SUBHASINI MISHRA   (Subhasini mishra)
8 Followers · 9 Following

Joined 13 March 2022


Joined 13 March 2022
16 JUN AT 10:51

ବାପା...
ଆଦର୍ଶର ପିତା ତୁମେ
ନାହିଁ ତୁମ ତୁଳନା,
ଶିକ୍ଷାରେ ଶିକ୍ଷଣୀୟ ତୁମେ
କି କରିବି କଳ୍ପନା...
ଶିକ୍ଷଣୀୟ କଥା କହି
ବାଟ ଦେଖେଇଲ,
ନିଜେ କଷ୍ଟରେ ରହି
ଆମକୁ ଶିକ୍ଷାଦୀକ୍ଷା ଦେଲ...
ସ୍ୱାଭିମାନ ହୋଇ ବଞ୍ଚିବା
ତୁମେ ଶିଖେଇଛ,
ଜିଦି କଲେ ପାଖେ ବସି
ଠିକ୍ ଭୁଲ ବୁଝେଇଛ...
ତୁମ ପାଇଁ ସମାଜରେ
ଆମ ପରିଚୟ,
ତୁମ ଆଶ୍ରୀର୍ବାଦେ ଅଛି
ସଫଳର ବିଜୟ..... 🙏ନନା

-


2 MAY AT 13:59


ବୈଶାଖ ଆସିଛି
ମଧ୍ୟାହ୍ନ ର ଝାଞ୍ଜି ଖରାକୁ ଧରି,
ନା ଅଛି ବର୍ଷାରେ ଭିଜୁଥିବା
ସବୁଜ ଧାନ କ୍ଷେତ,
ନା ଅଛି ସୁନେଲି କିରଣରେ
ଝଟକୁଥିବା ବିନ୍ଦୁଏ ଶୀତ....
ଆଉ ଦେଖାନାହିଁ
ବରଷାର ଧାରେ ଝୀଂଟିକା ଖେଳ,
ବାସୁନିତ ଆଉ ପାଚେରୀ ପାଖରେ ମାଳତୀ ଫୁଲ....
ଆଉ ଦେଖାନାହିଁ
କୁହୁଡି ସକାଳେ କାକର ବିନ୍ଦୁ,
ହଁ ବୈଶାଖ ଆସିଛି
ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପକୁ ଧରି....
ଗରମ ଝାଳରେ ଭିଜେଇଵା ପାଈଁ...

-


24 FEB AT 7:59

ଆଜିବି ନାରୀ ସୁରକ୍ଷିତ ନୁହେଁ...
କେବେ ମାଆ ଗର୍ଭରେ ନଷ୍ଟ ହେଇଯାଏ ସେ, ଭୃଣ ହତ୍ୟାରେ.
ପୁଣି କେବେ ଶିଶୁ କନ୍ୟା ବୋଲି ପ୍ରାଣ ଚାଲିଯାଏ,ଅବହେଳାରେ...
ନିଷ୍ପାପ ହୃଦୟର ତିନି ବର୍ଷର ଶିଶୁ,ହଜିଯାଏ ରାକ୍ଷସଙ୍କ ସହରରେ,
ମାଆ କାନ୍ଦୁଥାଏ ଛାତିକୁ ବାଡେଇ
କିନ୍ତୁ ସତ ହୁଏ ମିଛ ଅନ୍ୟାୟର ଅଦାଲତରେ...
ଆଜିବି ନାରୀ ସୁରକ୍ଷିତ ନୁହେଁ....
କେବେ ସ୍କୁଲରୁଫେରିବା ବେଳେ ଉଭେଇଯାଏସେ
କାହା ଲୋଲୁପ ଦୃଷ୍ଟିରେ,
ପୁଣି କେବେ ଭୟବିତ୍ତ ହୋଇ ସଇପଡ଼େ, ମୃତ୍ୟର ଶଯ୍ୟାରେ...
ନିରୀହ ଝିଅଟିଏ ବିନା ଦୋଷରେ, ଝୁଲିପଡେ ଅପମାନର ଫାଶୀରେ,
ବାପା ମାଆ ଏଠି ପ୍ରଶ୍ନ ପଚାରନ୍ତି
କିନ୍ତୁ ଉତ୍ତର ମିଳିବକି ଝିଅର ଶବ ପାଖରେ....
ଆଜିବି ନାରୀ ସୁରକ୍ଷିତ ନୁହେଁ...
କେବେ ମିଛ ସମ୍ପର୍କ ରେ ହାରିଯାଏ ସେ, ମିଛ ଅଭିନୟ ରେ..
ପୁଣି କେବେ ଧକ୍କା ଖାଇ ପାଗିଳୀ ହୁଏ, ଦୁନିଆ ଦାଣ୍ଡରେ....
ଘରର ଅଲିଅଳି ଗେହ୍ଲି ଝିଅଟିଏ,ପର ହେଇଯାଏ ବିବାହ ପରେ,
ସ୍ୱପ୍ନ ସବୁ ତାର ମାଟିରେ ମିଶେ
କିନ୍ତୁ ଜିଅନ୍ତାରେ ପ୍ରତିଦିନ ମରେ ଯୌତୁକ ନିର୍ଯାତନାରେ.....
ଆଜିବି ନାରୀ ସୁରକ୍ଷିତ ନୁହେଁ...
କେବେ ଉଚ୍ଚ ଶିକ୍ଷିତ ଡାକ୍ତରୀ ପଢି ସ୍ୱପ୍ନ ଭାଙ୍ଗିଯାଏ, ବଳାତ୍କାରରେ,
ପୁଣି କେବେ ସରକାରୀ ଚାକିରୀ କରି ଜୀବନ ଚାଲିଯାଏ
ପୋଲିସ୍ ସ୍ୱାମୀ ପାଖରେ....
ସ୍ୱାଧୀନ ଭାରତର ସନ୍ତାନ ଆମେ,ପୂଣ୍ୟଭୁମି ଭାରତ ବର୍ଷରେ,
ଝିଅ ଜନ୍ମ ଆଜି ପରାଧୀନ ହେଲା
କିନ୍ତୁ ଅନ୍ୟାୟ ଜିତୁଛି ସ୍ୱାଧୀନ ଭାବରେ......
ସୁଭାଷିନୀ ମିଶ୍ର

-


8 FEB AT 23:07

ପ୍ରେମରେ ଫେବୃଆରୀ
ଅଭିମାନୀ ଝିଅ ଠୁ ବି ଖୁବ୍ ସୁନ୍ଦର ଲାଗେ,
ଗୋଲାପ ଫୁଲରେ ଗୋଲାପୀ ହୋଇ
ମିଛିମିଛିକlରେ ଟିକିଏ ରାଗେ...
ନା ସେ ଶୀତକୁହୁଡ଼ିରେ ଭିଜେ
ନା ସେ ସନ୍ଧ୍ୟା ଆକାଶରେ ହଜେ
ନିଜେ ନିଜେ ଗୋଲାପ ହେଇ, କାହା ରୋଫ ଖାତାରେ
ଲୁଚିଥିବା ପ୍ରେମକୁ ଖୋଜେ ...
ଆଉ ସ୍ମୃତିର ପୃଷ୍ଠା ହେଇ
ସ୍ମୃତି ହେଇଯାଏ ନିଜେ..
ହଁ ପ୍ରେମର ଫେବୃଆରୀ
ଜିଦ୍ ଖୋର ଝିଅଠୁ ବି
ଖୁବ୍ ଜିଦିଆ ଲାଗେ
ନିଶବ୍ଦରେ ମସାଟିଏ ହେଇ, ପାହାନ୍ତିରାତିର ସ୍ୱପ୍ନକୁ ଭାଙ୍ଗେ...
ନା ସେ ପାହାନ୍ତିଶୀତକୁ ଡରେ
ନା ସେ ମୋଖମଲ ଚଦରକୁ ଭିଡ଼େ
ନିଜେ ନିଜେ ସ୍ୱପ୍ନଟିଏ ହେଇ,କାହା ମନ କାଗଜରେ
ରଙ୍ଗୀନ ପ୍ରଜାପରି ହେଇ ଉଡେ...
ପୁଣି ସ୍ମୃତି ଗାଲିଚାରେ ଅଜସ୍ର ଲୁହକୁ
ଏ ପ୍ରେମ ସପ୍ତାହରେ ଉଜାଡ଼େ....
ସୁଭାଷିନୀ ମିଶ୍ର ✍🏻✍🏻

-


1 JAN AT 7:30

2025
ନୂଆ ବର୍ଷ ଆସିଛି
ନୂଆ ସକାଳକୁ ନେଇ,
ସଭିଙ୍କ ମନରେ ଖୁସୀ ବାଣ୍ଟିବା ପାଇଁ...
ତେଣୁ ପାହାନ୍ତି ପହରୁ ସେ ଉଠି
କାକର ପାଣିରେ ଗାଧୋଇ,
ଶୀତରେ ଥରୁଥିବା ଫୁଲକୁ ତୋଳି
ଆସିଛି ତରବର ହୋଇ....
ଅପେକ୍ଷା କରିଥିଲା ସେ
ବାରମାସ ଧରି,
ନୂଆ ପୋଷାକ ପିନ୍ଧି ଆସିବ ବୋଲି
କେତେ ହେଉଥିଲା ଝୁରି...
ସଜବାଜ ହୋଇ ଆସିଛି ସିଏ
ମନ୍ଦିର ଯିବ ବୋଲି,
ମନ୍ଦିରେ ଯାଇ ସଭିଙ୍କ ପାଇଁ
ଆସିବ ପ୍ରଦୀପ ଜାଳି....
ନୂଆ ବରଷ ମନେ ହରଷ
ମନରେ ଅନେକ ଇଚ୍ଛା,
2025 ରେ ପୂରଣ ହେଉ
ସଭିଙ୍କ ମନୋବାଞ୍ଛା...
ନୂତନ ବର୍ଷର ଅଭିନନ୍ଦନ
ଶୁଭାଷିନୀ ମିଶ୍ର.....

-


26 DEC 2024 AT 21:58

ଏବେ ଚାଲିଯିବ ଡିସେମ୍ବର
ଫେରିବାର ପ୍ରତିଶୃତି ଦେଇ,
ଫୁଣି ଫେରିବ ସେ
ନୂଆ ଅଧ୍ୟାୟର ଶେଷ ପୃଷ୍ଠାଟିଏ ହୋଇ ....
ଅଭିମାନୀ ଡିସେମ୍ବର ଭାରି ସ୍ୱାଭିମାନୀ
କେବେ ସେ ଶୀତରେ ସାଙ୍କୁଡ଼ିଯାଏ
ପୁଣି କେବେ ଅଦିନିଆ ବରଷାରେ
ତନୁମନକୁ ଭିଜେଇଦିଏ.....
କେବେ କ୍ଷେତରେ ସୁନେଲି ଘାଗରା ପିନ୍ଧି
ଟିକେ ଫୁଲେଇ ହୁଏ,
ପୁଣି କେବେ ସୁନାର ଫସଲକୁ
ଲଘୁଚାପ ରେ ବତୁରେଇ ଦିଏ...
ହଁ ଏବେ ଚାଲିଯିବ ଡିସେମ୍ବର
ନୂଆ ସମ୍ଭାବନାକୁ ଦେଇ,
ପୁଣି ଫେରିବ ସେ
ନୂଆବର୍ଷର ଶେଷ ମାସଟିଏ ହୋଇ ...
ତେଣୁ ଅଭିମାନୀ ଡିସେମ୍ବରକୁ
ଆମେ କେବେବି ଭୁଲିବlନାହିଁ....
ଶୁଭାଷିନୀ ମିଶ୍ର

-


30 OCT 2024 AT 10:06

*ବୃନ୍ଦାବନ *
ଦ୍ୱାରିକାର ଅଭ୍ରକଂସ ପ୍ରlସାଦ ଅତଳଜଳ ରାଶିରେ
ନିମଗ୍ନ ହୋଇଯାଇଛି ସତ,
ଆଜିବି ଜୀବନ୍ତ କଦମ୍ବ ବନ l
ଶ୍ରୀକୃଷ୍ଣଙ୍କ ଅବହେଳା ଥିଲା ଜନ୍ମଭୂମୀ ପାଇଁ
ଯଦୁବଂଶ ଧ୍ୱଂସ ହୋଇଯାଇଛି ସତ,
ଆଜିବି ରଙ୍ଗରେ ପୁରିଉଠେ
ଗୋପ ବୃନ୍ଦାବନ...... I
*ଶୁଭାଷିନୀ ମିଶ୍ର*
*ଗୁଣୁପୁର ରାୟଗଡା*

-


19 AUG 2024 AT 13:17

"ରାକ୍ଷୀ"
ଦେବ ସଂସ୍କୁତିର ଅତୁଟ ଅସ୍ମିତା
ରାକ୍ଷୀ ବନ୍ଧନର ଅମ୍ଲାନ ଧାରା,
ରେଶମୀ ସୁତା ସେ ଚିରନ୍ତନ କରେ
ସ୍ବର୍ଗୀୟ ସମ୍ପର୍କ ମମତା ଭରା |

Subhasini mishra

-


4 AUG 2024 AT 13:20

*ବନ୍ଧୁତା*
ଯାହା ହୃଦୟରେ
ଅନ୍ୟ ପାଇଁ ରହେନା ତିକ୍ତତା,
ଯିଏ ଆକଳନ କରିପାରେ....
ମନ ଭିତରେ
ଚାପି ରଖିଥିବା ଦୁଃଖର ଗଭୀରତା
ଯେଉଁଠି ବିନା କୌଣସି ସର୍ତ୍ତରେ..
ସଂପର୍କଟିଏ ଗଢିଉଠେ ତା' ହେଉଛି ବନ୍ଧୁତା !!

-


31 JUL 2024 AT 22:45

ଶୀର୍ଷକ:- ଫୁଲ..!!
କେବେ ଭାଗ୍ୟ ମତେ ନିଏ ମନ୍ଦିରକୁ
ରହେ ମୁଁ ଦେବତାଙ୍କ ପାଖରେ ,
କେବେ ଭାଗ୍ୟ ପୁଣି ନେଇ ଯାଏ ମଶାଣିକୁ
ଶବ ସାଥେ ପୋଡ଼ି ଜଳିଯାଏ ମୁହିଁ ଜୁଇରେ..

କେବେ କିଏ ପୁଣି ନେଇ ମତେ
ଯତନେ ସଜାଇ ଗୁନ୍ଥଇ ମାଳି,
କେବେ କିଏ ପୁଣି ମତେ
ସରାଗେ ଗଭାରେ ବନ୍ଧାଇ ଗଜରା କରି..

କେବେ କିଏ ପୁଣି କହେ ମତେ
ପ୍ରେମର ପ୍ରତୀକ ବୋଲି,
କେବେ କିଏ ପୁଣି ମତେ
ଦିଏ ପାଦରେ ଦଳି...
ଶୁଭାଷିନୀ ମିଶ୍ର

-


Fetching SUBHASINI MISHRA Quotes