, the more Older, the more smooth and stronger.....
-
praveen nayak
143 Followers · 92 Following
Joined 31 May 2018
10 MAR 2024 AT 11:06
"ମନ ବୁଝେନା"
ପାଖରେ ଈଶ୍ୱର ଥାଆନ୍ତି,ଆଉ ପଚାରନ୍ତି କଣ ଦରକାର,ମାଗେ।
ନିମିଶକେ ମାତ୍ର ମନ କୁ ଆସୁଥାଏ ଅନେକ ଆଶା...
ଗଣି ଗଣି ମନ ହାରିଯାଏ , କୋଉଟା ଆଗ ମାଗିବି....
ପାଖରେ ଈଶ୍ୱର ହସୁଥାନ୍ତି ଆଉ ଭାବୁଥାନ୍ତି....
"ଆଜି ପୁଣି ସେ ମତେ ମାଗି ପାରୁନି",
ମନ କହୁଥାଏ ବହୁତ କିଛି ଆଜି ମାଗିଦେବି,
ହେଲେ କୋଉଟା ଆଗ? ଜୀବନ,ଧନ,ପରିବାର,ରୋଜଗାର,ସମ୍ପତି,ପ୍ରଶଂସା....ଏମିତି ଅନେକ କିଛି.....ପୁଣି ଭାବେ,
ଈଶ୍ୱର ଖରାପ ଭାବି ବେନି ତ?
ଇଏ କଣ ଏତେ ଜିନିଷ ମାଗୁଛି?
ଏମିତି କଥା ସବୁ ମନକୁ ଆସିଲା ପରେ ,
ଆଖିରୁ ଝରେ ଲହୁ...
ହଠାତ୍ କେମିତି କେଜାଣି ମନକୁ ଆସିଲା,
କୋହ ଭରା କଣ୍ଠ,ଲୁହ ଭରା ଆଖି ରେ କହିଲି,ହେ ଈଶ୍ୱର ଆଉ ଟିକିଏ ରହିଯାଅ ମୋ ପାଖେ ....
ମୁଁ ବହୁତ ଏକା ଅଛି.....
ମୋ ମନ କାଇଁ ବୁଝୁନି-