ମୋ ଜୀବନରେ
କିଛି ମିଳୁ କି ନ ମିଳୁ
ତୋ ପରି ସାଥିଟିୟେ ପାଇଛି
ସେଇଥିରେ ମୁଁ ବହୁତ ଖୁସି
ଯିଏ କି ମୋ ସୁଖରେ ଦୁଃଖରେ
ମୋ ପାଖରେ ଛିଡ଼ା ହେଇଚି।
ବିବାହର ଦ୍ଵିତୀୟ ବାର୍ଷିକୀ
ଅଭିନନ୍ଦନ-
ଅତି ଦର୍ପେ ହତ ଲଙ୍କା, ରାବଣ ମରଣ
ଅତି ମାନ କୌରବ ଙ୍କ, ବିନାଶ କାରଣ।
ଅତି ଦାନି ହେଇ ବଳି, ପଶିଲେ ପାତାଳ
ଅତି ରୁ ଇତି ହୁଅଇ, ସବୁ କାଳେ କାଳେ।-
(ମଣିଷ ଜନ୍ମରୁ ପାରିକର)
ଏଠି ଜୀବନ ହେଉଛି ଏକ ରଙ୍ଗମଞ୍ଚ,
ଅଭିନୟ ତ କରିବାକୁ ପଡିବ।
ଅନ୍ତର ର ଦୁଃଖକୁ ବୁକୁ ତଳେ ଚାପି,
ସଭିଙ୍କୁ ହସେଇବାକୁ ପଡିବ।
ଏଠି ଲୁହର ଓଜନ ଲୁହାଠାରୁ ବେଶୀ,
ହେଲେ ବାଟ ଚାଲିବାକୁ ପଡିବ।
ଶେଷ ନିଃଶ୍ୱାସ ଥିବା ଯାଏ ବାକି,
ରଙ୍ଗମାରି ନାଚିବାକୁ ପଡିବ।
ସଭିୟେଁ କରନ୍ତି ଅଭିନୟ ଏଠି,
ତତେ ବୁଝିବାକୁ ପଡିବ।
ବର୍ଷା ଅସରା ରେ ଆଖିର ଲୁହକୁ,
ଦୁନିଆ ଆଗରେ ଲୁଚେଇବାକୁ ପଡିବ।
ଜୀବନ ର ମାନେ ଏଠି ମହା ନାଟକ,
ଅଭିନୟ କରିବାକୁ ପଡିବ।
କେବେ ଫୁଲମାଳ, କେବେ କରତାଳି,
ସବୁ ତତେ ଏଠି ମିଳିବ।
କେବେ ଲୋକନିନ୍ଦା, କେବେ ଜୋତା ମାଡ,
ସବୁ ଆଦରିବାକୁ ପଡିବ।
ହେ ଈଶ୍ୱର,ଏ ରଙ୍ଗମଞ୍ଚ ଦୁନିଆରୁ
ଏଇ ଜନ୍ମ ରେ ପାରିକର।
ଆର ଜନମ ରେ ଚରଣ ସେବକ,
ତୁମ ଦାସା ନୁ ଦାସ ର ଦାସ କର।-
(ବାପା)
ଦୋଷ ତ ମୁଁ ବହୁତ୍ କରିଛି,
ହେଲେ ଯୋଉଠି ମୋର
କିଛି ଭୁଲ୍ ନାହିଁ
ଦଣ୍ଡ ମୁଁ ସେଇଠି ପାଉଛି।
ମୋ ନିରବତା ରେ ମୁଁ
ତୁମକୁ ବହୁତ୍ ଝୁରୁଛି,
ହେଲେ ଖୋଜିଲେ ପାଇବି
କେମିତି, ସବୁଦିନ ପାଇଁ
ତୁମକୁ ଯେ ହରେଇଛି।
ଥରେ ଫେରିଆସ, ଦେଖିଯାୟ
ଜୀବନ ପଥ ମୋର ପ୍ରତି
ମୁହୂର୍ତ୍ତରେ ମୋଡ଼ ବଦଳାଉଚି।
-
*******କବି ନୁହେଁ କୁଳାଙ୍ଗାର*******
ଜାତି ପ୍ରେମ ମାତୃଭାଷା ର କର୍ତ୍ତବ୍ୟ
ଯା ଭାବନା ରେ ଆସିନାହିଁ,
କୁଳାଙ୍ଗାର ସିଏ ପୁଣ୍ୟ ଉତ୍କଳର
କଳଙ୍କ ଏ ଜାତି ପାଇଁ।
ଲେଖା ଲେଖି କରି ଲେଖକ ବୋଲାଏ
ମାନପତ୍ର ଟିଏ ପାଇଁ,
ମତାମତ ଟିଏ ଲେଖିଲା ବେଳକୁ
ନିଜ କଥା ଭାବେ ସେହି।
ପଢ଼ିବା ଜାଣିନି ଲେଖିବା ଶିଖିଛି
ସମୀକ୍ଷା ର ଅର୍ଥ ଜାଣିନି,
ସେ କଳାକାର କୁ କୁଳାଙ୍ଗାର ବୋଲି
ଓଡ଼ିଆ ସମାଜ ବୁଝୁନି।।-
ଜୀବନଟା ଭାରି କଷ୍ଟ ଲାଗିଲାଣି
କହିହୁ୍ୟେ ନାହିଁ କିଛି,
କିଏ ବା ବୁଝିବ ଦୁଃଖକୁ ମୋର
କା ପାଖେ ସମୟ ଅଛି?
ସମସ୍ତଙ୍କ ମୁହେଁ ହସ ଦେଖିବାକୁ
ହସିବାକୁ ଏଠି ହୂୟେ,
ସେଥିପାଇଁ ଏଠି ସମସ୍ତେ ଭାବନ୍ତି
ଜୀବନରେ ସୁଖୀ ଇୟେ।
ସମସ୍ତଙ୍କ ମନ ବୁଝିକରି ଏଠି
ନେଇ ଚଳିବାକୁ ହୁଏ,
କେହି ବି ଏଠି ବୁଝନ୍ତିନି ଟିକେ
ମୋ ମନ କଣ ଚାହେଁ।
ସମସ୍ତେ କୁହନ୍ତି ସମ୍ପର୍କ କୁ ଏଠି
ବାନ୍ଧି ରଖିବାକୁ ହୁଏ,
ବୁଝନ୍ତିନୀ କେହି ସମ୍ପର୍କ ଟା ପରା
ଏକତରଫା ର ନୁହେଁ।
ମନ ତ ଏମିତି ଉଡା ପକ୍ଷୀ ଟିଏ
ସଦା ଉଡିବାକୁ ଚାହେଁ,
ସୁନା ପଞ୍ଜୁରୀ ରେ ବାନ୍ଧି ରଖିଦେଲେ
ଝୁରି ଝୁରି ମରିଯାଏ।
ଦୀପଶିଖା ସମ ଆଲୋକ ଦେଇ ସେ
ନିଜେ ଜଳି ଜଳି ଯାଏ,
ଦୁନିଆ ବୁଝେନା ତାହାର ମହତ୍ତ୍ଵ
ଶେଷରେ ନିସେଶ ହୁଏ।
ଶେଷରେ ନିସେଷ ହୁଏ।।-
ଜୀବନଟା ଯଦି ମରିବାରେ ହୁ୍ୟେ ଶେଷ,
ହାରିବା,ଜିତିବା ଅବା ହରେଇବା ମହସଂଗ୍ରାମ୍ ରେ
କାହିଁକି ବା ଅବଶୋଷ?
କିଏ ବା ନ ଜାଣେ ଜୀବନଟା ଗୋଟେ
ପାଣି ଫୋଟକା ରୁ ହିନ,
କିଏ ବା ଜାଣେ ଜୀବନଟା ଗୋଟେ
ଭସା ବାଦଲ ରେ ଲୁଚକାଳି ଖେଳୁଥିବା ଜହ୍ନ?
ଜୀବନଟା ଗୋଟେ ଅବା ଦିବସ ସପନ,
ହରାଇବା ଦିନରାତି ପରି ସତ୍ୟ,
ଅଥଳ ସେ ଅନ୍ତହିନ, ଅଥଳ ସେ ଅନ୍ତହିନ।-
*******ଜୀବନ*******
ଇଛା ହୁୟେ ନିଜ ଅଜଣା ରେ
ନିଜକୁ ଫିଙ୍ଗିବା ପାଇଁ ପ୍ରଶ୍ନ ବାଣ,
ଆଉ ପଚାରି ବୁଝିବାକୁ
ଦୁଃଖର ପରିଷଜ୍ଞା କଣ?
ଖୁସିର କାରଣ କଣ?
ଲୁହର ରଙ୍ଗ କଣ?
ଯନ୍ତ୍ରଣା ର ଆକାର କଣ?
ଆଉ ଆବେଗ ର ଚିହ୍ନ କଣ?
ଖୁସିରେ ତୁ ନାଚିଯାଉ,
ଆଉ ବିନ୍ଦାସ୍ ଥାଉ ସବୁବେଳେ।
ପ୍ରଶ୍ନବାଚୀ ର କୋଠରୀ ରେ,
ପୁଣି ମୁଁ ନିଜେ ବନ୍ଦୀ ହୁଏ
ଆଉ ଭାବେ ଆରେ ଏ ଜୀବନଟା କଣ?
ମୁଁ ନୁହେଁ, ମୋ ସାଙ୍ଗ ମାନେ କୁହନ୍ତି
ଜୀବନ ର ମାନେ ବୁଝିବାକୁ ହେଲେ,
ଗୋଟିଏ ଜୀବନ ବିତେଇବାକୁ ପଡିବ
ଆଉ ଅନୁଭବି ହେବାପାଇଁ ପଡିବ
କାରଣ ଏ ଜୀବନ ଟା ହେଉଛି
ହସ, କାନ୍ଦ, ରାଗ,ଋଷା, ଖୁସି ର ଏକ ମିଶ୍ରଣ।
ଏଇତ ଜୀବନ, ଏଇତ ଜୀବନ।।-
ମନରେ ଅମଡ଼ା ମାଡିବୁନି,
ସବୁ ଶୁନୁଥିବୁ ସବୁ ଦେଖୁଥିବି, ପାଟି ଦୁଇ ଫାଳ କରିବୁନି।
ମୁରବି ପଣିଆ କରିବୁନି, ବଡ଼ ପାଟି କେବେ କରିବୁନି,
ପାଟି ଫିଟେଇଲେ ଦୋଷ ଲଦିଦେବେ,ସେ ଭୁଲ୍ କରିବୁନି।
ନାରୀ ଜାତି ବଡ଼ ସନ୍ଦେହୀ, ତାଙ୍କୁ ସବୁ କଥା କହିବୁନି,
ମା କୁ ଲୁଚେଇ, ସ୍ତ୍ରୀ କୁ ଜଣାଇ କାମରେ ହାତ ଦେବୁନାହିଁ।
ଭାର୍ଯ୍ୟା ବୋଲେ ବାଟ ଚଳିବୁନି, ମା ସ୍ତ୍ରୀ କଜିଆ ସୁଣିବୁନି,
ଯଦି ସୁଣୁଥିବୁ ସ୍ତ୍ରୀ ମୁହେଁ ହସି, ମାଆ ପଟ କେବେ ଛାଡିବିନି।
ରାସ୍ତା କଡରେ ଘର କରିବୁନି, ବୁଢ଼ା କାଳେ ସ୍ତ୍ରୀ ଆଣିବୁ ନି,
ଚୋର ନେଇଯିବେ ପର ଖାଇଯିବେ, ଦିନରାତି ଭାବିବୁଣି।
ମନରେ ଅମଡ଼ା ମାଡିବୁନି,ମନରେ ଅମଡ଼ା ମାଡିବୁନି।।-
Family
Like branches on a tree
We all grow in a different direction
Yet our roots remains as one-