ସେ ମୋତେ ପ୍ରଶ୍ନ ପଚାରେ,
"ତୁମ ଆଖିରେ ଜୁଆରି ଉଠେ କେତେ ଅକୁହା କଥା
ତୁମ ହୃଦୟରେ ଅଳସ ଭାଙ୍ଗେ ଟିକି ପିଲାଟିଏ
ତୁମ ନୀରବତାରେ ନିଜକୁ ହରାଇ ବସେ ମୁଁ
ଆଉ ତୁମ ଚାଲିରେ... ଆଃ...
କେତେ ଯେ ଲାଜକୁଳି ମଥା ନୂଆଁଏ
ଆଛା କୁହ ତ ! ଏ ସବୁର କାରଣ କଣ ଯେ ?"
ସବୁଥର ପରି ଆଜି ବି
ଆଉ ଟିକେ ହସିଦିଏ ମୁଁ
ତାକୁ ଚାହୁଁ ଚାହୁଁ,
ତା ଭିତରେ ନିଜକୁ ପାଉ ପାଉ ....-
ଆକାଶ ଯେଉଁଠି ରକ୍ତିମ ହୁଏ ସେ ଜାଗା ହିଁ ମୋ ଠିକଣା
ମୁଁ ତ ଭୋର୍ ସାଜିବାର କେବଳ ଗୋଟେ ବାହାନା। �... read more
ମୋ ପ୍ରତି ଥିବା ପ୍ରେମ ବୁଝିବା ପାଇଁ
ତୁମର ଏତେ ସମୟ ଲାଗିଯିବାଟା
ଏକ ଲାଜୁଆ ପ୍ରେମିକ ପଣ
ନା ବିରଳ ନୀରବତା !-
"ରାଧା"
ନାମଟିଏ, ନା.. ନା.. ବୋଧେ କଥାଟିଏ
ଭାବଟିଏ ନା ଅଦୃଶ୍ୟ ନାବଟିଏ
ଶକ୍ତିଟିଏ.. ହେଇପାରେ ସେ ଭକ୍ତିଟିଏ
ପ୍ରେମଟିଏ ; ନଚେତ୍ ପୂଣ୍ୟଟିଏ
ଅନ୍ତରର କୋହଟିଏ କି ସେ ମନର ମୋହଟିଏ
ସେ ନାରୀଟିଏ ; କିବା
ନାରିତ୍ୱ ଆଢୁଆଳରେ ମୋ କାହ୍ନା ସିଏ !-
ଗାଆଁଟା ସାରା ଚହଳ ପଡ଼ିଛି
କାହ୍ନା ବିରହରେ ଯଶୋଦା ମାଆ ପାଗଳୀ ସାଜିଛି
ହେଲେ ଏ ମାଆ ମନ କିଏ କେତେ ବୁଝିଛି !
ସଂପୂର୍ଣ୍ଣ କବିତାଟି ଅନୁଶୀର୍ଷକରେ......-
ତୁମେ ଅନୁମତି ମାଗ
ପୁଣି ଲେଉଟିବା ଆଶା ଦେଇ ;
ମୁଁ ବି କ'ଣ କେବେ ପାରିବି
ତୁମକୁ ଅଟକାଇ !
ବାସ୍, ଏତିକି ବିଶ୍ଵାସରେ
ତୁମକୁ ଛୁଉଁ ଛୁଉଁ ମୁଁ ରହିଯାଏ
ତୁମ ଯିବା ରାସ୍ତାରେ
ନଈଟିଏ ପରି ବହିଯାଏ
ଅନନ୍ତ ଅପେକ୍ଷାରେ
ସେ ନୀଳାଭ ଦିଗନ୍ତ ହୋଇଯାଏ।-
ସେ ନିରୀହ ଛୁଆଁରେ
ମୁଁ ତା'ର କେତେ ନିଜର ହୁଏ
ସେ କଥା ତ ଜାଣିନି ;
ହେଲେ ତା'ର ପ୍ରତିଟି ସ୍ପର୍ଶରେ
ସେ ନିଜକୁ ମୋର କରିଦିଏ।-
ମୁଁ ବି କିଛି କମ୍ ଭିଜିନି
ତୁମ ଶାନ୍ତ ଆବେଗରେ;
ବୈଶାଖର ମଳୟ
ଶ୍ରାବଣର ପ୍ରୀତିସମ୍ଭାର
ଭରା ବସନ୍ତରେ ଜୀବନ୍ୟାସ ପାଉଥିବା ତରୁ -
ଏ ରୂପାନ୍ତର ସବୁ ତ ବେଶ୍ ଫିକା
ସେ ସ୍ବପ୍ନ, ସେ ଭାବନା ଆଗରେ
ପୃଷ୍ଠା ପରେ ପୃଷ୍ଠା ଭରିଚାଲ ତୁମେ
ଅଭିମାନରେ, ପ୍ରଶ୍ନରେ, ଦ୍ୱନ୍ଦ୍ୱରେ
କେତେ ଯେ ଯନ୍ତ୍ରଣାସିକ୍ତ ହୋଇ
ସେ ସବୁକୁ ନିଃସହାୟ ମୁଁ ନିଜ ହୃଦୟରେ ସାଉଁଟେ
ବିବେକ, ମନ ସହ ଶୀତଳ ଯୁଦ୍ଧ କରି
ତୁମଠାରୁ ନିଜକୁ, ଆମକୁ ବେଶ୍ ଦୂରେଇ ଦେଇ
ଆମ ପୃଷ୍ଠାରେ ଖୋଜିଚାଲ ତୁମେ ଅନ୍ତତଃ ବିନ୍ଦୁଟିଏ
ହେଲେ ଦେଖିପାରନି ଥରେ
ଲୁହରେ ଓଦା ହୋଇ ଶୁଖିଯାଇଥିବା
ଅଶାନ୍ତ ଭୋରଟିଏକୁ
ହଁ, ଏତିକି ହିଁ ଆମ ସମ୍ପର୍କର ମଧୁରତା
ବାସ୍ ଏତିକି ହିଁ ଆମ ବନ୍ଧନର ଦୂରତା।-
ଅନ୍ତରର ସାଉଁଟା ପ୍ରେମକୁ
ସ୍ମୃତିର ବାକ୍ସରେ ଶିକୁଳି ଦେଇ
ନିଜକୁ ଏକ ଭିନ୍ନ ପରିଚୟ ଦେବା
ବୋଧେ ଅନେକଙ୍କର ଜୀବନ ନା !-
ମନର ଫର୍ଦ୍ଦଟା
ଚାହୁଁଥିଲା ବୋଧେ
ନିଜକୁ ଭରିବାକୁ ;
କାଳି ତ ନ ଥିଲା
ଦୁଇ ବୁନ୍ଦା ଝରରେ
ପୁରା ଫର୍ଦ୍ଦଟା ଭିଜିଗଲା ...
ସମାଜ କହି ଉଠିଲା,
"ବାଃ ! ଅପୂର୍ଣ୍ଣତାରେ ବି ପୂର୍ଣ୍ଣତା "
ଆଉ କବି ଯନ୍ତ୍ରଣା ଭରିଲା,
"ଆହା! ଭରା ବସନ୍ତରେ ନିଦାଘର ଛିଟା।"-
Some relationships cannot be fixed. They are broken for some good reason only. God has planned everything. Trust him and his way.
-