ନିଶା ର ଇନ୍ଦୁ କୁ ଯେବେ ମୁଁ ଚାହୁଁଛି,
ଲପନ ତୋହର ଆଖିକୁ ଦିଶୁଛି,
ଦୁଃଖ ବିଭାବରୀ ଅନ୍ତ ଅପେକ୍ଷାରେ ,
ଅଭିମାନ କରି ମନ ମୋ ବସିଛି।
ବଢ଼ିଯାଏ ମୋର ହୃଦୟର ବ୍ୟଥା,
ଶୁଣଇ ମୁଁ ଯେବେ ମୋର ମନ କଥା,
ଦେଖି ଛବି ତାର ଚିତ୍ର ଆଙ୍କେ ବସି,
ବୁଝାଇ ମନକୁ ଭାଙ୍ଗିକରି ମଥା।
ନୁହେଁ ଚିତ୍ରକର ନୁହେଁ ଯାଦୁଗର,
ଅତୀତ ସ୍ମୃତି ର ନୁହେଁ କାରିଗର,
ହୃଦୟ ବେଦନା କ୍ଷଣିକେ ଭରନ୍ତି,
ଯଦି ହୋଇଥାନ୍ତି ମନ ସରକାର।
ଏ ରାତି ଲାଗଇ ବେଦନାର ରାତି,
ଦୁଃଖର ଶାୟକେ ଫୁଟିଯାଏ ଛାତି,
ଶୀତାଂଶୁର ଏହି ଶୀତଳ ଜ୍ୟୋସ୍ନା ରେ,
ବଢିଯାଏ ମୋର ହୃଦୟର ତାତି।
ଶୂନ୍ୟ ଆକାଶ ଟା ପଚାରେ ଆଖିକୁ,
ଚାହିଁ ଉପରକୁ ଖୋଜୁ ତୁ କାହାକୁ,
ଆଖି ହସି କୁହେ ଖୋଜେ ଆପଣାକୁ,
କରିକି ବାହାନା ବୁଝାଏ ମନକୁ।-
And
M. A at Fakir mohan(auto) college, Balasore
..... read more
Feminism is a weapon for Girls but not for all..... For those, who struggle for getting their status and Respect. Not for those, who use it in a wrong way....
-
Journey towards success of our life begin, which day we get success to control our own mind.
-
ଭାରତ ବକ୍ଷରେ ସ୍ୱର୍ଗର ଶ୍ରୀକ୍ଷେତ୍ର,
ସୌନ୍ଦର୍ଯ୍ୟ ଦର୍ଶନେ ଭରିଯାଏ ନେତ୍ର,
ପ୍ରଷ୍ପୁଟିତ ହୁଏ ଧାର୍ମିକ କମଳ,
ପୁଣ୍ୟଭୂମି ମୋର ପଵିତ୍ର ଉତ୍କଳ।
ମଧୁ ଗୋପବନ୍ଧୁ ଫକୀର ମୋହନ,
ଭକ୍ତ କାନ୍ତ କବିବର ଜନ୍ମସ୍ଥାନ,
ସାରଳା ଉପେନ୍ଦ୍ର କୃଷ୍ଣ ବରସୂତ,
ସ୍ୱଭାବ ସୁଭାଷ ଏଠାରେ ଜନ୍ମିତ।
ଇତିହାସ ଯାର ଗୌରବେ ମଣ୍ଡିତ,
ପ୍ରାଣ ଦେଇ ବୀର କରିଛି ଜୀବନ୍ତ,
ଯେଉଁଠାରେ ହୁଏ ବୀରର ପ୍ରକାଶ,
ଗୌରବ ଶ୍ରେଷ୍ଠ ମୋ ଉତ୍କଳ ପ୍ରଦେଶ।
କଳା ସ୍ଥାପତ୍ୟ ରେ ମହାନ ଉତ୍କଳ,
ଜଗନ୍ନାଥ ଧାମ ପୁଣ୍ୟ ନିଳାଚଳ,
ଉଡ୍ରଜାତି ରହୁ ସର୍ବଦା ଅମର,
ପ୍ରତିଷ୍ଠିତ ହେଉ ଦୁନିଆ ଯାକର।-
May be you lost
the competition
in your life from others,
but never forget
to give your best.-
ଯଦି ହୋଇଥାନ୍ତି ଭୂପାଳ ନିର୍ଜର,
ଭରନ୍ତି କ୍ଷଣିକେ ଭିକ୍ଷୁକ ଉଦର।
ଜଠର ପାଇଁ ଯେ ସାଜିଛି ପାଷାଣ,
କରନ୍ତି ଉଦ୍ଧାର ସାଜି ମୁଁ ଗୀର୍ବାଣ।
କାନ୍ଦୁଛି ଜନନୀ ଅନୁଚର ତାତ,
ବୃଦ୍ଧକାଳ ଆସିହେଲା ଉପସ୍ଥିତ।
କରି କଳଙ୍କିତ କହୁଛି କୁମର,
ପିଅର ନୁହେଁ ମୋ ସଦନ କିଙ୍କର।-
ସୁମଧୁର ଲାଗେ ପ୍ରେମର ଏ ବାସ୍ନା,
ଦୂର କରେ ମୋର ହୃଦୟର ତୃଷ୍ଣା ।
ସାଗରେ ମିଳଇ ସ୍ୱପ୍ନର ଝରଣା,
ଅଶ୍ରୁ ମଧ୍ୟେ ମିଳେ ପ୍ରେମର କରୁଣା।-
हम् कोई बादशाह नेहीं,
यो हुकूमत करें,
ये कोई सीयासत थोड़ी हैं,
यो रीस्वत सतानी करें।-