SASMITA TARAI   (CHULU TALES✍️)
13 Followers · 1 Following

💁I'm here just to express my feelings❤️
Joined 2 October 2020


💁I'm here just to express my feelings❤️
Joined 2 October 2020
28 MAR 2023 AT 20:57

"ସମ୍ପର୍କର ଡୋରି"
ସଂପର୍କର ଡୋରି ଥରେ ଛିଣ୍ଡିଗଲେ, ଆଉ ଯୋଡ଼ି ହୁଏନା..!!!
କେବଳ ଗଣ୍ଠି ପଡ଼ିବାଟା ହିଁ ସାର ହୋଇଥାଏ। ନା ଥାଏ ସେଥିରେ ମଧୁରତା, ନା ସ୍ନେହର ଗଭୀରତା।ଖାଲି ତୁଚ୍ଛାଟାକୁ ସମ୍ପର୍କଟିଏ ଲୁଚିଥାଏ।
ଯାହା ଚେନାଏ ହସରେ ବିଲୁପ୍ତ ପ୍ରାୟ ହୋଇଯାଇଥାଏ।
ଉପରୁ ସିନା ଜଣଙ୍କୁ କ୍ଷମା କରିବାର ଅଭିନୟ ଓ ଚେଷ୍ଟା କରିଥାନ୍ତି, ହେଲେ ମନ ଭିତରୁ ତାହା କେବଳ ପ୍ରହସନ ହୋଇ ରହି ଯାଇଥାଏ।

-


18 SEP 2022 AT 12:24

ମନର ଅସୁମାରୀ ଆଶାର ଭସା ବାଦଲ
କେବେ ଭାସି ଭାସି ଚାଲି ଯାଏ,
ତ କେବେ ରିମ୍ ଝିମ୍ ହେଇ ବରଷି ଯାଏ
ସେଇ ବର୍ଷା ଜଳରେ କାଗଜ ଡଙ୍ଗାଟି ବେଳେ ବେଳେ
ଖୁବ୍ ଦୂରକୁ ଚାଲି ଯାଏ, ତ କେବେ କେବେ
ବାଧା ପାଇ ଅଟକି ଯାଏ।
ହେଲେ ସେ ବର୍ଷାର ସୁଅ କାହାକୁ ଅପେକ୍ଷା ନ କରି ଅବିରତ ବହି ଚାଲିଥାଏ ଠିକ୍ ଆମ ଜୀବନ ପରି...

-


31 AUG 2022 AT 8:49

ବିପଦେ ଆପଦେ ଯେବେ ଖୋଜିଥାଏ
ଭାଇ ପରି ତୁମେ ରକ୍ଷା କରି ଥାଅ
ତୁମେ ପାଖେ ଥିଲେ ହାର୍ ନାଇ ମୋର
ଅବା ଡର ଭୟ କେଉଁ ଶତ୍ରୁର
ପାଖେ ମୋ ସର୍ବଦା ରହିଥିବ ପ୍ରଭୁ
ଜିତିବି ସବୁ ମୋ ଜୀବନ ଯୁଦ୍ଧ
ଜୟ ଶ୍ରୀ ଗଣେଶ 🙏

-


30 AUG 2022 AT 13:29

Zindagi ki khubsurat palon mein
Waqt ko nahi haseen lamhon ko samet lijiye...
Kyun ki waqt to chala jayega,
Par woh ehsaas aur lamha
humesha humare saath hi reh jayega😊

-


5 AUG 2022 AT 9:07

ଦିନେ କାଳେ ଦର୍ଶନ ଦେଉନଥିବା କି ପଚାରୁନଥିବା କିଛି ଲୋକ
କାମ ପଡ଼ିଲେ ଦୂର ସମ୍ପର୍କ, ନିକଟ ସମ୍ପର୍କ ସବୁ ସମ୍ପର୍କ ଖୋଜି ଖୋଜି ଯୋଡ଼ି ପକେଇବେ।
ପୁଣି କାମ ସରିଲେ ଚୁପ୍ ଚାପ୍ ଚୋର ପରି ଲୁଚି ଖସିଯିବେ।
ସେମିତି ଲୋକଙ୍କ ଠାରୁ ଦୁଇ ପଟ ରୁଟି ଖାଇ ଲାଞ୍ଜ ହଲେଇ କୃତଜ୍ଞତା ଜଣାଉଥିବା ନିରୀହ କୁକୁର ଢେର୍ ଗୁଣରେ ବିଶ୍ବାସ ଯୋଗ୍ୟ ଓ ଭଲ ବୋଲି ମୁଁ ଭାବେ।

-


1 AUG 2022 AT 10:47

Uljhane tujhe kya bataun e zindagi..
Tujhe gale bhi lagana hai
Aur tujhi se sikayat bhi hai
Aab tu hi pata kar le
Teri keemat kya hai🌷

-


29 JUL 2022 AT 21:01

ଖରାପ୍ ଲାଗୁଥିଲେ ବି ଏହା ସତ୍ୟ ଯେ,
ମୁର୍ଖ ଲୋକଙ୍କ ପାଇଁ ସମାଜ ନଷ୍ଟ ହୁଏନା
ବରଂ ଶିକ୍ଷିତ ଲୋକଙ୍କ ମୁର୍ଖ ସ୍ଵଭାବ ଯୋଗୁଁ
ସମାଜ ନଷ୍ଟ ହୁଏ।

-


11 JUL 2022 AT 14:07

ଚିହ୍ନା ରଜନୀକୁ ଶୀତଳ ପବନ
ତାରା ବିଛା ଆକାଶକୁ, ଜହ୍ନର ଆସର
ନିଦୁଆ ଆଖିକୁ ଅସୁମାରୀ ସ୍ବପ୍ନ
କିଛି ମେଘର ଭସା ବାଦଲ ତ
ପୁଣି କିଛି ଛାଇ ଆଲୁଅର ଖେଳ
ତା ଭିତରେ ହଜିଯାଏ ମୋ କୁନି ମନ

-


9 JUL 2022 AT 0:47

ମନର ସାଧା କାଗଜ ଓ ସ୍ମୃତିର କଲମ
ଯୋଡ଼ି ହେଇ ଲେଖନ୍ତି ସେ ଭାବନାର କାନନ
କିଛି ଥାଏ ରାଗ, ରୁଷା କିଛି ମନାନ୍ତର
ପୁଣି କିଛି ସ୍ନେହ, ପ୍ରେମ ଆଉ ଅଭିମାନ
ହେଲେ ସେଠି ଜାଗା ପାଏ ସେଇ କିଛି ସ୍ମୃତି
ଯିଏ ଭରି ଦେଇଥାଏ ମନେ ଆତ୍ମତୃପ୍ତି😊

-


6 JUL 2022 AT 12:14

ମାଟିର ମଣିଷ ମାଟିରେ ମିଶିବ
ଆଜି ଚାଲିଗଲେ କାଲିକୁ ଦୁଇ ଦିନ
ରାଗ, ଈର୍ଷା, ହିଂସା ସାଥେ ନେଇଯିବ
ଛାଡ଼ିଯିବ ଖାଲି ସ୍ମୃତି ଅନୁଭୂତି
ବନ୍ଧୁ ପରିଜନ ବାଟୋଇ ଦେବେ
ଅଶ୍ରୁ ଦି ଟୋପା ଝରାଇ ଦେଇ
ମାଟିର ମଣିଷ ମାଟିରେ ମିଶିବ
ମାତ୍ର ଦୁଇ ମୁଠା ପାଉଁଶ ହେଇ...




-


Fetching SASMITA TARAI Quotes