Monalisha Mohanty   (Monalisha Mohanty❤️)
24 Followers · 12 Following

read more
Joined 7 September 2019


read more
Joined 7 September 2019
2 MAY AT 0:23

ସମୟ କେବେ ଆମ ହାତ ମୁଠା ରେ ନଥାଏ। ଭାଗ୍ୟ ଆଗରେ ଆମକୁ ହାର ମାନିବାକୁ ପଡେ।ନିଜ ଲୋକ ଙ୍କ ଖୁସି ଆଗରେ ନିଜ ଖୁସି କୁ ଭୁଲି ସେମାନଙ୍କ ଓଠରେ ହସ ଦେବା ପାଇଁ ପଡ଼ିଥାଏ।ବାସ କେବଳ କର୍ତ୍ତବ୍ୟ ର ଦାସ ହୋଇ ଆଗକୁ ବଢିବା କୁ ପଡ଼ିଥାଏ। ଏଇ ତ ଜୀବନ କେବେ ଛକି କେବେ ଶୂନ୍ୟ

-


23 APR AT 0:09

ଜଣେ ରାଗିଲେ ଆଉ ଜଣେ ବୁଝେଇଦିଏ।ଜଣେ ଋଷିଲେ ଆଉ ଜଣେ ମନେଇ ଦିଏ। ରାଗ ଋଷା ଆଉ ଝଗଡ଼ା ପରେ ବି କେହି କାହା ହାତ ଛାଡି ନଥାନ୍ତି। ଏପରି ଏକ କାହାଣୀ ଆମ କାହାଣୀ। ଯୋଉ କାହାଣୀ ନୀରବ ରେ କହିଦିଏ ତୁମ ମୋର କେବଳ ମୋର 💕

-


11 APR AT 21:03

କିଛି ଖୁସି କୁ ଦେଖେଇ ହୁଏନି। କିନ୍ତୁ ମନ ବୁଝିଯାଏ।ଠିକ୍ ସେମିତି ଖୁସି ତୁମେ ମୋ ଜୀବନ ର।ଯାହା ରାଗ ପଛରେ ଥାଏ ଅନେକ ଭଲ ପାଇବା ଆଉ ଗାଳି କରିବା ପଛେ ବହୁତ୍ ସ୍ନେହ।କହି ନ ପାରିଲେ ବି ଅନେକ କିଛି କହିଦିଅ।ହିଁ ତୁମେ ମୋର, କେବଳ ମୋର 💕

-


8 APR AT 13:26

ଜୀବନ ମତେ ଅନେକ ଦୁଃଖ ଦେଇଛି। ତୁମେ ସେ ଦୁଃଖ କୁ ଭୁଲେଇ ମତେ ଖୁସି ଦେଇଛ। ଆଖିରେ ଅନେକ ଲୁହ ଆସିଛି ଆଉ ଶୁଖି ଯାଇଛି। ତୁମେ ଲୁହ ପୋଛି ମୋ ଓଠରେ ହସ କୁ ସାଉଁଟି ଦେଇଛ। ଜିଦି କରିଛି ରା ଗି ଛି ଆଉ ଅଭିମାନ ମଧ୍ୟ କରିଛି କିନ୍ତୁ ତୁମ ଆଗରେ, ତୁମେ ସବୁ କିଛି ଭୁଲି ମତେ ନିଜର କରିଛ। ଆଜିର ଦିନରେ ଭଗବାନ ଙ୍କୁ କଣ ଅବା ମାଗିବି। ସେ ତ ତୁମକୁ ମୋ ଜୀବନ କୁ ଆଣି ମୋତେ ସଂପୂର୍ଣ୍ଣ କରିଛନ୍ତି ଏବେ ମୁ ମୋ ଜୀବନ ତୁମ ସହ ବାଣ୍ଟି ସାରିଛି ସବୁ ସୁଖରେ ଆଉ ଦୁଃଖରେ ତୁମ ସହ ରହିବା ପାଇଁ

-


7 APR AT 21:37

କେବେ କେବେ ନିଜକୁ ଏତେ ଅସ୍ତିର ଲାଗେ ଯେ ନା କହି ହୁଏ ନା ସହିହୁଏ ମନ ଭିତରେ ଅନେକ ପ୍ରଶ୍ନ ରଖି ଚୁପଚାପ୍ ଏକୁଟିଆ ବସିବାକୁ ଇଚ୍ଛା ହୁଏ। ଜାଣିନି ରାତି ଟା ନିଶବ୍ଦ ଲାଗେ ।ନା ପାଇବାର ଆଶା ଥାଏ ନା ହରେଇବା ର ଦୁଃଖ। କେବଳ ସମୟ ହିସାବରେ ପଥର ହୋଇ ରହିଯିବା ର ନା ଯଦି ଜୀବନ ତେବେ ଏ ଜୀବନ ପ୍ରତି ଲୋଭ କରିବି ନା ଚୁପଚାପ୍ ହୋଇ ରହିଯିବି ନୀରବ ହୋଇ

-


15 MAR AT 0:00

କଳାକାର ସବୁ ବେଳେ ତା କଳା ର ଆଦର କରେ। ଗାଳି ନହେଲେ ତାଳି ଏତିକ ତା ପରିଚୟ ହୋଇଥାଏ।ନା ସେ ତା କଳା କୁ ଛାଡିପାରେ, ନା ତା କଳା ତା ଠୁଁ ଦୂରେଇ ରହିପାରେ। ସାରା ଜୀବନ ସେ ବଞ୍ଚିରହେ ତା କଳା କୁ ନେଇ ଲୋକ ମାନଙ୍କ ପାଇଁ।

-


14 MAR AT 21:38

ଜୀବନ ର ସବୁ ରାସ୍ତା କଠିନ। କିନ୍ତୁ ସେ କଠିନ ରାସ୍ତା ସବୁ ବେଳେ ମୋ ପାଇ ସହଜ ହୋଇଯାଏ ଯେବେ ମୋ କାନ ପାଖେ ତୁମେ କୁହ, ବାପା ଭଲ ହେବା।ମୁ ପଚାରେ କଣ ହେବ ତୁମେ କୁହ ସବୁ ଭଲ ହେବ। ଆଜିବି ସେଇ କଥା ଭାବି ମୁ ବାଟ ଚାଲେ।ଆଉ ସବୁ କଣ୍ଟା ର ପଥ ଫୁଲ ହୋଇଯାଏ।

-


12 MAR AT 20:32

ଜୀବନ ର ସବୁ ମୁହୁର୍ତ ଦେଖିଛି। ସୁଖରେ ହସିଛି ଆଉ ଦୁଃଖରେ ଏକୁଟିଆ କାନ୍ଦିଛି। ଜୀବନର ଅଙ୍କା ବାଙ୍କ ରାସ୍ତା ରେ ଏକୁଟିଆ ଚାଲିଛି।ନା ପାଇବାର ଆଶା ଅଛି ନା ହରେଇବାର ଦୁଃଖ ରହିଛି। କେବେ ଝୁଣ୍ଟିଚି କେତେ ରକ୍ତାତ ହୋଇଛି ତଥାପି ଲୁହ ପୋଛି ଚାଲିଛି ଆଉ ଚାଲୁଥିବି ମଧ୍ୟ ଦୂର ଅନେକ ଦୂର

-


9 MAR AT 15:04

ମୋ ଜୀବନର ସବୁ ଦୁଃଖ ଭୁଲି ଯାଇଥିଲି, ଯେବେ ତୁମେ ମୋ ହାତ ଧରି କହିଥିଲ ମୁ ଅଛି ପରା ସୁଖ ରେ ଦୁଃଖରେ ତୁମ ପାଦ ସହ ପାଦ ମିଶେଇ ଚାଲିବା ପାଇଁ।ଆଉ ତା ପରେ ନା ମୁ କେବେ ଥକି ଥିଲି ନା ମୋ ପାଦ କେବେ ଅଟକି ଥିଲା । ମନ କହୁଥିଲା ଚାଲିବାକୁ ଅଛି ଅନେକ ଦୂର ଅନେକ ଦୂର

-


26 FEB AT 23:33

ସମସ୍ତେ ତୁମ ନିରବତା କୁ ଦେଖିଥିଲେ ମୁ ତୁମ ମନ ଭିତରେ ଥିବା ସେଇ କଥା କୁହା ହୃଦୟ କୁ ଚିହ୍ନିଥିଲି।ସମସ୍ତେ ତୁମ ରାଗକୁ ଦେଖିଥିଲେ। କିନ୍ତୁ ମୁ ତୁମ ରାଗ ପଛରେ ଥିବା ସ୍ନେହ ଆଉ ଭଲ ପାଇବା କୁ ଦେଖିଥିଲି ।ମୁ ବୁଝି ସାରିଥିଲି ଦୁନିଆ ର ଭିଡ଼ ଭିତରେ ମୋ ହାତ ଧରି ଚାଲିବା ମଣିଷ ତୁମେ ହିଁ କେବଳ ତୁମେ 💕

-


Fetching Monalisha Mohanty Quotes