ମୁଁ ଯଦି ମୋକ୍ଷ ପାଇଯିବି ତାହାଲେ ତୋ ସାଙ୍ଗେ ଆଉ ଦେଖାହବନି ,
କେବଳ ଏଇ ଟିକକ ଆଶା ମୋତେ ମୋହହୀନ କରି ପାରୁନି।।
-
ଜହ୍ନ ର ଜ୍ୟୋତ୍ସ୍ନା ନିରବି ଯାଏ ଅମାବାସ୍ୟା ରେ
ହେଲେ ତୁମର ନୂହେଁ
ଦିକ୍ ଦିକ୍ ହେଇ ଜଳିବା ଦେଖିଛି
ଅନ୍ଧକାରରେ ସାଜି ଯାଇ ଜୁଳୁଜୁଳିଆ
ଉଷାର କିରଣ ବାଣ୍ଟିବା କଣ ସହଜ କଥା
ସେଥିପାଇଁ ତମକୁ ତିଳ ତିଳ ହେଇ ମରିବା ଦେଖିଛି
ସେଇ କାଚ ଚଷମା ର ଆବରଣ ଆଢୁଆଳେ ।।-
ଆର ପାରି ଅଛି କି ହଜିଲା ବସନ୍ତ
ଯାହା ଚୋରି ହେଇଯାଇଥିଲା ଗଲା ଫଗୁଣ ରେ
ନିରବିଚ୍ଛିନ୍ନ ଅପେକ୍ଷାର ଏଇଠି ଅନ୍ତ ହବ
ନା ପୁଣି ଦରାଣ୍ଡି ବାକୁ ପଡିବ ବିତି ଯାଇଥିବା ଅତିତ✍️
-
ସମୟ କରେ ଷଡ଼ଯନ୍ତ୍ର ପିଠି ପଛରେ
ସମୟ କରେ ଷଡ଼ଯନ୍ତ୍ର ପିଠି ପଛରେ
ବୋଧେ ସମୟ ଭି ହାରିଯାଏ ତା ଆଗରେ
ଯିଏ ସମଦ୍ର ଲଙ୍ଘିଁଵ ବୋଲି ସାହସ ବାନ୍ଧିଛି
ସବୁ ବାଧବିଘ୍ନକୁ ପଛରେ ପକେଇ
ଭରି ଭରି ମନ ଭିତରେ ।।।
ସାହାସ ଜୁଟେଇବା କଣ କମ୍ କଥା ,ମନକୁ ଟାଣ କରି ,ସବୁ ସକାଳ ର ପହିଲି ସୂର୍ୟ କିରଣ ସହିତ ଦିନ ତମାମ ନିଜକୁ ସମୟ ସହିତ ଢ଼ାଳି ସମୟକୁ ମାଦ ଦବା ଯୁଦ୍ଧରୁ କମ ନୁହେଁ ,ଏଇ ଯୁଦ୍ଧ କ୍ଷେତ୍ର ରେ ସାରା ଜୀବନକୁ ବାଜି ଲଗେଇ,ସ୍ୱାଭିମାନର ସହିତ ଜିଇଁବା କଣ କମ୍ କଥା।
#ମନବଳ #ଶ୍ରେଷ୍ଠବଳ
#ଶୁଭସକାଳ-
ଖାଲି ପାଦ ଦିଟା ରେ
ଚାଲିଲି ଏକ ମୁହାଁ
ପହଞ୍ଚିଲି
ନୀଳ ସମୁଦ୍ର ବେଳାତଟ
ସତରେ ମ ୟା ହୃଦୟ କେତେ ପ୍ରଶସ୍ତ
ଆବୁରି ନେଲା ମୋତେ
କ୍ଷଣିକ ପାଇଁ ପାଲଟିଲି
ମୋହ ମାୟା ହିନ ଗୋଟେ ସ୍ଥାଣୁ
ଭୁଲିଗଲି ମୁଁ ଯେ ଗୋଟେ ଗୃହସ୍ଥ
ଏତିକି ବେଳେ ପକେଟ୍ ରୁ ଖସି ପଡ଼ିଲା ସଉଦା ଚିଠା ଟେ
ଯୋଉଥିପାଇଁ ବୋଧେ କିଛି ନୂଆ ସନ୍ଧାନ ଦିଗରେ ଧାଇଁଲି
ଅତିକ୍ରାନ୍ତ କରି ପାହୁନଥିବା ଏତେ ସହଜରେ ସେଇ ଲମ୍ବା ବିଭାବରୀକୁ
ହେଲେ ସନ୍ଧାନ ର ଶେଷ ସିମାରେ ପାଇଲି ଗୋଟେ ଦୋକାନ
ଯାହାର ଫଳକ ରେ ଲେଖା ଥିଲା ,
"ସନ୍ଧାନ ସବୁ ମୂଲ୍ୟହୀନ
ଯଦି ଭୁଲିବ ଗୃହସ୍ତ କାର୍ୟମାନ"।।😂
ତାପର, ଆପଣମାନେ ଠିକ୍ ଅନୁମାନ ଲଗେଇଛନ୍ତି,ସେୟା ହିଁ କଲି,ଅନୁସନ୍ଧାନ ......
-
कितनी बातें हैं
जो अनकहीसी ने मैं कैद हैं
पिंजरा खोलें तो दिल खाली सा लगता है
और ना खोले तो घुटन
बीच मझधार मैं एसे उच्छले शब्दों का काफिला
काबु करूँ तो तुझे भेजू
और ना करूँ तो दफन
केसी है जिंदगी
सवारूँ तो तुझे मांग मैं भरूँ
ना सवारूँ तो ता उम्र उलझन ।।
-
ଫଗୁଣ ପୁଣି ଫେରିବ?
କୋଇଲି ପୁଣି ରାବିବ?
ରଙ୍ଗ ର ମୁରୁଜ ଚାରିଆଡେ ବିଞ୍ଚି ହେଇଯିବ ?
ନା
ଶ୍ରାବଣ ପୁଣିଥରେ ଝର ହେଇ ଝରିଯାଇ
ଫଗୁଣକୁ ସାଥିରେ ନେଇ ଚାଲିଯିବ
କେବଳ ଅପେକ୍ଷାର ଅଲିଭା ଛାପ ଛାଡିଦେଇ
ଦୁଇ ପାଦ ମାଟିରେ।।-
ସମବେଦନା ର ଓଳି ତଳେ
କେବଳ ମିଳିଛି
ନିଜକୁ ସୁହାଇଲା ପରି ଉତ୍ତର ମାନ
ଅଭ୍ୟସ୍ତ ହେଇଗଲାଣି ଅଭିମାନ ସବୁ
କୁହୁଲୁଛି ଦିକି ଦିକି ହେଇ ସଞ୍ଚିତ ଆଶାମାନ
ଅଭିନୟର ଛାଉଣୀ ତଳେ
ଜୀବନ ପାଲଟିଛି ରଙ୍ଗଶାଳା
ମୁଖଶାଳା କୁ ଟିକେ ଦେଖ
ରକ୍ତିମ ଦିଶିଲାଣି,
ଅପେକ୍ଷା କେବଳ
କେବେ ଜାକି ଯୁକି ହେଇ ପଡ଼ିଥିବା
ଧର୍ୟ ସବୁ ଲଂଘିଯିବ ନୀରବତାର କୁଳ ।।
-
ଜାଣିଛ ସିନ୍ଧୁ ଟିକେ ବି ବଦଳିନି
ଠିକ୍ ସେମିତି ଗର୍ଜନ ଅଛି ତାର
ଆଉ ପ୍ରତି ଟି ଲହରୀ ରେ ଭରି ରହିଛି ସେଇ ମାଦକତା
ପାଦକୁ ଛୁଇଁ ଆଜି ବି ସାରା ଦେହକୁ ହଲଚଲ କରିଦିଏ ।।
ବାଲୁକା ଘରେ ଶାମୁକା ଆଜି ବି ଝଲ୍ ମଲ କରୁଥିଲା ଠିକ୍ ସେତେବେଳେ ଯେମିତି କରୁଥିଲା ଚିକମିକ ହେଇ
ଆଉ ହଁ ଠିକ୍ ସେମିତି ଲହରୀ ଭସେଇ ବି ନେଲା
କିଛି ସମୟର ବ୍ୟବଧାନ ରେ ।।
ଆଉ ମୋ ଆଖି ଟିକେ ଛଳ ଛଳ ହେଇଗଲା
ଠିକ୍ ସେଇଦିନ ପରି,ଆଉ ତମେକେତେ ମୋତେ ବୁଝେଇଥିଲ ବାଲି ଘର ମାନେ ଭାଙ୍ଗିବ,ପୁଣି ଆମେ ଗଢ଼ିବା
ଟିକେ ହସିଦିଅ।।
ହେଲେ ସବୁ ଭିତରେ ପୁଣି ଗଢିବାର ସାହସ ଆଉ ଆଜି ନଥିଲା ।।
#କାହିଁକି କେଜାଣି ✍️-
ସେଇ ଲାମ୍ପ୍ ଲାଇଟଟି ର କଣ ହେଇଛି
ସେ ଝରକା ଫାଙ୍କ ଆଜି କାହିଁକି ଅନ୍ଧକାର
ଚୌକି ର କଟ ମଟ ସ୍ୱର ନୀରବ ରେ ମୌନ କାହିଁକି
ଆଲିଯେଇ ଶବ୍ଦ ଖୋଜୁଥିବା କବି ଟିଏ ଶୋଇଯାଇଛି କି?
ଛାୟା ଚିତ୍ର ରେ କଲମ କାହାର ସ୍ତାଣୁ ପାଲଟିଛି
ହେଲେ ସୃଷ୍ଟି ତ ଅନନ୍ୟ ବିଚରଣ କରେ ଦ୍ୱାରେ ଦ୍ୱାରେ
କବି ଶୁଏନା, ଶୋଇଯାଏ କେବଳ ଶରୀର ଚିରନିଦ୍ରା ରେ।।
-