Sulagna Mohanty   (Sulagna Speaks)
803 Followers · 165 Following

A teacher by profession, A storyteller by passion!!
Joined 13 May 2017


A teacher by profession, A storyteller by passion!!
Joined 13 May 2017
19 JAN 2024 AT 20:03

ଓଡ଼ିଆ ବାହାଘରରୁ ହଜି ଯାଉଥିବା କିଛି ଓଡ଼ିଆ ଶବ୍ଦ-

ନିର୍ବନ୍ଧ (ବଦଳରେ ମଂଗନି),
ମଙ୍ଗନ (ହଲଦି),
ବଉଳ ପାଟ (ସେଇଟା କଣ?),
ବରଯାତ୍ରୀ (ବାରାତ),
ଝିଅବିଦା (ବିଦାଇ)!!

-


8 FEB 2023 AT 11:11

#ମୋ_ଭାଷା

ମନେପଡେ ସେଇଦିନ ଯେତେବେଳେ ଇଡଲି, ଚଟନୀ ଥିଲା ଇଟିଲି ଆଉ ଚଟଣୀ, ସମୋସା ଥିଲା ସିଙ୍ଗଡା ଆଉ ଜଲେବି ଥିଲା ଜିଲାପି 🤔 #ସୁଲଗ୍ନା

-


22 JUN 2022 AT 8:07

Because tomorrow will be better
And
I will be at my best!!!

-


30 MAY 2022 AT 15:51

#ସାବିତ୍ରୀ_ବ୍ରତ

ଦୁଇବର୍ଷ ତଳେ ସୋସିଆଲ ମିଡ଼ିଆରେ ସାବିତ୍ରୀ ବ୍ରତକୁ ପେଟ୍ରିଆର୍କଲ୍ ଆଉ ମିସୋଜିନିଷ୍ଟିକ୍ କହି ଗାଳି ଦେଉଥିବା ଝିଅଟିର ନାଲି ଟୁକଟୁକ ସାଧବ ବୋହୁ ରୂପେ ପ୍ରଥମ ସାବିତ୍ରୀ ଓଷାରେ ଆଜି ସ୍ୱାମୀ ସହିତ ଉଠେଇଥିବା ପ୍ରେମ ଜରଜର ଲାଜୁଆ ଫଟୋ ଦେଖି ପାଟିରୁ ଖାଲି ବାହାରିଗଲା, “ମା’ ଲୋ | ସବୁବେଳେ ଏମିତି ଖୁସିରେ ଥା |”

-


1 APR 2022 AT 8:24

#ଆଶା #ସୁଲଗ୍ନା

ମା'ର କେବେ କିଛି ଅଲଗା ଆଶା ନ ଥାଏ | ଖାଲି ଗୋଟିଏ ଛୋଟ ଆଶା ଥାଏ ଯେ ତା' ପିଲା ତାକୁ ଟିକେ ଭଲପାଉ | ବନ୍ଦେ ଉତ୍କଳ ଜନନୀ ❤️🙏 #ସୁଲଗ୍ନା

-


2 MAR 2022 AT 10:13

ଗୋଟିଏ ପ୍ରଶ୍ନ

ୟୁକ୍ରେନକୁ ପଢିବାକୁ ଯାଇଥିବା ଭାରତୀୟ ପିଲାଙ୍କୁ ଥଟ୍ଟା କରୁଥିବା ଲୋକମାନେ ତାଙ୍କ ନିଜ ପିଲା ବା ନିଜ ପରିବାରର ପିଲା ସେଠିକି ପଢିବାକୁ ଯାଇ ଏମିତି ଯୁଦ୍ଧଭୂମିରେ ଫସି ରହିଥିଲେ ତାଙ୍କୁ ବି ଏମିତି ପରିହାସ କରିଥାନ୍ତେ କି? 🤔

-


31 JAN 2022 AT 18:25

#ଷ୍ଟ୍ରାଇକ #ସୁଲଗ୍ନା

ଅଫଲାଇନ ପରୀକ୍ଷା ଦେବାକୁ କହିଲେ +୨ ପିଲା କହୁଛନ୍ତି ଏତେ ପାଠ ପଢିବାକୁ ସମୟ ନାହିଁ | ଏହା ବିରୁଦ୍ଧରେ ସେମାନେ ଷ୍ଟ୍ରାଇକ୍ କରିବେ | ହେଲେ ଏବେ ଗୁଆଘିଅ ଉପରେ ଇନ୍ସଟା ରିଲ୍ସ କରିବାକୁ କହିଲେ ପିଲାଏ ଆମର ଦିନରାତି ଏକ୍ କରିଦେବେ |

-


6 DEC 2021 AT 19:07

#ଭଲ_ସ୍ବାମୀ 🧔🏻‍♂️ #ସୁଲଗ୍ନା

ଦୁନିଆର ସବୁଠୁ ଭଲ ସ୍ବାମୀଙ୍କର ଲକ୍ଷଣ |

ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡଭାଇ |
ଆମ୍ଭେ ଦେଖିଥିଲେ ସିନା "ଦିଅନ୍ତୁ ଘୋଡାଇ ||"

#ମାଣବସା_ଲକ୍ଷ୍ମୀପୁରାଣ_ଚର୍ଚ୍ଚା

-


23 JAN 2021 AT 19:43

New book coming soon 🥰

-


2 JUL 2020 AT 19:21

#ସୁନାବେଶ #ସୁଲଗ୍ନା ⭕️❗️⭕️

ମହଣ ମହଣ ସୁନାରେ ପୋତି ହେଇଥିବା ତିନି ଠାକୁରଙ୍କ ସୁନାବେଶ ଦେଖିବାକୁ ନିଜ ବଙ୍କା ଗୋଡରେ ଛୋଟେଇ ଛୋଟେଇ ରଥ ପାଖକୁ ଲାଗି ଆସିଲା ମଦନ | ବଙ୍କା ହାତରେ ଟିକେ ଛୁଇଁ ଦେଲା ରଥଟିକୁ | "ଦେଖ ସେ କେମ୍ପାକୁ" କହି ଦୁମ୍ କିନି ପୋଲିସର ପାହାର ବସିଲା ମଦନ ପିଠିରେ | ତଳେ ପଡିଗଲା ସେ | ନିଜ ଭଙ୍ଗା ଦେହ ଆଉ ଭଙ୍ଗା ମନକୁ ଉଠେଇ ରଥ ଉପରେ ବସିଥିବା କାଳିଆର ଅଧଗଢ଼ା ଶରୀର ଆଡକୁ ବିକଳରେ ଚାହିଁ ଗୋଡ ଘୋଷାରି ଘୋଷାରି ମଦନ ସେଠୁ ଚାଲିଗଲା | ତା'ପରଠୁ କାଳିଆର ମନଲୋଭା ହସ କାଇଁ କେଜାଣି ଭାରି କରୁଣ କରୁଣ ଦିଶୁଥିଲା!!! #ସୁଲଗ୍ନା

-


Fetching Sulagna Mohanty Quotes