Bye
Bye
YourQuote Family.
दुआ में याद रखना।
🥺🥺😭-
ଖୋଳପା ଭିତରେ କାଇଁଛ ଅଛି, ତମେ ଦେଖି ପାରୁଛ ତମ ସୌଭାଗ୍ୟ କିନ୍ତୁ ଜାଣିପାରୁନାହଁ ସେଟା ତମ ଦ... read more
କେହି ଦୁଇ ମିନିଟ ସମୟ କାଢି ପାରୁ ନଥିଲେ
ମୋ ପାଇଁ ଆଜି କିନ୍ତୁ ସବୁ ଆସି ମୋ ପାଖରେ ବସିଲେଣି,
କେହି କେବେ କିଛି ଉପହାର ଦେଇ ନଥିଲେ
ଆଜି କିନ୍ତୁ ଫୁଲରେ ମୋତେ ଲଦି ଦେଲେଣି।
ଦୁଇ ପାହୁଣ୍ତ ମୋ ସହ ଯିବା ପାଇଁ ସମୟ ନଥିଲା ଆଜି
କିନ୍ତୁ ମୋ ସହ ସବୁ ଚାଲି ଚାଲି ଯାଉଛନ୍ତି।
କିଏ ଦିନେ ହାତ ଧରି ଚାଲୁ ନଥିଲେ କିନ୍ତୁ ଆଜି କାନ୍ଧ
ଦେବାପାଇଁ ସମସ୍ତେ ଉଦ୍ଯମ କରୁଛନ୍ତି।
-
ବାଆକୁ ବତାସେ,
ଆହାକୁ ରାହାସେ,
କେବେ ପୁଣି ସାଜନ୍ତି ବରଗଛ ଛାଇ।
କେତେ ଲୁହ ପିଇ,
ପୁଣି ଦଣ୍ଡେ ଜିଇଁ,
ମିଠା ଖୁସି ସଦା ବାଣ୍ଟୁ ଥାଇ।
ପଖାଳ କଂସାରୁ ଉପରୁ ପିଅନ୍ତି ତୋରାଣୀ,
ପାଣି ତଳୁ ଛାଣି ଖୁଆନ୍ତି ଭାତ,
ମନର କଷ୍ଟ ମନରେ ମାରିକି,
ଛାଡ଼ନ୍ତି ନାହିଁ ସେ କାହାରି ହାତ।
ଜୀବନ ରାସ୍ତାର ବିଶ୍ୱସ୍ତ ମିତ୍ର,
ଆବେଗ ଭରା ତାଙ୍କ ଚରିତ୍ର,
ଜଟିଳ ବେଳର ସରଳ ସୂତ୍ର,
ପ୍ରଗତି ବେଳର ପ୍ରେରଣାର ସ୍ରୋତ।-
ମନରେ ମୋ ଭରି ଦେଇ କଳା ମିଟି ମିଟି ଅନ୍ଧକାର,
ଚାଲିଗଲ ତମେ ସାଥୀ କରି ମୋତେ ସାତ ପର।
ଅସହ୍ୟ ଯନ୍ତ୍ରଣାରେ ମୁଁ ଜଳୁ ଅଛି ଅହ ରହ,
ଛଳନା କରିଲ ସାଥୀ କେମିତି ସହିବି କୁହ।
ଜୀବନର ଚଲାପଥ କରିଦେଲ କଣ୍ଟକିତ,
ଆଖିରୁ ଲୁହ ଝରାଇ ଚାଲୁଛି ମୁଁ ଅବିରତ।
ହାତଧରି ଚାଲିବ ବୋଲି ଦେଇଥିଲ ପ୍ରତିଶ୍ରୁତି,
ଅଧା ବାଟେ ଛାଡ଼ିଦେଲ କେମିତି ଗୋ ସାଥୀ।
ମିଛଥିଲା ତମ କଥା ଆଉ ପୁଣି ଜନ୍ମିଥିବା ବନ୍ଧୁତା,
ଆମ ସମ୍ପର୍କ ମଝିରେ ଦେଇଗଲା ଗଭୀର କ୍ଷତଟା।
କି ଲାଭ ପାଇଲ ସାଥୀ ଭାଙ୍ଗି ଏ ଦରଦୀ ମନ,
ଆତ୍ମା କୁ ମାରିଦେଲ ଦେଖାଇ ମିଛ ସପନ।
କଣ ଦେଇ ଦେବି ମୁଁ ତମକୁ ଉପହାର,
ତମେ ଅଟ ସେହି ବିଶ୍ୱାସଘାତୀ ସାଥୀ ମୋର।-
ସୁଖର ସମୟ ଗୁଡା଼କ ଯେତିକି ସଂକ୍ଷିପ୍ତ,
ଦୁଃଖର ଦିନ ଗୁଡା଼କ ସେତିକି ପର୍ଯ୍ୟାପ୍ତ।
ତେବେ ସୁଖ ଦୁଃଖର ମିଶାଣ ଫେଡ଼ାଣ
କୁ ନେଇ ଜୀବନର ଗଣିତର ସୃଷ୍ଟି।
ଅନ୍ଧକାର ନଥିଲେ ଯେମିତି ଆଲୋକ
ମୂଲ୍ୟ କେହି ବୁଝି ପାରନ୍ତି ନାହିଁ ଠିକ
ସେମିତି ବିଚ୍ଛେଦ ବିନା ମିଳନର ଆନନ୍ଦ
ଫିକା ପଡି ଯାଏ।-
ଶବ୍ଦର ନିହାଣ ମୁନରେ,
ଗଢି଼ ପାରିଛି ମୁଁ କିଛି ଟା କବିତା,
ସ୍ବପ୍ନ ଆଉ ଲୋତକର ସିମେଣ୍ଟରେ,
ବର୍ଣ୍ଣନା କରିଛି ମୁଁ ସମୟର ଗାଥା।-
ଯେଉଁ ଭାଇ ଓ ଭଉଣୀ ତଥା ଅନ୍ୟାନ୍ୟ
ଗୁରୁଜନମାନଙ୍କୁ "ଉତ୍କଳୀୟ ବାଡ଼ିଆ ଡାଲମା"
ପସନ୍ଦ ଦୟାକରି ନିମନ୍ତ୍ରଣ ରହିଲା।-
ଶୁଣିଲେ ଘୁରେଇ ଦେବ ତମ ମଥା,
ତମେ ଯେଉଁ ଭାଷାରେ ସ୍ବପ୍ନ ଦେଖୁଛ
ସେଇ ଭାଷା ରେ ଯଦି ସୃଜନ ବିକାଶ ନ କଲ,
ନିଶ୍ଚୟ ନିର୍ମମ ଭାବେ ପରୋଗତି ଲାଭ କରିବ ସେ "ଭାଷା"।-
କେତେ ଦିନ ଆଉ ଲୁହ ପିଇ ପିଇ ଏମିତି ବଞ୍ଚିବି,
ବହି ଭିତରେ ତମେ ଦେଇଥିବା ସାଇତା ଗୋଲାପ ଦେଖିବି,
ତମ ଫେରା ବାଟ ସବୁ ଅନେଇଛନ୍ତି ପ୍ରିୟା,
ମନ ମାରି ବସିଥିବା ମୌସୁମୀ କହୁଛି ତମ ଚରଣ ଧୋଇବି।-
ମୋ ସହରକୁ ଆସି ଦେଖ କେବେ,
ସବୁ ବେଳେ ଏଠି ବର୍ଷା ହେଉ ଥାଏ,
କେବେ ଗଗନରୁ ସୌଦାମିନୀ ସହିତ,
ଆଉ କେବେ ଚକ୍ଷୁରୁ ଅନବରତ ଝରୁଥାଏ।-