Subrat Balaya Jena   (Subrat Balaya Jena)
21 Followers · 21 Following

Joined 15 June 2018


Joined 15 June 2018
18 SEP 2023 AT 19:24

ତୁମ ପାଇଁ ପଦେ: କହିବାକୁ ଥାଏ ଅନେକ କଥା

ତୁମେ ମତେ ବଦମାସ୍ କହିପାର
କହିପାର ଲଫଙ୍ଗା ଅବା ଏକ ପାଗଳ
କିନ୍ତୁ ପ୍ରତିଥର ଦେଖା ହେଲେ ତୁମ ସହ
କାଇଁ କେଜାଣି ମନ ହେଇଯାଏ ଆତୁଳ
ଅପେକ୍ଷାର ଅନ୍ତରାଳ ଯେବେ ବଢ଼ିଥାଏ
ମନ ମୋର ହେଇଯାଏ ଅଶାନ୍ତ ଅସ୍ଥିର
ପୁଣି ଚେହେରାରେ ତୁମ ପଦ୍ମ ଫୁଟା ହସ
ଦେଇ ଯାଏ ସବୁ ପ୍ରଶ୍ନର ଉତ୍ତର ସରଳ ।

~ସୁବ୍ରତ ବଳୟ ଜେନା

-


12 SEP 2023 AT 20:50

साजिशें रची जा रहीं हैं
हमें महफ़िलों से निकालने के लिए,
एक दिन चले जाएंगे सबको छोड़कर
महफ़िल सजाए जाएंगे हमें देखने के लिए ।

-


9 SEP 2023 AT 19:02

ତୁମ ପାଇଁ ପଦେ

ଚାହିଁ ରହିବାକୁ ଇଚ୍ଛା ହୁଏ ସେମିତି
ଚେହେରାକୁ ତୁମ ମନ ଭରି
ଅଟକି ଯାଏ ଆପେ ପାଦ ମୋର
ପାରେ ନାହିଁ ଆଉ ଆଗକୁ ବଢ଼ି 

ଭାବେ କହିଦେବି ମନ କଥା ଖୋଲି
କେବେ ଦିନେ ଦେଖାହେଲେ ଏକାନ୍ତରେ
ପୁଣି ଫେରି ଆସେ ଅଧା ବାଟ ଯାଇ
ପାରେ ନାହିଁ ପ୍ରଥମ ପାହାଚ ଚଢ଼ି ।

-


8 SEP 2023 AT 3:56

ତୁମ ପାଇଁ ପଦେ

ଜାଣିଛ ! 
ତୁମେ ସିନା କହିଗଲ 
କଥା ଅସରନ୍ତି
ମୃଗ ନୟନରେ ଦେଇ 
ଚୋରା ଚାହାଣୀର ଗାର 
ଭାବେ ସାରା ରାତି ବସି
କେବେ କହିବ ତୁମେ
ତୁମ ଗୋଲାପୀ ଓଠରେ 
ଏଇ ମନ କଥାର ସାର ।

ପୁଣି କାଲିର ଦେଖା ପାଇଁ
ଖୋଜିବୁଲେ କେତେ ବାହାନା
କେବେ ବନ୍ଧୁ କେବେ ମନ୍ଦିର
କେବେ ପୁଣି ସଙ୍ଗୀତର ମୂର୍ଚ୍ଛନା ।


~ସୁବ୍ରତ ବଳୟ ଜେନା

-


9 AUG 2023 AT 7:48


खोए हुए भी मिल जाएंगे,
बागों में फूल भी खिल जाएंगे,
आप बस हसते रहिए
दोस्त खुश हो जाएंगे
और दुश्मन जल जाएंगे |

-


6 AUG 2023 AT 10:43

इस सावन ने आज हम पर एक एहसान किया
संग अपने हमारे पिया को लेकर आ गया
बंजर सा पड़ा था दिल की ज़मीन बरसों से
अपनी बूँदों से दोनों को ही भीगा दिया ।

-


22 JUL 2023 AT 21:52

ତୁମ ପାଇଁ ପଦେ

ଦିଗହରା ପଥିକଟେ ଥିଲି ମୁଁ
ଥିଲି ବାଟୋଇ ଏକ ଅଜଣା ବାଟର,
ପ୍ରଥମ ଥର ଦେଖା ହେଲା ଦିନେ
ଦେଖା ହେଲା ତୁମ ସହ ନିରନ୍ତର |
ମୁରୁକି ହସ ସାଙ୍ଗକୁ ମନ ଚୋରା ଚାହାଣୀ
ପ୍ରଶ୍ନ ଉଙ୍କିଥିଲା ମନେ ଥରକୁ ଥର
କଥା ହେଇଥିଲ ଯେବେ ପାଖକୁ ଡାକି
ଆପେ ପାଇଗଲି ସବୁ ପ୍ରଶ୍ନର ଉତ୍ତର ||

-


21 JUL 2023 AT 22:34


ତୁମ ପାଇଁ ପଦେ

ଥଟ୍ଟା ମଜ଼ାରେ କଥା ହଉ ହଉ
କଥାଟି ଆଗକୁ ବଢ଼ିଥିଲା,
ମନର କଥା ଗୁଡ଼ା ଧୀରେ ଧୀରେ
ଓଠ ସନ୍ଧିରେ ପଡ଼ିଥିଲା,
ଥିଲି ମୁଁ ଅଜଣା ଅଚିହ୍ନା ବାଟୋଇ
ତୁମ ଠାରୁ ବହୁ ଦୂରରେ
ନାଇଁ ନାଇଁ କହି ପୁଣି ଦିନେ
ସମ୍ପର୍କ ନୂଆ ଏକ ଗଢ଼ିଥିଲା ||

-


29 MAY 2023 AT 22:57

-------

-


29 MAY 2023 AT 22:55

-------

-


Fetching Subrat Balaya Jena Quotes