Subhasmita   (ଶୁଭସ୍ମିତା)
3 Followers · 27 Following

Joined 10 November 2023


Joined 10 November 2023
14 APR AT 13:19

ଓଡ଼ିଆ ନବବର୍ଷ
-----------------

ବୈଶାଖ ଆସିଲା,ପଣାରେ ଭସେଇ
ନବବର୍ଷର ଶୁଭକାମନା କହି।

ଗାଁ ମୋର ଆଜି ଝଲସି ଉଠେ,
ପଣା ସଂକ୍ରାନ୍ତିର ପଣାରେ ଭାସେ।

ଘଣ୍ଟ ପାଟୁଆକୁ ଦଣ୍ଡ ନାଚ,
ଆହାଃ କି ସୁନ୍ଦର ଏହି ବେଶ।

ମା ଚଣ୍ଡୀ ଆଗୋ ମା ସାରଳା
ତୁମେ ହି ସାହା ତୁମେ ଭରଷା।

ବେଲ ପଣା ସଙ୍ଗେ ଛତୁଆ ପଣା
ବୈଶାଖ ମାସେ କି ଟାଣ ଖରା।

ମହାବିଷୁବସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ,
ମହାପ୍ରଭୁଙ୍କର ସଭିଙ୍କୁ ଆଶିଷ।
ସଭିଙ୍କୁ ଲାଗୁ ନୂତନ ଆୟୁଷ,
ନୂତନ ବର୍ଷର ଅଭିନନ୍ଦନ ଅଶେଷ।

-


12 NOV 2023 AT 14:52

🪔!! ଭିନ୍ନ ଏକ ଦୀପାବଳୀ !! 🪔

-


12 NOV 2023 AT 12:03

!! ଭିନ୍ନ ଏକ ଦୀପାବଳୀ !!

ବରଷକ ପରେ ପହଞ୍ଚିଲା ଆସି
ଧରାଧାମେ ଦୀପାବଳୀ
ଆଲୋକର ପର୍ବ ନାମରେ ନାମିତ
ପୂଜା ପାଆନ୍ତି ମା କାଳୀ ।

ହେମନ୍ତ ଆକାଶେ ଶୁଭିବ ହୁଳହୁଳି
ପିଲାଠାରୁ ବୁଢା ଚାହିଁ ରହିଛନ୍ତି
ରୋଷଣୀ ବାଣର ଫୁଆରା ଫୁଟାଇ
ପାଳିବାକୁ ଶୁଭ ଦୀପାବଳୀ ।

ସହର ଠାରୁ ଗାଁ ହୋଇବ
ସବୁ ଦୀପ ମୟ
ଫୁଲଝରି, ତାଳଫୋଟକା ର କମ୍ପନ ମଝିରେ
ସୁଭୁଥିବ ଖାଲି ଜୟ ଜୟ ।

ପୂର୍ବ ପୁରୁଷଙ୍କୁ ଡାକି ଡାକି ଦେବ
କାଠି କାଉଁରିଆ ତ ଜାଳି
ଶପଥ କରିବ ସର୍ବ ଶୁଧିଜନ
ପୂଣ୍ୟର ପ୍ରଦୀପ ଜାଳି ।

ଅଯୋଧ୍ୟା ନଗରୀ ଆଲୋକିତ ହେବ
ପ୍ରଭୁ ଶ୍ରୀରାମ ଙ୍କୁ କରି ସ୍ବାଗତ
ବାଣ ରୋଷଣୀ ରେ ପ୍ରକମ୍ପିତ ହେବ
ଚଉ ଦିଗ ହେବ ଉତ୍ସବ ମୁଖରିତ ।

ଖୁସିରେ ସଭିଙ୍କ ମନ ନାଚିଯାଏ
ଆସିଗଲେ ଦୀପାବଳୀ
ଏହି ଦୀପାବଳୀ ସୁଖମୟ ହେଉ
ଏତିକି ପ୍ରଭୁ ପାଦପଦ୍ମେ ଅଳି ।

-


12 NOV 2023 AT 12:02

!! ଭିନ୍ନ ଏକ ଦୀପାବଳୀ !!

ବରଷକ ପରେ ପହଞ୍ଚିଲା ଆସି
ଧରାଧାମେ ଦୀପାବଳୀ
ଆଲୋକର ପର୍ବ ନାମରେ ନାମିତ
ପୂଜା ପାଆନ୍ତି ମା କାଳୀ ।

ହେମନ୍ତ ଆକାଶେ ଶୁଭିବ ହୁଳହୁଳି
ପିଲାଠାରୁ ବୁଢା ଚାହିଁ ରହିଛନ୍ତି
ରୋଷଣୀ ବାଣର ଫୁଆରା ଫୁଟାଇ
ପାଳିବାକୁ ଶୁଭ ଦୀପାବଳୀ ।

ସହର ଠାରୁ ଗାଁ ହୋଇବ
ସବୁ ଦୀପ ମୟ
ଫୁଲଝରି, ତାଳଫୋଟକା ର କମ୍ପନ ମଝିରେ
ସୁଭୁଥିବ ଖାଲି ଜୟ ଜୟ ।

ପୂର୍ବ ପୁରୁଷଙ୍କୁ ଡାକି ଡାକି ଦେବ
କାଠି କାଉଁରିଆ ତ ଜାଳି
ଶପଥ କରିବ ସର୍ବ ଶୁଧିଜନ
ପୂଣ୍ୟର ପ୍ରଦୀପ ଜାଳି ।

ଅଯୋଧ୍ୟା ନଗରୀ ଆଲୋକିତ ହେବ
ପ୍ରଭୁ ଶ୍ରୀରାମ ଙ୍କୁ କରି ସ୍ବାଗତ
ବାଣ ରୋଷଣୀ ରେ ପ୍ରକମ୍ପିତ ହେବ
ଚଉ ଦିଗ ହେବ ଉତ୍ସବ ମୁଖରିତ ।

ଖୁସିରେ ସଭିଙ୍କ ମନ ନାଚିଯାଏ
ଆସିଗଲେ ଦୀପାବଳୀ
ଏହି ଦୀପାବଳୀ ସୁଖମୟ ହେଉ
ଏତିକି ପ୍ରଭୁ ପାଦପଦ୍ମେ ଅଳି ।

-


Seems Subhasmita has not written any more Quotes.

Explore More Writers