RB Jyotirekha Mahanta   (Jyoti_रेखा ❣️)
469 Followers · 168 Following

read more
Joined 15 August 2019


read more
Joined 15 August 2019
31 DEC 2022 AT 23:47

ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🎉
ଏଇ ନବବର୍ଷ ଆପଣଙ୍କ ଜୀବନରେ ଭରି ଦେଉ ଅନେକ ସୁଖ,ସ୍ୱାଚ୍ଛନ୍ଦ,ଖୁସିର ସମ୍ଭାର,ଉତ୍ତମ ସ୍ୱାସ୍ଥ୍ୟ,ସଫଳତା ଆଉ ସକାରାତ୍ମକ ଚିନ୍ତାଧାରା.......I

HAPPY NEW YEAR - 2023

-


24 APR 2022 AT 12:19

There are some people in your life, who make you realise that you are always wrong in any circumstances.



-


18 FEB 2022 AT 23:41

ଜୀବନ ସୁନ୍ଦର
କିନ୍ତୁ ସହଜ ନୁହଁ I
ଯିବାର ଅଛି ବହୁଦୂର,
ହେଲେ ସରିବନି ରାସ୍ତା-
ଚାଲିଲେ ବି ଜୀବନ ଭର୍ I
ହଁ, କିଛି କ୍ଷଣ ଅଟକିବାକୁ ହବ
କମା ଆଉ ସେମିକଲୋନ ପାଖରେ,
ଦୀର୍ଘଶ୍ୱାସ ପକାଇ ପୁଣି ଚାଲିବାକୁ ହେବ,
ଯେ ପର୍ଯ୍ୟନ୍ତ ନ ପହଞ୍ଚିଛି ପୂର୍ଣ୍ଣଚ୍ଛେଦରେ l

-


17 FEB 2022 AT 23:23

ତୁ ସେଇ ସଜ ସ୍ଵପ୍ନ
ଚିରସବୁଜ ବନାନୀ ପରି l
ତୁ ମନ ତଳର କୁହୁଳା ବହ୍ନି
ଉଦ୍ଗୀରଣ ଲାଭା ପରି l
ତୋ ସ୍ମୃତି ସବୁ ସଞ୍ଜର ଗୋଧୂଳି
ନିତି ଘରବାହୁଡ଼େ ନିଜର ମନେ କରି l

-


13 FEB 2022 AT 0:38

କେତେ ଚିଠି ଲେଖିଛି ତୋ ପାଖକୁ ଗଣିନି,
ହେଲେ କେବେ ଉତ୍ତର ବି ପାଇନି l
ତୋ ପାଖ ଲୋକ କିଏ ମୁଁ ଜାଣିନି,
କିନ୍ତୁ ତୁ ମୋର ଅତି ନିଜର l
ସବୁ କଥା ତୋତେ ନକହିଲେ...
ମୋତେ କାଇଁ ଭଲ ଲାଗେନି,
ହେଲେ ତୁ ଶୁଣୁଛୁ କି ନାହିଁ ଜାଣିନି
କାରଣ ତୋ ଉତ୍ତର କେବେ ପାଇନି..... I
ମୋ ଜୀବନର ସବୁ ଘଟଣା ଦୁର୍ଘଟଣାରେ,
ବୋଧେ ରହିଛି ତୋର ଉତ୍ତର
ମୋ ପ୍ରଶ୍ନର....
ମୋ ଚିଠିର....,
ହେଲେ ବି ଚାଲିଥିବି ଲେଖି
ଏମିତି ଚିଠି ପରେ ଚିଠି,
ଉତ୍ତର ଲୋଡ଼ା ନାହିଁ ମୋତେ,
ବାସ୍, ଚିଠି ଲେଖା ବନ୍ଦ କରିବାକୁ କହିବୁନି..... I

-


5 MAR 2021 AT 13:25


ଶିମିଳିପାଳ ସିନା ଜଳୁଛି,
ଆଉ କାହାର କ'ଣ ବା ଯାଉଛି....
ଏଇ ଦେଖୁନ,
ରାଜଧାନୀ ରେ ତାତି ବଢିଛି ବୋଲି
ତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଇ
ମାନବ ଆରାମରେ ଶୋଇଛି....
ଖରା ଠାରୁ କଣ ନିଆଁ ର ପ୍ରଖରତା ଅଧିକ
କଣ ହେଇଯିବ କି?
ପରିବେଶ ନଷ୍ଟ ଆଉ,
କିଛି ନୀରିହ ଜୀବଙ୍କର କଷ୍ଟ -
ଯନ୍ତ୍ରଣା ଜର୍ଜରିତ ମୃତ୍ଯ ବ୍ୟତୀତ.....
ଭଗବାନ ହିଁ ଭରସା ଏକମାତ୍ର
ଏବେ ପରିସ୍ଥିତି ଅସମ୍ଭାଳ,
ପ୍ରଭୁ,ବ୍ୟକ୍ତ କରିପାରୁନଥିବା ନିସ୍ୱାର୍ଥପର
ଏଇ ସୁନ୍ଦର ସୃଷ୍ଟିକୁ ଉଦ୍ଧାର କର.... I🙏



-


15 AUG 2021 AT 8:16

विजय विश्व तिरंगा प्यारा
झंडा ऊँचा रहे हमारा.....

अमृत दिवस का अमृतभरा शुभकामनाएं 🇮🇳 #Indiaat75


-


20 JUN 2021 AT 23:30

ସୀମା ଆଉ ରାକେଶର ବାହାଘର ଦୁଇବର୍ଷ ହେଇଗଲାଣି I ସୀମା ବୁଲି ଆସିଥିଲା ବାପାଙ୍କ ପାଖକୁ, ରାକେଶ ଦୁଇଦିନ ପରେ ଆସି ନେଇଯିବ କହି ଛାଡ଼ିକି ଯାଇଥିଲେ ସୀମାକୁ I ବାପା ସୀମାକୁ କହିଲେ, "ମା, ଚାଲିଲୁ ଟିକେ ସପିଙ୍ଗମଲ୍ ଆଡ଼େ ବୁଲିଆସିବା, ଆଉ ତା ସହିତ ବହୁତ୍ ଗପିବା", ସୀମା ବି ପୁରୁଣାଦିନକୁ ପୁଣି ଥରେ ବଞ୍ଚିବାର ସୁଯୋଗ ପାଇଥିଲା I ଖୁସିରେ ବାପା - ଝିଅ ମାର୍କେଟ ବୁଲି ଫେରୁଥିବା ସମୟରେ ବାପା ପଚାରିଲେ, "ତୁ ତ ବହୁତ୍ ଥର ଏମିତି ମାର୍କେଟ ଯାଇଥିବୁ ଜ୍ୱାଇଁଙ୍କୁ ନେଇକି, ମୋ ସହିତ ବି ବହୁତ୍ ଥର ଯାଇଛୁ, ପାର୍ଥକ୍ୟ କଣ ଅନୁଭବ କରିଛୁ କହିଲୁ? "ସୀମା କହିଲା," ମୁଁ ଯାହା ସହିତ ବି ଯୁଆଡ଼େ ଯାଏ, ତମେ ସବୁବେଳେ ମନରେ ଥାଅ, ସବୁ ଘଟଣା ଦୁର୍ଘଟଣା ସହିତ ମୁଁ ତମ କଥା ମନେପକାଏ, ବାପା ଥିଲେ ଏବେ ଏଇୟା କହିଥାନ୍ତେ, ଏମିତି କରିଥାନ୍ତେ, ତାଙ୍କର ମତାମତ ଏଇୟା ହେଇଥାନ୍ତା I ଯାହାର ବି ହାତ ଧରି ବୁଲୁଥାଏ, ତମ ହାତର ସ୍ପର୍ଶ ଏଇ ଆଙ୍ଗୁଳି ମଧ୍ୟରେ ଖଞ୍ଜାଖଞ୍ଜି ହୋଇ ରହିଥାଏ, ତମ କଥା ମୁଁ ସବୁବେଳେ ଭାବୁଥାଏ, କିନ୍ତୁ ମୁଁ ଯେତେବେଳେ ତମ ସହିତ ଥାଏ ନା, ମୋତେ ଆଉ କାହା କଥା ମନେପଡେନି l"
ସୀମା ଭାବବିହ୍ବଳ ହେଇଯାଇଥିଲା, ବାପା ତାକୁ କୋଳେଇ ନେଇ କହିଥିଲେ, "ପାଗେଳୀଟା ମୋର".......

-


2 JUN 2021 AT 21:40

ସମୟ ସୁଅ ରେ ଗତିକରି ଆଜି ତମେ ଅତୀତ ହୋଇଯାଇଛ, ଆଉ ଛାଡ଼ିଯାଇଛ ତମ ପାଦଚିହ୍ନ ମୋ ହୃଦୟର ପ୍ରଚ୍ଛଦପଟରେ I ତମର ସେଇ ମଧୁରତା, ପୁଣି ତିକ୍ତତା ମୋତେ ବଞ୍ଚିବାର ନୂଆ ରାହା ଦେଖାଇଛି I କିଛି କିଛି ତିକ୍ତ ଅନୁଭୂତି ରୂପକ ପାଦଚିହ୍ନ କୁ ମୁଁ ନିଶ୍ଚିହ୍ନ କରିଦେବାକୁ ଚାହେଁ, ଆଖି ଛଳଛଳ ହୋଇଯାଏ, ହେଲେ ଦୂରେଇ ପାରେନା ତମକୁ , ତମେ ବି ଭାରି ଅବୁଝା, ମୋ 'ଠୁ ଦୂରେଇବାକୁ ଚାହଁନା, ଆଉ ଏବେ.... ମୁଁ ତୁମଠାରୁ ଦୁରେଇ ରହିବାକୁ ଚାହେଁନା, ତମେ ଅଛ ବୋଲି ତ, ଜୀବନର ମାନଦଣ୍ଡ ପାଇପାରିଛି ମୁଁ, ବର୍ତ୍ତମାନର ମୁଁ' କୁ ଆବିଷ୍କାର କରିପାରିଛି I ଅଶେଷ ଧନ୍ୟବାଦ ଆଉ କୃତଜ୍ଞତା ଜ୍ଞାପନ କରୁଛି ତୁମକୁ I🙏

"ଇତି "
ତୁମର ବର୍ତ୍ତମାନ

-


30 MAY 2021 AT 23:51



ମୁଁ ଦୁଃଖକୁ ଭୟ କରେନା I
ଦୁଃଖ ସତ୍ୟର ଅନ୍ୟ ଏକ ରୂପ l



-


Fetching RB Jyotirekha Mahanta Quotes