PRATYUSH RANJAN DASH   (ପ୍ରତ୍ୟୁଷ ରଞ୍ଜନ ଦାଶ)
1 Followers · 7 Following

Joined 17 June 2022


Joined 17 June 2022
9 JUL 2023 AT 2:41

*ବିଜ୍ଞାନର ଲାଭ କ୍ଷତି*
ବିଜ୍ଞାନ ଯୁଗର ମଣିଷ ଆମେରେ ବିଜ୍ଞାନ ଆମରି ବଳ
ସେଇ ବିଜ୍ଞାନଟା ବାଟବଣା ହେଲେ ବିଗାଡି ଦିଅଇ ଖେଳ ।(୧)
କୃଷି,ସ୍ୱାସ୍ଥ୍ୟ, ଶିକ୍ଷା ସବୁ ବିଭାଗରେ ସାଧୁଅଛି ସିନା ହିତ
ଜଳ,ବାୟୁ,ଭୂମି,ଆଲୋକ,ଆକାଶ ପଞ୍ଚଭୂତ ପ୍ରଦୂଷିତ ।(୨)
ବିଶ୍ୱ ବ୍ରହ୍ମାଣ୍ଡର ଦୂରତା ମାପୁଛି ମଙ୍ଗଳେ ତୋଳିବ ଘର
ଜୈବ ବିଭିଧତା ଦୋହଲି ଗଲାଣି ପ୍ରକୃତି ହେଲାଣି ଦୂର ।(୩)
ପାଣିପାଗ ପୂର୍ବ ଅନୁମାନ କରି କେତେ ଉପକାର କରେ
ଜଳବାୟୁ ପରିବର୍ତ୍ତନ ପାଇଁକି ବିଶ୍ୱକୁ ଦୁଶ୍ଚିନ୍ତା ଘାରେ ।(୪)
ଶିଳ୍ପଜ ପଦାର୍ଥ ବିନା ହୋଇଯାଏ ଜୀବନଟା ପୁରା ଅଚଳ
ଓଜୋନ କ୍ଷୟ ଓ ବିଶ୍ଵ ତାପନକୁ ରୋକିବାରେ ଆମେ ବିଫଳ।(୫)
ଜ୍ଞାନ କୌଶଳର ବ୍ୟବହାର ଦ୍ୱାରା ଅଧିକ ଅମଳ ହେଉଛି
କୃଷି ରସାୟନ ଅଣୁଜୀବ ଠାରୁ ମନୁଷ୍ୟ ଜୀବନ ନାଶୁଛି ।(୬)
ଆଣବିକ ଶକ୍ତି ଜୀବନ ବଞ୍ଚାଏ, ବିଦ୍ୟୁତ ଉତ୍ପନ୍ନ କରେ
ଆଣବିକ ଅସ୍ତ୍ର ଯୁଦ୍ଧକ୍ଷେତ୍ରେ ପୁଣି ଲକ୍ଷ ଜୀବ ପ୍ରାଣ ହରେ ।(୭)
ସ୍ମାର୍ଟ ହେଲାଣି ଟି.ଭି.,ହାତଘଣ୍ଟା ସବୁ ଡିଜିଟାଲ୍ ଏବେ
ସତର୍କ ନଥିଲେ ସାଇବର ଠକ ହଟହଟା କରିଦେବେ ।(୮)
ଇଣ୍ଟରନେଟ ଯେ ଜ୍ଞାନର ଭଣ୍ଡାର ଅଳିଆ ତାଠାରୁ ବେଶି
ସୋସିଆଲ ମିଡିଆ,ଅନଲାଇନ ଗେମ୍ ସମୟ ନେଉଛି ଶୋଷି ।(୯)
ସବୁ ଯନ୍ତ୍ରପାତି ସ୍ୱୟଂ ଚାଳିତ ସରଳ କରେ ଜୀବନ
ସୁପର କମ୍ପୁଟର ନାନୋ ଟେକ୍ନୋଲୋଜି ଅସାଧ୍ୟ କରେ ସାଧନ।(୧୦)
ସୂର୍ଯ୍ୟ,ଚନ୍ଦ୍ର ଏବେ ହେଲେଣି କୃତ୍ରିମ ହେଲାଣି କୃତ୍ରିମ ବରଷା
ବିଜ୍ଞାନ ମାୟାରେ ନିମଜ୍ଜିତ ହୋଇ ହଜିଲା ଈଶ୍ୱର ଭରସା।(୧୧)
କେତେ ଅସମ୍ଭବ ସମ୍ଭବ କରୁଛ ଧନ୍ୟ ହେ ବିଜ୍ଞାନ ଧନ୍ୟ
ପରିବେଶ ରକ୍ଷା ନିତ୍ୟାନ୍ତ ଜରୁରୀ ସେଥିପ୍ରତି ଦେବା ଧ୍ୟାନ।(୧୨)

-


27 OCT 2022 AT 7:59

*ଆତ୍ମହତ୍ୟା*

ଜୀବନରେ କେବେ ମଳୟ ପବନ କେବେ ଆସେ ପୁଣି ବାତ୍ୟା
ସବୁ ସମସ୍ୟାର ଗୋଟିଏ ନିଦାନ ନୁହେଁ କେବେ ଆତ୍ମହତ୍ୟା ।(୧)
ପାରିବାରିକ ସମସ୍ୟା ଲୋକଲଜ୍ୟା ଅବା ହେଉ କେଉଁ ବିଫଳତା
ଚରମ ନିଷ୍ପତ୍ତି ନୁହେଁ ବିଜ୍ଞ କାର୍ଯ୍ୟ ଅଟେ ତୋର ଦୁର୍ବଳତା ।(୨)
ପ୍ରତାରଣା କିମ୍ବା ଆତ୍ମୀୟ ବିୟୋଗେ ଜୀବନ ହାରିବା ପାପ
ସଂସାରଟା ଯଦି ଶୂନ୍ୟ ଲାଗୁଅଛି ପ୍ରଭୁଙ୍କୁ ମନରେ ଜପ ।(୩)
ପ୍ରଚେଷ୍ଟା ବେଳଠୁଁ ପ୍ରାଣ ଯିବା ଯାଏ ଯନ୍ତ୍ରଣା ପାଇବୁ ତୁହି
ପ୍ରିୟଜନ ମନୁ ତୋହରି ଅଭାବ କେବେହେଁ ଭରିବ ନାହିଁ ।(୪)
ତୋତେ ଯେ ହରାଇ ତୋର ପିତାମାତା ପାଲଟିବେ ପରା ସ୍ଥାଣୁ
ଶେଷବେଳେ ମୁଖେ ପାଣି ଦେବା ଲୋକ ବାହୁଡ଼ି ଯାଇଛି ଯେଣୁ ।(୫)
ଅନ୍ୟ କଥା ଯଦି ଚିନ୍ତା ନ କରିଲୁ ସ୍ୱାର୍ଥପର ତୁହି ହେବୁ
ସମସ୍ୟା ଡରରେ ପରାଣ ତେଜିଲେ କାପୁରୁଷ ବୋଲାଇବୁ ।(୬)
ଖାଦ୍ୟ,ବସ୍ତ୍ର,ବାସଗୃହ ଅଭାବରେ ବଞ୍ଚୁଛନ୍ତି କେତେ ଲୋକ
ଦିବ୍ୟାଙ୍ଗ, ଅନାଥ ସଂଘର୍ଷ କରନ୍ତି ମାଗନ୍ତିନି ମୃତ୍ୟୁ ଭିକ ।(୭)
ସାମାନ୍ୟ ପଥର ଠାକୁର ବୋଲାଏ ଆଘାତ ସହିବା ପରେ
ସୁରୁଜ ବି ଜଳେ ପାଉଁଶ ହୁଏନା ସୃଷ୍ଟି ଆଲୋକିତ କରେ ।(୮)
ଯନ୍ତ୍ରଣା, ଦହନ ମାରିବାକୁ ନୁହେଁ ଦୃଢତା ଦେବାକୁ ଆସେ
ଆତ୍ମବିଶ୍ୱାସରେ ଯୁଦ୍ଧ ତୁ କରିଲେ ଦୁନିଆ ହାରିବ ଶେଷେ ।(୯)
ଯେଉଁ ଶରୀରକୁ ସୃଷ୍ଟି ତୁ କରିନୁ ନାଶେ ନାହିଁ ଅଧିକାର
ଜୀବନରେ ଯଦି ଶାନ୍ତି ତୁ ଖୋଜୁଛୁ ଗୀତା ଅଧ୍ୟୟନ କର ।(୧୦)
ନିଜ ପାଇଁ ଯଦି ମରଣ ଚାହୁଁଛୁ ପର ପାଇଁ ବଞ୍ଚି ଶିଖ
ଦୟା କ୍ଷମା ସାଥେ ସେବା ମନୋଭାବ ସର୍ବଦା ମନରେ ରଖ ।(୧୧)
ମୂଲ୍ୟହୀନ କେବେ ଭାବନା ନିଜକୁ ଅମୂଲ୍ୟ ଅଟେ ଜୀବନ
ନିଷ୍ଠାରେ କର୍ତ୍ତବ୍ୟ ଏମିତି କରିଯା ମନେ ପକାଇବେ ଜନ ।(୧୨)

-


21 OCT 2022 AT 23:14

Our Life
is the
Greatest Teacher
we ever had.

-


21 SEP 2022 AT 22:42

The current moment is the best time to do anything .Because it's completely unpredictable what will happen in the next one.

-


16 AUG 2022 AT 0:00

*ଏ କି ଆମ ଦେଶପ୍ରେମ ୨*

ଭାରତ ଅଟଇ କାଳେ ଧର୍ମନିରପେକ୍ଷ
ଧର୍ମ ନାମେ ଲଢୁ ଆମେ ହୋଇ ଦୁଇପକ୍ଷ।
କହିଦେଉ ସବୁ ଦୋଷ ନେତା ମନ୍ତ୍ରୀଙ୍କର
ନିୟମ ଭଙ୍ଗାରେ କିନ୍ତୁ ଆମେ ଆଗଭର ।
ହକିକୁ ଯେ ଭୁଲିଯାଉ କ୍ରିକେଟ ନିଶାରେ
ବାକିସବୁ ଖେଳ ଏଠି ତହୁଁ ହୀନସ୍ତାରେ ।
ଜିତିଲେ ଖେଳରେ ଆମେ ଉତ୍ସବ ମନାଉ
ହାରିଗଲେ ଖେଳାଳିଙ୍କୁ ବହୁ ଗାଳି ଦେଉ ।
ଗାନ୍ଧୀ କହୁଥିଲେ ସିନା ହେବାକୁ ସ୍ବଦେଶୀ
ଦେଶରେ ଥାଇବି ସାଜୁ ଆମେ ତ ବିଦେଶୀ ।
ଭୁଲିଯାଉ ଆମେ ଆମ ପ୍ରଥା ରୀତିନୀତି
ବିଦେଶୀ ଖୋଜନ୍ତି ଏବେ ଭାରତ ସଂସ୍କୃତି।
ଭଙ୍ଗାରୁଜା କରିଜାଣୁ ଗଢିବା ଜାଣୁନା
ପରକୁ ଦୋଷ ଦେଉ ନିଜକୁ ଦେଖୁନା ।
ବ୍ୟକ୍ତି ସୁଧୁରିଲେ ସିନା ଦେଶ ସୁଧୁରିବ
ପୁଣିଥରେ ରାମରାଜ୍ୟ ପ୍ରତିଷ୍ଠା ହୋଇବ ।
ଆମ କଥା କହୁଥିଲେ ପାହିଯିବ ରାତି
ତଥାପି ଏ ଉପାଖ୍ୟାନ ହେବନାହିଁ ଇତି ।
କଥା ମୋର ଧରିବନି ମହାମୁର୍ଖ ମୁହିଁ
ଶପଥ ନେବା ହେ ଆସ ଦେଶସେବା ପାଇଁ ।

-


15 AUG 2022 AT 23:45

*ଏ କି ଆମ ଦେଶପ୍ରେମ?*

ବର୍ଷକରେ ଦୁଇଦିନ ଜାଗେ ଦେଶଭକ୍ତି
ସୋସିଆଲ ମିଡିଆରେ ଦେଖାଉ ଯେ ଶକ୍ତି ।
ଲେଖୁଥାଉ ଭାରତୀୟ ଭାବେ ମୁଁ ଗର୍ବିତ
ସାଥେ କହୁ ପୁଣି I LOVE MY ଭାରତ ।
ଅନ୍ୟଦିନେ କହୁ ଆମ ଦେଶେ ଅଛି କଣ
ବିଦେଶ ଅଟଇ ଭଲ କାହିଁ କେତେଗୁଣ ।
କହିଦେଉ ତାଙ୍କ ଜ୍ଞାନ ବିଜ୍ଞାନ ଉତ୍ତମ
ଜାଣୁନା ଆମର ପାଞ୍ଚ ବିଜ୍ଞାନୀଙ୍କ ନାମ ।
କହୁ ଆମ ଦେଶେ ଚାଲେ ଭ୍ରଷ୍ଟ ରାଜନୀତି
ନୋଟ୍ ଭୋଟ୍ ଦିଆନିଆ ଚଲାଉ ତ ନିତି ।
ଶିକ୍ଷିତ ହୋଇବି ଆମେ ଭୋଟ ଦେଉନା
ଭାଷଣଟି ମାରୁ କାର୍ଯ୍ୟେ ବିଶ୍ୱାସ ରଖୁନା ।
ବେକାରୀ ବଢୁଛି ଦେଶେ ଆମେ କହୁଥାଉ
ପରିଶ୍ରମ କରିବାକୁ ପଛଘୁଞ୍ଚା ଦେଉ ।
ଆମେ କହୁ ମିଛକଥା ଦେଖାଏ ମିଡିଆ
ସତକଥା ଜାଣିବାକୁ ଆମେ ତ କୋଢି଼ଆ ।
କହୁଥାଉ ଦେଶ ଦିଶେ ବହୁତ ମଳିଆ
ହେଲେ ଫିଙ୍ଗୁଥାଉ ପାନଛେପ ଓ ଅଳିଆ ।
କହୁ ଆମ ଶିକ୍ଷା ବ୍ୟବସ୍ଥା ଯେ ହୀନ
ଶିକ୍ଷକଙ୍କ ପ୍ରତି ପଛେ ନଥାଉ ସମ୍ମାନ ।

-


16 JUL 2022 AT 12:10

Life is not so simple
how much we think.


-


Seems PRATYUSH RANJAN DASH has not written any more Quotes.

Explore More Writers