ଏଠି ରାତି କାହାର
କଳଙ୍କିତ ଜହ୍ନର
ନା
ତୁମ ପ୍ରତାରିତ ପ୍ରେମର ?
-
କାହାଣୀ ଟିଏ ହେଇ ଯାଆନ୍ତି କି ମୁଁ ,
କେବେ ସତ
କେବେ ମିଛର ଓଢ଼ଣା ଟାଣି ।
ସବୁ ଫଗୁଣ ଫେରେନା
କିଛି ଲୁଚି ଯାଏ,
ହୃଦୟରେ ହସ୍ତାକ୍ଷର ହେଇ
ଶ୍ରାବଣ ବାଟ ଚାହିଁ ।-
ପେପର୍ ନୋଟ୍ ଟି ହାତେ ଦେଇଥିଲ
"ୱିଲ୍ ମିସ୍ ୟୁ" କହି
କେତେ ଶୀତ ଯାଇ,
ପୁଣି
ଏପ୍ରିଲ୍ ଫେରିଛି,
ଖରା ଦିନ ଛୁଟି ନେଇ ।।-
ଝରକା ସେପାଖେ ଝରୁଥିଲା
ଅଦିନ ମେଘ,
ଏପାଖେ
ଅତୀତର ପାଣି ପାଗ
ତୁମେ,
ଆଉ କଲେଜ୍ ଛକ !-
କିଛି ପ୍ରତୀକ୍ଷାର
ନାହିଁ ଠିକଣା
ଠିକ୍ ସେ,
ଗାଁ ମୁଣ୍ଡ ଶେଷ କୋଠାଘର
ଝରା ଶେଫାଳିର ବାସ୍ନା ।
-
ଅତୀତର ଦୁଷ୍ଟାମି
କିଛି ଲୁଚି ରହିଛି
ଧୂସୁରିଆ ରଫ୍ ଖାତା ପୃଷ୍ଠାରେ ..
ଯୌବନର ସନ୍ଧ୍ୟା
ଆଜି ଏକାକି ହଜିଛି
ମାଇଲ୍ ଖୁଣ୍ଟ ,
ଷ୍ଟ୍ରୀଟ୍ ଲାଇଟ୍ ରାସ୍ତାରେ ...
-
ଅମାନିଆ
ଏ ବର୍ଷା ଛିଟା
କେବେ ଭିଜାଏ , କେବେ ଜଳାଏ
ତୋ ପରି
ଅଢେ଼ଇ ଦିନିଆ !-
ସିଗାରେଟ ଧୂଆଁ ବି
ଠିକ୍ ତୁମ ପ୍ରେମ ପରି ଲାଗେ ନିଜର
କୁହୁଳି କୁହୁଳି ହୁଏ ଅଙ୍ଗାର !
-