Not every problem demands solution. Some demands change in your perspective and vision towards life
-
କବିତା : ମୁଁ ଖୋଜେ ନିଜକୁ ଏଇ ମହାନଦୀ କୂଳରେ
ମୁଁ ଖୋଜେ ନିଜକୁ ଏଇ ମହାନଦୀ କୂଳରେ,
ଲୁଚି ଯାଇଛି ମୋ ପରିଚୟ ଏ ନଦୀ ଭିତରେ,
ସେ ପରିଚୟର ଆଶାରେ , ସେ ଠିକଣାର ସନ୍ଧାନରେ,
ମୁଁ ଖୋଜେ ନିଜକୁ ଏଇ ମହାନଦୀର କୂଳରେ ।
ମୁଁ ଖୋଜେ ନିଜକୁ ଏ ସନ୍ଧ୍ୟା ପବନର ଢେ଼ଉରେ ,
ଭାଙ୍ଗି ଯାଇଛି ମୋ ଆଶାର ବାଲିଘର ଏ ପବନରେ,
ସେ ସ୍ବପ୍ନର ସନ୍ଧାନରେ, ସେ ଘରର ସନ୍ଧାନରେ,
ମୁଁ ଖୋଜେ ନିଜକୁ ଏଇ ମହାନଦୀ କୂଳରେ।
ମୁଁ ଖୋଜେ ନିଜକୁ ଏ ଭଙ୍ଗା ଡଙ୍ଗା ଭିତରେ ,
ହଜି ଯାଇଛି ଯାହାର କାତ ପରାଜୟର ବନ୍ୟାରେ ,
ସେ କାତର ସନ୍ଧାନରେ , ସେ ସ୍ରୋତର ଅପେକ୍ଷାରେ,
ମୁଁ ଖୋଜେ ନିଜକୁ ଏଇ ମହାନଦୀର କୂଳରେ।
ମୁଁ ଖୋଜେ ନିଜକୁ ଏ ଘାଟର ପାହାଚରେ ,
ହଜି ଯାଇଛି ମୋ ଶାନ୍ତି ଏଇ ପାହାଚ ପାଖରେ ,
ସେ ଶାନ୍ତିର ଆଶାରେ , ସେ ହସର ସନ୍ଧାନରେ ,
ମୁଁ ଖୋଜେ ନିଜକୁ ଏଇ ମହାନଦୀ
କୂଳରେ।-
ନୂଆ ଏକ ସକାଳର ଆଶାରେ ଆଉ ଗୋଟେ ଦିନ ବଞ୍ଚି ଯିବା, ନୂଆ ଏକ ଦିନକୁ ଆପଣେଇ ନେବା ତଥା ନୂଆ ଏକ ଆଶାରେ ଆଗକୁ ବଢ଼ିବା, ଏଇତ ଜୀବନ ଆଉ.....
-
କବିତା : କବି
ଚ୍ଛିନ୍ନ ଭିନ୍ନ ଏକ ଭଙ୍ଗା କୁଟୀରରୁ ,
କବି ଗଢିପାରେ ଏକ ସ୍ବପ୍ନର ରାଜମହଲ,
ଯେଉଁ ରାଜମହଲରେ
ତା ହୃଦୟର ରାଣୀ ବାସ କରେ ।
କୁହୁଳୁଥିବା ଏକ ନିଆଁର ଜୁଇରୁ ,
କବି ଜାଳିପାରେ ଏକ ଅଭେଦ୍ୟ ଦୁର୍ଗକୁ ,
ଯେଉଁ ଦୁର୍ଗରେ
ସେ ତା ଶତ୍ରୁମାନଙ୍କୁ ବିନାଶ କରେ ।
ନିରାଶର ଅନ୍ଧକାରରେ ହଜିଯାଇଥିବା ମଣିଷକୁ ,
କବି ଦେଖାଇପାରେ ଏକ ଆଶାର ସୂରୁଜ,
ଯେଉଁ ସୂରୁଜ ଅପେକ୍ଷାରେ,
ସେ ମଣିଷ ଆଖିରୁ ଅବିରତ ଲୁହ ଝରେ ।
ଶଦ୍ଦ ସାଗରରୁ ଯିଏ ଶାମୁକା ଖୋଜି,
ତାକୁ ମୋତିର ରୂପ ଦେଇପାରେ,
ସେ କଳାର ପୂଜାରୀକୁ ,
ସମାଜ "କବି" କହି ସମ୍ବୋଧିତ କରେ ।-
କବିତା : ପୁଣି ଥରେ ସୁରୁଜ ଆସିଛି
ବିରହ ବାଦଲ ଆଜି ଆକାଶରୁ ହଟିଛି,
ଲୁହର ବାରିଧାରା ଆଜି ହୃଦୟରୁ ଛାଡିଛି ,
ତା ଶିଥିଳ ମନକୁ ଉଷ୍ମତାର ଚୁମ୍ବନ ଦେବାକୁ,
ଆଜି ପୁଣି ଥରେ ସୁରୁଜ ଆସିଛି।
ଝଡରେ ଚଢ଼େଇ ଟିଏ ବସା ବାନ୍ଧେ ଯେପରି,
ଆଶାର କାଠିକର ସେ ଗୋଠାଉଛି ସେହିପରି,
ତାକୁ ନବନିର୍ମାଣର ସାହସ ଯୋଗାଇବାକୁ ,
ଆଜି ପୁଣି ଥରେ ସୁରୁଜ ଆସିଛି ।
ବର୍ଷାପରେ ପ୍ରକୃତି ପୃଥିବୀକୁ ତୁଳୀ ରଙ୍ଗ ଲଗାଏ ଯେପରି ,
ନିଜ ଜୀବନ ଚିତ୍ରକୁ ସେ ରଙ୍ଗାୟିତ କରେ ସେହିପରି,
ତା ରଙ୍ଗହୀନ ଜୀବନ କାଗଜକୁ ରଙ୍ଗୀନ କରିବାକୁ,
ଆଜି ପୁଣି ଥରେ ସୁରୁଜ ଆସିଛି ।
ପୂର୍ବ ଆକାଶରେ ନବଚେତନାର ଆଲୋକ ଦିଶୁଛି ,
ନୁଆ ଏକ ସକାଳ ନେଇ ଆଜି ପୁଣି ଥରେ ସୁରୁଜ ଆସିଛି।-
କବିତା : ଆଜି ପୁଣି ଥରେ
ଦୁଃଖର ବାଦଲ ଭରିଯାଏ ଯେବେ ମନ ଆକାଶରେ,
ହଜିଯାଏ ଶାନ୍ତିର ସୂର୍ଯ୍ୟ ସେ ବାଦଲ ମଝିରେ,
ଭିଜିଯାଏ ଦେହ ଯେବେ ଅଶାନ୍ତିର ବର୍ଷାରେ,
ଖୋଜିବୁଲେ ସେହି ଶାନ୍ତିକୁ ଆଜି ପୁଣି ଥରେ ।
ମନରେ ଅଛି ତା'ର ଅନେକ ପ୍ରଶ୍ନ,
ଉତ୍ତର ସନ୍ଧାନରେ ଆଜି ସେ ବିମଗ୍ନ,
ହଜିନାହିଁ ଜିଜ୍ଞାସା ତା ମନ ଆକାଶରେ,
ଖୋଜିବୁଲେ ସେହି ଉତ୍ତରକୁ ଆଜି ପୁଣି ଥରେ।
ନିରାଶାର ବାଦଲରୁ ଦିଶେ ପୁଣି ଆଶାର ଆଲୋକ ,
ତା ଆଖିରେ ଭରିଯାଏ ଖୁସିର ଲୋତକ ,
ପୁଣି ପ୍ରାପ୍ତ ହୁଏ ଶକ୍ତି ତାକୁ ପ୍ରକୃତିର କୋଳରେ,
ଶକ୍ତିମୟ ହୋଇ ଉଠେ ସେ ଆଜି ପୁଣି ଥରେ।
ରଣହୁଙ୍କାର ଦିଏ ଆଜି ସେ ଜୀବନର ଯୁଦ୍ଧଭୂମିରେ ,
ବିନାଶିବ ସେ ଶତ୍ରୁମାନଙ୍କୁ ଆଜି ପୁଣି ଥରେ।-
କବିତା : ଶାନ୍ତିର ସନ୍ଧାନରେ
ଛଳନା ପ୍ରତାରଣାର ଏ ବିଷମୟ ଦୁନିଆରେ,
ଘୁରିବୁଲେ ଆଜି ସେ ଶାନ୍ତିର ସନ୍ଧାନରେ,
ଚିନ୍ତାର କଳାବାଦଲରେ ସେ ହୋଇଯାଇଛି ଢାଙ୍କି,
ଅଗଣିତ ପ୍ରଶ୍ନ ଆଜି ତା ମନରେ ମାରେ ପୁଣି ଉଙ୍କି ।
ସମସ୍ୟାର ବିଜୁଳିରେ ତା ଜୀବନ ହୋଇଯାଏ ଛିନ୍ନ ଭିନ୍ନ,
ଅଜଣା କାହାଣୀରେ ପଡ଼ିଯାଏ ମୁଖ ତାର ମଳିନ ,
ହଜିଯାଇଛି ଆଜି ତା ହସ କେଉଁ ଏକ ଝଡରେ,
ଭିଜିଯାଏ ଆଜି ସେ ହତାଶର ବର୍ଷାରେ ।
ବର୍ଷା ରାତି ପରେ ଶାନ୍ତମୟ ସକାଳ ଆସେ ଯେପରି,
ତା ଜୀବନର ଶାନ୍ତି ନିଶ୍ଚିତ ଆସିବ ଫେରି,
ନ ଥକି ନ ଅଟକି ପୁଣି ଚାଲେ ସେ ନିଜକୁ ଖୋଜି,
ବୀର ପୁରୁଷର ବିଜୟ ନିଶ୍ଚିତ ଅଟେ ଆଜି ।
ଅସମ୍ଭବ ନୁହେଁ ଏ ସନ୍ଧାନ ଆଜି ତା ନିକଟରେ,
ହାରିବାକୁ ହବ ଭାଗ୍ୟକୁ ଆଜି ତା ବୀରତ୍ୱ ଆଗରେ।-
କବିତା : ତମର ସେହି ମିଠା ହସ
ଚନ୍ଦ୍ରମାର ଶୀତଳ ଜ୍ୟୋସ୍ନାରେ ,
ମଧୁଭରା ଏ ବସନ୍ତର ପବନରେ,
ପ୍ରିୟା ଆଜି ମୁଁ ହଜିଯାଏ ,
ତମର ସେହି ମିଠା ହସର ଭାବନାରେ ।
ମନେ ଅଛି ଆଜି ମୋର ସେହି ଅଭୁଲା ଦିନ,
ଯେବେ ହୋଇଥିଲା ଆମ ଦୁଇ ଆଖିର ପ୍ରଥମ ମିଳନ ,
ଫୁଟି ଯାଇଥିଲା ଲାଜର ଗୋଲାପ ତମ ଚେହେରାରେ ,
ହଜିଯାଇଥିଲି ମୁଁ ତମର ସେହି ମିଠା ହସର ଭାବନାରେ।
ଯାଦୁ ଭରିରହିଛି ପ୍ରିୟା ତମର ସେହି ମିଠା ହସରେ
ଫୁଟିଯାଏ ଗୋଲାପ ଆଜି ମୋ ହୃଦୟର ବଗିଚାରେ,
ତମକୁ ପ୍ରତିଟି କ୍ଷଣରେ ଖୋଜିବୁଲେ ଏ ପାଗଳ ମନ ,
ତମ ବିନା ଅନ୍ଧକାର ଲାଗେ ଏ ନିଃସଙ୍ଗ ଜୀବନ ।
ଆଜି ବି ବଞ୍ଚିଛି ମୁଁ ପ୍ରିୟା ତମ ମିଠା ହସରେ ,
ସାଇତିଛି ସେ ଚେହେରାକୁ ମୁଁ ହୃଦୟର ଆଇନାରେ।-
Poem : That night prayer
That night when you had prayed to God ,
To remove that darkness from your life,
Which made you feel blank .
“Please Lord ,help me “Once again you repeated
Tears w rolling out from your eyes,
Containing memories of the gloomy past
And you were standing in the dark.
You had no idea what’s happening,
You started walking although it’s raining,
Your foot had no idea about your steps.
Maybe they were taking you ,
To a place where
The solution was waiting for you.
You remained strong ,
When the world was thinking that
You were weak .
You never let yourself down and
You started to find a solution,
After giving a break to your motion.
That night your vision became clear,
You changed your life’s gear ,
You overcame the fear ,
That was making you drown
In the uncertain future .
That night when you had prayed to God ,
You became more strong in this thorny road..-
She left him at the bus stop and he was standing on the lonely road like a statue . The light of hope was encouraging him to wait . This made him a patient lover
-