କିଛି କହିବାର
ଆଉ ସହିବାର
ସୀମା ଲଙ୍ଘିବା
ପରେ ଯେତେବେଳେ
ସେ ଭିତରୁ ନିଶୁନ୍ ହୁଏ
ସେତେବେଳେ ଶବ୍ଦ ସବୁ
ଅଗ୍ନିପରି ସୀମା ଲଙ୍ଘିଯାଏ
-
ହେଲେ ଏ ଅଣନିଶ୍ୱାସୀ
ଆଗକୁ ବଢିବାର
ମୂଷା ଦୌଡ଼ରେ
କାହା ପାଖେ
ନା ଧୌର୍ଯ୍ୟ
ଅଛି ନା
ଅଛି କିଛି
ଶୁଣିବାର
ମାନସିକତା
-
ହଠାତ୍ କଡ଼ ଲେଉଟାଏ
ଆଉ ଉଠି ବସେ
ଯଦି ସେମିତି କେହି
ମଣିଷଟିଏ, ସାଥିଟିଏ କି
ବନ୍ଧୁଟିଏ ମିଳିଯାଏ
ଯିଏ ନିଶବ୍ଦ ଭିତରେ ବି
ମନର ଶବ୍ଦକୁ ବୁଝିପାରେ
ତାହେଲେ ଚାପାହସ ତଳର
ଆଉ ନିରବତାର ଚାଦର ତଳେ
ଥିବା ବ୍ୟଥା ବେଦନା ସବୁ
ଓଠ ପାଖେ ଉଙ୍କି ମାରନ୍ତି
କେମିତି ଶବ୍ଦର ରୂପ ନେବେ
-
ଆଜି କିଛି ଖାସ୍ ଅଛି କି ?
କାହିଁକି ଆଜି ଚିରାଫଟା
ଧମନୀରେ ରକ୍ତ ର ଉଛ୍ୱାସ
ପୋଡାଜଳା ହୃଦୟରେ
ଏକ ଅଦ୍ଭୁତ ଉଦ୍ବେଳନ
ହଁ ନିଶ୍ଚୟ ଖାସ୍
ଅପେକ୍ଷା ଖାଲି
ସେ ଶୂନଶାନ ତନ୍ଦ୍ରାଝରା ରାତି କୁ
ସେ ଆସିବ ପରା
ସାଉଁଟି ନେବ ମୋ ହୃଦୟରେ
ବଳିପଡିଥିବା ପ୍ରେମ, ଅବସାଦ
ସ୍ନେହ, ଶ୍ରଦ୍ଧା ଆଶା ଆକାଂକ୍ଷା ସବୁ
ନିଶୂନ କରିବାକୁ
ଆସିବ ସେ
ଉର୍ବଶୀ
-
ଜୀବନର ରାସ୍ତା ବି ଅଙ୍କାବଙ୍କା
ଜୀବନରେ ଯେତେ ସରଳ ହେଲେବି
ସମୟ ସହ ତାଳ ଦେଇ କେମିତି
ସବୁ ଅଙ୍କାବଙ୍କା ହୋଇଯାଏ
-
ନିଶବ୍ଦ ମଧ୍ୟରୁ ଶବ୍ଦ ମଧ୍ୟକୁ
ଆଣିଥିବା "ମା" କଣ
ଖାଲି କେତେଟା ଶବ୍ଦ ରେ
ସୀମିତ ରହିପାରେ
ମା ଏକ ଶବ୍ଦ ନୁହେଁ
ଏହା ଏକ ଅନୁଭବ
ଯାହା ଅବର୍ଣ୍ଣନୀୟ
-
କେବେ କେବେ ଲୁଚିଥାନ୍ତି
ଚଳନ୍ତା ଟ୍ରେନ ର ଝରକା ସେପାଖେ
ଆଉ କେବେ କିଛି ପୁରୁଣା
ଗୀତର ଝଙ୍କାର ଭିତରେ
ଆଉ କେବେ ହଠାତ ଧସେଇ ପଶନ୍ତି
ଜହ୍ନ ଆଲୁଅରେ ନିରୋଳାରେ
କିଛି ଗାଁ ମାଟିଲଗା କାନ୍ଥରେ
ଝୁଲୁଥିବା ଫୋଟୋ ଫ୍ରେମରେ
କିଛି ପୁରୁଣା ଡାଏରି ର
ଶୁଖିଲା ଗୋଲାପ ଫୁଲରେ
ଆଉ କିଛି ନିଜ ଅନ୍ତର ଭିତରେ-
मैं खुद ही खुद का मंज़िल
खुद के खोज मैं
खुद ही सामिल
जब खोज लूंगा
खुद के अंदर से
सिर्फ "खुद" को
ये सफर होगी खत्म
और में बनूँगा काबिल
-
କେତେ ଯେ ଅମାବାସ୍ୟା
କେତେ ଅନ୍ଧାରି କାଳିମା
ବିନିଦ୍ର ରଜନୀ ଆଉ
କିଛି ଅନାବନା ଭାବନା
ଅର୍ଧଦଗ୍ଧ ଆଶା ର ପାହାଡ଼
ଭିତରେ ଛଟପଟ ଜୀବନ
ଆଉ ଶେଷରେ ଏକ
ଅପେକ୍ଷା ଶୀତସ୍ନାତ ପୂର୍ଣ୍ଣିମା
-