ବର୍ଷା⛈️⛈️
କିଛି ଭାବିବା ଆଗରୁ ସେ ମତେ ଭିଜେଇଦେଲା
ଜଳ ନୁହେଁ ତ ସତେ ଯେମିତି ପ୍ରେମର ବୁନ୍ଦାରେ
ଡରିଯାଇଥିଲି ମୁଁ
ତାର ସେ କଳା ବାଦଲ ଗୁଡାକୁ ଦେଖି
କମ୍ପି ଉଠୁଥିଲି ମୁଁ
ତାର ସେ ବିଜୁଳି ଗୁଡ଼ାକର ଗର୍ଜନ ଶୁଣି
ହେଲେ ତାର ପ୍ରଥମ ବୁନ୍ଦା ମୋ ଦେହରେ ସୃଷ୍ଟିକଲା ଶିହରଣ
ଖୁବ ଆନନ୍ଦ ଭରିଦେଲା ଭିଜାମାଟିର ସୁଗନ୍ଧ l
ଅଜାଣତରେ ମୋ ତନୁ ମନ ଭିଜିଗଲା
କାହିଁକି କେଜାଣି,
ଏ ବର୍ଷା ଯିବା ଆଗରୁ ମତେ ପ୍ରେମ ଶିଖେଇଦେଇଗଲା ll
-