ଅପରାଜିତ
-
[] ଭୟ_ଲାଗେ... []
ମଣିଷକୁ ନୁହେଁ,
ବରଂ ମଣିଷର ମନକୁ
ଝଡ-ତୋଫାନକୁ ନୁହେଁ,
ବରଂ ଅବୁଝା-ନୀରବତାକୁ
କାହାର ଜବାବକୁ ନୁହେଁ ,
କିନ୍ତୁ ତାହାର ପ୍ରଶ୍ନକୁ
ପରିଣାମକୁ ନୁହେଁ,
କାରଣକୁ ଭୟ ଲାଗେ । []୧[]
ବାସ୍ତବତାକୁ ନୁହେଁ,
କିନ୍ତୁ ସ୍ୱପ୍ନକୁ
ବର୍ତ୍ତମାନର କ୍ଷଣ କ୍ଷଣକୁ ନୁହେଁ,
ସେ ଅତୀତର ସ୍ମୃତିକୁ
ମିଛକୁ ନୁହେଁ ,
କିନ୍ତୁ ସତକୁ
ମୃତ୍ୟୁକୁ କୁ ନୁହେଁ,
ବରଂ ଏ ଜୀବନଟାକୁ
କାହିଁ କେଜାଣି...
ଭାରି ଭୟ ଲାଗେ । []୨[]
-
କେମିତି କେଜାଣେ.... !!!
ସେ କହିଯାଏ ସବୁ , ଇସାରା ଇସାରାରେ ...
ଆଉ ମୁଁ ଯେ,
କେବେଠୁଁ ବସିଛି ଏମିତି ଶବ୍ଦର ସନ୍ଧାନରେ... !!!
-
ତୁମ ସହ ଏ ଦୁଇ ପଦର ମୁହୂର୍ତ୍ତ ପରେ
ଆଜି ମନେ ପଡ଼େ
ତୁମ ସହ ସେ ଅନେକ ପାଦର ମୁହୂର୍ତ୍ତ ...
ତମେ ଥିଲ, ମୁଁ ଥିଲି
ତାରାମେଳ ତଳେ ଥିଲା , ଘୋର ନିରବତା
ସେ ନିରବତା ହିଁ ବୁଝି ପାରୁଥିଲା , ମୋ ହୃଦ୍ ସ୍ପନ୍ଦନର ବ୍ୟସ୍ତତା ..
କିନ୍ତୁ ତୁମେ କହୁ ନ ଥିଲ କିଛି
ଆଉ ମୁଁ ସବୁ ମାନି ନେଉଥିଲି !
ସେତିକି ହିଁ ଥିଲା ମୋ ଜୀବନ , ଭାବୁଥିଲି ତୁମକୁ ପାଇଗଲି ....।
ତୁମ ସହ ଦୁଇ ପଦର ମୁହୂର୍ତ୍ତ ପରେ
ଆଜି , ମୋ ଅଜାଣତେ ମୋ ଭାବନା ଯେ ଫୁସ୍-ଫୁସ୍ ହୋଇ, କହୁଛି ଅନେକ ଅଦୃଶ୍ୟ କଥା
ମୋ ମନ ଭରି ରହିଛି ତୁମ ପ୍ରତିଫଳନ ର ଅରାଜକତା
ଦେଖି ପାରୁଛି ତୁମକୁ ଆକାଶର ଅସଂଖ୍ୟ ତାରା ର ଲୁଚକାଳି ଖେଳରେ
ଅନୁଭବ କରି ପାରୁଛି ଶୀତଳ ସମୀର ସ୍ପର୍ଷେ
ବାରି ପାରୁଛି ତୁମକୁ ସଜ ଫୁଟା ଫୁଲ ର ବାସ୍ନା ରେ
ତୁମକୁ ଶୁଣି ପାରୁଛି ବିହଙ୍ଗମର ମଧୁର ଗୁଞ୍ଜନ ରେ ...
ତୁମ ସହ ଦୁଇ ପଦର ମୁହୂର୍ତ୍ତ ପରେ ପରେ
ଲାଗେ ଏମିତି ଯେମିତି
ତୁମେ ଦିନେ-ଅଦିନେ ଆସି ଅମର ସ୍ମୃତି ନେଇ
ଲୁଚି ଯାଅ ମେଘ ତଳେ ସବୁଦିନିଆ ଜହ୍ନ ପରି
ପୁଣି ଅନିର୍ଦ୍ଧିଷ୍ଟ-କ୍ଷଣର ଅପେକ୍ଷା କରାଇ , ସମୟର ସୀମାହିନ-ଦରିଆରେ
ଆଉ ମୁଁ ଭଲ ପାଉଥାଏ ଏକ ନିର୍ଦ୍ଧିଷ୍ଟ ଅନ୍ଧକାରକୁ ମୋ ଛାଇ ଓ ଆତ୍ମା ମଧ୍ୟରେ
ଏକ ଅସ୍ଥାୟୀ-ଅବାସ୍ତବ-ଯନ୍ତ୍ରଣାରେ
ସେ ଯନ୍ତ୍ରଣା ଯେମିତି ବି ହେଉ
ଯନ୍ତ୍ରଣାର ବି ସେଇ ପୁରୁଣା କଥା
ଅନୁଭବ କରିବାକୁ ବାଧ୍ୟ କରେ ...!!!
ତୁମ ସହ ଦୁଇ ପଦର ମୁହୂର୍ତ୍ତ ପରେ ....। @Random_thoughts
-
Every time he kicked she loved him more.
Their love was different; She was happy every time he kicked her in the stomach.
She waited for the time she would hold the baby for the first time.-
ହଜି ଯାଇଥିଲା ସବୁ ଭଲ ପାଇବା
ମୁଁ କହିବା, ତୁମେ ବୁଝି ନ ପାରିବା
ତମେ ଯାହା ବୁଝିଲ, ମୁଁ କହି ନ ଥିବା ମଧ୍ୟରେ...
ତମ, ସେ ଭ୍ରୁଲତାର କମ୍ପନ ଛଡ଼ା
ସବୁ ଥିଲା କେବଳ ଗଳ୍ପ...।-
People do what ,their society rewards them for doing. If the society rewards trust, people will be trusting .
-
𝘄𝗵𝗲𝘁𝗵𝗲𝗿 𝗮 𝗺𝗮𝗻 𝗶𝘀 𝗮 𝗹𝗲𝗴𝗲𝗻𝗱 𝗼𝗿 𝗻𝗼𝘁 𝗶𝘀 𝗱𝗲𝗰𝗶𝗱𝗲𝗱 𝗯𝘆 𝗵𝗶𝘀𝘁𝗼𝗿𝘆, 𝗻𝗼𝘁 𝗳𝗼𝗿𝘁𝘂𝗻𝗲-𝘁𝗲𝗹𝗹𝗲𝗿𝘀.’
-The Immortals Of Meluha , Amish Tripathi-
"ବର୍ତ୍ତମାନ ଭିତରେ ଲୁଚି ରହିଥିବା ଅତୀତର ବହୁ ସୁକ୍ଷ୍ମ ତରଙ୍ଗରେ କେତେ ଘଟଣା ବିଦ୍ୟମାନ ଥାଏ- ଦିନେ ନା ଦିନେ ଅଭିବ୍ୟକ୍ତ ହେବା ଅପେକ୍ଷାରେ....।"
-
ମୁଁ,
ତୁମ ମହାକାଶର
ଅଜଣା ଗ୍ରହଟିଏ ,
ବାଟ ବଣା ହୋଇ
ଘୁରି ବୁଲୁଥାଏ...
ଅଜଣା ଆକର୍ଷଣର
ଅଜଣା ପ୍ରଭାବେ
ଅଜଣା କକ୍ଷକୁ ପଥ ମଣି ନିଏ ... ।-