ହସିବା ସିନା ମୋ ହାତ ରେ ଲୁହ ଦେବା ତ ତୁମ କାମ
-
ସମୟ ର ପାହାଚ ରେ ଆମେ ସିନା ଆଗକୁ ଆଗକୁ ବଢ଼ି ଚାଲନ୍ତି କିନ୍ତୁ କିଛି ଜିନିଷ ସେମିତି ଅଧା ରେ ସମୟ ସାଥିରେ ଆଗକୁ ନ ବଢ଼ି ଅଟକି ରହିଥାଏ
-
ଶୀର୍ଷକ - ପ୍ରେମ ହିଁ କେବଳମ୍
ଏ ଆଖି ସବୁ କିଛି ତାରି ଆଗରେ ତ ବ୍ୟକ୍ତ କରେ ଯେ ମନ କଥା ପଢି ପାରେ।
ଏ ମନ ସବୁ କିଛି ତା ଠାରୁ ହିଁ ତ ଗ୍ରହଣ କରିବା ପାଇଁ ଚାହେଁ ଯେ ଆଦରି ନେବାକୁ ଇଚ୍ଛା କରେ।
ଅଂଧ ପରି ବିଶ୍ବାସ କରି କେବଳ ତାକୁ ହିଁ ନିଜର କରିବା ପାଇଁ ଚାହେଁ।
କେବେ କେବେ ଲୁଚି ରହି ଖାଲି ତାରି ସ୍ୱପ୍ନ କୁ ଆଖିରେ ସଜେଇବା ପାଇଁ ଏ ମନ ଚାହେଁ।
ଖୁବ୍ ଦୂରରେ ରହି ବି ମନ କଥା ପଢିବାକୁ ଚାହେଁ।
କାହାଣୀ ତ କେବେ ଠାରୁ ଆରମ୍ଭ ହେଲାଣି,
ହେଲେ ନାୟକ ଆଉ ନାୟିକା କେହି ବି ପରିଚୟ ଦେଇନାହାନ୍ତି।
ବୋଧେ ହଜେଇ ଦେଇଛନ୍ତି ସେହି ଅଜଣା ସହର ରେ,
ଯୋଉଠି କିଏ ହଜିଲେ ଥରେ ଆଉ ମିଳେନି।
ନା ଖୋଜିବାକୁ ବି ଚେଷ୍ଟା କରୁନି, ଶୁଣିଛି ପରା, ଭାଗ୍ୟ ଯୋଗ କରିଦିଏ ସଭିଙ୍କୁ।।
ନାମ - ସୁହାସିନି ପଟ୍ଟନାୟକ
ଜିଲ୍ଲା - କେନ୍ଦୁଝର
-
ଗୋଟେ କୁନି କାହାଣୀ... ଚାରି କାନ୍ଥ ରେ ବନ୍ଦ ହେଇ ରହିଥିବା ସଜା କଣ୍ଢେଇ ଟିଏ ପରି, ସରଳ ମନ ସାଥୀ କୁ ତାର, କଳ କଳ ନଇ ପରି କଥା, ହସ ନା ବର୍ଣନା କରିଲେ ନଜର ଲାଗିଯିବ ଯେ...
ହେଲେ ହସିବା ଆଗରୁ ବାରମ୍ବାର ଭାବି ବସେ, ବୋଧେ ଲୁହ ତାର ଆଖି ଧାର ରେ ଢେଉ ବାଢୁ ଥାଏ ଯେମିତି...
ଆଉ ନିଜ କଥା ଭାବିବା ଆଗରୁ କେବଳ ସେ ଅନ୍ୟ ମାନଙ୍କ କଥା ହିଁ ଭାବେ, ସେ କିଏ?
ଏମିତି କିଏ ଅଛି ଯେ,
"ଯେ ନିଜ କଥା ଆଗରୁ ଅନ୍ୟ କଥା ଭାବେ",
ନାହିଁ ନା? ,
ସେଇଥି ପାଇଁ ତ କହିଲି, ସେ କଣ୍ଢେଇ ଟିଏ... ❤️-
ଯିଏ ଛୋଟ ଛୋଟ କଥାରେ ଖୁସି ହେଇ ପାରୁଛି ସେ ଛୋଟ ଛୋଟ କଥା ରେ ବି ଦୁଃଖୀ ହେଇ ପାରେ, ହେଲେ ଏହି ସ୍ୱାର୍ଥପର ଦୁନିଆ ପରା ରେ ଭାଇ.. ସମସ୍ତେ ନିଜ ସ୍ଵାର୍ଥ ପୁରା ହେବା ଯାଏ, ସାଥୀ ହେଇ ରହି ଥାନ୍ତି...
-
ପଖାଳ ଦିବସ ର ଶୁଭେଚ୍ଛା 🙏 😄❤️
ତୁମେ ଏମିତି ଏକ ପ୍ରିୟ ଖାଦ୍ୟ ସାର ଓଡ଼ିଆ ଙ୍କ ପାଇଁ, ଯାହାକୁ ଯେତେ ଖାଇଲେ ବି ମନ କେବେ ମନା କରେନାହିଁ..
ଯାହାକୁ ଚାହିଁଦେଲେ ତ ପେଟ ପୂରିଯାଏ, ଖାଇବା ତ ଦୂରର କଥା...
କିଏ ଆଖି ଆଗରେ ଖାଇବାକୁ ବସିଗଲେ, ନିଜେ ଯାଇ ସେଠି ବସି ଗୁଡ଼ାଏ ନ ଖାଇବା ଯାଏ ମନକୁ ଶାନ୍ତି ମିଳେ ନାହିଁ...
କଣ ଯାଦୁ ଅଛି କେଜାଣି, ତା ବାସନା ରେ ବି ପେଟ ଅଧା ପୂରିଯାଏ...
ପଖାଳ କଂସା ସାଙ୍ଗକୁ ବଢି ଚୁରା, ଆଉ ଶାଗ ଭଜା ହେଲେ ଯୋଡି ତାର ବନିଯାଏ....
ସମ୍ପୂର୍ଣ୍ଣ ଓଡ଼ିଆ ଘର ର ବଡ ଭୋଜି ହେଇଯାଏ, ଆମ ପଖାଳ ଭାତ....
ତାକୁ ଖାଇ ଦେଲେ ଆଖିରେ ଆଖିଏ ନିଦ, ସପନ ଆସେ ଆଖିରେ ଆଖିଏ...
ଯେତେ କହିଲେ ତା କଥା ସରେନି, ଯେତେ ଖାଇଲେ ବି ମନ ଭରେନି... ❤️
ଇତି, ପଖାଳ ପ୍ରେମୀ.. 😂-
ସେ ନଇ ଆରପାରି କନକ ଗୋରୀ,
କଥାରେ କଥାରେ କରେ ମନ କୁ ଚୋରି।
ଫଗୁଣ ରଙ୍ଗ ରେ ରଙ୍ଗେଇ ହେଇ,
ରଙ୍ଗ ଖେଳି ହୁଏ କେତେ ଫୁଲେଇ।
ମୋ ଦେହରେ ଟିକେ ରଙ୍ଗ ଲଗେଇ ଦେଇ,
ହସି ହସି ଯାଏ ଟିକେ ଲାଜେଇ।
ଦେହର ବାସନା ତାର ଫୁଲ ପରିକା,
ସାଜିଛି ସେ ମୋ ମନ ମରୀଚିକା।
ବରଷକୁ ଥରେ ଏହି ଦିନକୁ ଚାହିଁ,
ଦୁଇଦିନ ଆଗରୁ ଆଖିରେ ମୋର ନିଦ ତ ନାହିଁ।
ତା ହାତରୁ ରଙ୍ଗ ର ଛୁଆଁ ପାଇ,
ଲାଗେ, ଜୀବନ ମୋ ଯେମିତି ଗଲା ରଙ୍ଗେଇ।
ଫଗୁ ର ରଙ୍ଗ ତୋ ଆଗେ ଅଳ୍ପ,
କଥାକୁହା ଆଖି ତୋରା କହେ କେତେ ଯେ ଗଳ୍ପ।
ତୋର ଆଖିର କାହାଣୀ ପଢିବା ପାଇଁ,
ଦୂର ଗାଁ ରୁ ମୁଁ ଆସିଛି ଧାଇଁ।
ଗୋରା ଦେହ ତୋର ରଙ୍ଗରେ ଭିଜି,
ଲାଗୁଚି ଏମିତି ଆସିବୁ ମୋ ରାଣୀ ସାଜି।
କାହାଣୀ କହିଲେ ସରିବ ନାହିଁ,
ଭଲ ହେବ ମୋ ମନେ ଦେବି ଲୁଚେଇ।
-
ନାରୀ ନୂହେଁ କେବେ ଅବଳା ଦୁର୍ବଳା,
ସେ ସମାଜ ରେ ଆଗ ପରି,
ସବୁ ଦୁଃଖ କଷ୍ଟ ଛାତି ରେ ଚାପି ସେ,
ଆଗକୁ ବଢୁଚି ପରିବାର ସାଥେ ଧରି।
ନାରୀ ରୂପେ ଆମ ଦେବୀ କୁ ଦେଖନ୍ତି,
କେହିନୂହେଁ ଆମ ମା,
ସାରା ଜୀବନ ତା ଉତ୍ସର୍ଗ କରେ ସେ,
ଆମକୁ ହେଇ ସାହା।
କେତେ ରୂପେ ନାରୀ ସମାଜ ଆଗରେ,
ନିଜକୁ ଦେଖାଇ ଥାଏ,
ମିଠା କଥା କହି ମିଠା ଗୀତ ଗାଇ,
ସଭିଙ୍କୁ ଆଦରି ନିଏ।
Happy women's day ❤️ 🙏🏻-
ବୋତାମ
ଆରମ୍ଭ ତୁମର କେଉଁ ଅତୀତରୁ କାହାକୁ ନାହିଁ ଜଣା,
ହେଲେ ତୁମେହେଲ ସଭିଙ୍କ ନିଜର ସଭିଙ୍କ ଆପଣା।
ଯୋଡିଦିଅ ତୁମେ ଦୁଇ କପଡା କୁ
ଆଣିଦିଅ କେତେ ଖୁସି,
ବୋତାମ ଦିଆସେ ସୁନ୍ଦର ଲୁଗା କୁ ପିନ୍ଧିଦିଏ ମୁଁ ହସି।
ଅନ୍ୟକୁ ସଜାଡି ସୁନ୍ଦର କରିବାରେ ତୁମେ ଆଗୁଆ,
ସଜେଇ ସଜେଇ ସାଜ ସଜା ପାଇଁ ତୁମେ ବାଗିଆ।
ଦୁଇ ଖଣ୍ଡ କପଡା ର ଏକାଠି କରି କି,
ଯୋଡି ଦିଅ ତୁମେ ଦୁଇ ଭାଗ।
ନିର୍ଜୀବ ହେଇବି ସଜୀବ ପରିକା,
ସବୁ କାମ କରି ଚାଲ।
ଯୋଉଠି ଯେମିତି ଯିଏ ଯେଉଁପରି,
ଲାଗିବ ତାକୁ ଭଲ।
କେବେ ରଙ୍ଗ ରଙ୍ଗା କେବେ ଧଳା,
ଭିନ୍ନ ଭିନ୍ନ ତୁମ ବେଶ।
ଛୋଟ କଣା ରେ ଭରି ହେଇ ତୁମେ,
ନିଜ ସ୍ଥାନେ ସଦା ବସ।-