ଶୁଭେଚ୍ଛା
ତ ଅନେକ
ପାଇଥିବ...
ତନ୍ମଧ୍ୟରୁ,
କେତେ ଶୁଭେଚ୍ଛା
ନିଜ ଲୋକଙ୍କର
ହେଇଥିବ..
ଆଉ
କିଛି ଅଚିହ୍ନାଙ୍କର
ରହିଥିବ...
ମୁଁ ତ ଶୁଭେଚ୍ଛା ଜଣେଇସାରିଛି..
ଉତ୍ତର ପାଇବାରେ,
କିଛି ଆଶା ତ ନାହିଁ..
ତଥାପି ଭାବୁଛି,
ମୁଁ ନିଜ ଲୋକଙ୍କର
ମେଳରେ ଯାଉଛି...
ନା ଅଚିହ୍ନା ଲୋକଙ୍କ
ମେଳରେ ହଜିଛି...!!!
#ତୁମ_ନୂଆବର୍ଷ_ତୁମକୁ_ଶୁଭେଚ୍ଛା-
ଗୋଟେ ନୂତନ ଆଶାର ସହ ନୂତନ ବର୍ଷକୁ ସ୍ବାଗତ କରିବା,
ଜୀବନର ବାକି ପୃଷ୍ଠା ଗୁଡ଼ିକୁ ସ୍ନେହ ଆଉ ପ୍ରେମରେ ଭରିବା...
ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା-
ନୂତନ ବର୍ଷର ଅଭିନନ୍ଦନ
ଗୋଟେ ନୂତନ ଆଶାର ସହ ନୂତନ ବର୍ଷକୁ ସ୍ବାଗତ କରିବା,
ଜୀବନର ବାକି ପୃଷ୍ଠା ଗୁଡ଼ିକୁ ସ୍ନେହ ଆଉ ପ୍ରେମରେ ଭରିବା...
ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା-
କେହି ବି ଖାଲି ନୁହଁନ୍ତି
ସମସ୍ତେ ଭର୍ତ୍ତି...
କିଏ କ୍ଷମତାରେ.....ଆଉ କିଏ କ୍ଷମତା ହାତେଇବାର ଇଚ୍ଛାରେ...
କିଏ ଭଲ ପାଇବାରେ....ଆଉ କିଏ ଘୃଣାରେ...
କିଏ ସୁଖରେ.. ତ ଆଉ...କିଏ ଦୁଃଖରେ...
କିଏ କବିତାରେ...କିଏ ଅକୁହା ଅଲେଖା ଗଳ୍ପରେ....
ତ ଆଉ କିଏ ଏଇ ହୃଦୟର କେଉଁ କୋଣରେ ଏକ ଯନ୍ତ୍ରଣା ଦାୟକ ସ୍ମୃତିରେ.....-
କିଛି ଅଛି କି...ଚିରସ୍ଥାୟୀ ??
ଯେଉଁଠି...
ଛାଇ ଲୁଚିଯାଏ,
ଅନ୍ଧକାରର ଭିଡରେ...
ନିଶ୍ୱାସ ଉଡ଼ିଯାଏ,
ପବନର ମୋଡରେ...
ଆତ୍ମା ଛାଡିଯାଏ,
ମୋକ୍ଷର ଆଢୁଆଳରେ..
ଆଉ ସିଏ ତ ଥିଲା ଆଉ ଗୋଟେ ଶରୀର...
ଛାଡି ଚାଲିଗଲା ତା ନିଜ ସ୍ୱାର୍ଥରେ !!-
ଆଜି ବଡ଼ ବଡୁଆ ଲୋକ, ନେତା ମନ୍ତ୍ରୀ, ଉଚ୍ଚ ପଦସ୍ତ ସରକାରୀ ବାବୁମାନେ..
ନାରୀ ସଶକ୍ତିକରଣ.... ନାରୀ ଶକ୍ତି..ବିଷୟରେ ଦୀର୍ଘ ପ୍ରବଚନ ଦେବେ...
କିନ୍ତୁ ଆଜିବି....
କୋଉ ଉପାନ୍ତ ନିକଞ୍ଚନ ରେ..ନାରୀର ଇଜ୍ଜତ ସହିତ ମୂଳଚାଳ କରାହେବ..
କୋଉ ଜନ୍ମଦାତ୍ରି ଜନ୍ମିତ କନ୍ୟା ସନ୍ତାନ ପାଇଁ ନିର୍ଯ୍ୟାତିତ ହେବ...ଭ୍ରୁଣହତ୍ୟା ହେବ...
କୋଉ ବୃଦ୍ଧ ମା..ଆଜି ଜରା ନିବାଶ ବାଟ ଦେଖିବ...
କୋଉ ସଂଭ୍ରାନ୍ତ ପରିବାର ରେ ନାରୀ ତାର ଆଶା ଆକାଂକ୍ଷା କୁ ଜଳାଞ୍ଜଳି ଦେଇ ଚୁପ ହୋଇ ଭାଗ୍ୟକୁ ଆଦରି ରହିବ...
ଓଃ ଆହୁରି କେତେ କଣ...
ହେଲେ ଆଜିର ଏଇ ନିଷ୍ଠୁର କାହାଣି ସବୁ..କାଲି ଖବରକାଗଜରେ ନଥିବ....ଥିବ ଖାଲି ହାତଗଣତି ନାରୀ ଙ୍କ ଫଟୋଚିତ୍ର ଏବଂ ସେମାନଙ୍କ ଜୟ ଯାତ୍ରା...ଯିଏ ଇଏ ପୁରୁଷକେନ୍ଦ୍ରିକ ଅଭିଶପ୍ତ ସମାଜ କୁ ଜୟଲାଭ କରିଛନ୍ତି... ସେମାନେ ହେବେ ଆମର ମାର୍ଗ ଦର୍ଶିକା.....
ଲୁଚିଯିବ ଆଜିର ଘର କୋଣରେ..ନିରୋଳାର ....କ୍ରନ୍ଦନର ସ୍ୱର...
ଆଉ ଆମେ ଛାତି ଫୁଲେଇ ମା ଭଉଣୀ କୁ ଜାତୀୟ ନାରୀ ଦିବସ ର ଶୁଭକାମନା ମନାସିବା...
ଧିକ୍କାର ଏ ପୁରୁଷ ପଣିଆ କୁ ଯିଏ କୋଉ ଜନ୍ମଦାତ୍ରୀ...କୋଉ ମା ଭଉଣୀ ର ଅଶ୍ରୁର କାରଣ.....
ଆଜିର ନାରୀ ଦିବସ ...ନରୀ ର ସ୍ୱାଭିମାନ ରକ୍ଷା ର ଦିବସ ହେଉ.....
Happy International Women's Day.-
ଧନ ଦ୍ଵାରା ଔଷଧ ମିଳେ, କିନ୍ତ ସ୍ବାସ୍ଥ୍ୟ ନୁହେଁ...
ଧନ ଦ୍ବାରା ଭୋଜନ ମିଳେ, କିନ୍ତୁ କ୍ଷୁଧା ନୁହେଁ...
ଧନ ଦ୍ବାରା ବିଛଣା ମିଳେ, କିନ୍ତୁ ନିଦ୍ରା ନୁହେଁ...
ଧନ ଦ୍ବାରା ସାଥ ମିଳେ, କିନ୍ନ ଘନିଷ୍ଠ ମିତ୍ର ନୁହେଁ...
ଧନ ଦ୍ବାରା ଏକାନ୍ତି ମିଳେ କିନ୍ତୁ ଶାନ୍ତି ନୁହେଁ...
ଧନ ଦ୍ବାରା ପୁସ୍ତକ ମିଳେ, କିନ୍ତୁ ଜ୍ଞାନ ନୁହେଁ...
ଧନ ଦ୍ବାରା ଆଭୁଷଣ ମିଳେ, କିନ୍ନ ରୂପ ନୁହେଁ
ଧନ ଦ୍ୱାରା ମା' ମିଳିପାରେ କିନ୍ତ ମମତ ନୁହେଁ..
ଧନ ଦ୍ବାରା ସୁଖ ମିଳେ, କିନ୍ତୁ ଆନନ୍ଦ ନୁହେଁ...-
ଶିର୍ଷକ: #ଜୀବନ_ଯାତ୍ରା..
ଜିବନ ଯାତ୍ରା ଆଶ୍ଚର୍ଯ୍ୟଜନକ ହୋଇଯାଏ,
ଯେତେବେଳେ ତୁମେ ସୁଖ ସହିତ ଆଗକୁ ବଢିବ..
ତୁମେ ଆଭ୍ୟନ୍ତରୀଣ ଶାନ୍ତି ଏବଂ ସୁଖ ପ୍ରାପ୍ତ କରିବ,
ଉତ୍ସାହର ଏକ ସ୍ତର ବଜାୟ ରଖି; ଭଲ ଅଭ୍ୟାସ ବିକାଶିତ କର ଏବଂ ହରିଣ ଦ୍ରୁଷ୍ଟି ଗ୍ରହଣ କର ...
ଯେପରି, ସ୍ୱଚ୍ଛ ଦାର୍ଶନିକ ଆତ୍ମବିଶ୍ୱାସ ଗଠନ କରେ,
ସ୍ୱଚ୍ଛ ଦର୍ଶନ ଅନେକ ଉଦାସୀନତାକୁ ହ୍ରାସ କରେ,
ସ୍ୱଚ୍ଛ ଦର୍ଶନ ଆପଣଙ୍କୁ ଭୟରୁ ରକ୍ଷା କରେ;
ତୁମେ ଚିନ୍ତାରୁ ମୁକ୍ତ କାରଣ ତୁମେ ଦିଗଦର୍ଶକ ଏବଂ ତୁମେ ତୁମର ଲକ୍ଷ୍ୟରେ ପହଞ୍ଚିବାକୁ ଚାହୁଁଛ.....
ତୁମର ଦର୍ଶନ ହେଉଛି ତୁମର ଦିଗ ଏବଂ
ତୁମର ଦର୍ଶନ ତୁମକୁ ମଧୁର ଦିଗକୁ ବଢିବାକୁ ପ୍ରେରଣା କରେ.
ଶକ୍ତିଶାଳୀ ଏବଂ ବିଶ୍ୱାସଯୋଗ୍ୟ ଦର୍ଶନ ଫଲରେ ତୁମେ ସଠିକ୍ ଲୋକ ଏବଂ ସଠିକ୍ ସୁଯୋଗକୁ ଗ୍ରହଣ କର ଏବଂ ସଫଳତାର ସିଡ଼ିରେ ଉଚ୍ଚତା ହାସଲ କର.....
ତୁମେ ତୁମର ମାନସିକ ଚିତ୍ର ମାଧ୍ୟମରେ ଏକ ବାସ୍ତବତା ସୃଷ୍ଟି କର..
ଏସବୁ ତୁମର ନିଜର ସୃଷ୍ଟି.....
ଏହା ତୁମର ପସନ୍ଦ....
ନିଜ ପସନ୍ଦ ଗଠନ କରିବାକୁ ଚେଷ୍ଟା କର....-
यात्रा अद्भुत हो जाती है,
जब आप खुशी के साथ आगे बढ़ते हैं - आप आंतरिक शांति और खुशी प्राप्त करते हैं,
उत्साह का स्तर बनाए रखें; अच्छी आदतें विकसित करें और हिरण दृष्टि सेट करें ...
जैसा,
स्पष्ट दर्शन आत्मविश्वास पैदा करते हैं और बढ़ाते हैं,
स्पष्ट दर्शन कई अवसादों को पतला करते हैं, स्पष्ट दर्शन आपको भय से बचाते हैं;
आप चिंताओं से मुक्त हैं, क्योंकि आप दिशात्मक हैं
आपकी दृष्टि आपकी दिशा है। और आपकी दृष्टि आपको प्यारी दिशाओं का मार्गदर्शन करती है ...-
ତୁମକୁ ଯିଏ ଦେଖି ହସୁଛି
ତାକୁ ହସିବାକୁ ଦିଅ
ହସି ପରିହାସ କରିବାକୁ ଦିଅ
ଏଇ ପରିହାସ ଟି ତୁମ ଜୀବନ
ଲକ୍ଷ୍ଯ ବଦଳେଇ ଦବ
ବନ୍ଧୁ ଏ ମଣିଷ
ଏମିତି ହସେ
ଆଜି ତୁମେ ଦେଖି ହସୁଛ
ତୁମକୁ ଆଉ କିଏ ଦେଖି ହସିବ-