କହିଦେଲେ କାଳେ ପ୍ରୀତି ସରିଯିବ କଥା ରହିଯିବ ଅଧା
ସ୍ମୃତି ଫରୁଆ ର ବନ୍ଦ କୋଠରୀରେ ପ୍ରେମରେ ମିଳିବ ସଜା ll
ନିଆଁ ଲାଗିଯିବ ହୃଦୟ ଜଳିବ, ଜଳିବ ସପନ ଯେତେ
ଦହନ ଜ୍ଵଳନ ଛାତିର ସ୍ପନ୍ଦନ ଗୁମୁରି କାନ୍ଦିବ ସେତେ ll
ମନ ପୋଡୁଥିବ ଛାତି ଜଳୁଥିବ ଅଦେଖା ସେ ଜୁଇ ତଳେ
ଜଳି ମରୁ ଥିବ ବାକି ଜୀବନଟା ବିନା ପାଉଁଶର ମେଳେ ll-
ନୂତନ ବର୍ଷ
ଖାଲି ମିଛ ପ୍ରହସନ
ମନେ ପଡେ ବନ୍ଧୁ ମିଳନ
ମାଂସ ଭୋଜି
ମଦୁଆ ସାଥୀ
ଯେତେ ସବୁ ଫାଲତୁ ଦୁର୍ଘଟଣା ll-
ତମେ କ 'ଣ ଭାବୁଛ....???
ପୁରୁଣା ଦିନ ସବୁ
ଭୁଲି ହୋଇଯିବ ବର୍ଷ ଶେଷରେ..!!!
ନୂଆ ବର୍ଷର ଆରମ୍ଭରେ.. ନୂଆ ଦିନରେ
ଲୁଚି ଯିବ ପୁରୁଣା ଦିନ ସବୁ....
ଜମା ନୂହେଁ...
ତୁମ ଭାବନା କୁ ଭୁଲ୍ କରି
ସେସବୁ ମନେ ପଡିବ ବାରମ୍ଵାର ll
ଚହଲା ହୃଦୟକୁ ବତୁରାଇ
ବୁହାଇ ବ ଯେତେ ଯେତେ
ସାଇତା ଲୁହ ସବୁ ଏ ଆଖିରୁ..
ଥରାଇବ ନିଶ୍ଚଳ ଓଠ କୁ ଥର ଥର କରି
ଥକି ଯାଇଥିବା ପାଦକୁ ଆଗକୁ ପାହୁଣ୍ଡେ ଚାଲିବାକୁ
ବଳ ଜୁଟାଉ ଥିବ ଦୁଇ ପାଦ...
ଏଣେତେଣେ ବୁଣା ବିଞ୍ଚl
ଶବ୍ଦ ସବୁକୁ ସାଉଁଟି ସାହସ ବାନ୍ଧୁଥିବ ଲେଖନୀ
ଗୋଟେ ଦୀର୍ଘ କବିତା ଲେଖିବା ପାଇଁ.. Il-
ବର୍ଷ ତ ସରି ଆସିଲାଣି
ତଥାପି ଏ ମନ କ 'ଣ ମରିଚି...
ସେମିତି ସତେଜ ଆଉ ଜୀବନ୍ତ
ଏବେ ବି ଅଛି...
ଯେମିତି ସେଇ ପ୍ରଥମ ଦେଖାର ଉନ୍ମାଦନା
ସଜ ପାଖୁଡା ର ସଜ ପରସ୍ତ ଭାବନା
ସ୍ଵପ୍ନ ମଖା ସ୍ମୃତି ସବୁ ବର୍ତ୍ତମାନ ଆନ ମନା... Il-
ଇଚ୍ଛା ଯଦି ନ ହୁଅନ୍ତା...
ଏମିତି ବନ୍ଦ କବର ଭିତରେ
ବନ୍ଦୀ ସାରା ଜୀବନ
ଆଉ.. ତୁମ ପ୍ରେମର ମୁକ୍ତି
ଚାହିଁ ନ ଥାନ୍ତା... 💜-
ତୋ କଣ୍ଢେଇ ରାଜା ଆଉ ମୋ କଣ୍ଢେଇ ରାଣୀ
ତୋର ପାଲିଙ୍କି ଆଉ ମୋର ସବାରୀ
ବାଲି ଭାତ.. ଶାଗ ତରକାରୀ... ପାଣି ଖିରି
ସବୁ ତ ଥଣ୍ଡା ହେଲାଣି...
କାଇଁ ଗାଁ ମୁଣ୍ଡରେ ରୋଷଣୀ ତ ଦେଖା ଯାଉନି..
ବାଇଦ ତ.. ଶୁଭୁନି..!!
ସତ କହିଲୁ.... ଆସୁଛୁ ତ..!!!
ନା କଥା ଦେଇ କଥା ଅଧାରେ....-
ଟେବୁଲ୍ ଉପରେ ଚା 'କପ୍
ତା ପାଖରେ ଡାଏରୀ
ଆଉ ଡାଏରୀ ଭିତରେ ସାଏରୀ
ରୋମନ୍ଥିତ ହୁଏ ସ୍ମୃତି
କିଛି ହାଲକା ଖୁସି...
କେଇ ଟୋପା ଓଦା ଲୁହ
କିଛିଟା ଶୁଖିଲା ଗୋଲାପ ପାଖୁଡ଼l..
କପ୍ ରୁ ବି ଚା' ସରି ଯାଇଥାଏ
ଆଉ ଡାଏରୀ ବି ବନ୍ଦ୍...
ଅଫିସ୍ ଟାଇମ୍ ହେଲାଣି ଯେ.. 😊-
ସ୍ୱପ୍ନ ସବୁ ଧସି ଗଲା ପରେ
ନିଜ ଠୁ ନିଜକୁ ଦୁରେଇ ଦେଇ
ପାଦ ପଡେ ଅର୍ଥ ହୀନ ଭୂମି ପରେ
ନା ଥାଏ ଆରମ୍ଭ ନା ଥାଏ... ଅନ୍ତ ll
ଇତିହାସ ର ପୃଷ୍ଠା କୁ ଓଲଟେଇଲା ପରି
ହାତ ଯାଇ ପହଞ୍ଚି ଯାଏ ଛାତି ପରେ
ଏତେ ଓଦା ଯେ...
ପାପୁଲି ସାଉଁଟି ଆଣେ ଖଣ୍ଡ ଖଣ୍ଡ ରକ୍ତ ସବୁ...
ଓଃ.. କି ଯନ୍ତ୍ରଣା ଏ ଆଖିରେ
ଲୁହର ସମୁଦ୍ର ପିଟି ହୋଇ...
ପାଣି ଖିଆ ପଲସ୍ତରା ପରି
ବୁନ୍ଦା ବୁନ୍ଦା ରକ୍ତରେ ପାଦ ତଳ ମାଟି ଭିଜୁଛି
ଖୁନ୍ଦା ଖୁନ୍ଦି ମନ ଖାଲି ଯେ....
ବିଦାୟକାଳୀନ ଆୟୁଷ ଆଉ ଆୟୁଷ ଚାହେଁନି
ଚାହେଁ ଖାଲି ନୀରବ ଆତ୍ମହତ୍ୟା ll-
ଚହଲା ସେ ନଈ ତୁଠ, ତୁଠ ପଥରରେ
କଅଁଳ ତା 'ପାଦକୁ ବାରମ୍ବାର ଘସି
କାଶତଣ୍ଡୀ...
ପରଖୁ ଥିଲା ତା' ଗୋରା ପାଦର ତୋଫା ପଣକୁ ll
ଗହମ ରଙ୍ଗର ପାଦ ଆଉ ତା ସବୁଜ ରଙ୍ଗର ମନ କୁ
ବୁଝିବାରେ ମଗ୍ନ ଥିଲା ନଈର ସେ ଚହଲା ପାଣି ll
କହି ପାରୁ ନ ଥିବା ଭାବ ଆଉ ହଜାଇ ପାରୁ ନ ଥିବା ଆବେଗ କୁ
ଛାତି ରେ ଜାକି ଧରି ନୀରବି ଯାଇ ଥିଲା ନଇ ll
ସେ ଜାଣି ଥିଲା ପାଟି ଫିଟିଲେ କାଶତଣ୍ଡୀ ର ଗୋରା ପାଦ
ଆଉ କେବେ ପଡିବନି ତା' ଛାତିରେ....
ଛାତି ଆଉ କମ୍ପି ବନି ଯନ୍ତ୍ରଣାରେ...
ଝରି ବନି ଲୁହ ତା' ଆଖିରୁ ଝର ଝର
ପଥର ପାଲଟି ଯିବ... ତୁଠ ପଥର ପରି.... ସେ ନିଜେ ll
ଅଳସି ସେ କାଶତଣ୍ଡୀ ଏମିତି ଅଳସ ଭାଙ୍ଗୁ ଥାଉ ନିତି ନିତି ନଇ କୋଳେ..
ତା 'ର ଅଳସ ପଣରେ ଆୟୁଷ ବଢ଼ୁ ଥାଉ ମୃତ ନଈର ll-
ପ୍ରଣାମ ଘେନ ଆହେ ପୂଜ୍ଯ ଗୁରୁ
ଭକ୍ତିର ମଧୁ ଏ ହୃଦରୁ ଝରୁ ll
ଢ଼ାଳି ଦିଅ ଆଶିଷ ତୁମ୍ଭ ଅନ୍ତରୁ
ଲଭି ଲଂଘି ଯିବ ଅଜ୍ଞାନ ଅନ୍ଧାରୁ ll
ତବ ଦିଗ୍ଦର୍ଶନ ତବ ସନ୍ଦେଶ
ଜୀବନ ପଥକୁ କରେ ଆଲୋକିତ ll
ଅସୀମ ଅମାପ ଜ୍ଞାନରେ ଭରି
ଏ ଭବ ସାଗର ଯିବି ମୁଁ ତରି ll
ଜ୍ଞାନର ଆଲୋକେ ପ୍ରଦୀପ ଜାଳି
ଏ ସାରା ଜଗତ ହେବ ପ୍ରସାରି ll
ତବ ଶ୍ରୀଚରଣେ ନିଜକୁ ଢ଼ାଳି
ଜ୍ଞାନ ଭକ୍ତି ରସ ମନରେ ଭରି ll-