କାଚ ଗ୍ଲାସର ଚା' ଚରିତ୍ର ହିନ୍ ଚା ହେଇ ପାରେ, ଆଉ ସେ କାଗଜ ଓ ମାଟି କପ୍ ର ଚା' ଚରିତ୍ରବାନ୍ ଚା' ହେଇ ପାରେ, କିନ୍ତୁ ସେଇ କାଚ ଗ୍ଲାସରେ ଚା' ପିଇବାର ମଜା ଆଉ ତା ପରେ ବି ତାକୁ ହାତରେ ଧରିରଖି ଗପିବା, ଖେଳିବା, ମୋବାଇଲ ଚଲେଇବାର ମଜା କିଛି ଅଲଗା, ତାକୁ ନା ଡଷ୍ଟବିନରେ ପକେଇ ହେବ ନା ମୂଜି-ମାଜି ଫୋପାଡି ହେବ, ବାସ୍ ଧୋଇ ମାଯି ଆଉ ଜଣ ଙ୍କ ଓଠ ସ୍ପର୍ଶ ପାଇଁ ସାଇତି ରଖି ହେବ ...
-
And Insta & tweeter - sambitsss
ଷୋଳ
ସହରର ଷୋଳ-ଡିଗ୍ରୀ AC ଭିତରେ ଜନ୍ମିଛୁ କି?
ନା ଷୋଳ ସୋମବାର କଟାଇ, ଝିଅ ଖୋଜୁଛୁ?
ଷୋଳ ଶୃଙ୍ଗାରରେ ସଜ୍ଜିତ ହୋଇନି,
ଷୋଳ କଳାରେ ନିପୁଣ ମଧ୍ୟ ନୁହେଁ।
ଷୋଳଟି ଫାଗୁଣରେ ହୋଲି ଖେଳିନି,
ଷୋଳ ଶ୍ରାବଣରେ ବାହୁଙ୍ଗି ନେଇନି।
ସ୍ୱପ୍ନେ ଷୋଳ ପତ୍ରରେ କାହା ନାଁ ଲେଖିନି,
ପ୍ରେମର ଷୋଳ ରଙ୍ଗରେ ଜୀବନ ରଙ୍ଗିନ କରିନି।
କାହା ସହ ଚାନ୍ଦିନୀ ରାତିରେ ଷୋଳ ତାରା ଗଣିନି,
କାହାକୁ ଷୋଳ ବଚନ ଦେଇ ପ୍ରତିଜ୍ଞା କରିନି।
ବାସ୍, ଯାହା ଷୋଳ ବୟସରୁ—
ଜୀବନର ଷୋଳ ଚକ୍ରରେ ଘୁରି ବୁଲୁଛି।-
Haan, pyaar baar-baar ho shakta hai,
Bas bheetar sacchai honi chahiye.-
--- AI ---
Kal tak main codes likhta tha haathon se,
Aaj machine ne kar diya kaam kuch minuto mein.
Job bhi mila tha usi ke wajah se,
Aur survive bhi kiya maine kai dino se.
Khud ko update nahi kiya inhi dino mein,
Toh job chala gaya mera haathon se.
Phir AI ko kyun badnaam kiya bekaar mein?-
ଲୋକ କୁହନ୍ତି
ଦିଲ୍ଲୀ ଦିଲ୍ ୱାଲୋ କି ସହର ହେ
ଭାବି ନଥିଲି
ଦିନେ ମୋ ଦିଲ୍ ବି ଦିଲ୍ଲୀରେ ଥିବା
ମୋ ପ୍ରେମିକା ପାଇଁ ଧକ୍ ଧକ ହେବ
1633 km ଦୂରରୁ ବି
ମନ ପ୍ରେମରେ
ଶରୀର ଆକର୍ଷଣ ରେ ପଡ଼ି ପାରେ
ତାର ଆକଳନ ମୋ ପାଖରେ ନଥିଲା
ଦୂର ପର୍ବତ
ସୁନ୍ଦର ଶୁଣି ଥିଲି,
କିନ୍ତୁ, ଦୂରରେ ଥିବା ପ୍ରେମିକା
ତାଠୁ ସୁନ୍ଦର
ତା ପ୍ରେମରେ ପଡ଼ିଲା ପରେ ଜାଣିଲି
3 ବର୍ଷ ପୂର୍ବେ, କିଛି ଦିନର ଦେଖା
କିଛି ଈର୍ଷା
କିଛି ଭଲ ପାଇବା
କିଛି ଆନ୍ତରିକତା
ପୁଣି ଦୂରରୁ ଥାଇ ପାଖକୁ ଆଣି ପାରିବ
କେବଳ ସମ୍ଭବ କମଳା ଲେମ୍ବୁ ପରି ଗୋଲ ପୃଥିବୀରେ-
କାଲି ରାତିରେ
ଜହ୍ନ ସହ କଥା ହେଉଥିଲି
ସେ କହିଲା
ତୁ କଣ ମୋଠୁ ଚାଲାକ୍ କି ?
ମୋ ଆଲୁଅ ଦୁନିଆର ସବୁ ଲୋକ ଙ୍କୁ ଦରକାର
ତଥାପି ମୁଁ ପୂର୍ଣ୍ଣିମାରେ ଆଲୋକିତ ହେଇ
ଅମାବାସ୍ୟା ରେ ଉଭେଇ ଯାଏ
ତୁ ତ ସବୁ ବେଳେ ସମସ୍ତଙ୍କ ଆବଶ୍ୟକ ଉପସ୍ଥିତ, କାହିଁକି ?
ତୁମ ଅନୁପସ୍ଥିତି ହିଁ ତୁମ ପ୍ରକୃତ ଉପସ୍ଥିତି କୁ ଜାହିର କରିଥାଏ ।-
କିଏ କହିଲା କେବଳ ମଦ ପିଲେ ନିଶା ହୁଏ
କେବେ ଅଧ ରାତିରେ
ରାସ୍ତା କଡ଼ରେ
ସେମିତିକା ସାଥୀ ମାନଙ୍କ ସହ ବସି
ଚା ପିଇଚ ?-
ମୁଁ ପାପୀ ଟିଏ
ଶୁଣି ଥିଲି,
ଗୋପୀ ମାନେ ସିନା କାଳିଆ ସାନ୍ତଙ୍କୁ ଅଭିମାନ ର ଅଭିଶାପ ଦେଇଥିଲେ ବୋଲି ସେ ଆଜି ସର୍ବ ସମ୍ମୁଖରେ ଗାଧେଇ ହେଉଛି
କିନ୍ତୁ ତାର ଶ୍ରୀଅଙ୍ଗ ପାଣିରେ ବା ପୁରୀ ପବିତ୍ର ହେଉଛି,
କାଳିଆ ପାଖକୁ ଗଲେ ମୋକ୍ଷ ମିଳେ,
ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ, ଏଇ ଚର୍ମ ଚକ୍ଷୁ ରେ ଟିକିଏ ଦେଖି ଦେଲେ
କୁଆଡେ ପାପୀ ତପି ସବୁ ପୁଣ୍ୟ ଲାଭ କରନ୍ତି,
ତା ଆଧାର ଚୁମ୍ବିତ ପଣା ପାଇ କେତେ ଯେ ଅସରିରୀ, ଅତୃପ୍ତାତ୍ମ, ପିଶାଚି, ଦେବ, ଦେବୀ ମୋକ୍ଷ ଲାଭ କରନ୍ତି।
ତା ପାଖକୁ କଣ ଗୋଟେ ପୁଣ୍ୟ ଆତ୍ମା ଭକ୍ତ ହିଁ ଯାଏ କି,
ମତେ ଲାଗେ ପାପ କଲେ ତ ତାକୁ ଦେଖି,
ତାକୁ ପାଇ ପାପ ମୁକ୍ତ ହେବ,
ଯଦି ପାପ ହିଁ କରିବନି, ତାକୁ କେମିତି ଦେଖିବ?
କାହିଁକି ଯେ ଦେଖିବ ?
ତାକୁ ପାଇବାକୁ, ତାକୁ ଟିକିଏ ଦେଖିବାକୁ
ବେଳେ ବେଳେ ପାପ କରିଦିଅ,
ନା ହେଲେ
ସେ ଚପଟି କାଳିଆ ର ଦେଖା ମିଳିବନି ହୋ ....-
"ପରେ"
-------------------
ପରେ କଥା ହେବି।
ପରେ ଫୋନ କରିବି।
ପରେ ଦେଖା କରିବି।
ପରେ ଦେଖିବା।
ପରେ କହିବି।
ଆମେ ସବୁକିଛି "ପରେ" ଉପରେ ଛାଡି ଦେଉ
କିନ୍ତୁ ଭୁଲିଯାଉ ଯେ "ପରେ" ଆମର ନୁହଁ।
"ପରେ" ଆମର ପ୍ରିୟଜନ ଆଉ ଆମ ସହିତ ନ ଥାଆନ୍ତି।
"ପରେ" ଆମେ ସେମାନଙ୍କୁ ନା ଶୁଣିପାରୁ ନା ଦେଖିପାରୁ।
"ପରେ" ସେମାନେ କେବଳ ସ୍ମୃତି ହେଇ ରହିଥାନ୍ତି।
"ପରେ" ଦିନ ରାତି ହୋଇଯାଏ ....
"ପରେ" ଶକ୍ତିମାନ ଅସହାୟ ହୋଇଯାଏ .....
"ପରେ" ହସ ଏକ କୃପାମୟ ହୋଇଯାଏ, ଏବଂ
"ପରେ" ଜୀବନ ମୃତ୍ୟୁ ହୋଇଯାଏ।
ସତରେ "ପରେ" ବହୁତ ଡେରି ହୋଇଯାଏ।।। 😔-
ଆମର ପ୍ରତିଟି ଦେଖା ଏତେ ଦମଦାର ହେଉ
ଯେମିତି ଏଟା ଆମର ଶେଷ ଦେଖା
କାହିଁକି ନା
ଜୀବନରେ ଦେଖିଥିବା ଲମ୍ବା ସ୍ବପ୍ନ
ସେଇ ଶେଷ ଦେଖରେ ହିଁ ରହି ଯାଇଛି ...-