ଶକ୍ତି ଯଦି କୃଷ୍ଣଙ୍କ ମିଳନ୍ତା,
ବନାନ୍ତି ତୁମକୁ ରାଧା ।
ହେଲେ ମନେପଡେ ରାଧା ବିନା କୃଷ୍ଣ ପାଇଥିଲେ ବିରହ ଅଗ୍ନିର ବ୍ୟଥା ।
ଶକ୍ତି ଯଦି ରାମଙ୍କ ମିଳନ୍ତା,
ବନାନ୍ତି ତୁମକୁ ସୀତା ।
ପୁଣି ମନେପଡେ ସୀତା ବିନା ରାମ କାଟିଥିଲେ ଅଧା ଜୀବନର ଗାଥା ।-
◆I believe in " Hardwork beats the talent. "
◆ମୋ ଲେଖା ପଢି ଯଦି ଭଲଲାଗେ , ତ ଭୁଲିବେନି ମନ୍ତବ୍ୟ... read more
*ବର୍ଷର ଶେଷ ସନ୍ଧ୍ୟା*
ଅସ୍ତଗାମୀ ବର୍ଷର ଶେଷ ପଶ୍ଚିମା ସୂର୍ଯ୍ୟକୁ,
ଶୀତଳ ମଳୟର ତରଙ୍ଗକୁ,
ଉଦୀୟମାନ ଶେଷ ଜ୍ୟୋତ୍ସ୍ନାର ଜହ୍ନକୁ,
ଧିମା ଆଲୁଅର ତାରାକୁ
କର ଯୋଡି କରେ ପ୍ରାର୍ଥନା ।
ଭୋକୀ ଭୋକ, ଦୁଃଖୀ ଦୁଃଖ ଯାଉ ବିତି
ଲୋଭୀ ଲୋଭ, ରୋଗୀ ରୋଗ ଯାଉ ହଟି
ହୃଦୟେ ପ୍ରେମ, ମୁଖେ ହେଉ ମଧୁର ଭାଷାର ଗତି
ସଭିଙ୍କ ମନେ ଭରି ଦେଇଯାଅ ପ୍ରୀତି ।
-
ସାମାଜିକ ଚିନ୍ତାଧାରାର ପ୍ରବାହେ
ଲୋଡ଼ା ଅଲୋଡ଼ାର ପାର୍ଥକ୍ୟ ବିଚାରେ ।
ଅର୍ଥଯୁକ୍ତ ଧୋନୀ ନମସ୍ତେ ନମସ୍ତେ,
ଫକିରକୁ ଅଲୋଡା ସମସ୍ତେ ।
ବାକ୍ୟ ବିଚଳତା ଜାଣିଥିଲେ ଲୋଡ଼ା,
ଜ୍ଞାନୀ ନମ୍ର ହୁଏ ଅଲୋଡା ।
କୁଜି ନେତା ମନ୍ତ୍ରୀ ଜୁହାର ଜୁହାର,
ପରିଶ୍ରମୀ ଛାତ୍ର ଯେ ବେକାର ।
ବାହ୍ୟ ଅପରୂପ ଚିକଣେ ସେ ଲୋଡ଼ା,
ସାଧାରଣ ପୋଷାକେ ଅଲୋଡା ।
ସମ୍ପର୍କ, ସ୍ଵାର୍ଥ ହାସଲ ପର୍ଯ୍ୟନ୍ତ,
ଆବଶ୍ୟକ ଅନ୍ତେ ଅନ୍ତ
-
ନିସ୍ତବ୍ଧ ନୀରବ ରାତ୍ରି,
ଆର୍ଦ୍ର ହେମ ମିଶା ମଳୟର ଗତି
କାମନାଭରା ହୃଦୟର ପ୍ରୀତି,
ମୁକ୍ତ ଶରୀରର ନଗ୍ନ ଆସକ୍ତି
ଶୀତଳ ପାଗର ଉଷ୍ମ ଅନୁଭୂତି ।-
ଦାନବ ଦାନା ଲଂଘି ସାଗର,
ମାଡି ଚାଲିଆସେ ଧରି ପବନ ରୁଦ୍ର।
ଧ୍ଵଂସ କ୍ଷତି ଆଶଙ୍କେ କୂଳ ଉପକୂଳେ
ପ୍ରଭୁ ହେ! ଡାକନ୍ତି ଭୟେ ବ୍ୟାକୁଳେ ।
ପ୍ରଭୁ ତୁମେ ଯଦି ଅଛ,
ଦାନବ ଦାନାର ପ୍ରକୋପ ତୁଚ୍ଛ ।
-
ସ୍ବପ୍ନ ଆଉ ପ୍ରେମ ର ଗୋଳିଆ ଯୌବନରେ,
କିଏ ସ୍ବପ୍ନକୁ ବାଛେ ତ
କିଏ ପ୍ରେମ ।
ଯିଏ ସ୍ବପ୍ନ ପାଏ ସେ ବିଜେତା,
ଯିଏ ପ୍ରେମ ପାଏ ସେ ବି ବିଜେତା।
କିନ୍ତୁ କେବେ ଭାବିଚ
ଯିଏ ସ୍ବପ୍ନ ପ୍ରେମର ଯୌବନ ଜାଲରେ ଛନ୍ଦି ହୋଇଯାଏ,
ସ୍ବପ୍ନ ପାଏ ନା ପ୍ରେମ ।
-
ଯେବେ ମୋ ହୃଦୟ ବ୍ୟାକୁଳ ଥିଲା ତା ପାଇଁ,
ସେବେ ସେ କରିଥିଲା ଅଣଦେଖା।
ଆଜି ତା ହୃଦୟ ଅବଶୋଷର ଅଙ୍ଗାରରେ ଜଳୁଛି,
କିନ୍ତୁ ମୋ ହୃଦୟ ପୁରୁଣା ବ୍ୟାକୁଳତା ଭୁଲିଯାଇଛି।
ନା ତାର ହେବାକୁ ଇଛା ଅଛି, ନା ତାକୁ ଛାଡ଼ି ଯିବାକୁ ଚାହୁଁଚି ।
ଏ କି ପ୍ରକାର ଅବସ୍ଥା, ଯାହାର ସଂଜ୍ଞା ଅଭିଧାନ ବି ଖୋଜୁଛି।-
ବୁଢାବୁଢ଼ୀ ଏଠି ଈଶ୍ବର ପ୍ରାୟ
ତାଙ୍କ ଆଶୀର୍ବାଦେ ହୁଏ ଆମରି ଜୟ ।
ସଂସ୍କାର ସଂସ୍କୃତି ଆମ ମହତ୍ଵ କଥା
ଚୋରି ଧପାବାଜି ସେସବୁ ନୀଚ୍ଚ କଥା ।
ପର୍ବପର୍ବାଣୀରେ ଗାଁ ମଉଜେ ହସେ
ଘର ଘରକୁ କୁଣିଆ ଆସେ ।
ପିଠାପଣା ପୁଣି କେତେ ରକମ
ମେଳା ବସେ ଭାରି ଜାକ ଜକମ ।
ଧନୀ ଗରିବ ଏଠି ସବୁ ସମାନ
ମିଶି ଲାଗିଥାନ୍ତି କାମେ ସାର୍ବଜନୀନ ।
ଛୁଆଁ ଅଛୁଆଁ ନାହିଁ ପାତର ଅନ୍ତର
ଭାଇ ଭାଇ ସବୁ ନଥାଏ ବାଛ ବିଚାର ।
ଆମ ଗାଁ କଥା,
ନଥାଉ ପଛେ ପାହାଡ଼ ମଥା,
କି ନଥାଉ ଏଠି ଜଙ୍ଗଲ ଲତା
ହେଲେ ତୁ ଥରେ ଶୁଣି ରଖିଥା
ମୋ ଗାଁ କଥା ।-
ଆମ ଗାଁ କଥା,
ନଥାଉ ପଛେ ପାହାଡ଼ ମଥା,
କି ନଥାଉ ଏଠି ଜଙ୍ଗଲ ଲତା
ହେଲେ ତୁ ଥରେ ଶୁଣି ରଖିଥା
ମୋ ଗାଁ କଥା ।
ଉତ୍ତର ଦକ୍ଷିଣେ ରହିଛି କ୍ଷେତ
ମଝିରେ ଲମ୍ବିଛି ବଙ୍କିମ ପଥ ।
ଯୋଡି ଯୋଡି ଅଛି ସାଇ ପଡିଶା ଘର
ଶେଷେ ମଶାଣି, ତାକୁ ଯେ ଡର !
କାଉ କୋଇଲିଠୁ ମୋ ଗାଁ ସଅଳ ଉଠେ
ଝଟୁଆ ଧରି ଅଗଣା ଝାଟେ ।
ଗୋବର ପାଣିରେ ଘରକାନ୍ଥକୁ ଲେପେ
ଗାଧୋଇ ଯାଇ ଗାଧୁଆ ତୁଠରେ ଗପେ ।
ନିଦାଘୀ ଝାଞ୍ଜିରେ ଗାଁ ସନ୍ତୁଳେ
ଶରତ ଆସିଲେ ପାର୍ବଣ ପାଳେ ।
ବର୍ଷା କାଦରେ ଚଷା ବିଲକୁ ହାଣେ
ବାସନ୍ତୀ ଫଗୁଣେ ତୋଟେ ଆମ୍ବ ବଉଳେ ।
ମୋ ଗାଁ ମୋ ପାଇଁ ସରଗ-ପୁର
ପ୍ରାୟ ଚାଷି ହେଲେ କିଛି ଅଫସର ।
ଗାଁ ମଝିରେ ଅଛି ବିଦ୍ୟା ମନ୍ଦିର
ଗୁରୁଜୀ ଗୁରୁମା ପଢ଼ାନ୍ତି ଭାରି ସୁନ୍ଦର ।-
ଶ୍ରାବଣର କଳାମେଘ ନେଇ ଆସିଲୁ ସତ, ହେଲେ
ବରଷିଲୁନି।
ମଧୁଭରା କଥାର ସମ୍ଭାର ନେଇ ଆସିଲୁ ମିତ, ହେଲେ ମୋତେ ତ କିଛି
କହିଲୁନି ।
ତୁ ସେଇ ଝିଅ ନା, ଭଲଲାଗୁ କହି ଭଲ ପାଇଲୁନି ।-