ସମସ୍ତ ଅନୁଭବ ଦେଇ ଗତି କରି,
ସ୍ଥାଣୁ ହୃଦୟ ପାଲଟିଯିବା ହିଁ ଜୀବନ।
ଯେଉଁଠି ମୋହ, ଆସକ୍ତି, ପ୍ରେମ ତ୍ୟାଗି,
ବୈରାଗ୍ୟ ରେ ଭରିଯାଏ ଶୂନ୍ୟସ୍ଥାନ।
~ଶ୍ରାବଣୀ-
ଭସ୍ମ ରୁ ଜାତ ପକ୍ଷୀ କୁ ନ ଥାଏ ଅଗ୍ନି ର ଡର,
ସେ ଜାଣେ -
ପ୍ରତିଟି ଅନ୍ତ ରେ ଥାଏ ତାର ନୂତନ ଆରମ୍ଭ।
~ ଶ୍ରାବଣୀ-
ପ୍ରତୀକ୍ଷା, କେବେ କେବେ ମନକୁ ସ୍ନିଗ୍ଧ ମଧୁରତାରେ ଭରିଦିଏ,
ଯେବେ ପୁରୁଣା ସ୍ମୃତି ମାନସପଟ ରେ ମୃଦୁ ଛବି ଆଙ୍କେ।
ଆଉ କେବେ ମନ ଅନିର୍ବାଚ୍ୟ ଅନିଶ୍ଚିତତାରେ ଅସ୍ଥିର ହୋଇଉଠେ,
ଯେବେ ପ୍ରତୀକ୍ଷାରତ ମଣିଷଟି ଅସ୍ତବ୍ୟସ୍ତ ହୋଇପଡେ,
ତଥାପି ତାହାର ପ୍ରତୀକ୍ଷାର କେବେ ଅନ୍ତ ହୁଏ ନାହିଁ।
~ ଶ୍ରାବଣୀ-
ତୁମେ ଥିଲେ ସାଥେ, ଅନ୍ଧାର ରାତି ଜଲ୍ଦି ବିତେ,
କଳା ବାଦଲ ଏଡ଼ାଇ, ସକାଳ ର ସୂର୍ଯ୍ୟ ହସେ।
ନିରବ ପ୍ରଭାତ ଜାଗେ ତୁମ ସ୍ନିଗ୍ଧ ପ୍ରଭାରେ,
ମଗ୍ନ ଚିତ୍ତେ ତୁମ ଭିତରେ,ନିଜକୁ ହଜାଇ ବସେ।
ସାଇତି ରଖୁଛ ତୁମେ କେତେ କଥା,କେତେ ବାଣୀ,
ହୃଦୟ ଭରିଉଠେ ଶୁଣି ତୁମ ଗପ ଓ କାହାଣୀ।
~ ଶ୍ରାବଣୀ
-
ପିଲା ବେଳେ ବାପା ମୋତେ ଗୋଟେ ମାଟି ର କଣ୍ଢେଇ ଟିଏ ଆଣିଦେଇଥିଲେ,ମତେ ସେ କଣ୍ଢେଇ ଟି ଭାରି ସୁନ୍ଦର ଲାଗିଥିଲା,ମାତ୍ର ଅଜାଣତ ବଶ କିମ୍ବା କେଉଁ ଏକ ଭୁଲ ରୁ ସେ କଣ୍ଢେଇ ଟି ହାଥ ରୁ ଖସି ପଡି ଭାଙ୍ଗିଗଲା
ଯୋଡିବାକୁ ମୁଁ କେବେ ପ୍ରୟାସ ବି କଲିନି,ଥରେ ଗଢ଼ା ହୋଇଯାଇଥିବା କଣ୍ଢେଇ ଟି ଭାଙ୍ଗିଗଲେ ଆଉ କି ଯୋଡି ହବ! ହେଲେ କଣ୍ଢେଇ ଟିକୁ ଦେଖି ବଡ ଦୁଃଖ ଲାଗିଥିଲା
ଏବେ କଣ୍ଢେଇ ଟିକୁ ଦେଖିଲେ ମନେ ମନେ ଭାବେ କଣ୍ଢେଇ କେତେ କିଛି କହିବାକୁ ଚାହୁଁଥିବ, ହେଲେ ସେ ଯେ ମାଟି ର କଣ୍ଢେଇ.. ଅଧା ଭଙ୍ଗା କଣ୍ଢେଇ ଟି ଏବେ ବି ମତେ ଚାହିଁ ହସେ, ମାତ୍ର ତାର ସେ ହସ ରେ ମୌନ ଅଭିଯୋଗ ଲୁଚି ରହି ଥାଏ ଆଉ ମୋ ମନ ରେ କେବଳ ପଶ୍ଚାତାପ ଛଡା ଆଉ କିଛି ନଜର ଆସେନି...
~ଶ୍ରାବଣୀ-
ଯାତ୍ରା ର ପଥ ଜାଣେ କିଏ?
କେତେ ଦୂର ସେ ପଥିକ କୁ ନେଇ ଯାଏ
ଦୂର ଆକାଶ ରେ ସେ ଚିକମି୍କ କରୁଥିବା
ତାରା ଗୁଡିକ ଦେଖି ତାଙ୍କୁ ଛୁଇଁବାକୁ ମନ ହୁଏ,
ହେଲେ ସେ ଯେ ବହୁତ ଦୂରେ ଦେଖା ଯାଏ।
ଅନ୍ଧକାର ରାତ୍ରି ରେ ଦିଗହରା ପଥିକ,
ସେ ତାରା ଗୁଡିକ ଦେଖି ଉଲ୍ଲହାସିତ ହେଉଥାଏ
ଟା ଭିତରୁ କେହି ଜଣେ ପୁଣି ଧ୍ରୁବ ତାରା ସାଜି
ସେ ଦିଗହରା ପଥିକ କୁ ସଠିକ ଦିଗ ଦେଖାଏ
ପଥିକ କୁ ଚାଲିବାକୁ ହୁଏ ଦୂର ଅନେକ ଦୂର
କ୍ଷଣିକ ସୁଖ ରେ ସେ ମଜ୍ଜିଯାଇ ସେଠି ରହିଗଲେ
ତାର ଗନ୍ତବ୍ୟସ୍ଥାନ ରେ ପହଂଚିବାକୁ ଯେ ଡେରି ହେଇଯିବ
ଠିକଣା କଥା ଭାବି ତାକୁ ଆଗକୁ ଚାଲିବାକୁ ହେବ।
~ ଶ୍ରାବଣୀ-