ଦିନ ସରୁଛି ସମୟ ବିତୁଛି, ସୁଖ ଜୀଉଁଛି ଦୁଃଖ କୁ ଭୋଗୁଛି, ଏ ଯୋଉ ସମୟ ସରୁଛି ସେ ହିଁ ଜୀବନ, ମୁଁ ଏ ଜୀବନ ଜୀଉଁଛି।🫂
-
https://www.instagram.c read more
ହେଇ ବର୍ଷା ହେଲାଣି
ତୁମର ସେପଟେ ବର୍ଷା ହଉଛି ନା ...
ଏମିତି ଝିପ୍ ଝିପ୍ ବର୍ଷାରେ
ମୋର ମୁକୁଳା କେଶ ତୁମକୁ ଭାରି ଭଲଲାଗେ ।
ମୁଁ କେଶ ଖୋଲି ବସିଛି,
କୁହ ମୋ କେଶ ର ବାସ୍ନା ତୁମ ସହର ଯାଏଁ
ଭାଷୀ ଯାଉଛି ନା ...
କଥା ଦେଇଥିଲ ଫଗୁଣକୁ ଆସିବ ବୋଲି,
ହେଇ ଫଗୁଣ ଯାଇ ଚୈତ୍ର ବି ଗଲାଣି
କୁହ ବୈଶାଖର ଝାଂଝିରେ ମୋ ପାଇଁ
ମୁଠାଏ ଶୀତଳତା ନେଇ ଆସିବ ନା ...
ମୁଁ ତ ତୁମ ସ୍ମୃତିସହ ଏ କାଳ ବୈଶାଖୀରେ ମଜ୍ଜି ଯାଇଛି
କୁହ ତୁମର ବି ମୋ କଥା ମନେ ପଡୁଛି ନା ...-
ତାହା କୌଣସି ସମ୍ପର୍କ ହିଁ ନଥିଲା....
ମୁଁ ଯାହାକୁ ଏକ ସମ୍ପର୍କ ଭାବୁଥିଲି ତାର କିଛି ନାଁ ହିଁ ନଥିଲା ।-
ଏଇ ଏବେ ଏବେ ଘୃଣା କରିବା ଆରମ୍ଭ କଲି,
କିନ୍ତୁ,ସେପାଖେ କିଏ ଜଣେ ମୋତେ ଲୁଚିଲୁଚି ଭଲପାଉଛି ।-
"ତୁମେ ଯେବେ ମନେପଡ"
ମୁଁ ତୁମକୁ କେବେ ଭୁଲିପାରିନି
ତୁମେ ଯେବେ ମନେପଡ...
ମୁଁ ମୁରୁକି ହସେ ।
କେବେ କେବେ ଆଖିଲୁହରେ ତକିଆ ଭିଜେ ।
ତୁମେ ଯେବେ ମନେପଡ...
ମୁଁ ଗୋଲାପ ଫୁଲକୁ ଧୀରେ ଆଉଁସେ,
ତୁମ ଉପସ୍ଥିତି ଉପଲବ୍ଧି କରେ।
ତୁମେ ଯେବେ ମନେପଡ...
ତୁମକୁ ଝୁରେ,
ବାହୁନେ ତୁମ ଗୁଣ ଗାରିମା ସବୁକୁ,
ତୁମେ ଯେବେ ମନେପଡ...
ଆମ ପୁରୁଣା ସ୍ମୃତିକୁ ଉଖାରୀ ବସେ ।
ତୁମେ ଯେବେ ମନେପଡ...
ମୋ ମନର ଭାବନା ସୀମାଲଙ୍ଘେ,
ଶବ୍ଦ ରୂପନିଅନ୍ତି କବିତାରେ,
ଆଉ ମୁଁ କଲମର ମୁନରେ ତୁମକୁ ସ୍ପର୍ଶ କରେ।
ମୁଁ ତୁମକୁ ଭୁଲିପାରିଛି, ନା କେବେ ଚେଷ୍ଟା କରିଛି,
ଘୃଣା କରିବା ତ ଦୂରରକଥା,
ତୁମେ ଯେବେ ମନେପଡ...
ମୁଁ ତୁମକୁ ଅଧିକ ଭଲପାଇ ବସେ।-
ପଛେ ଗୋଲାପ ଫୁଲକୁ ଭଲପାଇବ
କଣ୍ଟାର ଆଘାତ ସହି,
ଏ ସ୍ୱାର୍ଥୀ ମଣିଷକୁ କେବେ ଭଲନପାଇବ
ଆତ୍ମଗ୍ଲାନି ଆଉ ନିନ୍ଦା ସହି।-
ଝରକା ସେପାଖେ ତୁମେ ଚାଲିଯାଅ ସ୍ମିତ ହସ ଭରି
ଏପାଖେ ତୁମବାଟ ଚାହିଁ ବସିଥାଏ ଚାତକ ପକ୍ଷୀଟେ ପରି
ତୁମକୁ ଦେଖି ମୁଁ ମୁରୁକି ହସେ..😊
ଆଉ ଆଖି ଜରିଆରେ ପ୍ରେମ ପରଶେ..।🙈-
ଆଲୋକର ପର୍ବ ଆଲୁଅ ନେଇ ଦୀପାବଳି ଆସିଲା
କେତେ ଆନନ୍ଦ ଉଲ୍ଲାସ ସଭିଙ୍କୁ ପରସିଲା ।
ନାଲି ନେଳି ବତି ସାଥେ ସଜାହୁଏ ଘର ଦୁଆର
ଅଗଣାରେ ରଙ୍ଗୋଲି ଚିତା ଆଉ ଦୀପ ଦିଶେ କେତେ ମନୋହର ।
ଘରେ ପୂଜା ପାଆନ୍ତି ମାତା ଲକ୍ଷ୍ମୀ ଆଉ ସାହି-ସାହିରେ ମା ' କାଳୀ
ଏହି ପର୍ବରେ ଆମେ ସ୍ମରଣନ୍ତି ବଡ଼ବଡ଼ିଆଙ୍କୁ ଜାଳି ଦୀପାଳି ।
ପର୍ବ ଇଏ ଏମିତି ଭାଇ ଭଗାରୀଙ୍କୁ କରେ ଏକାଠି
ପିଠା, ମିଠା, ଦୀପଜଳା, ବାଣଫୁଟା ଲାଗେ କେତେ ମଜାଟି ।
ଦୀପାବଳିରେ ଦୀପ ଲଗାଇ ଅନ୍ଧାରକୁ କରିବା ଦୂର
ମନରୁ ଜାଳି ଗର୍ବ ଅହଙ୍କାର ସଭିଙ୍କୁ କରିବା ନିଜର,
ସଭିଙ୍କୁ କରିବା ନିଜର ।
🎆ଶୁଭ ଦୀପାବଳି🪔-
ମୁଁ ଯିବାପରେ
ତୁମେ ଖରାକୁ ପିଠି ଦେବ,
ଜହ୍ନ କୁ ଦେବ ମୁହଁ
କୋଇଲି କୁ ପଚାରିବ ଭଲମନ୍ଦ,
ମୃଗକୁ ଦେବ ସ୍ନେହ ।
ଓଦା ଓଦା ଫୁଲର ପାଖୁଡ଼ାକୁ
କରିବ ଚୁମ୍ବନ,
ବର୍ଷା କୁ ଦେବ ଦେହ ।-
" 2024 "ख़त्म होने में कुछ महीने बाकी है लेकिन मैं अभी भी प्यार में हूँ,
उस व्यक्ति के साथ जिससे मैंने 2022 में चैट की थी..!-