Ssukanya Panda ...   (Ssukanya ...)
37 Followers · 47 Following

Joined 15 December 2021


Joined 15 December 2021
26 FEB AT 20:19

କିଛି ମଣିଷଙ୍କ ସ୍ବଭାବ ଠିକ୍ ବିଛା ପରି ତୁମେ ନିଃସ୍ୱାର୍ଥ ହୋଇ ତାଙ୍କ ପାଇଁ ସବୁକିଛି କରୁଥିବ ଠିକ୍। 
ତାଙ୍କ ସ୍ବାର୍ଥରେ ଟିକେ ବାଧା ପଡ଼ିଲେ ପ୍ରଥମେ ତୁମକୁ ହିଁ ଚୋଟ ମାରିବେ,
ଥରଟିଏ ପାଇଁ ଭାବିବେ ନାହିଁ ତୁମେ ତାଙ୍କ ପାଇଁ କ'ଣ କରିଚ କେତେ ତ୍ୟାଗ କରିଚ। 

-


22 FEB AT 20:22

ଦୁଃଖତ ଏତିକି ସମସ୍ତେ ସବୁ ସତ ଜାଣିକିବି କେହିବି ମୋ ସାଥ ଦେଲେନି,
କାହିଁକି ନାଁ ଦୋଷ କରିଥିବା ମଣିଷଟି ତାଙ୍କ ନିଜର 
ଆଉ ମୁଁ ପର। 



-


21 FEB AT 20:37

ଭାରି ମନେପଡେ ଆଜି ସେ ଦିନ,
ଯେବେ ତୁମ ପ୍ରଥମ ଛୁଆଁରେ ଦେହେ ଖେଳି ଯାଇଥିଲା ଏକ ଅଜଣା ଶିହରଣ।

-


20 FEB AT 21:29

ତୁମେ ଜୀବନରେ କେତେ ଠିକ୍ କେତେ ଭୁଲ୍ ,
ସେଇଟା କେବଳ ତୁମକୁ ଆଉ ଭଗବାନଙ୍କୁ ଜଣା ।

-


19 FEB AT 11:13

ଠାକୁରେ ସତରେ କ'ଣ ତୁମେ ପଥର ପାଲଟି ଯାଇଛ।
ମୋ କଷ୍ଟ କ'ଣ ତୁମକୁ କିଛି ଦେଖା ଯାଉନି,
ବିନା ଦୋଷରେ ମୋତେ କାହିଁକି ଏମିତି କଲବଲ କରୁଛ।



-


11 FEB AT 20:18

ଏବେତ ଖୁସି ନା ତୁମେ ଗୋଟେ ସରଳ ହୃଦୟ ସହିତ ଖେଳିକି ।
ଯଦି ମୁଁ ତୁମର ଯୋଗ୍ୟ ନଥିଲି ତେବେ ମୋତେ ଦୁରେଇ ଦେଇଥାନ୍ତ ,
କ'ଣ ଦରକାର ଥିଲା ମୋତେ ଏମିତି ନିଜର କରି ଯନ୍ତ୍ରଣା ଦେବା ।

-


9 FEB AT 20:51



ତୋ ସ୍ତରକୁ ଖସିଯିବା ପାଇଁ ମୋତେ ନିମିଷେ ମାତ୍ରେ ଲାଗିବନି।
ଫରକ୍ ଏତିକି ତୁ ଅମଡ଼ା ବାଟ ବାଛିନେଲୁ,
ମୁଁ ପ୍ରଭୁଙ୍କ ଚରଣରେ ଶରଣ ନେଲି।

-


8 FEB AT 20:43

ଏ ଜୀବନ ନୁହେଁ ଫୁଲ ଭରା ଚଲାପଥ 
ସେତ କଣ୍ଟକିତ ଅଗ୍ନି ପଥ,
ପ୍ରତି ପାଦେ ଦେବାକୁ ପଡେ ଜୀବନ ପ୍ରଶ୍ନର ଉତ୍ତର।


-


7 FEB AT 20:09

ହୁଏତ କାଲି ମୁଁ ଦୁନିଆରେ ନଥିବା ବେଳେ ତୁମର ଆଉ ମନେ ପଡିବିକି ନାହିଁ ଜାଣିନି,
କିନ୍ତୁ ମୁଁ ଥିଲା ବେଳେ ତୁମ ପାଇଁ ଖୁବ୍ କାନ୍ଦିଚି ।

-


25 JAN AT 20:04

ହଁ ମୁଁ ତାକୁ ଶେଷରେ ଦୂରେଇ ଯିବାକୁ ଦେଲି ।
କାହିଁକି ନାଁ ଏତେ ବର୍ଷର ସମ୍ପର୍କ ପରେବି
ସେ ମୋତେ ବୁଝିପାରିଲାନି,
ମନରେ ଦୁଃଖ ଆଉ ହୃଦୟରେ କଷ୍ଟତ ଅନେକ
କିନ୍ତୁ ସେ ଯେ ମୋର ଏ ମିଛ ଆଶା ଆଉ ନାହିଁ  ।


-


Fetching Ssukanya Panda ... Quotes