Is our life taken as a rent from the death ? If so, then why such ego n why such expectations from the life.
Just think.....
#life lessons-
ମାଟିର ମା'ଟିରେ ମମତା ମନ୍ଦିର
ମନକୁ ମୋହୁଚି ମୋର
କିଏସେ କଳନା କରିବ କହରେ
କଳ୍ପନାରେ କଥାକାର......?
-
ଫୁଲ
ବଗିଚାରେ ଫୁଟିଅଛି
ଟିକି ଟିକି ଫୁଲ
ଟିକି ଟିଏ ହେଲେ ତାର
ଅଛି କେତେ ମୂଲ ।
ତାର ମହକରେ ସବୁ
ହୁଏ ବିମୋହିତ
ତାର ସୁନ୍ଦରତା ଜାଣ
କରେ ଆକର୍ଷିତ ।
ଦେବତାଙ୍କ ପାଦପଦ୍ମେ
ଲାଗିଥାଏ ସିଏ
ସବୁରି ଶୁଭକର୍ଯ୍ୟରେ
ଆଗେ ଲୋଡାହୁଏ ।
କାହାପାଇଁ ହୁଏ ସେହି
ଗଳାର ଯେ ହାର
କାହାପାଇଁ ହୋଇଥାଏ
ବଡ଼ ଉପହାର ।
ଫୁଲରେ ଶରଧା ବୋଲି
ପୂଜୁଛି ଠାକୁରେ
ନିତି ତବ ଚରଣରେ
ପ୍ରଣତି ମୁଁ କରେ ।
-
ନୂଆବର୍ଷ ଆସିବାରୁ ସିନା
ନୂଆବର୍ଷ ଆସିବାରୁ ସିନା
କିଛି ଚୁପ୍ ଥିବା ଲୋକ କଥା କହିଲେ
କିଛି ଭୁଲିଯାଉଥିବା ଲୋକ ମନେ ପକେଇଲେ ।
ନୂଆବର୍ଷ ଆସିବାରୁ ସିନା
କିଛି ଶାନ୍ତିରେ ଆଜି କୋଳାହଳ
କିଛି କୋଳାହଳରେ ଆଜି ଶାନ୍ତି ।
ନୂଆବର୍ଷ ଆସିବାରୁ ସିନା
କିଛି ବିଛେଦରେ ସମ୍ପର୍କ ଗଢିଲା
କିଛି ଭଙ୍ଗା ହୃଦୟ ଯୋଡ଼ି ହେଇଗଲା ।
ନୂଆବର୍ଷ ଏମିତି ଆସୁଥାଉ
ସବୁରି ମନରେ ହସ ଭରିଯାଉ
ଜୀବନ ପାତ୍ରଟି ପୂରି ଉଠୁ
ସବୁରି କଣ୍ଠରୁ ବଜିଉଠୁ
ନୂଆବର୍ଷ ଆସିବାରୁ ସିନା..........।-
ଲୁଚି ରୁହେ ନୀରବରେ
ଆଖିରୁ ଝରେନି କିଛି ଲୁହର ବୁନ୍ଦା
ଲୁଚି ରୁହେ ନୀରବରେ ।-
ସମ୍ପର୍କରେ ବିଶ୍ୱାସ ଖୋଜୁ ଖୋଜୁ
ଶେଷ ହୋଇଯାଏ ସମ୍ପର୍କର ଦିନ
ଲିଭି ଯାଏ ଚିହ୍ନ ଜୀବନ କାନ୍ଥରୁ
ହଜିଯାଏ ଶବ୍ଦ ମଣିଷ ମୁଖରୁ ।-
Being together
It is the closeness of
Two souls
Stay away from long distance.-
ସମୟ ବଦଳିଛି ଏବଂ ବଦଳିବା ସମୟ ଭିତରେ ଆମେ ଯଦି ସେଇ ଅତୀତରେ କଣ୍ ଥିଲା ବା ଆମର ପୂର୍ବ ବୁନିଆଦି କଣ୍ ଥିଲା ସେଇଟାକୁ ଦେଖିବା ଏବଂ ତାହାରି ଅନୁସାରେ ତଉଲିବା କେତେକାଂଶରେ ତାହା ଠିକ୍ ନୁହେଁ । ମୁଁ ଅଧିକାଂଶ ସମୟରେ ଭାବେ ଯେ ନାରୀ ଟେ କଣ୍ ପ୍ରକୃତରେ ଏତେ ହିନୀମାନି ? ଆଗରୁ ନାରୀ ମୂର୍ଖ ଥିଲା, ପାଠ ପଢିନଥିଲା , ସେ ସବୁ କଥାକୁ ସହି ନେଉଥିଲା । ସହିନେବା ଦ୍ଵାରା କଣ୍ ହେଉଥିଲା ନା ପରବର୍ତ୍ତୀ ଉତ୍ତରପିଢ଼ି ଟି ଯିଏ ଜନ୍ମ ନେଉଥିଲେ , ସେମାନେ ଯେ ପୁଅ ମାନେ ସବୁବେଳେ ତାଙ୍କର ଗୋଟିଏ ମାନସିକତା ରହୁଥିଲା ଯେ ଆମେ ହେଉଚେ ସବୁଠାରୁ ଶ୍ରେଷ୍ଠ , ଆମେ ଯାହା କହିବା ସେଇଆ ହେବ, ଜୋର୍ ଜାର ମୂଲକ୍ ତାର ଇତ୍ୟାଦି, ଝିଅ ମାନେ କିଛି ନୁହଁନ୍ତି ଯେମିତି । ଆଜି ଝିଅଟେ ଯେତିକି କାମ କରୁଛି ପୁଆଟେ ସେତିକି କାମ କରୁଛି , ତାକୁ ଯଦି ସୁଯୋଗ ଦିଆ ଯାଏ ବାହାରକୁ ଯିବା ପାଇଁ ସିଏ ବି ସେତିକି କାମ କରିପାରିବ ପୁରୁଷ ଭଳି । ତେଣୁ କାହିଁକି ବିବାହ ପରେ ଯଦି ସେ ଝିଅ ଚାକିରୀ ନକରିଛି , ତା ପାଇଁ ଗୋଟିଏ marriage account ନ ହେବ ? ସେ account ରେ ପଇସା ରହିବ , ସେ ମଧ୍ୟ ଚିନ୍ତା କରି ପରିବାରର କେଉଁଟା ଭୁଲ୍ କେଉଁଟା ଠିକ୍ ସେଥିପାଇଁ ସେ ଚିନ୍ତା କରିକି ଖର୍ଚ୍ଚ କରିବା ପାଇଁ ତାର ଗୋଟେ ସୁଯୋଗ ରହିବା ଦରକାର । ଆଉ ସ୍ବାବଲମ୍ବୀ ମାନେ ନୁହେଁ ସ୍ଵେଚ୍ଛାଚାରିତା, ଏ ଦୃଷ୍ଟି ରୁ କହୁଚି । ବିବାହର ଅର୍ଥ ନୁହେଁ ସ୍ବାମୀ ସ୍ତ୍ରୀ ପରସ୍ପରକୁ ବାନ୍ଧି ଦେବା, ବରଂ ପରସ୍ପରକୁ ମୁକ୍ତ କରିଦେବା । ଆମ ଭାରତୀୟ ସଂସ୍କୃତି ଆମକୁ ଭୋଗବାଦ ର ସଂସ୍କୃତି ନୁହେଁ ବରଂ ତ୍ୟାଗ ବାଦର ସଂସ୍କୃତି ଶିଖେଇ ଆସିଛି । ତ୍ୟାଗ ରେ ହିଁ ଆନନ୍ଦ । ଭୋଗରେ ନୁହେଁ....
-
Nature....
I feel eternal peace
When I see the nature
And thank the Almighty.....
Try to agitated my nature
With the creator's
No matter how my situation is
I find it from the nature right......-