Nalini Panigrahi   (ନଳିନୀ ପାଣିଗ୍ରାହୀ)
27 Followers · 26 Following

Joined 10 June 2020


Joined 10 June 2020
18 APR AT 11:40

ଭଲ ପାଈ ବାହା ହୋଇଗଲେ
ମନର ମଣିଷ, ଜୀବନ ସାଥି ଟିଏ ମିଳେ
କିନ୍ତୁ
ନିଜର ଭାବୁଥିବା ପରିବାର ଟିଏ
ଭାଗ୍ୟ ରେ ଥିଲେ ମିଳେ ।

-


17 AUG 2024 AT 7:53

ପାଠ ପଢିଲି
ଶିକ୍ଷିତ ହେଲି
ପାଞ୍ଚ ଜଣରେ ଜଣେ ହେଲି
ଡାକ୍ତର ହେଲି
ସବୁପରେ ମୁଁ ଭୁଲିଗଲି ଯେ ମୁଁ ନାରୀ ଟିଏ ବୋଲି😭
ଯୁଗେ ଯୁଗେ ମୁଁ ଘର ବାହାରେ ସମସ୍ତଙ୍କ ପାଇଁ ଉପଭୋଗ ର ବସ୍ତୁ ଟିଏ
କିଛିଦିନ ଯାଏଁ ଚାଲିବ ଏବେ ମିଡ଼ିଆ ରେ ହୋ ହାଲ୍ଲା ଆଉ ତର୍କ ବିତର୍କ।
ମୋ ପୋଷାକ କୁ ନେଇ ମୋର ରାତି ଅଧ ଯାଏଁ ବାହାରେ ରହିବାକୁ ନେଇ।
ଏବେ ଚାଲିବ କିଛି ଦିନ ଶସ୍ତା ରାଜନୀତି।
କିଛି ଦିନ ପରେ ଲୋକେ ଭୁଲିଯିବେ ଏ ବିଭତ୍ସ ଘଟଣା
ମୁଁ ବି ଦିନେ ଇତିହାସ ପୃଷ୍ଠାରେ ପୃଷ୍ଠାଟେ ହେଇଯିବି ନିର୍ଭୟା ଆଉ ଅନ୍ୟ ମାନଙ୍କ ଭଳି।

-


25 JUL 2024 AT 18:03

ତୁମ ପାଇଁ ପ୍ରଶ୍ନ ଟିଏ

ତୁମ ତମାମ ବ୍ୟସ୍ତ ଦିନ ରେ
ତୁମ ର କିଛି ସମୟ
ମୋ ପାଇଁ
ଖୁବ୍ ମୂଲ୍ୟବାନ
କିଛି ସମୟ ର କଥାବାର୍ତ୍ତା ରେ
ତୁମ ଆଖିରେ ମୋ ପାଇଁ ପ୍ରେମକୁ ଦେଖିପାରେ ।
କିନ୍ତୁ ତୁମେ
ସେହି ପ୍ରେମକୁ ଶବ୍ଦ ରେ ପ୍ରକାଶ କରୁନା କାହିଁକି?
ଶଦ୍ଦ ର ଅଭାବ ହୁଏ ନା ମନ ରେ ଭୟ ରୁହେ ?

-


24 JUN 2024 AT 9:44

***** ଆଲୋ ବରଷା ଆ' *****

ରଜ ସରିଗଲା ଗ୍ରୀଷ୍ମ ବି ସରିଲା
ଆଷାଢ଼ ଆସିଲା ଫେରି
ହେଲେ ଲୋ ବରଷା ତୋ'ର ଦେଖା ନାହିଁ
କାହିଁକି କରୁ ତୁ ଡେରି!

ଝିପି ଝିପି ହୋଇ ବରଷି ଯା' ଲୋ
ଭିଜି ଯାଉ ଦେହ ମନ
ଉତ୍ତପ୍ତ ଧରଣୀ ଜଳ ସିକ୍ତl ହୋଇ
ଖୁସି ରେ ନାଚୁ ତା' ପ୍ରାଣ l

ଆଲୋ ବରଷା ଆ'
ମୌସୁମୀ ସାଥିରେ ଆ'
ଅପେକ୍ଷାରେ ତୋ'ର ସଭିଏଁ ଅଛନ୍ତି
ଝର ଝର ଝରି ଯାଆ
ଶୀତଳତା ଭରି ଯାଆ l

ସବୁଜିମା ହେଉ ଭରା
ଶସ୍ୟ ଶ୍ୟାମଳିତା ଧରା
ଭିଜା ମାଟି ବାସୁ ମହୁଆ ମହୁଆ
ସର୍ବେ ହୁଅନ୍ତୁ ଆତ୍ମହରା l

ଆଲୋ ବରଷା ଆ'
ମୌସୁମୀ ସାଥିରେ ଆ'

-


11 FEB 2024 AT 8:05

I can’t promise to solve all your problems,



I can promise, that I will never let you face them alone.

-


6 FEB 2024 AT 9:07

ଆକାଶ ଅଛି ଧରିତ୍ରୀ ଅଛି
ସୂର୍ଯ୍ୟ ବି ଅଛି ଚନ୍ଦ୍ର ବି ଅଛି
କେତେ ଆସି କେତେ ଗଲେଣି
ସତ୍ୟ, ଦ୍ଵାପର, ତ୍ରେତୟା ଗଲା
କଳିଯୁଗ ଅଧା ହେଲାଣି ।
ମୋତେ ସେହି ସମ୍ପର୍କ ଭଲ ଲାଗେ
ଯେଉଁ ଥିରେ "ମୁଁ" ନୁହେଁ "ଆମେ" ଥାଏ ।
ମାନବିକତା ହୃଦୟରେ ଥାଏ,
ଧନସମ୍ପତ୍ତି ରେ ନୁହେଁ।

ସେଥିପାଇଁ ତ.....
ଭଗବାନ କର୍ମ ଦେଖନ୍ତି
Bank Balance ନୁହେଁ ।।


-


11 JAN 2024 AT 11:38

ଫୋନ କରିବ


ଅନୁଶୀର୍ଷକ ରେ ପଢ଼ନ୍ତୁ

-


2 JAN 2024 AT 9:51

କବିତା ଗୋ ତୁମେ ମୋର ସଖୀ
ଆଉ କେବେ ତୁମେ ମୋର ସହଚରୀ
କବିତା ଗୋ ତୁମେ ହିଁ ତ ପଢ଼ିପାର
ମୋ ମନର ଭାଷା କୁ
କିଏ ବୁଝୁକି ନବୁଝୁ ମୋର ସୁଖ ଦୁଃଖକୁ
ମୋର ଆନନ୍ଦ ଓ ବିରହ ବ୍ୟଥା କୁ
ତୁମେ କିନ୍ତୁ ମୋତେ ପାରିଛ ଠିକ୍ ଚିହ୍ନି
ଆଉ ତୁମେ ହିଁ ତ ମୋ ମନର ଭାଷାକୁ
ଶବ୍ଦରେ ପ୍ରୟୋଗ କରିବାକୁ କରିଛ ପ୍ରୟାସ
ଆଉ ତୁମେ ହିଁ ହେଇଛ ମୋର ଶକ୍ତି ଆଉ ସାହସ

-


10 NOV 2023 AT 7:14

ହେ
ଇଶ୍ୱର
ବେଳେ ବେଳେ
ସନ୍ଦେହ ହୁଏ
ତୁମ ଅସ୍ଥିତ୍ଵର
ଅତ୍ର ତତ୍ର ତୁମେ
ବିଦ୍ୟମାନ ଯଦି ସର୍ବତ୍ର
ଲକ୍ଷ ଯୋଜନରୁ ଯଦି
ତୁମେ ଶୁଣି ପାର
ସର୍ବସ୍ୱ ଲୁଟି, ତଣ୍ଟି କାଟି
ଫିଙ୍ଗି ଦେଇଥିବା ନିଷ୍ପାପ ଶିଶୁର
ବୁକୁ ଫଟା କ୍ରନ୍ଦନ
ଆକୁଳ ନିବେଦନ
ତୁମେ କେମିତି ଶୁଣି ନ ପାରିଲ ???
ହେ ଇଶ୍ଵର
ତୁମ ପାରିବା ପଣରେ
ଲାଗିଲା ଗ୍ରହଣ ।

-


6 OCT 2023 AT 11:31


ପ୍ରେମିକା

ଅନୁଶୀର୍ଷକ‌

-


Fetching Nalini Panigrahi Quotes