ତୁମ ସୁନେଲି ସକାଳରେ ସବୁ ଆସି ସାଥି ହେବେ
ହେଲେ କେହି କୋହଲା ସଞ୍ଜବେଳାରେ ନଥିବେ
ତଥାପି କେହି ଜଣେ ପାଖରେ ଛିଡ଼ା ହୋଇ ରହିଥାଏ
ବାସ ସେଇ ଝାପ୍ସା ଅନ୍ଧାରରେ ଚିନ୍ହି ପାରିଲେ ଜୀବନଟା ସୁଖମୟ ହେଇଯାଏ-
... read more
କିଛି ଲୁହ ଝରେ ନାହିଁ,କିଛି କଥା କହି ହୁଏନି
ହୃଦୟେ ଚାପି ରହିଯାଏ ଜୀବନ ସାରା
କେବେ ଆଖି ଚାହେଁ କହିଦେବା ପାଇଁ,
ଓଠ ଓଦା ହେଇଯିବା ପାଇଁ
ତଥାପି ଚୁପ ରହିବାକୁ ହୁଏ ,ଆଉ ନୀରବତା ହିଁ କାହାଣୀ ବନିଯାଏ
-
ମୁଁ ତୁମକୁ ବହୁତ ଭଲପାଏ
ସାଗରର ପାଣିଠାରୁ ଭି ଅଧିକ
ଆକାଶର ତାରାଙ୍କ ଠାରୁ ଅଗଣ୍ୟ
ମାଟି ଠାରୁ ପ୍ରଶସ୍ତ ଆଉ ନିଆଁ ଠାରୁ ଉଷୁମ-
ବହୁତ ଭଲପାଏ ତୁମକୁ,କେତେ ଯେ ତା'ର ନାହିଁ କଳନା
ପ୍ରତିକ୍ଷଣରେ ତୁମ ଭାବନା,ପ୍ରତିଟି କଥାରେ ଖାଲି ତୁମ ନାଁ
ଭୁଲିବାକୁ ଚାହିଁଲେ ବି ଭୁଲି ମୁଁ ପାରେନା
ତୁମେ ଏମିତି ଏକ ଛବି ମନେ କେବେ ଲିଭେଇଲେ ଲିଭେନା
-
ମୁଁ ନୁହେଁ ତୁମର କିନ୍ତୁ ତୁମେ ମୋର
ମୋ ମନର ମୋ ଜୀବନର ଏକ ଅଭୁଲା କାହାଣୀ
ତୁମ ବାଟେ ସବୁ ମୋ କଣ୍ଟା ମୋ ପାଦେ ଫୁଟୁ
ତୁମ ଲୁହ ଝରିବା ଆଗରୁ ମୋ ଲହୁ ଝରୁ
ସବୁ ଖୁସି ତୁମର ହେଉ ସବୁ ଲୁହ ମୋର
ତେବେ ତ ମାନେ ରହିବ ଏ ଜୀବନର-
ଫେରିଯିବାକୁ ଚାହେଁ ସେଇ କିଛି ମୁହୂର୍ତ୍ତ କୁ
ଯେଉଁ ମୁହୂର୍ତ୍ତ ତୁମକୁ ମୋତେ ନିଜର କରିଦେଇଥିଲା
ପୁଣି ବଞ୍ଚିବାକୁ ଚାହେଁ ସେଇ ସ୍ମୃତିକୁ
ଯେଉଁ ସ୍ମୃତି ଆଜି କାହାଣି ହେଇଯାଇଛି
ପୁଣି କହିବାକୁ କିଛି କଥା ଆଉ ଶୁଣିବାକୁ କିଛି
ଜାଣେନା ପୁଣି ଫେରି ପାଇବି କି ??-
ଝାପ୍ସା ଆଲୋକରେ ସୁଦୂର ପାହାଡ଼ ପରି ହାଲ୍କା ଦେଖା ହୁଅ ତୁମେ ।
ତୁମ ଠିକଣା ଜାଣେ ସିନା ହେଲେ ଯାଇ ପାରେନା ।
କେବେ ତୁମେ ଥାଇ ପାଖେ ତଥାପି ଦୂରେଇ ଥିଲ, ହେଲେ ଆଜି ତ ଦୂରରେ ତୁମେ ଆଉ ଫେରିବାର ଆଶା କାହିଁକି ରହିଛି କେଜାଣେ ?-
ସମୟ ସହିତ ଧୂମିଳ ମୋ ପରିଚୟ
କେବେ କିଛି ସ୍ୱର କିଛି ଶବ୍ଦ ବୋଧ ହୁଏ ମୋତେ ବଞ୍ଚି ରଖିବ
ହେଲେ ଏତେବଡ଼ ଦୁନିଆରେ କିଏ ବା ଜାଣେ
ମୋର କଳା କେଉଁଟି କାହାର କାହିଁକି ବା ମନ କିଣେ-
ତୁ କି ବୁଝିବୁ ନିଦାଘ ସାୟଂକାଳର ସ୍ମିତହାସ୍ୟର ନୀରବତା
ତୁ କି ବୁଝିବୁ ଭିଜା ଆଖିରେ ରଞ୍ଜିତ ସ୍ୱପ୍ନର ମାଦକତା
ତୋ ପାଇଁତ ଥିଲା ପ୍ରେମ ଏକ ବଜାର ସଉଦା
ତୁ କି ବୁଝିବୁ ରୁଦ୍ଧ ନିଶ୍ୱାସର ବିକଳ ହୃଦୟର ସ୍ପନ୍ଦନଟା-
Ye Thodi Jayaz Hai ki
Humesha Aankh Gila Ho
Hothope Hasi Kahin
Chhupa deti hai Nami
Kabhi Jhhank ke Dekhlo
Ek Samandar Hai Dil main kahin-