MONALISA BEHERA   (Monalisa Behera♡)
200 Followers · 83 Following

read more
Joined 22 May 2019


read more
Joined 22 May 2019
5 MAR AT 20:46

ଅଗଣିତ ପ୍ରଶ୍ନ ର ଉତ୍ତର ରେ
ଅନେକ ଥର ନା ର ପ୍ରତିଧ୍ଵନି ଶୁଣିଛି,
ନୀରବ ରହି ଆଉ କେବେ
କିଛି ପଚାରିବାକୁ ସାହସ କରିନି,
କେବେ ମୋ ନୀରବତା ଭିତରେ ହଜିଛି
ତ କେବେ ନିଜକୁ ଫେରି ପାଇଛି,
କେବେ ନିରବରେ ମାଗିଛି ତୁମକୁ ମନ୍ଦିରରେ
କେବେ ତାରାକୁ ତ କେବେ ଜହ୍ନକୁ,
ହେଲେ ସେଇ ଗୋଟିଏ ଉତ୍ତର ସବୁଠି
ହଜିଯାଇଥିବା ଲୋକକୁ ଫେରି ପାଇହୁଏ,
ଦୁରେଇଯାଇଥିବା ଲୋକକୁ ନୁହେଁ,

-


1 MAR AT 10:36

ହେ ଫଗୁଣ ତୁମେ...

ଫଗୁଣ ଗଲା ପରେ ଆଉ ବାଡ଼ି ବଗିଚା ରେ ଫୁଲ ଫୁଟୁନି,
ଆମ୍ବ ଗଛରେ ବଉଳ ବି ଝଡ଼ି ଗଲାଣି,
ଗାଁ ଦାଣ୍ଡ ରେ ଆଉ ଫଗୁ ଉଡୁନି
କି ପ୍ରେମ ଚଢ଼େଇର ଗୁଞ୍ଜରଣ ଆଉ ଶୁଭୁନି,
ପ୍ରେମିକା ଚାହିଁ ରହିଛି ତା ପ୍ରିୟତମର ଆସିବା ବାଟକୁ,
ସ୍ମୃତି ସାଉଁଟି କଲମରେ ଲେଖେ ସେଇ ଅବୁଝା ପ୍ରେମିକ,
ମନେ ମନେ ଖୋଜୁଥାଏ ପ୍ରୀତି ଶ୍ରାବଣ ରେ ଟିକେ ଭିଜିବା ପାଇଁ,
ବସନ୍ତ ପବନରେ ଟିକେ ଆନମନା ହେବା ପାଇଁ,
ହେଲେ ଫଗୁଣ ତ ଯାଇଛି ଚାଲି,
ଆଉ କି ଫେରି ପାଇହବ ସେ ଅମାନିଆ ଫଗୁଣକୁ!!!

-


29 FEB AT 21:45

ପ୍ରେମିକା

କେବେ ସେ ଚଞ୍ଚଳ ଝରଣା,
ତ କେବେ ସେ ନୀରବ ନଦୀ,
କେବେ ସେ ଅଶାନ୍ତ ସାଗର,
ତ କେବେ ସେ ଶାନ୍ତ ପବନ,
କେବେ ସେ ପ୍ରେମିକର ପ୍ରିୟ,
ତ ଆଉ କେବେ ପ୍ରେମିକର ଅଲୋଡ଼ା ଅତୀତ,
କେବେ ସେ ଜହ୍ନ,
କେବେ ସେ ତାରା,
କେବେ କେବେ ସେ ଝରା ଶେଫାଳୀ ର ବାସ୍ନା,
କେବେ ସେ ହୋଇଯାଏ ପ୍ରେମିକାରୁ ବଧୂ,
ତ କେବେ ସେ ରହିଯାଏ ବାନ୍ଧବୀ ହେଇ ପ୍ରେମିକ ହୃଦୟରେ,
କେବେ ସେ ନୀରବ ନିସ୍ତବ୍ଧ,
କେବେ ସେ ପ୍ରଜାପତି ପରି ଚଳ ଚଞ୍ଚଳ,
କେବେ ସେ କଳା ମେଘ ତ କେବେ ବୈଶାଖରେ ଶୀତଳ ମୃଦୂ ପବନ,
କେବେ ସେ ଭଲ ପାଇବା ସାଉଣ୍ଟେ ଆଉ କେବେ ବିରହ ଲୁହ..

-


29 FEB AT 19:59

ସେ ବୁଝିପାରିଲାନି ମୋ ମନ କଥା
ବାସ୍ ଏତିକି କଥା ତ ବୁଝେଇ ହୁଏନା ମୋ ମନକୁ!!!
ବାରମ୍ବାର ଗୋଟିଏ ପ୍ରଶ୍ନ!! କାହିଁକି ବୁଝିଲାନି ସେ,
କେତେ ଉତ୍ତର ଖୋଜିଆଣିଦେବି ତାକୁ !!

-


18 FEB AT 11:04

କେଉଁଠି ଖୋଜିବି ତୁମକୁ ?
ନୀଳ ସାଗର ବକ୍ଷ ରେ,
ସାଗରର ଅଶାନ୍ତ ଢେ଼ଉ ରେ,
ଧୂ ଧୂ ନିର୍ଜନ ଅପରାହ୍ନ ରେ,
ନା କାଳବୈଶାଖୀ ର ଝଡ଼ ତୋଫାନ ରେ
କେଉଁଠି ଖୋଜିବି ତୁମକୁ...?
ପୂର୍ଣ୍ଣିମାର ଜହ୍ନ ଆଲୁଅ ରେ,
ଅମାବାସ୍ୟାର ରାତ୍ରୀ ର ନିର୍ଜନ ଅନ୍ଧକାରରେ,
ନା ସଦ୍ୟ ପ୍ରସ୍ଫୁଟିତ କୋମଳ ଶେଫାଳୀରେ,
ନା ବେସୁରା ରାଗିଣୀ ରେ,
ବର୍ଷା ଭିଜା ଆକାଶର ଇନ୍ଦ୍ରଧନୁ ରେ,
ନା କଣ୍ଟକିତ ଉଷ୍ଣ ମରୁଭୂମି ରେ,
ଗାଁ ଆମ୍ବତୋଟାରେ, ନା ସହରର ଚାକଚକ୍ୟରେ,
କେଉଁଠି ଖୋଜିବି ତୁମକୁ...?
ମୋ ପ୍ରିୟ....ଝରିପଡୁଥିବା ଫୁଲର ପାଖୁଡ଼ାରେ,
ଘାସଫୁଲର କାକର ବିନ୍ଦୁ ରେ,
ନା ଆଖିରୁ ଝରିପଡୁଥିବା ଅବିରତ ଅଶ୍ରୁ ଧାରରେ,
କେଉଁଠି ଖୋଜିବି ତୁମକୁ...?
ଠିକଣା ତ ଦେଇନଥିଲ..........!

Monalisa Behera








-


10 FEB AT 17:22


କିଏ ତୁମେ,
କାହାଣୀ ଲେଖେ ମୁଁ ନାୟକ ତୁମେ,
ଆକାଶ କୁ ଦେଖେ ମୁଁ, ବିଜୁଳି, ବାଦଲ ତୁମେ,
ମୋ ପ୍ରେମର ଆରମ୍ଭ ତ କହିପାରିବିନି ତୁମକୁ
ହେଲେ ଶେଷ ତୁମେ,
ଜହ୍ନ ରେ ତୁମେ,
ଖରାରେ ତୁମେ,
ଖରା ବେଳେ ଛାଇ ତୁମେ,
ଗୋଲାପ ରେ ତୁମେ,
ଯୌବନର କୁଞ୍ଜବନରେ କୃଷ୍ଣଚୂଡ଼ା ତୁମେ,
ତାରା ତୁମେ,
ତାରାର ଚମକ୍ ତୁମେ,
ଇନ୍ଦ୍ରଧନୁର ରଙ୍ଗ ବି ତୁମେ,
ମୋ ଓଠରେ ଥିବା ହସରେ ତୁମେ,
ମୁହଁ ରେ ଥିବା ମହଣ ମହଣ ଲାଜ ତୁମେ,
ଆଖି ରୁ ଝରିପଡୁଥିବା ଉଷ୍ଣ ଲୁହ ଧାରା ରେ ବି ତୁମେ,
ସେ ଲାଜ ଭିଜା ମୁହଁ କୁ ନିଜ ଛାତିରେ ଜାବୁଡ଼ି ଧରିବା ଲୋକ ତୁମେ,
ଆଉ ସେ ଲୁହ ପୋଛି ହସ ଟିକେ ଦେବା ଲୋକ ବି ତୁମେ,
ସବୁ ଅଛି ହେଲେ କୋଉଠି ନାହଁ ତୁମେ,
ସବୁଠି ତୁମେ, ହେଲେ କୋଷେ ଦୂରରେ ତୁମେ

-


20 JAN AT 17:18

ମୋ ଜୀବନର ଛୋଟ ଖୁସି
ଶୀତଳ ବସନ୍ତ ପବନ...
ଗୁଡ଼ାଏ ଅନାବନା ଭାବନା...ମହାନଦୀର ସଂଧ୍ୟା...
୨ କପ୍ ଚା... କିଛି ପ୍ରେମର ମୁହୂର୍ତ୍ତ...
ଝିପ୍ ଝିପ୍ ବର୍ଷା... ଦହିବରା ଦୋକାନର ରଙ୍ଗୀନ୍ ଛତା...
ବହୁତ୍ ସାରା ଫୁଲ ଗଛ...,ଆଉ ସାଥିରେ ତୁମେ...
ବାସ ଏତିକିରେ ସୀମିତ ମୋ ଅସରନ୍ତି ଖୁସି.................💗
#ସମର୍ପିତା ପ୍ରେମିକା🦋

-


15 JAN AT 12:29

ତୁମ ଶ୍ରୀଚରଣ ତଳେ ଶରଣ ଦିଅ ହେ ମହାପ୍ରଭୁ,
କିଛି ଲୋଡ଼ା ନାହିଁ ମତେ,
ତୁମ ବନ୍ଧୁତା ର ହାତ ବଢ଼ାଅ ହେ ମହାପ୍ରଭୁ,
ଯାହା ଚାହଁ ତମେ ସବୁ ମତେ ସ୍ବୀକାର ହେ ମହାପ୍ରଭୁ,
ହେଲେ କେବେ ମୋ ଅଳୀ ଅଝଟ ବି ପୁରା କରିଦିଅ ହେ ମହାପ୍ରଭୁ....🙏❤️

-


4 JAN AT 11:33

ମୁଁ ଏକ ଛୋଟ, ଶୁଖିଲା ଅପ୍ରଶସ୍ତ ନଦୀ ଟିଏ
ଆଉ ତୁମେ ଦୂରକୁ ଲମ୍ବିଥିବା ନୀଳ ସାଗର,
ମୁଁ କୁଳୁକୁଳୁ ହେଇ ବହିଯାଏ କେବଳ ତୁମ ବୁକୁ ରେ ମିଶିବା କୁ,
ମୁଁ ଯେଉଁ ଗଛ ବସାର ଚଢ଼େଇ,
ତୁମେ ସେଇ ଗଛର ଗହଳ ସବୁଜିମା ପତ୍ର,
ମୁଁ କ୍ଲାନ୍ତ ଯାଯାବର, ତୁମେ ଅନତି ଦୂରତାରେ ଥିବା ଆଶ୍ରୟସ୍ଥଳ
ମୁଁ ସବୁବେଳେ କଳ୍ପନା, ଭାବନା ରେ ବୁଡ଼ି ରହିଥିବା ବହି,
ତୁମେ ବାସ୍ତବତା ର ପଟ୍ଟଚିତ୍ର,
ମୁଁ ଶିଳ୍ପୀ ର କଲମ ହେଲେ,
ତୁମେ କାବ୍ୟକବିତା ମୋର,
ମୁଁ ଏକ ରୁକ୍ଷ ପ୍ରେମିକାର ପ୍ରତିଛବି ତୁମ ମନ ସିଲଟରେ,
ହେଲେ ତୁମେ କୃଷ୍ଣ ମୋ ମନ ମନ୍ଦିରର

-


1 DEC 2023 AT 7:38

କେବେ ଯଦି ଜହ୍ନ ରାତିରେ
ତୁମେ ଆସି କରାଘାତ କର ମୋ ଦରଜା ରେ,
ତୁମେ ଦେଖିବ.....
ଆକାଶ ରେ ଅଦିନ ବିଜୁଳି ଚମକୁଥିବ,
ଦୋଳା ଦୋଳା ହେଇ ମେଘଖଣ୍ଡ ମାନ
ଭାସି ବୁଲୁଥିବେ ଏଣେ ତେଣେ,
ବିଭୋର ଆକାଶ ରେ ତାରାର ମେଳି
ସତେ ଯେମିତି ଗୁନ୍ଥା ଫୁଲର ଭ୍ରମ ସୃଷ୍ଟି କରୁଥିବେ,
କୋହଲା ପବନ ରେ ଝରା ଶେଫାଳୀର ବାସ୍ନା
ଉନ୍ମାଦନା ଭରି ଦଉଥିବ ତୁମ ତୁନୁ ମନ ରେ,
ଆଉ ସେତିକି ବେଳେ
ମୁଁ ଅବାକ୍ ହୋଇ ଚାହିଁ ରହିଥିବି ତୁମକୁ,
ତୁମ ଭିତରେ ନିଜ କୁ ଖୋଜିବାର ପ୍ରୟାସ କରୁଥିବି,
ସେଇ ମୁହୂର୍ତ୍ତକୁ କବିତାରେ ସଜେଇ ତୁମକୁ ଶୁଣାଉଥିବି,
ତୁମ ଭିତରେ ହଜି ନିଜକୁ ଭୁଲି ଯାଇ
ସମର୍ପି ଦେଇଥିବି ନିଜକୁ ତୁମ ପାଖରେ ।


-


Fetching MONALISA BEHERA Quotes