Saumya Ranjan Sahu   (Killer_samt)
267 Followers · 160 Following

read more
Joined 21 December 2018


read more
Joined 21 December 2018
15 MAY 2019 AT 15:50

ଦୂରେଇ ଯାଇଥିଲି ତୋ ଠାରୁ
ଏବେ ତୋ ପାଖକୁ ଆସିଛି ସତ
କିନ୍ତୁ ମୁଁ ନାହିଁ ଅଛି ମୋ ଛାଇ...

-


28 FEB 2019 AT 17:54

ମା' ମତେ ଟିକେ ଶିଖେଇ ଦେବୁ

କେହି ଜଣେ ଥିଲା ମୋ ସଂପର୍କରେ
ଯାହାକୁ ମୋ ପାଖରେ ପାଇଗଲେ
ମୁଁ ସବୁ କିଛି ଭୁଲିଯାଇ
ତା'ରି ସେଇ କଅଁଳ ହସକୁ
ପ୍ରତିଟି ମୁହୂର୍ତ୍ତ ଚାହିଁ ବସିଥାଏ।

ସତରେ ସେଇ ହସରେ
କି କୁହୁକ ଅଛି ଯେ
ମୁଁ ନିଜକୁ ତା ଭିତରେ ହଜେଇ ଦେଏ।

ଦୁଃଖ କଷ୍ଟ ସବୁ ଉଣା ହେଇଯାଏ
ମନରେ ଉଙ୍କି ମାରୁଥିବା
ଏମିତି ଅନେକ ପ୍ରଶ୍ନ କୁଆଡ଼େ
ଅଦିନିଆ ମେଘ ଭଳି ଉଭେଇଯାଏ।

ବହୁ ଚେଷ୍ଟା କରି ସୁଧା
ତାକୁ ଦେଖି ହସିଦେବା ଛଡ଼ା,
ପାଟିରୁ ଶବ୍ଦଟିଏ ବି ବାହାରେ ନାହିଁ।

ବେଳେ ବେଳେ ଭାବେ
ତାକୁ ପଚାରି ଦିୟନ୍ତି କି
ଏତେ ଦୁଃଖରେ ବି
ତୁମେ କେମିତି ସବୁ ଭୁଲିଯାଇ
ଖାଲି ହସି ପାରୁଛ,
"ମା, ମତେ ଟିକେ ଶିଖେଇ ଦେବୁ"।।

-


22 FEB 2019 AT 2:56

ମୋ ମନର ଅଭିଳାଷା
ମୋ କାହାଣୀର ପରିଭାଷା
ମୋ ଜୀବନ୍ତ ନୂଆଁ ଦିଶା
ମୋ ନବଦିଗନ୍ତ ମାତୃଭାଷା
କେଡ଼େ ସୁମଧୁର ତା'ରି ନିଶା
ତାକୁ ନେଇ ମୋ ଏ ଜୀବନ ବେଉସା।।

-


19 AUG 2021 AT 21:43

ତା କଳା କିଟ୍ ମିଟ୍ ଆକାଶରେ ଆଙ୍କିଥିଲି
ପାହାନ୍ତି ତାରାଟିଏ,
ସେଇ ଅନ୍ଧାର ରାତିରେ ଭାରି
ହଜିବାକୁ ଇଚ୍ଛା ହୁଏ,
ନିରବତାର କଡ଼ ଲେଉଟାଣି ଭିତରେ କେବଳ
ମୁଁ ଆଉ ସିଏ ।।

-


27 MAY 2021 AT 4:50

पिंजरे की पंछी को कौन याद करता है।
याद तो उसकी आती है, जो उड़ जाता है।।

-


14 MAY 2021 AT 0:14

आम आदमी की बेबसी
किसी और का प्यास है।
नारी यहाँ ज़िन्दा दफ़नाया जाये
अँधेरी रात की यही इतिहास है।।

-


16 NOV 2020 AT 9:46

तेरे मंज़र ताखते ताखते
ये रूह भी बिछड़ता जा रहा है।
तू एक बार आके देख तो सही
ये दिल कितना बेकरार हो रहा है।

-


18 OCT 2020 AT 19:33

ମୁଠାଏ ବାଲି ହାତରୁ ଖସିଲା ଭଳି
ସମ୍ପର୍କର ଡ଼ୋର ବି ଯେ, କେତେ ବେଳେ ଛିଡ଼ିଯାଏ
ଜଣାପଡ଼େନି।।

-


17 OCT 2020 AT 7:53

ତତେ ପାଇବାର ଆଶା ତ, ମୁଁ କେବେଠୁ ଛାଡ଼ି ଦେଇଛି
ହେଲେ ତୁ ନୂଆଁ ଆଶା ହେଇ ପ୍ରତି ମୁହୂର୍ତ୍ତରେ ଆସୁଛୁ।

-


20 SEP 2020 AT 8:09

ତୋର ପରିଚୟ କଣ ମୁଁ ଜାଣିନି,
ତଥାପି ତୁ କାହିଁକି ଅତି ଆପଣାର ଲାଗୁ।

-


Fetching Saumya Ranjan Sahu Quotes