Subhashree Mohanty   (ଶୁଭଶ୍ରୀ)
388 Followers · 123 Following

Writer by heart💕
Poetry is my only escape from mundane😍
Love to scribble📝📝
Odia girl
Joined 6 September 2018


Writer by heart💕
Poetry is my only escape from mundane😍
Love to scribble📝📝
Odia girl
Joined 6 September 2018
22 JUN 2022 AT 0:32

ଦୁର୍ଗମ ପଥେ ଚାଲିଛି ମୁଁ କବି ଆହତ ହୋଇଛି ବାଟେ
କିଏ ସେ ପରାଣେ ଆସେ ହୃଦୟରେ ଚିର ଫୁଟେ
ଦିହୁଡ଼ି ଜାଳି ତ ବସିଛି ମୁଁ ଲୋହିତ ବେଦନା ଧରି
କେବେ ପ୍ରଳୟର ନିଖିଳ ସୁରଭି କଲମରେ ଭରି
ସରିନାହିଁ ଅଭିଯାନ
ମୁଁ ଯେ ଅଭିନବ ଅୟୁତ ଆଗାମୀର ନିପୁଣ ସୃଷ୍ଟି।

-


4 MAR 2022 AT 0:07

#She

She had been fighting battles since
She was born,
It was just the battlefield which was changing...

#She

She is the dreamer;eyes on the star
Eyes on the scar always
Once she realised the beauty of freedom, independence
She never looked back..

-


10 FEB 2022 AT 0:39

ପ୍ରତିଷ୍ଠା ପର୍ବରେ
ଡ଼କା ହେଉ ସନ୍ତୁଷ୍ଟ ଅସନ୍ତୁଷ୍ଟ ଉଭୟଙ୍କୁ
ବୁଝେଇ ଦିଆଯାଉ ଏ
ସମ୍ପର୍କର ସେତୁ।
ଏଣିକି ହିଂସା ଆଉ ଦ୍ୱେଷର
ଦରଦାମ୍ ଛିଡୁ,
ଆମଦାନୀ ହେଉ ସ୍ନେହ ଆଉ ପ୍ରେମ,
ଗତ କିଛି ମିଠା ମୁହୂର୍ତ୍ତମାନଙ୍କ
କବିତା ସଭାଟିଏ ବସୁ...
ସଭାରେ ବୋଲାଯାଉ
ପ୍ରେମର କବିତା,
ସବୁ ରାଗ ଅଭିମାନର
ଫସର ଫାଟୁ...
ସ୍ନେହ ଆଉ ପ୍ରେମ ମିଶା
ଫଗୁ ମାଖି ଗଢି ଉଠୁ
ନୂଆ ଗୋଟେ ପ୍ରଥିବୀ।






-


24 APR 2019 AT 22:31

ଭୋକର ହାଟରେ ଥିବା ପସରା ଭିତରେ,
ବେଢ଼ଙ୍ଗ ସୁନ୍ଦରୀର କୃତ୍ରିମ ହସରେ,
ଗାନ୍ଧୀଙ୍କ ସ୍ବପ୍ନର ରାମରାଜ୍ୟରେ,
ସରକାରୀ ଉଇଲଗା ନଥିପତ୍ରରେ,
କୁଢ଼ କୁଢ଼ ଆକାଂକ୍ଷାର ଶବ ଦେହେ!!
ବାସ! ଦେହାତିଦେହରୁ ଶତାବ୍ଦୀ ଯାଏ,
ଆଶା ଲୁଚେ
ଥରକୁ ଥର ବାରମ୍ବାର,
ସମର୍ପଣର ଅର୍ଥ ଅନ୍ତରାଳେ
ଭାବ ଓ ଆବେଗର ଅସୁମାରୀ ବିଶ୍ୱାସେ !!!

-


18 OCT 2021 AT 1:28

ଏମିତି ଠିକଣାଟେ କୁହ ତ!
ଯେଉଁଠି ଦୁଃଖ ଦସ୍ତଖତ କରି ନଥିବ!!!

ଭାରି କାଇଦାରେ ଦୁଃଖ ମାଡିବସେ
ଫଟା ଛାତିରେ,
ଅଭୁକ୍ତ ଚାଷୀର ମାଣେ ଜମିରେ,
କାଶ୍ମୀରର ଉପତ୍ୟକାରେ,
ଜୀବନର ସମୀକରଣରେ...

ଇଶ୍ୱର କଣ ଜାଣନ୍ତି !
ସେହି ଘରର ଠିକଣା
ଯେଉଁଠି ପଡିନଥିବ ଦୁଃଖର ଝୋଟି ଚିତା!!
ଆଃ.. ପ୍ରତିଉତ୍ତରରେ ମେଞ୍ଚାଏ ଶୂନ୍ୟତା!
ଇଶ୍ୱର ନୀରବିଗଲେ ବୋଧେ..
ଏବେ ମୁଁ ପାଇଲି ଦୁଃଖର ଠିକଣା!!!




-


20 JUN 2021 AT 13:12

ଦେହରେ ୧୦୪ ଜର । ୫ଦିନ ପରେ ବି ଜର ଉତୁରିଲାନି। ବାଧ୍ୟ ହୋଇ ବାପା ମତେ ହସ୍ପିଟାଲ୍ ନେଲେ। । ଇଆଡେ ଅକ୍ସିଜେନ୍ ୮୭। ଡାକ୍ତର ବାପାଙ୍କ ସହ ଯୁକ୍ତି କଲେ ମତେ ଆଡମିଟ କରିବାକୁ।ବାପା ପ୍ରଥମ ଦିନରୁ କରୋନା ପାଇଁ ଡାକ୍ତରଖାନା ସପକ୍ଷରେ ନଥାନ୍ତି। ସିଆଡେ ମୋ ଅକ୍ସିଯେନ୍ ଖସି ୮୬।ବାପା ବାଧ୍ୟ ହୋଇ ରାଜି ହେଲେ ମତେ ଆଡମିଟ୍ କରାଇବାକୁ।
ଶେଷରେ ଆମ୍ବୁଲାନ୍ସ। ଆମ୍ବୁଲାନ୍ସରୁ ଅକ୍ସିଯେନ ମାସ୍କ ପିନ୍ଧି ହସ୍ପିଟାଲ୍ ମୁହାଁ ମୁଁ। ଯେହେତୁ ମତେ କରୋନା ମୋ ସହ କେହି ଯାଇନଥିଲେ। ତେଣେ ପହଞ୍ଚି ଦେଖେ ତ ଡାକ୍ତରଙ୍କ ଆଗରେ ବାପା କାନ୍ଦୁଥିଲେ। ମୁଁ ଅବାକ୍। ସେଦିନ ପ୍ରଥମ ଥର ପାଇଁ ଦେଖୁଥିଲି ଯେ ଘରର ଏତେ ବଡ଼ ବଡ଼ ପରିସ୍ଥିତିରେ ଯେ ଦମ୍ଭ ଧରି ଛିଡ଼ା ହୁଅନ୍ତି ତାଙ୍କ ଆଖିରେ ଲୁହ।
"ବେଳେବେଳେ ବାପା ମାନେ ବି କାନ୍ଦନ୍ତି!"

#ବାପାଙ୍କ_ଡେ❤️

-


13 MAY 2021 AT 22:34

ମୁଠାଏ ମାଟି ଆଉ ସମାଜକୁ
ଛୋଟ ଛୋଟ ଖଣ୍ଡରେ ବାଣ୍ଟି ସାରିଲା ପରେ
ଧର୍ମ ଡେଙ୍ଗା ହେଇଯାଏ
ଆକାଶ ପର୍ଯ୍ୟନ୍ତ,
ବିଶ୍ୱାସ ସମ୍ପର୍କ ସହଚର୍ଯ୍ୟ
ଆପଣାପଣ ସବୁ
ଛୋଟ ଛୋଟ ଦୁବ ଘାସ ହୋଇ
ହାମୁଡଉଥାନ୍ତି ଆଁଠୁଏ ଧୂଳିରେ!
ତଥାକଥିତ ପ୍ରବଞ୍ଚକ ଖୁବ୍ ସହଜରେ
ଡେଇଁ ଯାଆନ୍ତି ଏ ସବୁକୁ,
ଶେଷରେ ତରଳ ଅନ୍ଧାରରେ ଭାସି
ଯାଉଥିବା ଲୋକମାନଙ୍କ ପାଇଁ
ଧର୍ମ ଆଉ ଏକ ଅବ୍ୟକ୍ତ ଅନ୍ଧାର
ବ୍ୟତୀତ ଆଉ କଣ ହୋଇପାରେ!!!

-


29 APR 2021 AT 22:27

(ପଢ଼ନ୍ତୁ ଅନୁଶୀର୍ଷକରେ....)

-


6 FEB 2021 AT 20:44

ସ୍ମୃତି ଆଉ କଣ କି!
ତୁମକୁ ମନେପକାଇବାର ପ୍ରାରମ୍ଭ ସୋପାନ!

-


3 FEB 2021 AT 23:07

I like to think I am not forgettable
As people make me feel but at the
End of the day my loneliness is killing me.

-


Fetching Subhashree Mohanty Quotes