ତୋର କପେ ଚା ଆଜି ମୋତେ ଟାଣିନେଇଛି
କୋଡିଏ ବର୍ଷ ତଳର ସ୍ମୃତିକୁ
ଯାହା ଆଜି ଆଖିପଟଳରେ ଭାସିବୁଲୁଛି:
ସେଦିନ ହୃଦୟର ସ୍ପନ୍ଦନ ତ୍ରିବ ହୋଇ ଚାଲିଥିଲା
ମନରେ ଖାଲି ଭାସି ଉଠୁଥିଲା ବିଭିନ୍ନ ପ୍ରତିଛବି
ଘରୁ ଭିତରୁ ଶୁଣା ଗଲା ତୁମ ପାଉଁଜି ର ସେହି ଋଣୁ ଝୁଣୁ ଶବ୍ଦ
ମନଟା ଯେମିତି ଆହୁରି ଚଞ୍ଚଳିତ ହୋଇଥିଲା
ତୁମର ଗୋଟିଏ ଝଲକ ପାଇବା ପାଇଁ
ମନକୁ ମନେଇ ଘର ଭିତରକୁ ଚାହିଁଲି ତ
ତୁମେ ଆସୁଛ କପେ ଚା ଧରି
ଧୀରଗତିରେ ମୋ ପାଖକୁ ଆସି ଯାଉଛ
କପେ ଚା ଟିକୁ ମୋ ହାତକୁ ବଢ଼େଇ ଦେଇ
ମୁରୁକି ଟିକେ ହସି ଦେଉଛ
ମନଟା ଯେମିତି ସେତେବେଳେ ବୋଲ ମାନୁନି
ଉତ୍ସାହ ସହ ପଦେ କଥା ହେବାପାଇଁ ମନ କହୁଛି
ହେଲେ ଜାଣି ପାରୁନଥିଲି କ'ଣ କଥା ହେବିବୋଲି
ତୁମ ହାତ ତିଆରି ଚା ସୁଡକେ ନେବା ମାତ୍ର
ମନରୁ ସବୁ ଚଞ୍ଚଳତା ଦୂର ହୋଇଯାଇଥିଲା
ତାପରେ ତୁମ ସହ କଥା ହୋଇଥିଲି ପଦେଟି କଥା,
ଯାହା ଆଜି ମଧ୍ୟ ରଙ୍ଗିତ କରିଛି
ତୁମ କପେ ଚା' ଓ ପଦେ କଥା।
-
जब तुम्हारे पास ऐसा व्यक्ति हो जो तुम्हारे आस पास रहे, तुम्हें कभी अकेले कि मेसूस होने ना दे।हर मुश्किल मैं तुम्हारे साथ हो। मेरी मुश्किल को अपनी मुश्किल समझ कर उसको सुलझाए। हर कदम मेरे साथ हो ।तभी लगेगा ये सफ़र आसान है।
-
ସମୟ ଯେମିତି ଆଜି ମୋ ଉପରେ ଅଭିମାନ କରିଛି ସତେ,
ସେ ତ; ତା ଚଲା ପଥରେ ତିବ୍ର ଗତିରେ ଦୌଡି ଚାଲିଛି
ହେଲେ ମୋତେ ବହୁତ ପଛରେ ଛାଡି ଚାଲିଯାଇଛି
ଚାହିଁ କି ବି ସମୟ ସହ ସାଥି ହୋଇପାରୁନି ।
ସତରେ ସମୟ ଆଜି କ'ଣ ମୋତି ହୋଇଯାଇଛି?
ସମୟ କୁ ଛୁଇଁବା ମୋ ପାଇଁ ସ୍ବପ୍ନ ହୋଇଗଲାଣି।-
ଶ୍ରାବଣୀ ନାମକ ଏକ କୃଷକ ପରିବାରର ଝିଅ ଥିଲା।
ବାପା,ମା ର ଗୋଟିଏ ବୋଲି ଝିଅ ଥିଲା
ଝିଅର ବହୁତ ଅଳି ଥିଲା ହେଲେ
ତାର ଅଳି ଅଝଟ ପୂରଣ କରିବା ନିମନ୍ତେ
ଘରେ ପଇସା ନଥିଲା ଦି ଓଳି ଖାଇବା ମଧ୍ୟ
କଷ୍ଟସାଧ୍ୟ ଥିଲା ଯାହା ଯେତକ ପଇସା
ଆଣୁଥିଲେ ଝିଅର ପାଠ ପଢାରେ ସାରିଦେଉଥିଲେ
ହେଲେ ଝିଅର ସବୁବେଳେ ବାପା ମା ପ୍ରତି ଅଭିମାନ ଥିଲା କାରଣ
ସେ ଅନ୍ୟ ପିଲାଙ୍କ ଜୀବନ ଶୈଳୀରେ ବଞ୍ଚିବାକୁ ଚାହୁଁଥିଲା
ଦିନେ ସେ ତାର ବାପାଙ୍କୁ ଝୁମୁକା କିଣିଦେବାକୁ କହିଲା
ପଇସାର ଅଭାବ ହେତୁ ବାପା କିଣିଦେଇ ପାରିନଥିଲେ
ହେଲେ ଝିଅ କିଛି ବୁଝୁନଥିଲା
ରାଗିକି ଖାଇବା ଛାଡି ଦେଇଥିଲା
ଏସବୁ ଦେଖି ବାପା,ମା ଚିନ୍ତିତ ହୋଇପଡିଥିଲେ
ତେଣୁ ସେମାନେ ସ୍ଥିର କଲେ ମାର ବେକରେ ଥିବା
ପତଳାସୁନା ଚେନଟିକୁ ବିକ୍ରି କରି
କାନର ଝୁମୁକା ଆଣିଦେବେ
ଝୁମୁକା ଦେଖି ଝିଅ ବହୁତ ଖୁସି ହୋଇଗଲା
ଶ୍ରାବଣୀ ମୁହଁର ହସ ଦେଖି
ସେମାନେ ଖୁସି ହେଇଯାଉଥିଲେ
ଏମିତି ଦିନ ବିତି ଚାଲିଲା ଝିଅ ବଡ ହୋଇଗଲା ।
ଖାଦ୍ୟର ଅଭାବ ହେତୁ ତାଙ୍କ ବାପାଙ୍କର ମୃତ୍ୟ ହୋଇଗଲା
କିଛି ଦିନପରେ ତାଙ୍କ ମାର ମଧ୍ୟ ମୃତ୍ୟ ଘଟିଲା ।
ବାପା ମାଙ୍କୁ ହରେଇବା ପରେ
ସେ ବାପା ମାଙ୍କ ଭଲପାଇବା ବୁଝିପାରିଲା
ହେଲେ ସେତେବେଳେ କିଛି ନଥିଲା ସବୁ ସରିଯାଇଥିଲା
ହେଲେ ରହିଯାଇଥିଲା ଏକ ନିର୍ଜିବ ଧାତୁ ଝୁମୁକା।-
Eyes open see the two Choices -
*one is sleep all the day left his dream.
*two is Wake up with the hope of reaching the dream.-
ए जिंदगी और ना सता मुझे
और सेहन नहीं होता है मुझे,
ए रोज़ रोज़ की नाटक से थक गई हूँ मैं ,
अब तो लौटा दे मेरी खोई हुई ख्वाहिश,
अब तो जगा दे मेरे अंदर के जज़्बात को,
पहुंचा दे मुझे मेरी मंजिल तक
और ना सता मुझे ए जिंदगी..-
କପେ ଚା ଆଉ ତୋର ମିଠା ଭରା କଥା
ଅପସରାଇ ନିଏ ଦିନ ଯାକ ପରିଶ୍ରମ ର ବଥା
ମନକୁ ମୋର ସାନ୍ତ୍ବନା ମିଳେ
ଏକା ନୁହେଁ ମୁଁ ଏ ଦୁନିଆଟାରେ
ପ୍ରତିଟି ମୁହୁର୍ତ୍ତ ଆଭାସ ଦିଏ
ପ୍ରତି କ୍ଷଣ ତୁ ଅଛୁ ମୋ ସାଥେ
ପ୍ରତି ଟି କ୍ଷଣ ତୋ ସାଥେ କାଟି
କଟିଯିବ ମୋର ବାର୍ଦ୍ଧକ୍ୟ ଅବସ୍ଥାଟି
କେବେବି ଛାଡିବି ନାହିଁ ତୋ ସାଥି
ଆଉ ଭୁଲିବି ନାହିଁ ତୋ
କପେ ଚା ଆଉ ତୋ ମିଠା ଭରା ପଦେ କଥାଟି।
— % &-
" ଜଡତାପୁର୍ଣ୍ଣ ମନୁଷ୍ୟ ସମାଜ"
ପିପିଲିକା ଆଜି ଜାଗିଉଠିଛି
ଭବିଷ୍ୟତ ପାଇଁ ଶ୍ରମ କରୁଛି,
ଆହାର ଗୁଡିକ ସଞ୍ଚିବା ପାଇଁ
ଧାଡି ଧାଡି ହୋଇ ଚାଲି ଯାଉଛି
ଶୃଙ୍ଖଳିତ ଭାବନା ମନରେ ନେଇ
ଯାଉଛି ଆହାର ଆଣିବା ପାଇଁ ,
ମନୁଷ୍ୟ ଆଜି କର୍ମ ମଠ ହୋଇଛି
ବିନା ପରିଶ୍ରମେ ଦିବା ସପ୍ନ ଦେଖୁଛି,
ଚାତକ ପରି ଚାହିଁ ରହିଛି
ବିନା ପରିଶ୍ରମେ ଫଳ ଖୋଜୁଛି ,
ଭବିଷ୍ୟତ ପାଇଁ ନାହିଁ ତାର ଚିନ୍ତା
ଖାଲି ପାଦପ ଗୁଡିକୁ କାଟିବା ଚିନ୍ତା,
ନୂଆ କାରଖାନା ସ୍ଥାପନା କରି
ମନୁଷ୍ୟ କୌଶଳ କୁ ନେବ ଆଗୁଆ କରି,
ଯାନ୍ତ୍ରୀକ ସଭ୍ୟତା ପ୍ରବେଶ କରି
ମାନବ ସାଜିଛି ମାଟି ପିତୁଳା ପରି,
ଜ୍ଞାନ,କୌଶଳ ପ୍ରୟୋଗ କରି
ବିନା ପରିଶ୍ରମେ ଲାଭ ପାଉଛି
ପଛ କଥା ସବୁ ଭୁଲି ଯାଉଛି
ବୃକ୍ଷ ଗୁଡିକୁ କାଟି ଚାଲିଛି,
ଅମ୍ଳଜାନ ସବୁ ସରି ଯାଉଛି
ଅଙ୍ଗାରକାମ୍ଳ ବଢି ଚାଲୁଛି ,
ମଣିଷ ଆଜି ଆହ୍ୱାନ ଦେଉଛି
ଧ୍ୱଂସ ହେଇ ଯାଉ ଏଇ ମନୁଷ୍ୟ ଜାତି।— % &-