ନା କିଛି ପାଇବାର ଆଶା
ନା କିଛି ହରେଇବାର ଡର
ଜୀବନଟା ଥିଲା ଭାରି ସରସ
କାରଣ କହିବା ପୁର୍ବରୁ ସବୁ ଇଚ୍ଛା ପୂର୍ଣ୍ଣ କରାଯାଉଥିଲା ଆମର
ପୁଣିଥରେ ଯିବାକୁ ଚାହେଁ ସେଇ ଅତୀତକୁ ମୋ ମନ
ମନେପଡେ ଆଜି ମୋର ପିଲାଦିନ
କେତେ ମଜା, କେତେ ସାଙ୍ଗସାଥି ଆଉ ସେଇ ବାଲିଘର
ନାଚିଉଠେ ମୋ ଆଖି ଆଗେ କେମିତି କରିବି ପର
ମନଟା ଭାରି ଅମାନିଆ ମାନେନାହିଁ ଜମା ବୋଲ
ପୁଣିଥରେ ସେ ଚାହେଁ ସେଇ ନାଚଗୀତ,ଦୁଷ୍ଟାମୀ ଆଉ ଖେଳ
ହାଏ, ସତରେ କେତେ ସୁନ୍ଦର ଥିଲା ସେ ଜୀବନ
ମନେପଡେ ଆଜି ମୋର ସେଇ ପିଲାଦିନ l
-