ନାରୀ
-
ହେ ନାରୀ,
ଦୁଇ କୂଳ ର ହିତ ପାଇଁ ତୁ ଦୁହିତା.
ଘରେ ଘରେ ତୁ ପୁରୋଧା,
ତୁଳନା ରେ ତୁ ବସୁଧା.
କର୍ମ କ୍ଷେତ୍ରେ ସ୍ୱୟଂସିଧା.
ତୋ ପାଇଁ ଜୀବନ ର ସବୁ ପୃଷ୍ଠା ଲଗେ ପୁରିଲା ପୁରିଲା
ଅସମ୍ଭବ ଏ ସୃଷ୍ଟି ତୋ ବିନା.
-
କେବେ ଚଞ୍ଚଳ ତ କେବେ ନିଶବ୍ଦ,
କେବେ ବହୁତ କିଛି ପାଇବାର ସ୍ବପ୍ନ ରେ ବିଭୋର ତ,
କେବେ ସବୁ ହରାଇ ବି ସେ ସଂପୂର୍ଣା.
କୋମଳ ହୃଦୟ ରେ ଅସୁମାରୀ ଆଶା,
ସଂଘର୍ଷ ର ସ୍ୱର ଓ କିଛି କରିଦେଖାଇ ବାର କାମନା.
ବାପାଙ୍କ ମୁକ୍ତା ସେ,ମା ର ଅଲିଅଳି
ଏ ସବୁ ର ସମାହାର ରେ ସେ ମୋ ମାମାଲି.-
ସେଇ ତୁମେ,ସେଇ ମୁଁ,
କିଛି ଖୋଜିବା ଓ ପାଇବା ଭିତରେ
ସମୟ ର ଗତି ପଥ ସହ ଆମେ ତାଳ ଦେଇ ଚାଲିଛେ,
ମନରେ ଡର କାଳେ ଏ ସମୟ ର ସ୍ରୋତ ଆମକୁ ଦିଗହରା କରିଦେବନି ତ,
କେବେ ପାଇବା ର ଖୁସି ତ କେବେ ହରାଇ ବାର ଦୁଃଖ,
ସେହି ପୁରୁଣା କାହାଣୀ ଖାଲି ଗୋଟେ ନୂତନ ଅଧ୍ୟାୟ.
-
ଗାଁ ଛକ ଦୋକାନ ରେ ବସି ଝାଡ଼ନ୍ତି ବାଣୀ,
ଚାରଣା ରେ ବୁଦ୍ଧି ନାହିଁ ବାରଣା ଫୁଟାଣି.
ଅଠର ନହେଉଣୁ ଦେଖାନ୍ତି ରାଜନେତା ଠାଣୀ,
ଭଙ୍ଗା ଗାଡି ରେ ପୁଣି ଫମ୍ପା ଧମକାଣୀ
ଧନ୍ୟ ତୁମେ ଯୁବ ଗୋଷ୍ଠୀ
ତୁମେ ଦେଶର ଭବିଷ୍ୟତ ପୁଣି.-
ମୋ ମା ମୋତେ ପାଇବା ପାଇଁ କେବେ ଠାକୁର ଙ୍କୁ ପୂଜିଛି କି ନା ମୁଁ ଜାଣିନାହିଁ,
କିନ୍ତୁ, ମୋ ପରେ ସେ ଆଉ କାହା ପାଇଁ କେବେ ପୂଜି ନାହିଁ.-
ଭାଗ୍ୟ ରେ ଥିଲେ ମିଳେ!
କିନ୍ତୁ,ବିନା ପରିଶ୍ରମ ରେ ଭାଗ୍ୟ ମଧ୍ୟ ମୁହଁ ମୋଡି ଚାଲିଯାଏ.-
ଆଜି ର ଦିନ ପ୍ରମାଣ ଦେଉଛି,
ତୋ ମନରେ ସେ ଦୃଢ ବିଶ୍ୱାସ ର,
ଏକାନ୍ତ ରେ ତୁ ଦେଖିଥିବା ସେ ସ୍ବପ୍ନ ର,
କିଛି ଆତ୍ମୀୟ ଲୋକ ଙ୍କ ଆଶା ଓ ଭରସା ର.-
ମୁଁହ ରେ ଅସରନ୍ତି ସ୍ମିତହାସ୍ୟ,
ଦୁଃଖ ରେ ଥିଲେ ବି,
ଅନ୍ୟକୁ ଖୁସି ଦେଖିବାର ଇଚ୍ଛା.
ସେ ଅଭିଯୋଗ କରେନି,
ପରିସ୍ଥିତି ସହ ଖାପ ଖୁଆଇ ଚଳିଵା ଜାଣେ.
ସେ କହିବା ଜାଣେନି,
ସହିବା ଜାଣେ.
ସେ ଭାଙ୍ଗିବା ଜାଣେନି,
ଭାଙ୍ଗିଯାଇଥିବା ଜିନିଷ କୁ
ନୂଆ କରି ଗଢିବା ଜାଣେ.
-