ଶ୍ରାବଣ ଧାରା ପରି ସ୍ମୃତି ତୁମ ,
ଭେଦି ଏ ଜୀର୍ଣ୍ଣ ମନ ରେ,
କ୍ଷୁର୍ଣ୍ଣ କରେ ରାତି ର ଶୂନ୍ୟତା
ଅସଂଖ୍ୟ ଆକାଂକ୍ଷା ର ଅଙ୍କୁରୋଦ୍ଗମ ରେ-
ଫଗୁଣ ର ରଙ୍ଗ ଲିଭି ଯିବାକୁ
ଅପେକ୍ଷା କରେନି ତ ଶ୍ରାବଣ ଧାରା କୁ
ପ୍ରତିଶୃତି ଯେତେ ପାସୋରି ଦବାକୁ,
ଜଗନ୍ତା କେ କାଇଁ ଭଲା କାଳାନ୍ତର କୁ-
अपनी मां बाप की वो पहली औलाद थी
किसकी दूसरी मोहब्बत बन
गुजरा कैसे कर सकती थी-
तुम केबल पसंद नहीं, प्रेम हो,
तुम,
कोई संयोग नहीं,,
मेरे द्वारा लिए गए निर्णय हो-
दूसरी मोहब्बत में लगी चोट का दर्द ज्यादा होता हैं,
पहले से जख्मी जगह पे दोबारा जो लगती हैं-
ଯେବେଠୁ ସେ ନାଉ ଗଛ ଟା କିଏ ଉପାଡ଼ି ଦେଇଛି,
ମନେ ପଡ଼ିବା ଆଗରୁ ମାମୁ ଘର ଗାଁ ରାସ୍ତା ଟା କେତେ ବେଳେ ପାର ହେଇଯାଉଚି,-
କିତ୍ନୁ ଏବେ ଯଦି କିଏ କୁହେ, ସେ ଶ୍ରେଣୀ ଗୃହ କୁ ଫେରି ବନ୍ଧୂପାଇଁ ପତ୍ର ଟିଏ ଲେଖିବାକୁ, ମୁଁ ଲେଖନ୍ତି ମୋ ପିଲାବେଳ ର ପ୍ରେମିକା ଅଥବା ବାନ୍ଧବୀ ଯାହାବି ପ୍ରଯ୍ୟୁଜ୍ୟ ହେବ। ଅନୁରୋଧ ର ପତ୍ର। ମୋ ପ୍ରିୟା ବ୍ୟବହାର ରେ ତାକୁ ଲାଗିଥିବା ଦୁଃଖ ପାଇଁ। ଅନୁରୋଧ ତା ଆଶଙ୍କା କୁ ବୁଝିଯିବା ପାଇଁ କରିବାକୁ। ଏତିକି କହି ପାରିବି ନିରୀହ ସେ , ଆଉ ନାରୀ ବି, ଦ୍ୱେଷ ନାହିଁ , କିନ୍ତୁ ସ୍ବାମୀ ପାଇଁ, ସଙ୍ଗିନୀ ସେ ଶଙ୍କା ର ଆଉ କ୍ଷମା ଟିକକ କି, ପୂରାତନ ବନ୍ଧୁ ଟିଏ ହେଇ ମଧ୍ୟ, କେବଳ ପୂରାତନ ପ୍ରେମିକ ହୋଇ ରହିଯିବା ପାଇଁ।
ସତରେ .... ସେ ବି ଭାବୁଥିବ ଏ ପୁରୁଷ ବି କେତେ ଅଜିବ୍, ସବୁତକ ଅଧିକାର ସ୍ତ୍ରୀ ହାତରେ ଧରେଇ, ଅପେକ୍ଷା ରଖେ କେବଳ ପ୍ରେମିକା ଠୁଁ , ବୁଝିବାକୁ ତାର ଦ୍ୱିଧା।-
କିନ୍ତୁ ପ୍ରେମ ର ଅନ୍ୟ ଏକ ମୂଲ୍ୟବୋଧ ମୁଁ ଯେ ମୋର ଏ ବଧୂ ଠୁଁ ହିଁ ଶିଖିଚି। ପ୍ରେମ ଖାଲି ତ୍ୟାଗ ର ନାଁ ନୁହେଁ। ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇ ଜଣକୁ ଗୋଟା ପଣେ ନିଜର କରିନେବା ର ନାଁ। ପରିପକ୍ୱତା ର ସହ ସୁଖ ଦୁଃଖ ରେ ଭାଗ ବସେଇ, ପିଲାଲିଆମି ସହ ପରସ୍ପର ଉପରେ ଅଧିକାର ଜତେଇବା। ଋଷିବା ବୁଝେଇବା ମାନିବା ଆଉ ପୁଣି ପୁନରାବୃତ୍ତି ସେ ସବୁ ର।
ମୁଁ ଏବେ ବି ବନ୍ଧୁ ଟିଏ ପରି ବାରି ନିଏ ସେ ଆଖିରେ, ଉତ୍ସୁକତା ଏ ବନ୍ଧୁ ର ଭଲ ମନ୍ଦ ଜାଣିବାର। ମୁଁ ଦେଖୁଥିଲି ସେ ଦିନ ମତେ ପୁରୁଣା ବନ୍ଧୁ କୁ ଭେଟି ବାର ହସ ସେ ସ୍ତ୍ରୀ ଲୋକ ଟିର ମୁହଁ ରେ। ଆଉ ମୋ କଡ ରେ ପତ୍ନୀ ମୋ ଉପରେ ଅଧିକାର ଆଉ ତା ପାଇଁ ଆକ୍ରୋଶ ରେ ସେ ପ୍ରେମିକାର କ୍ଷୁବ୍ଧତା। ମୁଁ ଆଜି ବି ପଢ଼ି ପାରେ, ଖୋଲିବାକୁ ଉଦ୍ୟତ ହେଇ ରହି ଆସୁଥିବା ସେ ପୂରାତନ ପ୍ରେମିକା ଓଠର ପ୍ରଶ୍ନ ସବୁ, ଯଦିଓ ଏକଥା ବି ସତ, ମୁଁ ଆକର୍ଷିତ ହୁଏ ନା, ସେ ଆଖିରେ ଆଉ,
ମୁଁ ଜାଣେ ମୋ ପତ୍ନୀ ର ଏପରି ବେଭାର ଲାଗିପାରେ ଅପରିପକ୍ୱତା ର ନିଦର୍ଶନ।
-
ଏତିକି ଭାବୁ ଭାବୁ ସେ ଟାୱେଲ ଯୋଗୁ ଏଲେଟ୍ର୍ଟି ଖୁଣ୍ଟ ରେ କୁଟି ହେବା ଆଗରୁ ଗୋଟେ ଛୁଆ ର ଡାକ ରେ ରହିଗଲି। ବଲ ଧରି କହୁଥିଲା ଅଙ୍କଲ ଆପଣ ମୋ ପିଚ୍ ରେ ଆସୁଛନ୍ତି। ଚେହେରା ଚିହ୍ନା ଚିହ୍ନା ଲାଗୁଥାଏ, ତଥାପି ମନେ ପଡୁ ନଥାଏ। ସେପଟୁ ଜୋର୍ ଦାର ଗାଳି ର ସ୍ୱର ଏଇ ଭିତରକୁ ଆସିବୁ ନା ନାହିଁ, ମୁଁ ବାହାରେ ଯାଇ ପିଟିବି କି। ସ୍ୱର ଶୁଣି ମୁଁ ଅଟକି ଗଳି, ଆଉ ସେପଟୁ ମତେ ଛାତ ଉପରୁ କଟ ମଟ କାରି ଶାଗୁଣା ଆଖିରେ ଏନେଇ ଚାଲିଥାଏ ମୋ ସ୍ତ୍ରୀ, ଆଉ ସେପଟୁ କଟକଣା ର ଜଲଦି ଆସିବା ନା ଗ୍ରାହକ ଫେରିଯିବେ। ମୋ ସ୍ମୃତି କୁ ଆଉ ସ୍ୱର ଚିହ୍ନିବାକୁ ବାଧ୍ୟ କରିବାର ବାଧ୍ୟ କତା ନଥିଲା। ମୋ ସ୍ତ୍ରୀ ର ସ୍ୱର କହୁଥିଲା, ସେ ମହିଳା ଜଣକ କିଏ ବୋଲି,
ବାସ ତା ପର ଠୁଁ, ମୋ ଅବସ୍ଥା ନବ ବଧୂ ପରି, ମୋ ଚାରିପାଖ ର ସବୁ ଚୁପ୍। ମୋ ବୋଉ ବାହା କାଳେ କହୁଥିଲା ପାଞ୍ଚ ବର୍ଷ ଫରକ୍ ପାଟି ଚୁପ୍ କରି ରହିବ, ତାକୁ କିଏ ବୁଝେଇବ, ଏ ମତେ ଫରକ ପିନ୍ଧେଇ ଥେ ଈ ଠେଈ କରିବାରେ ପାରଙ୍ଗମ ।-
କିନ୍ତୁ ପ୍ରେମିକ ରୁ ପତି ପାଲଟିଥିବା ପୁରୁଷ ଟେ କଣ ବଞ୍ଚି ପାରେ ସ୍ତ୍ରୀ ଟିର ଷଡ଼ଯନ୍ତ୍ର ରୁ। ତା ଅତୀତର ସବୁ ଚିଠି ଲୁଚି ପଢ଼ିଦିଏ ସେ। ସନ୍ଦେହ ର ସହ ସବୁ ସାଇତା ସ୍ମୃତି ରେ ସେ ସନ୍ଧାନ କରିଚାଲେ, ତା ଅଧିକାର ର ପ୍ରେମ। କେବେ କଳନା କରି ବସେ କଳ୍ପନାତୀତ ପରିସ୍ଥିତି ତ କେବେ ତୁଳନା କରି ବସି ମାଗେ ସ୍ବାମୀ ଟିର ପ୍ରେମର ଅଗ୍ନି ପରୀକ୍ଷା। ଅବୁଝା ସେ ଅଭିମାନିନୀ କଣ ବୁଝେ କି ସେ ଅଭିସାରିକା ପ୍ରେମିକା ଅତୀତ ର ଅଧ୍ୟାୟ ଟିଏ ମାତ୍ର। ଆଉ ସେ ସମ୍ପୂର୍ଣ ଆତ୍ମଜୀବନୀ।
ବିବାହ ର ପବିତ୍ର ହୋମ ନିଆଁ ରେ ଅତୀତ ସବୁ ଆକାଂକ୍ଷା ର ସ୍ବସ୍ତି କରି ସ୍ତ୍ରୀ ରୂପେ ଯେ ଗ୍ରହଣ କରିଛି, ସେ ଜାଣି ବି ବୁଝିବାକୁ ଚାହେଁନା।-