ଯାହା ଆପଣ ଚାହୁଁଛନ୍ତି ତାହା ପାଇଯିବାଟା ପ୍ରେମ ନୁହେଁ । ଏହା ଆପଣ ନିଜକୁ ହଜାଇଦେବାର ଏକ ସୁଯୋଗ ।
-
ଶରୀର ଆପଣଙ୍କ ମାର୍ଗରେ ବାଧା ନହେଲେ - ଆପଣ କେବଳ ଆଧ୍ୟାତ୍ମିକତାର ଚଲାପଥରେ ନୁହେଁ, ଆଧ୍ୟାତ୍ମିକତାର ରାଜପଥରେ ଥା'ନ୍ତି ।
-
ଜୀବନ ଯେପରି, ଯଦି ଆପଣ ତାକୁ ସେପରି ହିଁ ଦେଖନ୍ତି ଓ ଅନୁଭବ କରନ୍ତି - ଯେଉଁଭଳି ଆପଣ ଭାବନ୍ତି ସେଭଳି ନୁହେଁ - ଆପଣ କୃପାର ପ୍ରାର୍ଥୀ ହୋଇଯିବେ ।
-
ଆପଣ ନିଜ ଜୀବନରେ ଶାମ୍ଭବୀ ମହାମୁଦ୍ରା ଭଳି ଏକ ଯୋଗାଭ୍ୟାସ ଆଣିଲେ, ଆପଣଙ୍କ ଶରୀର ସାରାଦିନ ବିଶ୍ରାମରେ ରହିବ ଏବଂ ନିଦର ଆବଶ୍ୟକତା କମିଯିବ
-
ଯାହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, କେବଳ ଯଦି ଆପଣ ନିଜ ଆବେଗକୁ ସେଥିରେ ବିନିଯୋଗ କରନ୍ତି, ଜୀବନ ଶକ୍ତିସମ୍ପନ୍ନ ଏବଂ ପ୍ରକୃତରେ ଅର୍ଥପୂର୍ଣ୍ଣ ହେବ ।
-
କ୍ରିୟା ଯୋଗ କେବଳ ଏହାର ଅଭ୍ୟାସ ପ୍ରତି ସମର୍ପଣ ଛଡା ଆଉ କିଛି ବି ଆବଶ୍ୟକ କରେ ନାହିଁ । ନିଜ ଉର୍ଜାକୁ ମାର୍ଜିତ କରି ଚାଲିଲେ, ରୂପାନ୍ତରିତ ନ ହେବାର କୌଣସି ଚାରା ରହିବନି ।
-
ଆପଣ ଅତୀତକୁ ବଦଳାଇପାରିବେ ନାହିଁ । ଆପଣ କେବଳ ବର୍ତ୍ତମାନର ମୁହୂର୍ତ୍ତକୁ ହିଁ ଅନୁଭବ କରିପାରିବେ । ଆପଣ ଯେପରି ଚାହାଁନ୍ତି ଭବିଷ୍ୟତକୁ ସେପରି ଗଢିତୋଳିବା ଜରୁରୀ ।
-
ଆମେ ବାହାର ଦୁନିଆକୁ ଅନେକ ଉପାୟରେ ଇଞ୍ଜିନିଅର୍ କରିଛେ, କିନ୍ତୁ ଆମେ ନିଜ ଭିତରେ କେମିତି ରହିବା ତାହାର ଇଞ୍ଜିନିଅରିଙ୍ଗ୍ କରିନାହେଁ । ସୁଖସମୃଦ୍ଧିକୁ ଆପଣ ଯଦି ଜାଣିବାକୁ ଚାହାଁନ୍ତି, ତେବେ ନିଜ ଭିତରକୁ ଯିବା ହିଁ ଏହାର ଏକମାତ୍ର ବାଟ ।
-
ନାରୀଙ୍କୁ ପୁରୁଷର ଦୁନିଆରେ ଖାପ ଖୁଆଇବାର ପ୍ରୟାସ ଅପେକ୍ଷା, ଆମେ ନିଶ୍ଚିତ ରୂପେ ଏକ ସମାଜ ଗଢିବା ଉଚିତ, ଯେଉଁଠି ପୁରୁଷ ଓ ନାରୀ ପ୍ରକୃତିର ଭୂମିକା ସମାନ ରହିବ ।
-
ଥରେ ଆପଣ ସହଜ ସ୍ଥିତିକୁ ଆସିଗଲେ, ନିଜର ସର୍ବୋତ୍ତମ ଦକ୍ଷତାର ସହ ଆପଣ କାମ କରିବେ, ଆପଣଙ୍କ ଜୀବନ ଏକ ପୂର୍ଣ୍ଣତାର ଅନୁଭବ ହୋଇଥାଏ
-