ଶବଦ ସାଙ୍ଗେ ଖେଲୁଛେ ମୁଇଁ
NCD ସାଙ୍ଗେ ଖେଲମି
କବିତା ଲେଖୁଛେ ଏଖେନ
ରେଜିଷ୍ଟର ଧରି ଲେଖମି!
ମୋବଇଲ ଦେଖି ଦେଖି
କ୍ଲାସ କରୁଛେନ
ଆଖି ମୋର ଗଲାନ ଫୁଟି
ମୀଟିଙ୍ଗ ଯାଇ ଯାଇ ମରମି
Day celebrate କରି କରି କାନ୍ଦମୀ
ଘରକେ କେତେ ମୁଇ ଗଲିନ
କାଗଜ କଲମେ ନାଇ ତାର ହିସାବ
ସମୟ ଏନ୍ତା ହେବା ଯେ
ଛୁଆ ବି ପଚାରଵା,ଏ ନନି କି ଆମର
CHO ପୋଷ୍ଟ ନା କେ
ବ୍ୟବହାର ଏନ୍ତା ମିଲୁଛେ
ମୋହରା ଖାଇ ହାରମି ଜୀବନ
ଛାର ମୋର Qualification !!!
✍️ଲୁମିନା
-
Perk ପରି ଲମ୍ବି
Munch ପରି ରସକି
ଆଲୋ ମୋର Bigbabolly
ତୁ ତ ମୋର Cadbury bournville!
Snickers ଦେଇ ହ୍ୟାକର କଲୁ
Tic tac ମୋ ଦିଲ୍ ଟା
Dark chocolate ରୁ ହେଲି Milkybar
ଦେଖିଲି ଯେବେ ତୋ 5star ଚାଲିଟା !!
ଗେମ୍ ରଚିଲୁ Gems ପରି
Fuse ହେଲି ଲୋ ଗୋରୀ
Kitkat ପରି ହୃଦୟ ଖଣ୍ଡଖଣ୍ଡ
ଖୋଲିଲି ଯେବେ ତୋ Kinderjoy ଷ୍ଟୋରୀ !!!
✍️ଲୁମିନା
-
ନିରବ ଓଠର ନୀରବତାକୁ
ତୁମେ କି ପାରିଲ ମାପି,
କବିତାର ଶବ୍ଦ ଗୁଡିକୁ
ତୁମେ କି ପାରିଲ ବୁଝି,
ହସ ହସ ମୁହଁରେ
ଯେ କେତେ ଭାଙ୍ଗିଥିଲି
ତୁମେ ପାରିଲ କି ଆଙ୍କି,
ତେବେ କୁହ
ପକ୍ଷୀ ଉଡିଗଲେ
ବସା କାହାକୁ କରିବ ସାଥି !!!
✍️ଲୁମିନା
-
ଆଖି ପଲକରେ ମୋ
ଲୁହ ସଜାଇ,
ଆଙ୍କି ଦେଲ ତୁମେ ପ୍ରଶ୍ନ ସୂଚକ.....
ଉତ୍ତର ରଖିଛି ମୁଁ ଅନେକ ଅନେକ
ପୂର୍ଣ୍ଣଛେଦ କୁ ମୋର ଭୟ ବହୁତ!!!
-
ଲୁହରେ ଭିଜିଥିବା ତକିଆ
ଯନ୍ତ୍ରଣା ଦେଖିଥିବା ବିଛଣା
ଫର୍ଦ୍ଧ ଫର୍ଦ୍ଧ କରି କାହାଣୀ କୁହନ୍ତି
ବିତିଲା ସ୍ମୃତିକୁ କରି ସେ ଆପଣା!!!-
ଖସି ପଡ଼ିଥିବା
ଜହ୍ନର ପାଖୁଡା
ଅନ୍ଧକାର କୁ ଦୂର
ନକରି ପାରେ
କିନ୍ତୁ
ପ୍ରଶଂସାର ଉର୍ଦ୍ଧରେ ଥାଏ !!!-
ଜାଣିଛ,
ମୁଁ ଆଜି ମୋ ଆଇନା କୁ ପ୍ରଶ୍ନ କଲି
ଜାଣିଛ,
ମୁଁ ଆଜି ମୋ ଆଇନା କୁ ପ୍ରଶ୍ନ କଲି
କଷ୍ଟର ଜହର ଢ଼ୋକି ଢ଼ୋକି
ଲୁହର ନଦୀରେ ବୁଡି ରହି,
କେମିତି ଦେଖୁଛୁ ପୁଣି ନୂଆ ଆଲୋକ ତୁହି !!!
ପ୍ରତିଛବି ମୋର ଟିକେ ମୁରୁକି ହସିଲା
ଆଉ ଉତ୍ତର ରଖିଲା
ଭାଙ୍ଗିବ ଜାଣିବି କୁମ୍ଭାର ମୂର୍ତ୍ତି ଗଢିଥାଏ ଯେମିତି
ଦୂର ଆକାଶକୁ ପକ୍ଷୀ ଉଡ଼ିଥାଏ ଯେମିତି
ନିଆଁର ମଶିଣା ଉପରେ ଧୂଆଁର ଚଦର ଢାଙ୍କି
ମୁଁ ଶୋଇ ରହିଥାଏ ସେମିତି !!!
-Lumin
-
ରଙ୍ଗ ଭିଜା ତୁଳୀକୁ ଦେହେ ଲଗାଇ
ଆଙ୍କୁ ଥିଲି ଏକ ନୂଆ ଦିନଟା
ସହିକି ପାରିଲା ଖୁସି ଏ ଅମାନିଆ ମେଘଟା
ଧୋଇ ଦେଇ ରଙ୍ଗ ଭିଜାଇ ଦେଲା ମୋ ଦିନଟା !!!
-