ ଚାଲିଥିବ ଅଭିମାନ,କ୍ରୋଧ ଯେ ଏମିତି;
କୁହତ,ହେଲାଣିକି ହିଂସା କେବେକେଉଁ ସମସ୍ୟାର ଇତି?
ଜାଣିନାକି, ଘୃଣା,ଶତ୍ରୁତାକୁ, ଲଘିଂ ପାରେ ଭଲପାଇବା ର ଶକ୍ତି:
ତେବେ,ସବୁ ଭୁଲି ପୁଣି ଗାଇବାଚାଲ ମୈତ୍ରୀ,ଏକତାର ଗୀତି ।।।

-


11 DEC 2018 AT 22:47

କେବେ ସିଏ ସାଜେ ମରୁଭୂମି ତୃଷ୍ଣା
ମେଘର ମହ୍ଲାର କେବେ;
ସ୍ନିଗ୍ଧ ଚନ୍ଦ୍ରଜ୍ୟୋତ୍ସ୍ନା ଝର୍କାଫାଙ୍କେ ପୁଣି
ନିଦାଘ ସୂର୍ଯ୍ୟ ବିଭବେ।---୪

ମୋତେସେ ସଜାଏ,ପାଗଳ ପ୍ରେୟସୀ
କେବେ ପ୍ରତିଶୋଧ ଅଗ୍ନି;
କରୁଣ ବିଳାପ,ତା'ପାଇଁ କେବେମୁଁ
ବଂଶୀର ମଧୁ ରାଗିଣୀ।---୫

ସମୟ ର ସଂଜ୍ଞା ଜ୍ଞାତ ପାଇଁ ଲୋଡ଼ା
ଅନୁଭୂତି ଅଧ୍ୟୟନ;
ହେଉପଛେ ଯେତେ ଯନ୍ତ୍ରଣା ପ୍ଳାବିତ
ଦିଏ ନବ ଦିଗ୍ଦର୍ଶନ।----୬

-


18 OCT 2018 AT 13:59

ଶୈଳପୁତ୍ରୀ,ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା,ବ୍ରହ୍ମଚାରିଣୀ;
ସ୍କନ୍ଦମାତା,ସିଦ୍ଧିଦାତ୍ରୀ,ମହାଗୌରୀ,କାତ୍ୟାୟନୀ।
ଶିବା,ଅମ୍ବା,ଜଗଦମ୍ବା,ବ୍ରାହ୍ମୀ,ବିଶ୍ଵବିନୋଦିନୀ;
ସୈ।ମ୍ୟା,ବରଦା,ବରୁଣୀ,ଜ୍ୟୋତ୍ସ୍ନା,ଭବିତା,ଭବାନୀ।
ସୁଖପ୍ରଦା,ଶାସ୍ତ୍ରମୟା ତୁମେ ମହିଷାମର୍ଦ୍ଦିନୀ;
ସତ୍ୟା,ଶ୍ୟାମା ମାଗୋ ଦୁର୍ଗେ କର୍ମଫଳ-ପ୍ରଦାୟିନୀ।
ସିଂହୟନା,ଶିବପ୍ରିୟା,ତ୍ରିନେତ୍ରାଣି, ତ୍ରିଶୂଳିନୀ;
ସାତ୍ୟକି,ଶାନ୍ତା,ଶୁରେଶୀ,ସୁରେଶ୍ଵରୀ ଯେ ଇଶାନୀ।
ସତ୍ତ୍ଵାଶା,ଆଦ୍ୟା,ଦେଭେଶୀ,କାମସଂହତ୍ରୀ,କାମିନୀ;
ସରୋଜା,ଶଙ୍କରୀ,କାମାକ୍ଷୀ ସେ କାଳସଂହାରିଣୀ।
ସୁଜୟା,ତାନ୍ଭି,ଅନ୍ଵିତା,ବଜ୍ରା,ଚଣ୍ଡୀକା,ରୁଦ୍ରାଣୀ;
ସାରବଣୀ,ନିରଞ୍ଜନା,ନିରାକାରା,ନାରାୟଣୀ।
ସୁକ୍ରିତି, କୌଶିକି, ଭବ୍ୟା,ନିତ୍ୟା,ଗାୟତ୍ରୀ,ଦକ୍ଷାଣୀ;
ସାଧ୍ଵୀ,ଶାମ୍ଭବୀ,ଭାର୍ଗବୀ,ମାହେଶ୍ଵରୀ,ସନାତନୀ।

ଦଶଭୂଜାଧାରୀ ତୁମେ ଦଶଦିଗେ ଉଦ୍ଧାରିଣୀ;
ଅଭୟ ମୁଦ୍ରାରେ ସ୍ଥିତ,ମାତା ଭୟ ବିନାଶିନୀ।
ଶଙ୍ଖରେ ଆଦି ଓଁକାର,ତୀକ୍ଷ୍ଣ ଖଡ୍ଗେ ଜ୍ଞାନ ବାଣୀ;
ତ୍ରିଶୂଳେ ନିହିତ ସତ୍ଵ,ରଜ,ତମ-ତ୍ରିଗୁଣ ହାରିଣୀ।
ସର୍ପ ଅଗ୍ରଗତି,ରଚେ ପଦ୍ମ ସାଫଲ୍ୟ କାହାଣୀ;
ଦୃଢ଼ ସଂକଳ୍ପର ବାର୍ତ୍ତା ଦିଏ,ହସ୍ତେ ସୌଦାମିନୀ।
ଶର-ତୀର ଶକ୍ତି ଉତ୍ସ, ଚକ୍ର ଧର୍ମର ସନ୍ଧାନୀ;
ଗଦା ପ୍ରେମ,ନିଷ୍ଠା ବହେ ,ଶେଷ ହସ୍ତ ଆଶିଷ ଦାୟିନୀ।
ସିଂହ ପୃଷ୍ଠେ ଉପବିଷ୍ଟା,ସର୍ବଶକ୍ତି ସ୍ୱରୂପିଣୀ ;
ଜୟ ଆଦ୍ୟ ପରାଶକ୍ତି ଆହେ ଜଗତକଲ୍ୟାଣୀ।।

-


4 SEP 2018 AT 1:05

ଜନ୍ମ ଯେ ପ୍ରାରମ୍ଭ ମୃତ୍ୟୁ ଶେଷସ୍ତମ୍ଭ ମଧ୍ୟରାସ୍ତା ହିଁ ଜୀବନ ଯାତ୍ରା;
ଯାତ୍ରାପଥେ କେତେ ସୁଖଦୁଃଖ ସାଥେ ଯୋଡ଼େ ମାୟା ବନ୍ଧନର ମାତ୍ରା।
ମାୟା ବନ୍ଧନରେ ପଡ଼େ ଯିଏ ଥରେ ଫାଶୁ,ମୁକୁଳିବା କଷ୍ଟ ପୂର୍ଣ୍ଣ;
ବାସ୍ତବତା ଭୁଲି ଧରି ରଙ୍ଗତୂଳୀ ଅନୁରାଗେ ସେ ସଜାଏ ସ୍ଵପ୍ନ।
ସ୍ଵପ୍ନର ଉଦ୍ୟାନେ ଭ୍ରମୁ ଭ୍ରମୁ ଦିନେ ସାଜେ ଦିଗହରା, ପଥଭ୍ରଷ୍ଟ;
ଜୀବନ ଗୀତର ହଜିଯାଏ ସ୍ଵର ପ୍ରାଣ ଅସନ୍ତୋଷେ ହୁଏ ନଷ୍ଟ।
ଜୀବନ ଯାତ୍ରାର ସାର୍ଥକ ହେବାର ମୋକ୍ଷ ଅଟେ ଏକମାତ୍ର ରାସ୍ତା;
ମୋହ କରି ତ୍ୟାଗ ତେଜ ସର୍ବ ଭୋଗ ମାନବ ଜୀବନ ନୁହଁଇ ଶସ୍ତା।
ନିଜ ସ୍ଵାର୍ଥ,ଅହଂ ଭଗ୍ନ କର ସ୍ଵୟଂ ବିଶ୍ଵ ହିତେ ବିତୁ ପ୍ରତି କ୍ଷଣ;
ପ୍ରକୃତ ଆନନ୍ଦ ହେବ ଉପଲବ୍ଧ ସ୍ନେହେ ଭିଜିବ ଏ ଧରାଧାମ।

-


2 JUL 2018 AT 19:43

ମାଧୁର୍ଯ୍ୟର ଆଦ୍ୟ ଅକ୍ଷର ସେ ଶବ୍ଦ,
କ୍ଷମା ରେ ସଂପୂର୍ଣ୍ଣ ଅନ୍ତ;
ସ୍ନେହ କଣିକାରେ ଗଠନ ପରା ସେ
ଅମୃତ କରୁଣା ଗ୍ରନ୍ଥ।
ତାଙ୍କ କପାଳର କୁଞ୍ଚିତ ରେଖାରେ
ଅଙ୍କା କର୍ମ ମାନଚିତ୍ର;
ଦୁଇଟି ହାତର ରୁକ୍ଷ ପରିସର
ଲେଖେ କର୍ତ୍ତବ୍ୟର ସୂତ୍ର।
ତାଙ୍କ ନୟନର ଅଶ୍ରୁବିନ୍ଦୁ ମିଶି
ରଚିଛି ତ୍ୟାଗ ସମୁଦ୍ର;
ସ୍ନିଗ୍ଧ ପଣତର ଶୀତଳ ହସରେ
ହାରେ ଉତ୍ତାପିତ ରୁଦ୍ର।
ସେ ଯେ ସୃଷ୍ଟିର ଆରମ୍ଭ ଓଁକାର,
ପୁଣି ବିଲୟ ତାଣ୍ଡବ ଧ୍ଵନି;
ପରଶେ ତାଙ୍କର ସାଜିଛି ପୃଥିବୀ
ପ୍ରାଣଭରା ବର୍ଣ୍ଣଭୂମି ।।

"ମା"

-