Sonali Samal  
0 Followers · 2 Following

Joined 14 March 2022


Joined 14 March 2022
30 APR 2022 AT 16:51

ଦୁନିଆ ଅଢେଇ ଦିନିଆ...!
ହାୟରେ ଦୁନିଆ ! କଲା ଏମିତି କିମିଆ !
ମରିବା ବଞ୍ଚିବା ସବୁ ଏଠି ସମାନ।।
ମଣିଷ ସ୍ୱାର୍ଥରେ ଅନ୍ଧ ହୋଇ,
କରିଚାଲେ ନାରକିୟ କାଣ୍ଡ।।
ଲୋକଙ୍କୁ ଦେଇଚାଲେ ଦୁର୍ବିସହ ଦୁଃଖ,
ମନକୁ କାହାର କରେ କୁଠାର ଘାତ।।
ଈର୍ଷାରେ ଛଟପଟ ହୋଇ ଜଳିଯାଏ,
ପାଉଁଶ ମୁଠାଏ ହୋଇ ଶ୍ମଶାନରେ।।
ପାଏ କ'ଣ ? ନାରୀ ଧର୍ଷଣ କାହାର,
ଗଳା କାଟି ହତ୍ୟା, ପିଲା ତଣ୍ଟି ଚିପି
ରକ୍ତ ଶୋଷିନିଏ, ଏହି କ'ଣ ମଣିଷ??
ଖାଲି ହଳାହଳ ବିଷ, ସର୍ପର ଫୁତକାର।।
ଏହିତ ଦୁନିଆ..!!
~~ହିରଣ୍ମୟୀ ନାୟକ।

-


14 APR 2022 AT 15:55

ମଦ;
ମଦ ପିଅ ନାହିଁ ଭାଇ,
କେହି ମଦ ପିଅ ନାହିଁ।।
ମଦ ପିଇ ତେବେ,
ନିଜର ସ୍ୱାହା କର କାହିଁ??
ଘରଣୀ ତୁମର ଚାହିଁ ବସିଥିବ,
ଆବେଗ ହୃଦୟ ନେଇ।।
ନିଶାରେ ଗଡୁଛ, ବାଟରେ ପଡୁଛ,
ପାଟିରେ କୁକୁର ସି ପାଇଁ।।
ନିରିହ ଜୀବନ କେତେ ଚାଲିଯାଉଛି,
ମଦର ଦ୍ୱାହି ଦେଇ।।
ସ୍ତ୍ରୀ ମଙ୍ଗଳ ସୂତ୍ର, ପିଲାର ପଢା,
ବନ୍ଧା ପଡେ କେତେ କାହିଁ??
ପିଲା କାନ୍ଦେ ପିତା, ସ୍ତ୍ରୀର ଆତ୍ମହତ୍ୟା,
ଦାୟୀ ହେବ କିଏ ଭାଇ...!
~~~ହିରଣ୍ମୟୀ ନାୟକ।

-


11 APR 2022 AT 8:48

ଆଶା ପାରିଜାତ..!
ଆଶା ଅସୁମାରି ସ୍ୱପ୍ନ ଅଧିକାରୀ,
ଆକାଶରେ ଘୂରି ବୁଲେ।।
ମନର ଘୋଡାରେ ସ୍ୱପ୍ନ ରାଇଜରେ,
ବୁଲିବାକୁ ଇଚ୍ଛା ଥିଲେ।।
ଆକାଶର ଚାନ୍ଦ ତୋଳିବାର ପାଇଁ,
ହାତ କେବେ ପାଏ ନାହିଁ।।
ଆଶା ପାରିଜାତ ସ୍ୱର୍ଗରେ ଫୁଟଇ,
ତୋଳିବାର ଇଚ୍ଛା କାହିଁ।।
ଆକାଶ କଇଁଆ ଚିଲିକାର ମାଛ,
ଦେଖିଛ କି କେବେ କେହି।।
ଭାବନା ରାଜ୍ୟରେ ରାଜା ହେବା ପାଇଁ,
ସ୍ୱପ୍ନ ସତ ହୁଏ ନାହିଁ।।
ଆକାଶର ଚାନ୍ଦ ତଳେ କୁମୁଦିନୀ,
ମିଳନ କି ସମ୍ଭବ ହୁଏ।।
ଦିନ ରାତି ଖାଲି ଚାହିଁ ରହିଥାନ୍ତି,
ଚକୋର, ଚକୋରି ପ୍ରାୟେ।।
~~~ହିରଣ୍ମୟୀ ନାୟକ।

-


8 APR 2022 AT 16:27

ଖାଲି ମୁଁ...!
ମୁଁ, ମୁଁ ନୁହେଁ ? ତୁମେ, ତୁମେ ନୁହଁ ?
ସମସ୍ତେ ଗୋଟିଏ ଗୋଟିଏ ଫୁଲ
ପ୍ରସ୍ଫୁଟିତ ହେବା ପାଇଁ,
ସୁଗନ୍ଧିତ ଦେବା ପାଇଁ,
ଖାଲି ସମର୍ପିତ ଭାବ ନେଇ
ପ୍ରଭୁ ପାଦ ତଳେ ଥାଇ
ଏତିକି ପ୍ରାର୍ଥନା ଆମର
ସଦା ଚିତ୍ତ ଥାଉ ନିରନ୍ତର।।
🙏🌺🙏
~~~ହିରଣ୍ମୟୀ ନାୟକ।

-


5 APR 2022 AT 9:19

ମୃତ୍ୟୁ;
କିଏ ଜାଣେ ସତେ କେଉଁ ମୁହୂର୍ତ୍ତରେ,
ମୃତ୍ୟୁର ପ୍ରେମିକ ଆସିଯିବ।।
ଦୁଆର ମୁହଁରେ ଠକ୍ ଠକ୍ କରି,
ଆଖିର ଇସାରା ଦେଇଯିବ।।
ପାଖରେ ପ୍ରେମିକା ଦେଖିବାକୁ ତାର,
ଅନ୍ତର ବ୍ୟାକୁଳ ହେଉଥିବ।।
ପ୍ରୀତିର ସୂରୁପ, ହୃଦୟ ପୁଲକ,
କୋଳକୁ ତାର ଭିଡିନେବ।।
ପ୍ରେମିକ ରୂପରେ ମୃତ୍ୟୁ ବେଶେ ତାର,
ପ୍ରୀତିର ଚୁମ୍ବନ ଆଙ୍କିଦେବ।।
ଇସାରା କୁ ତାର ବୁଝି ନ ପାରିଲେ,
ଦୁନିଆରେ ପ୍ରେମିକା ଠକିଯିବ।।
ହରି ନାମ ଗାଇ ପ୍ରେମିକ ହୃଦୟ,
ଖୁସିରେ ସଦା ମୋହୁଥିବ।।

~~ହିରଣ୍ମୟୀ ନାୟକ।

-


31 MAR 2022 AT 12:33

ଧର୍ମ ;
ଅକ୍ଷୟ ହେଉ ପୁଣ୍ୟ ଜଗତେ,
ପାପର ହେଉ କ୍ଷୟ।।
ଦୁନିଆରେ ଆଜି ପାପ ହସୁଅଛି,
ଧର୍ମର ଆଖିରେ ଲୁହ।।
ସତେ କି ଅନ୍ଧାର ଦୂରୀଭୂତ ହେବ,
ପୂର୍ଣ୍ଣ ହେବ ଉଜ୍ଜଳ ମୟ।।
ସତ୍ୟ ଆଜି ମୁଣ୍ଡ ପିଟୁଅଛି,
ପାପ ହସି ଗଡେ ହୋଇ ଅଥୟ।।
ସ୍ୱାର୍ଥ ଯେ ହସୁଛି, ହକ୍ ଜମାଉଛି,
ନିଃସ୍ୱାର୍ଥ ଛାତିରେ କୋହ।।
ଦୋଷୀ ଯେ ହସୁଛି, ନିର୍ଦ୍ଦୋଷ କାନ୍ଦୁଛି,
ଏ ଦୁନିଆ ମିଛମୟ।।

~~~~ହିରଣ୍ମୟୀ ନାୟକ।

-


30 MAR 2022 AT 16:10

ଜୀବନ;
ଜୀବନଟା ଖାଲି ମରୀଚିକା ମୟ,
ସୁଖ, ଦୁଃଖ ଓ ହସ, ଲୁହ ଥୟ।।
ସୁଖର ପାହାଡ଼ ତୋଳିବା ପାଇଁ,
ସୁନା ହରିଣୀର ଲୟ।।
ଜୀବନଟା ସୁଖ,ଦୁଃଖର ମିଶ୍ରଣ,
ପାପ, ପୁଣ୍ୟର ହାଟ ଟିଏ।।
କିଣା ହୁଏ ଏଠି ଖାଲି ପାପର ପସରା,
ପୁଣ୍ୟର ପସରା ଖାଲି ଥାଏ।।
ଜୀବନଟା ଦିଏ ପରିଚୟ ଖାଲି,
ବଞ୍ଚିବାର ପାଇଁ ରାହା।।
ଆଶା, ନିରାଶାର ଥାଳଟିଏ ଖାଲି,
ମିଳେନା ଖୋଜିଲେ ଯାହା।।
ଜୀବନର ମାନେ ଖୋଜିତ ବସିଲେ,
ସରେ ବଞ୍ଚିବାର ମୋହ।।
ଜୀବନଟା ଏକ ଅନ୍ଧାର ମୂଲକ,
ପିଇବାକୁ ହୁଏ ଲୁହ।।

~~~~ହିରଣ୍ମୟୀ ନାୟକ।

-


27 MAR 2022 AT 8:36

ନାରୀ ସକଳ ଶକ୍ତିର ଆଧାର ;

ନାରୀ ହିଁ ସକଳ ଶକ୍ତି,
ନାରୀ ଐଶ୍ୱର୍ଯ୍ୟ ଦାୟିନୀ।।
ନାରୀ ହିଁ ସରସ୍ୱତୀ,
ନାରୀ ବିଦ୍ୟା ପ୍ରଦାୟିନୀ।।
ନାରୀ ହିଁ ଯୁଗେ ଯୁଗେ,
ପୁରୁଷର ଶକତି।।
ନାରୀ ମାତୃ ରୂପେ,
ଜନନୀ ମମତା ଦାୟିନୀ।।
ନାରୀ ଭଗ୍ନୀ ରୂପେ,
ସ୍ନେହ ପୂଜାରିଣୀ।।
ନାରୀ ପତ୍ନୀ ରୂପେ,
ଆହ୍ଲାଦ ଦାୟିନୀ।।
ନାରୀ ପ୍ରେମିକା ରୂପେ,
ପ୍ରୀତି ପ୍ରଦାୟିନୀ।।
ନାରୀ ସର୍ବସହା,
କ୍ଳେଶ ଦୂର କାରିଣୀ।।
ଶକ୍ତି ରୂପରେ ସିଏ ,
ଶକ୍ତି ସ୍ଵରୂପିଣୀ।।

~~~~ହିରଣ୍ମୟୀ ନାୟକ।

-


25 MAR 2022 AT 21:01

ଶ୍ମଶାନ;
ଆଲୋ ବଉଳ ଆଲୋ ମିତ,
ଶୁଣିବାକୁ ଯିବା ଶ୍ମଶାନ ଗୀତ।।
ହରି ସତ୍ୟମ୍ ଶିବମ୍ ସୁନ୍ଦରମ୍,
ସବୁ ମିଥ୍ୟା ନାମ ସତ୍ୟ କେବଳମ୍।।
ସର୍ବେ ହେବେ ଏକାକାର,
ଧନୀ ଗରିବର ନ ଥିବ ବିଚାର।।
ମିଥ୍ୟା ମାୟାର ସଂସାର,
ସତେ କି ତୁଳାର ଯଉ ଘର।।
ହରି ନାମ ସତ୍ୟ ହେ.......... !
ରାମ ନାମ ସତ୍ୟ ହେ..........!
ପ୍ରତିଧ୍ୱନିତ ହୁଏ ଶ୍ମଶାନ ଭୂଇଁ,
ନିମିଷକେ ପାଉଁଶ ମଣିଷ ଜୁଇ।।

~~~~ହିରଣ୍ମୟୀ ନାୟକ।

-


24 MAR 2022 AT 12:50

ନୁହେଁ ମୁଁ ପଣ୍ଡିତ, ନୁହେଁ ମୁଁ କବି କାଳିଦାସ;
ଲେଖିବି କବିତା ଗୀତ।।
ସମାଜର ଖାଲି ପରିବର୍ତ୍ତନ ପାଇଁ,
ଆଶା ମୁଁ ବାନ୍ଧିଛି ସତ।।
ଏ ଦେଶ ମହାନ ଏ ଜାତି ମହାନ,
କ୍ଷୁର୍ଣ୍ଣ ନ ହେଉ ଜାତୀୟ ସମ୍ମାନ।।
ନଷ୍ଟ ନ ହେଉ ଦେଶର ପ୍ରଗତି,
ଭାବିଲେ ଲାଗଇ ଡର।।
କେତେ ଯେ ବୀର ସହୀଦ ହୁଅନ୍ତି,
ଜୀବନକୁ ବଳିଦେଇ।।
ସମ୍ମାନ ଦେବା ସାଲୁଟ୍ କରିବା,
ଜୟ ହିନ୍ଦ ଗୀତ ଗାଇ।।
କାହାରି ହୃଦୟେ ଆଘାତ ନ ଦେଇ,
ହସ ଖୁସି ଭରି ଦେବା।।
ଦେଶର ଅଗ୍ରଗତି ପାଇଁ ଜାତୀୟ ଏକତା,
ସଦା ମନେ ରଖିଥିବା।।

~~~ହିରଣ୍ମୟୀ ନାୟକ।




-


Fetching Sonali Samal Quotes