Satyaranjan Das   (©satyaodisha787™✍️)
347 Followers · 12 Following

read more
Joined 11 October 2019


read more
Joined 11 October 2019
7 APR AT 14:59

ଚାଲି ଯିବାର ଯଦି ଇଚ୍ଛା ଥିଲା
ପରିଚୟ ଦେଲ କାହିଁ,
ଭୁଲିଯିବାର ଯଦି ଇଛା ଥିଲା
ଆଶାଭରା ସ୍ୱପ୍ନ ଦେଲ କାହିଁ !!!

ଚାହିଁ ନ ଥିଲି ମୁଁ ପ୍ରତାରଣା...
କାହିଁକି କଲ ମୋ ସାଥେ ଛଳନା
କରିଥିଲି ତୁମକୁ ଏତେ ବିଶ୍ୱାସ
ଦେଇ ଚାଲିଗଲ ମୋ ବିଶ୍ୱାସରେ ବିଷ !!!

-


6 APR AT 9:06

ତୁମେ କି ଆସିବ ଜୀବନେ ମୋର
ସେ ଭାଗ୍ୟ ମୋର କାହିଁ,
ଜଣା ନାହିଁ ଜମା ମତେ ପ୍ରେମ କରିବା
ଛୋଟ ଶିଶୁ ମୁଁ ଅଟଇ !

ରାତ୍ରିର ନିଦାଘେ ସ୍ୱପ୍ନ ଦେଖେ ପୁଣି
ହସକୁ ଆଖିରେ ରଖି,
ଧୂଳିଝଡ଼ ଆସି ଭାଙ୍ଗିଦିଏ ସବୁ
ପୁଣି ସ୍ୱପ୍ନ ଦେଖିବାକୁ ଅଛି ବାକି !

-


6 APR AT 9:01

ଭୋକର ତାଣ୍ଡବ କ୍ରୋଧର ଜବାବ
ନୀରବତା ଏଠି ସହେ କଷ୍ଟ,
ଅଜସ୍ର ଷ୍ଟଲ ଗୋଟାଏ ମଣିଷ
କଣ ଖାଇବି ଶବ୍ଦ ଗୁଡାକୁ ଥିଲା ଅସ୍ପଷ୍ଟ !

-


26 MAR AT 16:00

ପ୍ରେମ ଆଉ ରଙ୍ଗର ପର୍ବ
ହୋଲିର ଅନେକ ଅନେକ ଶୁଭେଚ୍ଛା,
ବହୁତ ଦୂରରେ ଅଛ ତଥାପି
ତମ ଗାଲରେ ରଙ୍ଗ ଲଗେଇବାକୁ ଇଛା😁

-


25 MAR AT 18:34

NOT MORE BUT AS YOU CAN DO IT EVERYDAY WITH 100% & CONSISTENCY LIKE KING KOHLI...

-


24 MAR AT 14:06

ଅତୀତ(ଶୀତ)-:
କୁହୁଡି ବୋଳା ଶୀତର ସକାଳେ
ତୁମେ ଆସ ଥରି ଥରି,
କ୍ଲାନ୍ତ ମନର ଯୌବନ ପାଶେ
ଉଷ୍ମତା ଦିଅ ଭରି...

ବର୍ତ୍ତମାନ(ଗ୍ରୀଷ୍ମ)-:
ଗ୍ରୀଷ୍ମର ତାତି ଖରା
ଓଠ ତୁମ ମଧୁଝରା,
ସିନ୍ଦୂର ନାଇଚ ମଠେଇ ଚାଲୁଛ
ହାତରେ ଧରି ଗରା...

ଭବିଷ୍ୟତ(ବର୍ଷା)-:
ଆଜି ପ୍ରବଳ ବର୍ଷା ହେଉଛି !
କିନ୍ତୁ ସେ ଲୁହ ତୁମର ନା କାହାର
ବେଳେବେଳେ ଜାଣି ହେଉନାହିଁ !

-


22 MAR AT 8:30

ତୁମେ ଦିନେ ଥିଲ ମୋ ସ୍ୱପ୍ନର ନାୟିକା
ଶୀତ ଥୁରୁ ଥୁରୁ ସିଝା ହେଇଥିବା ମକା
ଆଉ ସମୁଦ୍ର କୂଳରେ
ବିଶ୍ରାମ ନେଉଥିବା ଶାମୁକା !

ତୁମେ ଦିନେ ଥିଲ ମୋ ଆମ୍ବତୋଟାର ଯଶ,
ପତ୍ରଝଡା ବୃକ୍ଷର ବିଧବା ରୂପ
ଟାଙ୍ଗରା ଭୂମିରେ ଲାଜକୁଳୀ ହସ !

-


16 MAR AT 20:22

ପ୍ରଥମ ଦେଖାରେ କରିଲି ନିଜର
ଆଖିରେ ମିଶିଲା ଆଖି,
ସେହିଁ ଦିନଠାରୁ ତୁମ ସାଥେ ମୋର
ସମ୍ପର୍କ ରହିଲା ଲାଖି !

ଭଲ ପାଇବାର ମଧୁ ଚଖାଇଲ
କେତେ ଆପଣାର କରି,
ପ୍ରେମ ବୋଲି ତମେ ଦୁଇଟି ଅକ୍ଷର
ମୋ ମନେ ଦେଲ ଭରି !

-


7 FEB AT 21:22

ଶୀର୍ଷକ-:ହେ ମୋର ପ୍ରିୟ ମଧୁବାବୁ

ଉତ୍କଳର ପାଣି ପବନରେ ଗଢ଼ା
ଉତ୍କଳ ଆମରି ମାଆ,
ସେ ପୂର୍ଣ୍ୟ ମାଟିରେ ଜନମ ଆମ୍ଭର
ରଖିବୁ ତାହାରି ନାଆ...

ମାତୃ ସ୍ତନୁ ଯେହ୍ନେ ଅମୃତ ଝରଇ
ତା ତୁଲ୍ୟ ଓଡ଼ିଆ ଭାଷା,
ଉତ୍କଳର ଭାଷା ସବୁଠୁ ମଧୁର
ତୃଷ୍ଣା ମେଣ୍ଟି ଯାଏ ଆଶା....

ସତ୍ୟରଞ୍ଜନ ଦାସ
ରାଉରକେଲା,ଓଡିଶା

-


23 JAN AT 19:43

ଚାହିଁ ପାରିଥିଲେ ଦେଇ ପାରନ୍ତି
ଅନୁଭୂତି ଭରା ସମ୍ପର୍କ ସାତ ଜନ୍ମଦିନ ପାଇଁ...

ଯଦି ମନା କରୁଛ
ତେବେ ଜମା ରୋକିବିନି !

-


Fetching Satyaranjan Das Quotes