Sakuntala Behera   (Sakuntala✍️💌)
38 Followers · 33 Following

read more
Joined 4 July 2018


read more
Joined 4 July 2018
1 OCT 2023 AT 19:30

जहाँ से चले थे,
फिर वहीं आके ठेरे हैं
एक्क उमृ लग गयी ये समझ ने में,
की दुनिआ गोल है......

-


10 APR 2023 AT 18:50

ତାଙ୍କୁ ଖୋଜିବି କାହିଁକି......?

ସେ ପରା,
ମୋ ମେହେନ୍ଦି ର ରଙ୍ଗରେ
ମୋ ଓଠର ହସରେ
ମୋ ଝଲସୁଥିବା ଆଖିରେ
ମୋ ଚଳ ଚଞ୍ଚଳ ପାଦରେ
ମୋ ଘୁଙ୍ଗୁରର ଶବ୍ଦରେ
ମୋ କଲମର ମୁନରେ
ମୋ ଚୁଡିର ଝଙ୍କାର ରେ
ମୋ ହୃଦୟର ପ୍ରତିଟି ସ୍ପନ୍ଦନରେ........

-


17 SEP 2022 AT 19:53

ଉତ୍ସବ ଏ,
ଆୟୁଷ ସରିବାର....
ଶୁଭେଚ୍ଛା ଏ,
ମୋକ୍ଷ ପ୍ରାପ୍ତି ପାଇଁ ନିକଟତର ର.....
ଆଶୀର୍ବାଦ ଏ,
ଜନ୍ମ ର ସାର୍ଥକତା କୁ ବୁଝିବାର.....
ଖୁସି ଏ,
ଆତ୍ମୀୟଜନଙ୍କ ମନେପକେଇବାର....
ଆୟୋଜନ ଏ,
ମୋ ଭୂମିଷ୍ଠ ତିଥିର......

-


25 FEB 2022 AT 22:31

ଯିଏ ଜନ୍ମରୁ ଭୋକିଲା
ତା ପାଖେ
ଷାଠିଏ ପଉଟି ବ୍ୟଞ୍ଜନର
ସ୍ୱାଦ ବଖାଣିବା
ପରିହାସ ନୁହେଁ ତ
ଆଉ କଣ.........?

-


10 FEB 2022 AT 21:47

ମୋ ଛୋଟ ଘରର ଚାରି କାନ୍ଥ
ରାଗ, ଅଭିମାନ, ବ୍ୟସ୍ତତା ଓ ପ୍ରେମ |
ହଠାତ ଦଲକାଏ ପବନରେ
ଗୋଟେ କାନ୍ଥ ଭାଙ୍ଗିଗଲା |
ଅନ୍ୟ ତିନୋଟି ଥାଇ ମଧ୍ୟ
ମୁଁ,
ସାରା ରାତି ବର୍ଷା ରେ ଭିଜିଲି !
ସକାଳୁ ଭିଜିବାର କାରଣ ଖୋଜି,
କଣ ପାଇଲି ଜାଣିଛ.....?

ଭାଙ୍ଗି ଯାଇଥିବା କାନ୍ଥଟି ପ୍ରେମ ଥିଲା.........
ଯିଏ ଅନ୍ୟ ତିନୋଟି ତୁଳନାରେ
ହୁଏତ କମଜୋର ଥିଲା.

-


8 FEB 2022 AT 8:55

Propose Day ଆଉ କଣ ଯେ
ମୁଁ ରାଗିଲେ ତୁମର, ଗେଲି ଡାକ ହିଁ ମୋତେ ପୁଣି ଥରେ ତୁମ ଭିତରେ ହଜାଏ.
ଅମାନିଆ ହେଲା, ତୁମର ରାଗିକି ଚୁପ କହିବା ହିଁ ମୁଁ ତୁମର କେତେ ନିଜର ଜଣାଏ.
କହି ଆସେନି ମୋତେ ତୁମେ କେତେ ନିଜର, ବାସ ତୁମକୁ ଦେଖି ଝଲସି ଉଠୁଥିବା ଖୁସି ହିଁ,
ତୁମ ଭଲ ପାଇବାକୁ ଧରା ପକାଏ.......

-


25 JAN 2022 AT 18:46

Dear Death,

Tere intejar me hoon,
Kab milne ayegi tu......
Tanha bethi hoon,
Kab gale lagayegi tu......
Tamanna hai tu meri,
Kab puri hogi tu......
Tere liye sab ko vula diya,
Kab yaad karegi tu.......
Chahat hai tu meri,
Kab milegi tu......
Tere bina adhuri hoon,
Kab puri karegi tu.........

-


7 JAN 2022 AT 21:52

ମୁଠାଏ ପ୍ରେମରେ ବଞ୍ଚି ହୁଏ......
କିନ୍ତୁ, ଆଞ୍ଜୁଳାଏ ଦୟା ରେ ନୁହଁ..... ✍️

-


31 DEC 2021 AT 22:51

ବୟସର ଅତିକ୍ରାନ୍ତରେ
ଜୀବନ ଅନେକ ଅଭିଜ୍ଞତା ଦେଇଛି
ତା ପରେ ବି ମୁଁ ଭୁଲ କରିଛି.......
ଅତି ପାଖରୁ
ନିଜ ଲୋକଙ୍କୁ ଦୂରେଇଯିବାର ଦେଖିଛି
ତଥାପି କିଛି ମୁହଁକୁ ଆଜି ବି ବିଶ୍ୱାସ କରୁଛି.......
ବିନା ଦୋଷରେ
ଅନେକ ଆରୋପ କୁ ସହିଛି
କାରଣ ଠିକ ସମୟକୁ ଏବେ ବି ଅପେକ୍ଷା କରିଛି.......
ଗୋଟେ ମୁହୂର୍ତରେ
ସ୍ବପ୍ନ ଗୁଡିକୁ ଭାଙ୍ଗିଯିବାର ଦେଖିଛି
କିନ୍ତୁ ଆଜିବି ଆଖିରେ ସ୍ବପ୍ନର ସଂଭାର ରଖିଛି........
ସମୟ ଖେଳରେ
କାଲିକୁ କିଏ ଅବା ଦେଖିଛି
ସେଥିପାଇଁ ଆଜିକୁ ମନଭରି ବଞ୍ଚୁଛି.........

-


14 DEC 2021 AT 22:43

ନିଦ ତ ମୁହଁ ମୋଡି ବସିଛି ମୋ ଠୁଁ
ଆଉ ତୁମେ ସ୍ବପ୍ନ କଥା ପଚାରୁଛ...... ✍️✍️

-


Fetching Sakuntala Behera Quotes