ମନେ ଅଛି ଗୋଟେ ଦିନ ସନ୍ଧ୍ୟାରେ ମୋ ମେଜ୍ ଉପରେ ବସି ବସି ...
ଗୋପନୀୟ ଭାବେ ମୋତେ ଦେଖିବା ପାଇଁ ତୁମର ସେ ଅବ୍ୟର୍ଥ ପ୍ରୟାସ ...
ତୁମ ଆଖି କହୁଥିବା ସେ ଅକୁହା କଥା କୁ ବୁଝିବା ପାଇଁ ମୋ ଆଖି ର ସେଇ ଅସମର୍ଥ ଚେଷ୍ଟା ...
ମନେ ଅଛି ସେଦିନ ପିନ୍ଧିଥିବା ତୁମର ସେଇ କନିଆରୀ ରଙ୍ଗ ର ସାର୍ଟ ... ଆଜି ଯାଏ କହିନି ମୁଁ ... ତୁମ ଉପରେ ସେଇ ରଙ୍ଗ ଟା କେତେ ଯେ ସୁନ୍ଦର ଲାଗେ ...
ମନେ ଅଛି ସେଦିନ ମୁଁ କହିବା ସମୟ ରେ ଧୀରେ ଧୀରେ ନଇଁ ଯାଉଥିବା ତୁମର ସେଇ ଲାଜକୁଳା ଆଖି ...ଯାହାକୁ ମନ ଭରି ଦେଖିବା ପାଇଁ କେଜାଣି କେବେଠୁ ମୁଁ ଅପେକ୍ଷା ରେ ଥିଲି ...
ମନେ ଅଛି ସେଦିନ ତୁମେ କିଛି କହିବା ଆଗରୁ ଥରୁଥିବା ତୁମର ସେଇ ଗୋଲାପି ଓଠ ...କିଛି ଗୋଟେ କହିବ ତୁମେ ଏଇ ଅପେକ୍ଷା ରେ ମୋ ସନ୍ଧ୍ୟା ସରିଗଲା ...
ମନେ ଅଛି ସେଦିନ ସନ୍ଧ୍ୟା ର ସେଇ ମୁହୂର୍ତ୍ତ ଯେତେ ବେଳେ ଆଖି ସହ ଆଖି ମିଶିଥିଲା ଆଉ ତତ୍କ୍ଷଣାତ ତୁମେ ହସିକି ମୁହଁ ବୁଲେଇ ଦେଇଥିଲ ...
ମନେ ଅଛି ସେଦିନ ମୋ ହାତ ପାଖରେ ଥିବା ସେଇ ଦିଆସିଲ ର ଖାଲି ଖୋଳ ...ନିଜ ପକେଟ ରୁ କଲମ ଟିଏ କାଢି ତା ଉପରେ ଆଙ୍କିଥିବା ତୁମର ସେଇ ସୁନ୍ଦର ଗଛ ର ସ୍କେଚ୍ ...
ଜାଣିଛି ତୁମେ ଚାଲିଯାଇଛ ...
ମୋର ସବୁ ପ୍ରଶ୍ନ ର ଉତ୍ତର କୁ ଅଧା ରଖିଦେଇ ...
କିନ୍ତୁ ଥରେ ଆସି ଦେଖ ...
ସେ ଗଛ ରେ ଆଜି ଫୁଲ ଟିଏ ହୋଇଛି ...
ଆସିକି ଦେଖ ... ସେ ଗଛରେ ଆଜି ଫୁଲ ଟିଏ ହୋଇଛି ...
-