Mamata Susari✍   (Mamata Susari)
800 Followers · 39 Following

A journey of thought from my heart to my pen
Joined 20 April 2018


A journey of thought from my heart to my pen
Joined 20 April 2018
12 MAR 2023 AT 20:24

ତୁମ ବିନା ସାଥୀ
ଗୋଟିଏ ବି ରାତି
ଲାଗେ ସବୁ ଫିକା ଫିକା ।
ରଙ୍ଗ ବିହୁନେ
ଫଗୁଣ ଯେମିତି
ମନେ ଜଳେ ବିରହର ଅଗ୍ନି ଶିଖା ।

-


12 MAR 2023 AT 20:15

ତୁମ ସହ ଟିକେ ଅଝଟ କଲେ
ମନ କାହିଁ ହୁଏ ଅସ୍ଥିର ।
ମୋ ଆତ୍ମା ଯେବେ ବସେ ତୁମ ହୃଦୟରେ
ଧନ ତୁମ ପ୍ରେମ ଖୋଜେ ବାରମ୍ବାର ।

-


4 MAR 2023 AT 18:42

ତୁମେ

ଆଷାଢ଼ର ପ୍ରଥମ ବର୍ଷା ଟୋପା
ଯେମିତି ଉତପ୍ତ ପୃଥିବୀରେ ଚନ୍ଦନର ଲେପ
ଠିକ୍ ସେମିତି
ମନର ଡହ ଡହ ତାତିରେ ତୁମେ
ଶୀତଳ ସ୍ପର୍ଶ


-


3 MAR 2023 AT 15:41

ତୋର୍ ଭାବନାର୍ ସାଗରେ
ମୁଇଁ ପହଁରୁଛେ ।
ଡଙ୍ଗା ବି ନାଇଁ କି କାତ୍ ବି ନାଇଁ
ଇ କୂଲେ ହେମି କି ସେ କୂଲେ ହେମି
ନା ଜାନି ଧନ
ତୋର ଭରସାର୍ ଆକୁଲେ
ମୁଇଁ ଜିଉଛଁ ।

-


23 FEB 2023 AT 20:06

मगर जीने का ढंग के ऊपर निर्भर करता है
की जीवन आसान और ख़ुबसूरत कैसे बनें

-


16 FEB 2023 AT 11:00

ହୃଦୟର କମ୍ପନ ତୁମ ନାଁ ରେ
ପୁଣି ତୁମେ ରକ୍ତ ବାହି ନଳୀରେ
ଆଉ କେବେ ନିଃଶ୍ୱାସ ପ୍ରଖର ଗତିରେ

-


11 FEB 2023 AT 19:18

ଅପେକ୍ଷା ତୁମର ଲାଗେ ପ୍ରତି କ୍ଷଣ
ବରଷ ବିତାଏ ପରି ।
ସତେ ଅବା କେତେ ମୁହୁର୍ତ୍ତ ଗୁଡିକ
କରନ୍ତି ଅଝଟ ଭାରି ।

-


24 JAN 2023 AT 21:20

ଜୀବନ ଡାଏରୀର ଶେଷ ପୃଷ୍ଠା ତୁମେ
ଲେଖିବାକୁ ଅଛି ଦୁଇଟି ଧାଡ଼ି ।
ଲେଖା ସରିଗଲେ ଡାଏରୀକୁ ରଖି
ଫେରିଯିବି ନିଜ ବସାକୁ ଉଡ଼ି ।

-


22 JAN 2023 AT 8:00

ସମ୍ପର୍କ ଓ ସମୟ
ଗଛ ଓ ଜଳ ପରି
ଜଳ ବିନା ଗଛ ବଞ୍ଚେ ନାହିଁ
ସମୟ ବିନା ସମ୍ପର୍କ ବଞ୍ଚେ ନାହିଁ
ସମ୍ପର୍କ ଯାହା ବି ହେଉ ନା କାହିଁକି
Mind it friends

-


22 JAN 2023 AT 7:53

ତୁମ ଭାବନା ଆଜିକାଲି ଛୁରୀ ପରି ବାର୍ କରୁଛି
ବୋଧହୁଏ ଏ ଭାବନାରୁ ଦୂରେଇ ଯିବା ସମୟ ଆସିଯାଇଛି

-


Fetching Mamata Susari✍ Quotes