କିଏ କହିଲା ଆମେ ଦୂର ରେ ଅଛେ!!!
ଯେଉଁ ଜହ୍ନ ଙ୍କୁ ମୁଁ ଦେଖୁଛି, ତାଙ୍କୁ ତମେ ବି ଦେଖୁଛ...
ଯେଉଁ ତାରା ଙ୍କୁ ତମେ ଦେଖୁଛ, ତାଙ୍କୁ ମୁଁ ବି ଦେଖୁଛି...
ବୋଧ ହୁଏ ଯେଉଁ ପବନ ମତେ ଛୁଇଁ ଦେଇ ଯାଉଛି, ସେ ତୁମକୁ ବି ସ୍ପର୍ଶ କରୁଥିବ....
ଦୂରତା ତ ଏକ ଶବ୍ଦ ମାତ୍ର....😊😊🤗🤗-
Sa vidya ya vimuktaye
ସ୍କୁଲ୍ ରେ ସବୁ ପିଲା ପଳେଇଲା ପରେ ମୁଁ ଆଉ ଭାଇ ତାଙ୍କ ବାଟ ଚାହିଙ୍କି ବସି ଥାଉ ଚାତକ ଭଳିଆ, କେତେବଳେ ନବାକୁ ଆସିବେ....
ବର୍ଷା ଦିନେ ଦୂର୍ ଦୂର୍ ବର୍ଷା ହଉଥିବା କୁଆଡେ କାମ ରେ ଯାଇଥାନ୍ତି ଯେ ଘରେ ସମସ୍ତେ ତାଙ୍କ ଆସିଲା ବାଟକୁ ଅନେଇଥନ୍ତୀ....... କଦବା କ୍ଵଚିତ କୋଉ କଥା ରେ ପ୍ରତିକ୍ରିୟା ଦିଅନ୍ତି, ବାକି ସବୁବେଳେ ସବୁଥିରେ ଖୁସି ସେ..
କେବେ ନାହିଁ ର ଭାବନା ହଜାରେ ଅଭାବ ଅସୁବିଧା ଭିତରେ ବି ଆସିବାକୁ ଦେଇ ନାହାନ୍ତି...
ବାପା ସେ କହନ୍ତି ...ଯାହା କରୁଚୁ କର ମୁଁ ଅଛି......-
ସେଦିନ ଯେତେବଳେ ଗେଟ୍ ବାହାରୁ ଦେଖିଥିଲି କୋୖଣସି ଚଳଚ୍ଚିତ୍ର ଠାରୁ କମ୍ ଲାଗି ନଥିଲା ଏହି ସ୍ଥାନ ଟି.. ଧୀରେ ଧୀରେ ସମୟ ବିତି ଚାଲିଲା ଆଉ ଆମେ ସେଇ ସ୍ରୋତ ରେ ଭାସି ଚାଲିଲେ.... ଅଜଣା ପଥିକ ଠାରୁ ପରିବାର ପର୍ଯ୍ୟନ୍ତ ର ପଥ ଏତେ ବି କଷ୍ଟ ନଥିଲା... ଜଣା ବି ପଡିଲାନି ଆଉ ଏବେ ତିନି ବର୍ଷ ବିତିଗଲା......
ଆଉ ମାସ କେଇଟା ପରେ ଆମେ ଆଉ ଏଇଠି ନଥିବା, ପୁଣି ସମୟ ଆମର ପଥ କୁ ଆଉ କୁଆଡେ ବଙ୍କେଇ ଦବ, କିନ୍ତୁ ହୃଦୟ ର ନିବୃତ କୋଣ ରେ ଏଇ ନାଲି କୋଠା ଆଉ ୟାର ସଦସ୍ୟ ଜୀବନ ସାରା ପାଇଁ ରହିଯିବେ.... ❤️❤️❤️😍😍-
ଆକାଶ ଓ ପୃଥିବୀ ର ପ୍ରେମ କେଡେ ସୁନ୍ଦର, କେବେ ଦେଖିଛ କି କେମିତି ଅପଲକ ନୟନ ରେ ଚାହିଁ ରହିଥାନ୍ତି ଦୁହେଁ ଦୁହିଁଙ୍କୁ........ ମଝିରେ ଏ ବାଦଲ ବେଳେ ବେଳେ କୋଉଠୁ ଆସେ କେଜାଣି ତାଙ୍କ ମିଳନ ରେ ବାଧା ସୃଷ୍ଟି କରିବା ପାଇଁ, ମନ ରେ ପ୍ରଶ୍ନ ଆସେ ତଥାପି ଲୋକେ ବାଦଲ କୁ ଏତେ ଖୁସି ରେ କେମିତି ଉପଭୋଗ କରନ୍ତି???????
ପୁଣି ଉତ୍ତର ବି ମିଳିଯାଏ ଟିକେ ଦୂରତା ନ ରହିଲେ ଟିକେ ବାଧା ବିଘ୍ନ ନ ରହିଲେ ସେ ପ୍ରେମ ରେ କି ମଜା ଅଛି, ବିରହ ପର ର ମିଳନ ତ ସୁନ୍ଦର ନା ଅତି ସୁନ୍ଦର❤️, ସେଥିପାଇଁ ବୋଧେ ଲୋକେ ଖୁବ୍ ଖୁସି ହୁଅନ୍ତି ବାଦଲ କୁ ଦେଖି!!!!-
ଅଢେଇ ବର୍ଷ ତଳେ ରେଭେନ୍ସା ରେ ଆଡ଼ମିଶନ କରି ହଷ୍ଟେଲ ଆସିଥିଲି, ଗ୍ରାଉଣ୍ଡ ଫ୍ଲୋର ରେ ରୁମ୍ ମିଳିଲା ଝରକା ପାଖ ବେଡ୍ ବି। ଝରକା ଦେଇ ସେପଟକୁ ଦେଖିଲେ ଖାସ୍ କିଛି ଦେଖା ଯାଏନି ପାଚେରୀ ଅଛି ନା ଖାଲି ଆସିବା ସମୟ ରେ ଗୋଟେ ଆମ୍ବ ଗଛ ଦେଖିଥିଲି ଛୋଟ ପୁରା ସିଧା ରେ ଛୋଟ ଟିଏ ଥିଲl......
ହେଲେ ଆଜି ଅଚାନକ ସାଡିକି ନଜର ଗଲା ବେଳକୁ ଗଛ ଟା ଆଖି ଦୃଶିଆ ବଡ଼ ହେଇ ଯାଇଚି କେତେ, ଶାଖପ୍ରଶାଖାଯୁକ୍ତ ହେଇ ଯାଇଚି ସେ.......
ଅଚାନକ ମନ ରେ ଆସିଲା ସତେ ତ ଗଛ ଟା କେତେ ବଡ଼ ହେଇ ଗଲାଣି, ଆଉ ଆମେ କୋଉ ଛୋଟ ଅଛୁ କି ଏଇ ବିଗତ ଅଢେଇ ବର୍ଷ ଭିତରେ ଅଜଣା ଅଚିହ୍ନା ଜାଗା ରୁ ଆସିକି ଆମେ ବି କେତେ ନିଜର ହେଇ ଗଲୁଣି, କିଏ ନିଜର ହେଇଚି ତ କିଏ ଅତି ଅତି ନିଜର, କାହା ସହ ମୁଁ ହସିଛି ତ କିଏ ମତେ ମନ ଖୋଲି ହସିବା ଶିଖେଇଚି.... ସତେ କଣ ଆଉ ଜମା ମାସ ଛ ଟା ପରେ ଆମେ ଅଲଗା ହେଇଯିବୁ ପୁଣି, ଆମ୍ବ ଗଛ ତ ଏଇଠି ରହିବ ହେଲେ ତାକୁ ବଡ଼ ହଉଥିବା ର ଆହୁରି କେତେ ଜଣ ଦେଖିବେ.......-
କ୍ଲାସ୍ ଜଲଦି ସରି ଯାଇଥିଲା ଭାବିଲୁ ଟିକେ ଯାଇକି ଲନ୍ ରେ ବସି ଆସିବୁ ଲନ ଯିବା ବାଟ ରେ କେତେ ପିଲା ଙ୍କୁ ଦେଖିଲୁ...... କିଏ କାହା ହାତ ଧରି ବସିଥିଲା ତ କିଏ କାହା ଆଖି ରେ ଆଖି ମିଶେଇ... ହଁ ମ କଲେଜ ରେ ଏ ସବୁ ସ୍ବଭାବିକ କଥା।
ଯାଇକି ଲନ୍ ରେ ବସିଲୁ ସେଠି ଆଉ ଦି ଜଣ ଙ୍କୁ ଦେଖିଲୁ। ବୟସ ୫୫ ପାଖ ପାଖି ହେଇଥିବ ସେ ମଉସା ଙ୍କର, ମେସିନ ଭିଡ଼ି ଘାସ କାଟିବା ତାଙ୍କ କାମ, ଅଧିକ ବୟସ ଯୋଗୁ ଏକା ସେ ମେସିନ ଭିଡ଼ି ପାରିବେନି ତେଣୁ ତାଙ୍କ ସେ ହାତ ସହ ଆଉ ଦୁଇଟି ହାତ ମିଶି ସେ ମେସିନ ଟାଣୁ ଥିଲା, ହଁ ହାତ ଟି ମାଉସୀ ର ଥିଲା, ତା ବୟସ ବି ସେଇ ୫୦ ପାଖା ପାଖି........
ଯୌବନ ପ୍ରେମ ର ଭିଡ଼ ଭିତରେ ବାର୍ଦ୍ଧକ୍ୟ ପ୍ରେମ ଦେଖି ଖୁସି ଲାଗିଲା......-
ଆଉ କେତେ ଦିନ ଅଣନିଃଶ୍ୱାସୀ ହୋଇ ଏଇ ଅବିରାମ ପଥ ଜୀବନ ପଥ ରେ ଧାଇଁବ....
କେବେ କେବେ ବିରାମ ଦେଇ ପଛ କୁ ଚାହିଁ ଦେଖ, ଯୋଉ ବାଟ ଦେଇ ଧାଇଁ ଆସିଛ ତାକୁ ନିଜେ ବୁଲିକି ଦେଖିଲା ପରେ ନିଜ ସହ ଆଖି ମିଶେଇ ପାରିବ ତ............।-
ବର୍ଷା ଓ ରେଭେନ୍ସା ର ସମ୍ପର୍କ
ଏଠି ବର୍ଷା ହେଲେ ମାଟି ର ସେ ମହକ, ସେ ମନଲୋଭା ନାଲି କୋଠା କଣ ରେ କଳା ବାଦଲ ଦେଖିଲେ ଲାଗେ ସତେକି ଆଜି ଆକାଶ ଆଉ ପୃଥିବୀ ର ମିଳନ ହବା କୁ ଯାଉଛି, ଲାଗେ ଯେମିତି ତାଙ୍କ ଅଧା ପ୍ରେମ କାହାଣୀ କୁ ଆଜି ରାସ୍ତା ମିଳିଯାଇଛି, ସତେ ଯେମିତି ଆକାଶ ମନ ଖୋଲିକି କାନ୍ଦୁଚି ଆଉ ତା ପ୍ରେମ ର ଲୁହ ରେ ଭିଜି ଯାଉଛି ତାର ପ୍ରାଣ ପ୍ରିୟା….......
ସେପଟେ ରେଭେନ୍ସା ଲନ୍ ରେ ବସିଥିବା ଶହ ଶହ ପିଲା ଆକାଶ ଆଉ ଭୂଇଁ ର ମିଳନ ରେ ବାଧା ନ ଦେବା ପାଇଁ ହଷ୍ଟେଲ ମୁହାଁ ହୁଅନ୍ତି। କିଏ ନିଜ କୁ ଏଇ ମିଳନ ର ପର୍ବ ଠୁ ଦୂରେଇ ରଖିବା ପାଇଁ ଜୋରେ ଚାଲେ ତ କିଏ ସେ ପ୍ରେମ ର ସ୍ପର୍ଶ ପାଇବା ପାଇଁ ଅତି ଧୀରେ ଚାଲେ, ଚାଲି ର ବେଗ ଆହୁରି କମି ଯାଏ ଯେତେବେଳେ ଗୋଟେ ହାତ ଅତି ସ୍ନେହ ର ସହ ଆଉ ଜଣ ଙ୍କ ହାତ ଧରି ଚାଲୁ ଥାଏ......
-
ଏଇ ଆମ ଗାଁ ର ବାବୁନା ଭାଇ ଟା, ତାଙ୍କ ବାପା ମିଲିଟାରୀ ରେ ଥିଲେ, କର୍ଗିଲି ଯୁଦ୍ଧ ବେଳେ ଆହତ ହୋଇ ସେନା ରୁ ଅବସର ଗ୍ରହଣ କରିଥିଲେ। ବାପା ଙ୍କ ଚାକିରି ବଡ଼ ପୁଅ ପାଖକୁ ଗଲା, ବବୁନା ଭାଇ ଟା ଛୋଟ ଥିଲା ନା ସେତେବେଳେ ତା ହାତ ଖାଲି ରହିଗଲା, ଚିନ୍ତା ର କଥା ନଥିଲା କିଛି ବାବୁନା ଭାଇ ଗେଲ ବସର ରେ ବଢିଥିଲା ବୋଉ ଥିଲା ପର୍ଯ୍ୟନ୍ତ, ଗାଁ ରୁ ମନ ପସନ୍ଦ ର ଝିଅ କୁ ବାହା ବି ହେଲା।
ଏପର୍ଯ୍ୟନ୍ତ ବାବୁନା ଭାଈ ଟା କିଛି କରୁ ନଥିଲା, କିନ୍ତୁ ବାହା ହେଇ ପିଲା ଛୁଆ ସଂସାର କଲା ପରେ ସେ ତା ଭବିଷ୍ୟତ କଥା ଭାବିଲା, ବାପା ଙ୍କ ପେନସନ ରୁ ଲୋନ କରିକୀ ସାଙ୍ଗ ସାଥି ଙ୍କ ଠୁ ଧାର କରଜ କରୀକି ବାବୁନା ଭାଇ ଗୋଟେ ବଡ଼ କୁକୁଡ଼ା ଫାର୍ମ ଠିଆ କରିଥିଲା, ମାସେ ଦିଟା କାରବାର କରିଛି କି ନାହିଁ ଅଇଲା ସେ ପୋଡ଼ା ମୁହାଁ ବାତ୍ୟା ଆଉ ସବୁ ଛାର ଖାର କରିଦେଲା, ବାବୁନା ଭାଈ ଟା ପୁରା ବାର୍ବଦ୍ ହୋଇଗଲା ଧାର କରଜ ରେ ବୁଡିକି......
ବାତ୍ୟା କୁ ଆଜି ଆସି ଦି ମାସ ପୁରିଲାଣି, ବାବୁନା ଭାଈ ସବୁ ଦୁଃଖ ଚାପିକି ଆଜି ବି ହସେ ଦେଖି ଦେଲେ, କାଲି ତାକୁ ଦେଖିଲି ଫାର୍ମ ର ପରିତ୍ୟକ୍ତ ଜିନିଷ ଉଠେଇକି ଆଣୁଥିଲା,
ଶରତ ଦାଦା ଠିଆ ହୋଇଥିଲେ ସେଠି ତାଙ୍କୁ କହିଲା,"ଦାଦା ଦେଖାଯାଉ କାଲି ବ୍ଲକ ରେ ଫାର୍ମ ବାଲା ଙ୍କୁ ଡାକି ଚନ୍ତି କି ସାହାଯ୍ୟ କରିବେ ଟିକେ।"
ଶରତ ଦାଦା ହସିକି କହିଲେ," ପୁଅ,୧୯୯୯ ମସିହା ରେ ମୋର ଘର ଭାଙ୍ଗିଥିଲା ଏଇ ୪ ବର୍ଷ ତଳେ ମତେ ସହାୟତା ମିଳିଛି, ଦେଖ ତୁ ତୋ ଭାଗ୍ୟ.......
ବାବୁନା ଭାଈ ଟା ତାଙ୍କ ଗଲା ବାଟ କୁ ଆଁ କରି ଚାହିଁ ରହିଥିଲା..... ଆଶା ବିଶ୍ୱାସ, ଅବିଶ୍ବାସ ହତାଶ ର ଏକ ମିଶ୍ରିତ ଚାହାଣି ନେଇ.....-
ଆଜି ଦେବସ୍ନାନ ପୂର୍ଣ୍ଣିମା, ପିଲା ବେଳୁ ଆଜି ଯାଏଁ ୧୮ ବର୍ଷ ହେବ ପ୍ରତେକ ବର୍ଷ ଆଉ ଯାହା ହଉ ନ ହଉ ଦେବସ୍ନାନ ପୂର୍ଣ୍ଣିମା ରେ ନିହାତି ବର୍ଷା ହୁଏ, ହବନି କେମିତି ୧୦୮ ଗଡ ଜଳ ରେ ଶ୍ରୀ ଜିଉ ସ୍ନାନ କରନ୍ତି....
କିନ୍ତୁ ଆଜି ପରିସ୍ଥିତି ଟିକେ ଅଲଗା ବର୍ଷା ତ ହେଲାନି ସତ କଥା କିନ୍ତୁ ଯୋଉ ଖରା ହେଲା କହିବା କଥା ନାହିଁ, ସନ୍ଧ୍ୟା ୬ ଟା ଯାଏଁ ଖରା ଗାଁ ଟା ରେ ଖରା ଦେହ କୁ କାଟୁଥିଲା।
ଲୋକ କହୁଛନ୍ତି ଠାକୁର କୋପ କରିଛନ୍ତି, ମହାଶୟ ଦେବତା କଣ ଦାନବ ବି ଆମ ଉପରେ କୋପ କରିବେ...
ଗଛ କଟିକି ଆମେ ଘର କରିକି ରହିଲେ, ଠାକୁର ଆଉ କେମିତି ବର୍ଷା ପାଣି ରେ ଟିକେ ସ୍ନାନ କରିବେ??????-