Suvendu Sekhar   (✍️@Sp_diary)
6 Followers · 2 Following

Love to innovate.
Joined 31 March 2024


Love to innovate.
Joined 31 March 2024
28 APR AT 16:52

ତୁମେ

ମନ ବଗିଚାରେ ପ୍ରଜାପତି ଟେ ହୋଇ ଉଡ଼ି ବୁଲ କାହିଁ ପାଇଁ । ସପ୍ତରଙ୍ଗ ରେଣୁ ଦେହେ ମାଖି ହୋଇ, ସପନ ଦୁନିଆ ରେ ମୋର ମାଲିକାନା ଜାହିର କର କାହିଁ।।ତୁମକୁ ଛୁଇଁବାର ପ୍ରୟାସ ରେ କାହିଁ ହୁଏ ସବୁବେଳେ ବିଫଳ। ପଦ୍ମା ପାଦେ ହଂସର ଚାଲି , ମୁଖେ ସରାଲତ ଲିପା,ମଧୁ ଝରା ଓଠେ ହସ ର ଏକ ନିଆରା ରଙ୍ଗ , ନିରୀହ ଆଖି ରେ ଆବେଗର କଜଳ ରେ , ସଜ ସଜ ଟିକି ବିନ୍ଦି ରେ ସତରେ ତୁମେ ଆଈମା କାହାଣୀ ର ସେହି ଅପସରି ଟିଏ । କରିଛ ହୃଦୟ କୁ ମୋର ସତେ କି ତୁମ ମଧୁ ର ଠିକଣା । କେମିତି ବା ଧରା ଦେବ ଏ ଅବିଶ୍ବାସର ହାତ ରେ....।

-


27 APR AT 22:40

ଅନ୍ତରଙ୍ଗ

ଛାଡି ଯିବ ତୁମେ ଚିର ସ୍ରୋତା ହସ ତୁମ , ଯାହାର ପ୍ରବାହ ଆଙ୍କିଛି ମୋ ହୃଦୟ ମରୂରେ ସବୁଜ ମରୀଚିକା ଟେ। ଭୁଲିଯିବ ତୁମେ ଏ ମତୁଆଲା ପବନ କୁ, ଯେଉଁ ପବନ ଦେଇଛି ମୋତେ ତୁମ ମହକର ଅନୁଭବ। ଏ ତେରେଛା ରବି ରସ କୁ, ଯିଏ ତୁମ ମୁଖ ରେ ପଡ଼ି ପାଉଥିଲା ସୁନାର ରଙ୍ଗ। ଚାଲିଯିବ ତୁମେ ଖୋଲା ଆକାଶ କୁ, ଭସା ବଉଦର ଶିତଲତା ର ଅନୁଭବ ରେ , ମୋତେ ବନ୍ଦୀ କରି ତୁମ ସ୍ମୃତି କୋଠରୀର ଉଷ୍ମତାରେ। ସାଇତି ଥିବା ସ୍ମୃତି ପୁସ୍ତକ ସବୁର ପ୍ରତ୍ୟେକ ଫର୍ଦ୍ଦ ରେ ତୁମ ଶୀତଳ ଛୁଆଁ ର ଅନୁଭବ ରେ କେଜାଣି କେତେ ଦିନ ବିତେଇବାକୁ ପଡ଼ିବ ମୋତେ.........

-


22 APR AT 23:26

बताके अंधेरा सबको, सारे उजाले रखे हैं
चांद सितारे और,सारे सपने रखे हैं
दिन के थकान मिटाने, आराम की नींद रखे हैं
खुशी और आंसू के,एक कमरा रखे हैं..।।

-


21 APR AT 22:06

ଭାବନା

କହିବାକୁ ଅଛି କଥାର ସାଗର ଟିଏ। ଦୁଇ ପଦ ଲହରି ତାର, ତୁମ ଚଲାପଥର ଉଷ୍ଣ ବାଲୁକା ରେଣୁ ରେ ଶୀତଳତା ଭରିଦେଇପାରେ ହେଲେ ଦେଖାଇ ପାରେନା ତାର ଗଭୀରତା।
କେବେ ପାଖରେ ନୀରବରେ ଥରେ ବସି ଯାଅନା..। ଅବା କେବେ ଭାସିଆସ ଭରଷା ର ନୌକା ରେ ଭିତରକୁ। ଗୋଟି ଗୋଟି ଲହରିକୁ ଧର୍ଯ୍ୟ ନାହଁ ଯଦି ଆଲିଙ୍ଗନ କରିନିଅ ମୋର ଗଭୀରତା କୁ। ଶୀତ ଉଷ୍ମ ର ଯୁଗଳ ରେ, ବିଶ୍ୱାସ ଭରା ପବନ ରେ, ଉଚ୍ଚ ନୀଚ୍ଚ ମୋର ତରଙ୍ଗ ରେ ଆମେ ବାଣ୍ଟି ହୋଇଯିବା ଦୁହେଁ ଦୁହିଁଙ୍କ ପାଇଁ, ସବୁ ଜନ୍ମ ପାଇଁ..। ଲୁହ ତୁମର ହେଲେ ଆଖି ମୋର ଥିବ, ହସ ମୋର ହେଲେ ଓଠ ତୁମର ହେବ । ପୀଡ଼ା ତୁମର ହେଲେ ହୃଦୟ ମୋର ଥିବ , ଚିନ୍ତା ମୋର ହେଲେ ମଥା ତୁମ ଥିବ।
ଆସନା.. ବସି ଭାଗ କରିନେବା ଏମିତି ଆମ ଦୁନିଆ କୁ ଦୁହିଁଙ୍କୁ ଗୋଟିଏ କରି..।।

-


16 APR AT 23:58

कुछ भी

Aap hote kyun nahin aapne doston ke saath..,
Aaj main pakda Gaya aapko dhundte hue..।।

-


16 APR AT 21:12

कुछ भी

Sapno ke kamre mein Maine,
rajaee badal ke dekh liye hein...
Neend takiye ke Bina nahin aati ..।।

-


13 APR AT 21:07

.......ମାଗଣା କଥା.....
ସମୟ ର ଡାଳରେ ଇଚ୍ଛା ଓ ଆଶା ଗୁଡ଼ିକ ବାଦୁଡ଼ି ପରି ଓହଳି ଥାଆନ୍ତି । କେତେବେଳେ ବିବେକ କିବା ପରିସ୍ଥିତ ର ଛାଟ ରେ ଗଳିପଡ଼ି ପେଣ୍ଡୁ ସାଜି ଦାୟିତ୍ଵବୋଧତା ର ଲାତ ରେ ଗଡି ଯାଆନ୍ତି କାହିଁ କେଉଁ ଅନନ୍ତ ଦୂରକୁ। ଏ ସିମାହିନ ଆଶା ଓ ଆକାଂକ୍ଷା ର ପଥରେ କମା ଟିଏ ଆସିଲେ ମଣିଷ ହଡବଡ ହୋଇଯାଏ, ହେଲେ ତାର ଦୁନିଆରେ ପଡ଼ିଛି ଯେମିତି ପୂର୍ଣ୍ଣଚ୍ଛେଦ। କର୍ତ୍ତବ୍ୟ ର ପୂର୍ଣ୍ଣଚ୍ଛେଦ।
ସୀମା ହୋଇ ସେ ନିଜକୁ ଆବଦ୍ଧ କରିଛି ଲୌହ ପଞ୍ଜୁରୀ ରେ । ଚାରିପଟେ ସଂକୀର୍ଣ୍ଣ ରାସ୍ତା ଆଉ ପିଞ୍ଜରା ର ଲୌହ ଆଙ୍ଗୁଳି ଗୁଡ଼ିକ ସତେ ଯେପରି ସମାଜ ର ଆଙ୍ଗୁଳି, ବାନ୍ଧି ରଖିଛନ୍ତି ତାକୁ ଲଜ୍ଜା ଆଉ ଇଜ୍ଜତ ର ତାଗିଦ୍ ଦେଇ। କାହିଁ ,ନିଜ ଇଚ୍ଛା କୁ ବାସ୍ତବତା ର ରୂପ ଦେବାରେ କି ଟା ଦୌରାତ୍ମ୍ୟ ରହିଛି, ନା କାହାର ଖୁସି ରେ ପୂର୍ଣ୍ଣଚ୍ଛେଦ ପଡୁଛି। ହସମୁଖିଟା , ହ।ତବାନ୍ଧି ସମାଜର ହତିଆର ତାତି ରେ ମଉଳି ପଡ଼ିଛି। ଯେବେ କେବେ ସେ ଡାଳ ଟାକୁ କେହି ଦୋହଲାଇ ଦିଏ, ଇଚ୍ଛା ବାଦୁଡି ର ଚିଁ ଚି ଶବ୍ଦର ଭିଡରୁ ଜୋରରେ କହି ଉଠେ ଏ ସବୁ
'ମାଗଣା କଥା' ..........
Pc:-AR

-


8 APR AT 21:02

....କାହିଁକି ?

ତୁମେ ପଚାରିପାର କାହିଁକି..।
କାହିଁକି ମୁଁ ରହିଯାଏ ତୁମ ଆସିବାରେ, ପାଦ ଖୋଜେ ମେଳ ତୁମ ପାଦ ମେଳାରେ .।
କାହିଁକି କିଛି କ୍ଷଣ ତୁମ ଉପସ୍ଥିତି, ହୃଦ ମରୁରେ ସାଜେ ବର୍ଷା ର ଟୋପା ଟୋପା ପ୍ରୀତି..।
କାହିଁକି ନୟନ ର ସେହି ଚପଳା ସ୍ପର୍ଶରେ , ହୁଏ ଜୁଆରର ଅନୁଭବ ହୃଦ ତରଙ୍ଗରେ...।
କାହିଁକି ଦେଖୁଥାଏ ତୁମ ପ୍ରତିମା ବାର ବାର, ତୁମ ଛାୟାଚିତ୍ରେ ଭରିଯାଏ ନୟନ ମୋହର ....।
ଆଶା ନିରାଶା ର ମଞ୍ଜି ବୁଣି ମନର ଭୂମିରେ, ନୀଳେ ଆଶା ମେଘ ତୁମ ସମ୍ମତି ଅପେକ୍ଷାରେ .....।।
କାହିଁ ନେଇନାହିଁ ଅନୁମତି ଏ ସବୁ ପାଇଁକି.......
।।।।ତୁମେ ପଚାରିପାର କାହିଁକି ।।।।।

-


7 APR AT 19:22

Dosti

Kitne khushnaseeb honge woh Lamhein saare ...
Jab jab humein ek saath , paaye hein ..।।

-


6 APR AT 18:55

मैंने हर बार खुदको धोका दिया है..।

-


Fetching Suvendu Sekhar Quotes