ଭାଗ ୪
ଟ୍ୟୁଲିପ, ଡାଫୋଡିଲ, ଡାଲିଆ
ଲାଭେଣ୍ଡର, ଅର୍କିଡ଼
ସୁନ୍ଦରତା ପ୍ରତି ତୁଳନା ନାହିଁ
ଏମାନଙ୍କ ପ୍ରତିଶ୍ରୁତିବଦ୍ଧତାରେ
କିନ୍ତୁ ତାହା ସାମୂହିକ
ଏମାନଙ୍କର କ୍ଷେତ ସୁନ୍ଦର ହନିମୁନ୍ ପାଇଁ
ଏମାନେ ପ୍ରେମ ପାଇଁ ଆଉ
ପ୍ରମେଥିୟସ ତ ହେଇପାରିବେନି ନା
ପ୍ରେମର ପ୍ରତୀକ ଗୋଲାପ
ଗୋଲାପର ଭଳି ଋତୁପର୍ଣ୍ଣା ବି
ପ୍ରେମର ଗୋଟିଏ ସର୍ବମାନ୍ୟ ପ୍ରତୀକ
ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ...-
Don't follow to get a follow back
Follow if you really love my work
Strong fai... read more
ଭାଗ ୩
ଋତୁପର୍ଣ୍ଣା, ଚିତ୍ରଲେଖା, କାଦମ୍ବିନୀ, ମଧୁମିତା
ଅଭିସାରିକା, ଅନାମିକା, ଶ୍ୱେତଲୀନା, ଅନିନ୍ଦିତା
ଏମାନେ ସବୁ ଗୋଟେ ଗୋଟେ ଆଇକନ୍
ଜାସ୍ମିନ୍, ରୋଜାଲିନ ଓ ମୋନାଲିସା ପାଇଁ
ତମେ ଯଦି ଜାଣିଛ ସେ ହଷ୍ଟେଲକୁ
ତେବେ ତାଳଦଣ୍ଡା ଦୁଇପାଖର ସମ୍ପ୍ରସାରିତ ରାସ୍ତା ପରି
ରାଣୀହାଟ କ୍ଲକ୍ ଟାୱାର ପରି
ତମେ ବି ଏ ସହରଟାରେ ନୂଆ ନିହାତି
କିନ୍ତୁ ସେଇମାନେ ତ ଆଜିର ଫ୍ୟାଶନ
ତେଣୁ ତମେ ବି ପ୍ରକାରାନ୍ତରେ
ମୁଁ ଯଦିଓ ଜାଣିଛି ତଥାପି ଜାଣିନି
କାରଣ ଏଇଟା ବସ୍ତୁନିଷ୍ଠ ବିଷୟ ନୁହଁ
ଯାହାର ପରଫ୍ୟୁମ ସେ ଚାଲିଗଲା ପରେ
ବେଶୀ ନୀରବ କୋଳାହଳ କରେ
ଯାହାର ଓଢଣୀ ତାର ଅନ୍ୟମନସ୍କତାର ସୁଯୋଗ ନେଇ
ବରମ୍ବାର ଖସି ଆସେ କାନ୍ଧ ତଳକୁ
ମହୁମାଛିଙ୍କୁ ରେଣୁ ସାଉଁଟିବାର ସୁଯୋଗ ଆଣିଦେଇ
ଯାର କେଶ ସବୁ ପବନରେ ବିଶୃଙ୍ଖଳିତ ହୋଇଉଠନ୍ତି
ତାର ସ୍ଵାଧୀନ ମନା ଅବସ୍ଥାର ପ୍ରତୀକ ଭାବେ
ସିଏ ବୋଧେ ସାବାଳିକା
ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ...-
ଭାଗ ୨
ମୋ ଆଖି ଲାଖି ଯାଇଥିଲା
ପଢ଼ା ଘର ଖଟ ଉପରେ
ମୁଁ ଶୋଇ ନଥିଲି କିନ୍ତୁ
ଶୁଏନା ବି ସେଠି କେବେ
ଶୋଇ ପଡ଼ିବି କିନ୍ତୁ
ଯଦି କିଏ ଅଯାଚିତ ଭାବେ
ଚେତେଇ ଦବ ନାହିଁ
ପଦେ ଅଧେ କହିବନି
ପଢ଼ା ପ୍ରତି ମୋର ଖିଆଲି ସ୍ୱଭାବକୁ ନେଇ
କିଏ ନ କହିଲେ ବି କିଛି
ମୁଁ ଯଦି ଅନୁତପ୍ତ ହୋଇ ଉଠିବି...
ମାଗାଜିନଟା ବାହୁକୁ ମେଲେଇ
ମୋ ଛାତି ଉପରେ ଶୋଇରହିଥିଲା
ନିରନ୍ତର ଚୁମି ଚାଲିଥିଲା
ଅବିରତ ଆଲିଙ୍ଘନର ଜାଲରେ ବାନ୍ଧି
ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ...
-
ଭାଗ ୧
ଆଜିକାଲି କଟକରେ
ପ୍ରେମ କରିବାଟା ଶକ୍ତ ମନା
ଆଉ ସୁଯୋଗ ଦେଉନାହିଁ
ସାବାଳିକା ପବନକୁ
ତାର ଅତର ଚୋରେଇ
ଏଠି ସେଠି ବାଣ୍ଟିବାକୁ
ସିଏ ଶୁଆଇ ଦେଇଛି
ତାର କେଶ ସବୁକୁ ନିଶା ଦେଇ
ସେମାନେ ଆଗଭଳି
କରୁନାହାଁନ୍ତି କଥାବାର୍ତ୍ତା
ପବନରେ ଢେଉ ସାଜି
ସେ ବୋଧେ ଆଉ ଗର୍ବ କରୁନାହିଁ
ତାର ସଜଫୁଟା ଯୌବନକୁ ନେଇ
କିଏ ଜାଣେ ପୂର୍ବ ଭଳି
ସେ ଏବେ ସଜ ହେଉଛି ନା ନାହିଁ
ସମ୍ପୂର୍ଣ୍ଣ ଲେଖା ଅନୁଶୀର୍ଷକରେ...
-Rollingtears-
କଟକର ରାତି ଭଳି ରାତି ନାହିଁ
ଶିରା ଭଳି ଲମ୍ବିଥିବା ସରୁ ଗଳିରେ
ରକ୍ତ ବେଗରେ ଦୌଡ଼ୁଥିବା ଭିଡ଼ ଦେଖି ମନେ ହୁଏ
ଆକାଶର ବି ଏତେ ପ୍ରଶସ୍ତ ଛାତି କାହିଁ
କଟକର ରାତି ଭଳି ରାତି ନାହିଁ
ମୁଁ ମାନୁଛି ସେ ଶୁଏ ନିଦରେ
କିନ୍ତୁ ବିଜୁଳିର ବତୀ ସହ ଚେଇଁ ଚେଇଁ
ସ୍ଵାଭିମାନ କଥା ଉଠିଲେ କଟକ ପରି
କେହି ଶତ ସିଂହର ବଳ ନେଇ ମାତି ନାହିଁ
ସେ ପ୍ରଥମେ ଛାଡିଥିଲା ସିଂହ ରଡ଼ି
"ଓଡ଼ିଆ ପରି ଜାତି କାହିଁ"
କଟକର ରାତି ଭଳି ରାତି ନାହିଁ
ଚିତ୍ରା ସାର୍ଟ ପିନ୍ଧା ବେଖାତିର୍ ବସନ୍ତ ଆଗେ
ବଦମାସ୍ ବୈଶାଖ ସେଠି କାଁ ଭାଁ
ତେଣୁ ବେପରୁଆ ସେଠି ତାତି କାହିଁ
ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ.....-
ଦିନେ ଆମେ ସମସ୍ତେ ଫେରିବା କଟକକୁ
ଉଛୁଳା ମହାନଦୀର କୂଳ ଲଂଘୁଥିବା ଯୌବନକୁ
ଦେଖି ବି ନ ଦେଖିବାର ଅଭିନୟ କରି
ଦୌଡ଼ି ଚାଲିଯିବା ପଥର ବନ୍ଧ ଏପାଖୁ ଲୁଚି ଲୁଚି
ଶୋଇଥିବା କାଠଯୋଡ଼ିକୁ ଦି'ଟା ଖପରା ମାରି
ଦିନେ କିନ୍ତୁ ଆମେ ସମସ୍ତେ ଫେରିବା କଟକକୁ
ପୂରା କରିବାକୁ ଯୋଗଜନ୍ମା ଏକ ପୂର୍ଣ୍ଣଛେଦର ଆଶାରେ
ଅଧୁରା ପ୍ରେମ କବିତାକୁ, ଯେ ବଞ୍ଚିଛି ମରି ମରି
ଆମେ ଯିବା ବେଳେ ସ୍ମୃତି ସବୁ ଫେରୁଥିବେ
କ୍ୟାଣ୍ଟନମେଣ୍ଟ ରୋଡ଼ରେ ଜଣେ ଜଣେ ଭଦ୍ର ବ୍ୟକ୍ତି ପରି
କଲେଜ ଛକରୁ ସଦ୍ୟଫୁଟା ସ୍ମିତହାସ୍ୟର ବାସ୍ନା ଧରି
ହଁ ଦିନେ ନା ଦିନେ ଆମେ ସମସ୍ତେ ଫେରିବା କଟକକୁ
ବୋର୍ଡ଼ ସ୍କୁଲରୁ ଘର ମୁହାଁ ନାଲି ଲେଡି ବାର୍ଡରେ
ଭେଟିବା ବିତିଯାଇଥିବା ବଦମାସ ଏକ ବସନ୍ତକୁ
ବାରବାଟୀ କୋଳରେ ଦେଖିବା ବିତା ଏକ ଶୈଶବକୁ
ଯୌବନ ଯା'ର ସମୟର ରାସ୍ତାରେ ଲମ୍ବିଛି ଅନନ୍ତକୁ-
ବିଜୟ ମହାନ୍ତି ଗୋଟିଏ ନାଁ
ବିଜୟ ମହାନ୍ତି କିଛି ସଂଘର୍ଷ
ବିଜୟ ମହାନ୍ତି ପାଂଚ ଦଶନ୍ଧି
ବିଜୟ ମହାନ୍ତି ଗୋଟିଏ ଯୁଗ
ବିଜୟ ମହାନ୍ତି ଏକ ଜୀବନ
ବିଜୟ ମହାନ୍ତି ମେଞ୍ଚେ ସ୍ମୃତି
-
ବର୍ଷା ତମକୁ କେମିତି ଲାଗେ?
ମୋତେ ପଳାୟିତ ପରାଜିତ ସମ୍ରାଟ ପରି
ରବର୍ଟ ବ୍ରୁସ ଏକ ବୁଢିଆଣିଠୁ
ପ୍ରେରଣା ପାଇବାର କାହାଣୀ ଭଳି
ସେ ପୁଣି ଆକ୍ରମଣ ଦିଏ କରି
ତାର ଘଡ଼ ଘଡ଼ିର ଢୋଲ ପିଟି
ଯେବେ ସେ ଆକ୍ରମଣ ଘୋଷଣା କରେ
ଭାରି ଭୟ ଲାଗେ ସତରେ
ଏଥର କିନ୍ତୁ ଜିତିନିଏ ଆକାଶର ଦୁର୍ଭେଦ୍ୟ ଗଡ଼
କିଏ ଷଡ଼ଯନ୍ତ୍ର କରିଥିବା ପରି ଲାଗେ
ବନ୍ଦୀ ସୂର୍ଯ୍ୟ ଛଟପଟ ବାଦଲର ଜାଲ ତଳେ
ଜିତିବା ପାଇଁ ଯେମିତି ସମସ୍ତଙ୍କର ଦିନଟିଏ ଥାଏ
ଲାଗେ ହାରିବା ପାଇଁ ବି ଥାଏ ଦିନଟିଏ
କଟକକୁ ବର୍ଷା ଫେରେ
ଲାଗେ ସେମାନେ ସମସ୍ତେ ଫେରିଛନ୍ତି
ଗୋଟେ ଜମାନା ବୋଧେ ଫେରିଛି।
ଅନୁଶୀର୍ଷକରେ ଅବଶିଷ୍ଟାଂଶ...
-
ସବୁ ପରେ ଇଏ ବି ତ ଗୋଟେ ସତ
ତା ଅଜାଣତେ ବିନାନୁମତିରେ ତା ଠୁ
ଚୋରେଇଆଣିଥିଲି ହାତଗଣତି କିଛି ମୁହୂର୍ତ୍ତ
ଆଜି ବି ଠିକ ସେମିତି ସାଇତା
ରହି ରହି କିଛି ଧୂଳି ଧୂସରିତ
କିଛି ନିର୍ବାକ ବରଫିଯାଇ
ଯିଏ ଯାହା କହୁ ତୁମେମାନେ କିନ୍ତୁ
ସେମିତି ମୋ ଶବ୍ଦର ଢ଼ାଙ୍କୁଣୀ ସେପାଖେ
ଭାବନାର ଜଳକଣା ହୋଇ ରହିଥା।
ସବୁ ପରେ ଇଏ ବି ତ ଗୋଟେ ସତ
ତା ଅଗୋଚରରେ ତା ସହ
ହୋଇଥିବା ଆରମ୍ଭଟିଏ ଅକସ୍ମାତ
ଆଜି ଅନେକ ଦିନ ବିତିଯିବା ପରେ
ସ୍ମୃତି ଯାର ଅକ୍ଷତ, ଅନନ୍ତ ପର୍ଯ୍ୟନ୍ତ ପ୍ରଲମ୍ବିତ
ପାଇବା ହରେଇବା ଆଶା ନିରାଶା ଭିତରେ
ଦିନେ ଧରିବାକୁ ଦୌଡ଼ୁଥିଲା
ପରେ କିନ୍ତୁ ନିଜେ ନିଜର ରେଖା ଉପରେ
ବିଶ୍ୱାସ କରିବାକୁ ବାଧ୍ୟ ହୋଇଯାଇଥିଲା ହାତ
ସବୁ ପରେ ଇଏ ବି ତ ଗୋଟେ ସତ
ସ୍ବପ୍ନର ବିପରୀତ ଦିଗରେ
ସ୍ମୃତି ସହ ଖୁବ ପରିଚିତ।
–Rollingtears
-
କିଏ କେତେ ସଜେଇ ହେଉଛନ୍ତି
ନୂଆ ହେବା ପାଇଁ
କଂକ୍ରିଟ ପଲସ୍ତରାରେ କେମିକାଲ ରଙ୍ଗ ମାଖି
କିଏ କୃତ୍ରିମ ଆଲୋକମାଳାରେ
ରାତିର ଅନ୍ଧାରକୁ ରଖିଦିଏ ଜାକି ଜୁକି
କିନ୍ତୁ କଟକର ଏ ସବୁ ଦରକାର ନାହିଁ
କଟକ ବଞ୍ଚେ ତ ବଞ୍ଚେ କିମ୍ବଦନ୍ତୀରେ
ଯିଏ ଆଜି ବି ଝଲସେ ତାରକସୀର ରୂପା ତନ୍ତୁରେ
ସିଏ ନୂଆ ନୁହେଁ
ପ୍ରତି ବିତିଯାଉଥିବା ଦିନ ସହ ହୁଏ ଯେତେ ପୁରୁଣା
ତାର ଆସ୍ଥାର ପାନ ଦିଏ ରଙ୍ଗ ସେତେ ଗାଢ଼
ଓଡ଼ିଆ ସାଇକେଲଟିଏ ଛାତି ପିଟି ଗଡ଼େ
ତେପନ ଗଳିରେ ସେତେ ଶାନ୍ତିରେ
ଆଜି ବି ମନ କହେ
କଟକ ବଞ୍ଚେ ତ ବଞ୍ଚେ କିମ୍ବଦନ୍ତୀରେ
-