Rajesh kumar Rout   (@Raja ji)
13 Followers · 14 Following

May be in next birth...
Joined 8 May 2020


May be in next birth...
Joined 8 May 2020
30 MAR 2022 AT 10:23

ପରିସ୍ଥିତି ପ୍ରତିଶୃତି ପ୍ରୀତି ଓ ପ୍ରଣୟ,
ସବୁକିଛି ହାରିଗଲା ତୋ ପାଖେ ସମୟ...
ପ୍ରତିବିମ୍ବ ପ୍ରତିଛବି ପ୍ରେମ ଓ ପ୍ରକୃତି,
ଏତେ ଶୀଘ୍ର ବଦଳିଲା କହ ରେ କେମିତି...
ଜୀବନ କୁ ରଙ୍ଗେଇଲୁ ସାଜି ତୁ ଫାଲ୍ଗୁନୀ,
ଫିକା କରି କାହିଁ ଗଲୁ ପାରୁନି ମୁଁ ଜାଣି...
ଶ୍ରବଣରେ ଆସିଥିଲୁ ସାଜି ଲୋ ଶ୍ରାବଣୀ,
ଧୋଇନେଲୁ ବରଷା ରେ ଆମ ଏ କାହାଣୀ...

-


16 FEB 2022 AT 11:46

ବୟସ ର ଏଇ ବିଷମ ସ୍ଥିତି ରେ
ବାନ୍ଧେ କିଏ ଆଉ ନୀଡ଼,
ଭାସୁଥାଏ ଏଠି ଭାଷା ବରି ପ୍ରେମ
ଭାଙ୍ଗି ଭରଷା ର ଭିଡ...
ସଫଳତା ଏଠି ସଂକୀର୍ଣ୍ଣ ଗଳିରେ
ବିଫଳତା ପ୍ରତି ପାଦେ,
ମିଛ କୁ କେମିତି କରିବ ବିଶ୍ୱାସ
ସତ୍ୟ ବହି ନିଜ ହୃଦେ....

-


14 FEB 2022 AT 8:24

BLACK DAY

ତୁମ ରକ୍ତ ଦାଗେ ଭାରତ ମା ର,
ଶ୍ରୀମନ୍ତ ଗର୍ବେ ଉଠିଛି...
ନିଜ ବୀରତ୍ୱ ର ପ୍ରତିଫଳନ ରେ,
ତୁମକୁ ଦେଶ ଝୁରୁଛି...
ପୁଲୁବାମା ର ସେ ଦୁର୍ଦଶ ଘଟଣା,
କ୍ରୋଧ ଭରା ହୁଏ ମନ...
ତୁମରି ଯଶ ରେ ଯଶସ୍ବୀ ମୋ ଦେଶ,
ବୀର ତୁମକୁ ପ୍ରଣାମ...

-


22 JAN 2022 AT 21:46

ସମୟ ର ସମସ୍ୟା

ହାଏ ରେ ସମୟ ଏତେ ନିରୀଦୟ
ଦରଦ କାହିଁକି ତୋ ପାଖେ ନାହିଁ,
ଦର ବୁଝା ମନ ଅବୁଝା ହେଉଛି
ସୁଖ ସମ୍ପତ୍ତି ରେ ଲୋଭ ବି ନାହିଁ..
ଭାଙ୍ଗି ଗଲା ପରେ ବିଶ୍ୱାସ ଭରଷା
ବାକି ବୟସ ମୋ ନେଇଯା ଫେଡ଼ି,
ପରିସ୍ଥିତି ର ଏ ପ୍ରତିଶୋଧ ପରେ
ଭଙ୍ଗା ହୃଦୟ କି ପାରିବି ଯୋଡ଼ି..
ଆଶା ଅସୁମାରୀ ଫଳ ତା ଓଲଟା
ଅନ୍ୟ କୁ ଆଉ କି ଦେବି ରେ ଦୋଷ,
ଶ୍ରାବଣ ବରଷା ଲୋଡ଼ା ନାହିଁ ଆଉ
ଆଖିର ଲୁହ ରେ ମେଁଟୁଛି ଶୋଷ..
ମରୁଭୂମି ର ସେ ମରୀଚିକା ପଛେ
କେତେ ବା କହ ତୁ ଧାଇଁବି ଆଉ,
ଇହ ଖେଳ ମୋର ସରିଲାଣି ଯଦି
ଏତିକି ରେ ମୋର ବିଦାୟ ହେଉ..

-


20 MAY 2021 AT 2:54

ରାମାୟଣ
ଭାଗ -52
ସୂର୍ପଣଖା ସାଥେ ଦିନେ ଖର ଓ ଦୂଷଣ,
ପଞ୍ଚବଟୀ ବନେ ପୁଣି ପ୍ରବେଶ କରିଣ...
ସାଧୁ ସନ୍ଥ ଜନ ଙ୍କୁ ଯେ ହତ୍ୟା ସେ କରନ୍ତି,
ରକ୍ଷା କର ରକ୍ଷା କର ଆହେ ରଘୁପତି...
ପ୍ରବାସୀ ଙ୍କ ଡାକ ଶୁଣି ପ୍ରଭୁ ରଘୁରାଣ,
ସଂହାରିଲେ ଯୁଦ୍ଧେ ତହିଁ ଖର ଓ ଦୂଷଣ...

-


20 MAY 2021 AT 2:51

ରାମାୟଣ
ଭାଗ -51
ଏହିପରି ବିତିଗଲା ଅନେକ ଯେ ଦିନ,
ସୀତା ସଉମିତ୍ରୀ ସାଥେ ରାଜୀବ ଲୋଚନ...
ପତ୍ର କୁଟିରେ ତିନିହେଁ ବାସ କରୁଥାନ୍ତି,
ଦୁଷ୍ଟ ଅସୁର ମାନଙ୍କୁ ସଂହାର କରନ୍ତି...
ଅସୁର ମାନଙ୍କୁ ମାରି ପ୍ରଭୁ ରଘୁବୀର,
ପ୍ରବାସୀ ମାନଙ୍କ ଦୁଃଖ କରନ୍ତି ଯେ ଦୂର...

-


18 MAY 2021 AT 3:01

ରାମାୟଣ
ଭାଗ -50
ରାମ ଲକ୍ଷ୍ମଣ ସଙ୍ଗତେ ମାତା ବାଇଦେହୀ,
ପ୍ରବେଶ ହୋଇଲେ ପଞ୍ଚବଟୀ ବନେ ଯାଇ...
ସାକ୍ଷାତ ହେଲା ଅଗସ୍ତି ମୁନିଙ୍କ ସହିତ,
ପ୍ରଣମିଲେ ଅଗସ୍ତି ଙ୍କୁ ପ୍ରଭୁ ରଘୁନାଥ...
ଶିଖାଇଲେ ଶସ୍ତ୍ର ଶିକ୍ଷା ଅଗସ୍ତି ଆଶ୍ରମେ,
ସଂହlରିବା ପାଇଁ ଅସୁରଙ୍କୁ ପୁଣି ରଣେ...

-


18 MAY 2021 AT 2:58

ରାମାୟଣ
ଭାଗ -49
ଅସୁର ସଂହାରି ରାମ ଦଣ୍ଡକା ବନରୁ,
ନିସ୍ଥରିଲେ ପ୍ରବାସୀ ଙ୍କୁ ସେହି ଦ୍ବିବିଧା ରୁ...
ସମୟ ହୋଇଲା ନେବା ପାଇଁ ଯେ ବିଦାୟ,
ସୌମିତ୍ରୀ ସୀତା ଙ୍କୁ ବୋଲନ୍ତି ଯେ ରଘୁରାୟ...
ଦଶବରଷ ହୋଇଲା ରାମ ବନବାସ,
ତଥାପି ବାକି ରହିଛି ବିଧିର ଉଦେଶ୍ୟ...

-


4 FEB 2021 AT 12:12

କୌଣସି ବସ୍ତୁର
ଅତ୍ୟଧିକ ଉପସ୍ଥିତି ମନରେ ଘୃଣା ଉତ୍ପନ୍ନ କରେ
ସେହିପରି ଅତ୍ୟାବଶ୍ୟକ ଉପସ୍ଥିତି ଉତ୍ପନ୍ନ କରେ ପ୍ରେମ.

-


2 FEB 2021 AT 23:15

ବେଦରଦୀ ଦୁନିଆରେ ବେଦନା ବୁଝିବ କିଏ,
ଭାଷା ଏଠି ଭାସି ଯାଏ ଭାବନା ବୁଝାଇ ଦିଏ..
ଅଙ୍କା ବଙ୍କା ଅଙ୍କ ଥିବା ଅସଂଖ୍ୟ ଏଠି ଗଣିତ,
ଭରଷା ଭାଙ୍ଗୁଛି ନୀତି ମନସା ର କି ଯଥାର୍ଥ...

-


Fetching Rajesh kumar Rout Quotes