ମାଷ୍ଟରକ୍ଯାଣ୍ଟିନ ଛକ, ପକେଟରୁ ରୁମାଲ ବାହାର କରି, ମୁଣ୍ଡରୁ ବହି ଯାଉଥିବା ଝାଳ ସହିତ ଆଖିରେ ଜକେଇ ଆସୁଥିବା ଲୁହକୁ ପୋଛି, ଅଟୋ କୁ ଡାକିଲା,
ଅଟୋ ରୂପାଲି ଛକ ଯିବୁ?
ଅଟୋବାଲା ହଁ କହିବାରୁ ଲଗେଜ ରଖି ସେ ଅଟୋରେ ବସିଲା, ଅଟୋ ଚାଲିଲା ଆଉ ସେ କିଛି ସମୟ ପାଇଁ ନିଜକୁ ହଜାଇ ଦେଲା ଭାବନା ରାଇଜରେ।
କେତେ ବଢିଆଥିଲା ତା ସହିତ ବିତେଇଥିବା ଏଇ କିଛି ଦିନ। କେତେବେଳେ ସମୟ ଗଡିଗଲା ଜଣା ବି ପଡିଲାନି। ସତରେ କେତେ ଯାଦୁ ଥିଲା ତା ଚୋରା ଚାହାଣୀର, ମତୁଆଳା ତା ଖିଲି ଖିଲି ହସର। କାଇଁ କେଜାଣି ଏଇ କିଛିଦିନ ଭିତରେ ସେ ଅତି ନିଜର ନିଜର ଲାଗିଲା। ତା ସହିତ ବିତେଇଥିବା ପ୍ରତ୍ୟେକ ମୂହୂର୍ତ୍ତ ଥିଲା ସ୍ୱର୍ଗିୟ।
ଭୂବନେଶ୍ୱର ଷ୍ଟେସନରେ ଓହ୍ଲାଇଲାବେଳକୁ ବାଟେଇ ଦବାକୁ ଆସିଥିଲା, "ଆଉ କହିଲା ତୋ ସହିତ ଗୋଟେ ଲାଷ୍ଟ୍ ସେଲ୍ଫି।" ଠିକ୍ ସେତିକିବେଳେ ଟ୍ରେନର ସାଇରନ୍,"ଏତେ ତ ଫଟୋ ଉଠେଇଲୁ, ପୁଣି ସେଲ୍ଫି,ଯା ଗାଡି ଛାଡିବ।"
ମୁହଁ କୁ ହାଣ୍ଡି କରି, ଗୋଡ କଚାଡି ଚାଲିଗଲା। ଆଉ ଟ୍ରେନର ଗେଟ ପାଖେ ଛିଡା ହେଇ, ହାତ ହଲେଇ ବିଦାୟ ଦେଉଥାଏ।
ତାର ସେଇ ଅଭିମାନ ଭରା ଚାହାଣୀରେ ଯେମିତି କହୁଥାଏ, " ଏଇଟା ତୋର ମୋର ଶେଷ ଦେଖା, ଜଣା ନାହିଁ ପୁଣି କେତେବେଳେ ଏ ଦୁନିଆ ଭିଡରେ ଦେଖାହେବ। ତୁ ନିଜର ଯତ୍ନ ନବୁ ଆଉ ପଢା ପଢି ଠିକ୍ ସେ କରିବୁ।"
ଟ୍ରେନଟି ଆଖି ଆଗରୁ ଅଦୂଶ୍ଯ ହବା ଆଗରୁ ବାଷ୍ପଋଧ ଅବସ୍ଥାରେ କହିଲା, "ଗାଁରେ ପହଞ୍ଚି ଜଣେଇବୁ। "ଠିକ୍ ଏତିକି ବେଳେ ଅଟୋବାଲା ଡାକିଲା, ବାବୁ ରୂପାଲି ଛକ ହେଲା, ଓହ୍ଲେଇବେନିକି?
-